admin

admin

ଓଡ଼ିଶୀନୃତ୍ୟର ଆଦିଗୁରୁ ପଦ୍ମଶ୍ରୀ ପଙ୍କଜଚରଣ ଦାସ

ଲେଖା: ଦେଵ ତ୍ରିପାଠୀ ବଡ଼ଦେଉଳର ଦେବଦାସୀ ନୃତ୍ୟକୁ ନେଇ ସେ ବିଶ୍ୱ ଦରବାରରେ ପହଞ୍ଚାଇଛନ୍ତି, ପୋତିଛନ୍ତି “ଓଡ଼ିଶୀ” ମହଦୃମର ବୀଜ I ଓଡ଼ିଶୀ ନୃତ୍ୟକୁ ନେଇ ସେ କରିଛନ୍ତି ବହୁ ପରୀକ୍ଷା ନିରୀକ୍ଷା I ଓଡ଼ିଶୀରେ ସେ ଆରମ୍ଭ କରିଛନ୍ତି ଦଶାବତାର “ଗ୍ଲାନିସଂହାର” ନାମରେ; ଓଡ଼ିଶୀ ନୃତ୍ୟରେ ସେ ପ୍ରଣୟନ କରିଛନ୍ତି “ଗତିବିଳାସ ପଲ୍ଲବୀ” ନାମକ…

ପଠାଣି ସାମନ୍ତ

ଲେଖା: ଦେଵ ତ୍ରିପାଠୀ “ଉତ୍କଳମାତାର ଯୋଗ୍ୟତମ ସୂତ,  ତୁମ୍ଭ ଯୋଗୁଁ ଆମ୍ଭେ ସର୍ବେ ହେଲୁ ପୂତ, ସିଦ୍ଧାନ୍ତ ଦର୍ପଣ ହେବ ନାହିଁ ଲୟ,  ନର ଦେହେଥିବ ଯାବତ ହୃଦୟ।’’ କବିବର ରାଧାନାଥ ତାଙ୍କର ପ୍ରତିଭା ଓ କୃତିର ପ୍ରଶଂସାରେ ଶତମୁଖ ହୋଇ ଏପରି କବିତା ଲେଖିଛନ୍ତି ସେ ଥିଲେ ମହାନ ଜ୍ୟୋତିର୍ବିଦ ଓ ପଣ୍ଡିତ ମହାମହୋପାଧ୍ୟାୟ…

ପାରିକୁଦ

ଲେଖା: ରାଜେଶ୍ୱର ମହାନ୍ତି ପାରିକୁଦ (English: Parikud) ଚିଲିକା ହ୍ରଦ ମଧ୍ୟରେ ଥିବା ଏକ ଦ୍ୱୀପ । ଏହା କୃଷ୍ଣପ୍ରସାଦ ପଂଚାୟତ ସମିତିର ୯୬ଟି ମୌଜାକୁ ନେଇ ଗଠିତ । ଏହାର ଦୁଇ ପାର୍ଶ୍ୱରେ ଚିଲିକା ହ୍ରଦ ଓ ବଙ୍ଗୋପ ସାଗର ଅବସ୍ଥିତ । ଏହାର ପୂର୍ବ ପ୍ରାନ୍ତରେ ଚିଲିକା କୂଳରେ ଜହ୍ନିକୁଦା ଗ୍ରାମ ରହିଅଛି…

ଯଶୋଦେହେ ଆୟୁଷ୍ମାନ ମୁକ୍ତିଯୋଦ୍ଧା ମାଧୋ ସିଂ

ଲେଖା: ନିରଞ୍ଜନ ସାହୁ ସୁରେନ୍ଦ୍ର ସାଏ ଇଂରେଜ ବିରୋଧୀ ବିଦ୍ରୋହ ଘୋଷଣା କରି ଜୀବନର ଶେଷ ପର୍ଯ୍ୟାୟ ପର୍ଯ୍ୟନ୍ତ ଲଢ଼ିଥିଲେ। ତାଙ୍କର ବିଦ୍ରୋହକୁ ଦୁଇଟି ପର୍ଯ୍ୟାୟରେ ବିଭକ୍ତ କରାଯାଇପାରେ। ପ୍ରଥମ ପର୍ଯ୍ୟାୟ ୧୮୨୭ରୁ ୧୮୪୦ ପର୍ଯ୍ୟନ୍ତ ପରିବ୍ୟାପ୍ତ ହୋଇଥିବା ବେଳେ ଦ୍ଵିତୀୟ ପର୍ଯ୍ୟାୟ ୧୮୫୭ ରେ ଆରମ୍ଭ ହୋଇ ୧୮୬୪ରେ ପରିସମାପ୍ତ ହୋଇଥିଲା। ଏହି ସମୟରେ…

ତ୍ରିବେଣୀ ଅମାବାସ୍ୟା

ଲେଖା: ଅରବିନ୍ଦ ମହାନ୍ତି ବହୁ ପୁରାତନ କଥା। ଦିନେ ଏ ସୃଷ୍ଟି ଅନାବୃଷ୍ଟି ଓ ମରୁଡିରେ ପ୍ରପୀଡିତ ଥିଲା। ସମଗ୍ର ଜୀବ ଜଗତ ଖାଦ୍ୟ ଅଭାବରୁ କଷ୍ଟରେ ଥରହର ହେଲେ। ସେହି ସମୟରେ ଏହି କଷ୍ଟରୁ ମୁକ୍ତି ପାଇବା ଲାଗି ଦେବତା, ଋଷିଗଣ ସହିତେ ସମସ୍ତ ପୃଥିବୀବାସୀ ଆଦ୍ୟାଶକ୍ତିଙ୍କୁ ସୁମରଣା କଲେ। ଏହି ସ୍ତୁତିରେ ପ୍ରସନ୍ନ…

ଚକୁଳିଆ ପଣ୍ଡା

ସଂଗ୍ରହ ଓ ଉପସ୍ଥାପନା: ଦେଵ ତ୍ରିପାଠୀ ବୈଶାଖର ଉତ୍ତପ୍ତ ଆକାଶ, ସୂର୍ଯ୍ୟରୁ ଝରୁଛି ଅବା ତରଳା ତମ୍ବାର ସୁଅ । ଗାଁ ଦାଣ୍ଡର ଧୂଳି ତତଲା ଡହଡହ । କୁଣ୍ଠିତ ବସନ୍ତରେ କଅଁଳିଥିବା ନବକିଶଳୟ ଅଚାନକ ବାର୍ଦ୍ଧକ୍ୟପ୍ରାପ୍ତି ପରି କୁଞ୍ଚିତ, ମ୍ଳାନ; ଜଳି ଜଳି ଯାଉଛି ପୁଷ୍ପିତ ବିତାନ । କାଉ କି କୋଇଲିର ସୋରଶବ୍ଦ…

ନାରାୟଣ ପ୍ରସାଦ ସିଂହ

~ ନାରାୟଣ ପ୍ରସାଦ ସିଂହ ~ ଲେଖା: ଅମୃତେଶ ଖଟୁଆ ସୁରଜଗତର ରସରାଜ ନାରାୟଣ ପ୍ରସାଦ ସିଂହ ! ସଂସ୍କୃତରେ ଗୋଟିଏ ସୁନ୍ଦର ଧାଡିଟିଏ ଅଛି – “ଏକଶବ୍ଦଃ ସୁଜ୍ଞାତଃ ସୁପ୍ରଯୁକ୍ତଃ ସ୍ଵର୍ଗଲୋକେ କାମଧୃଗ୍-ଭବତି।” ଏକ ଶବ୍ଦକୁ ଯଦି ସୁନ୍ଦର ଭାବରେ ଅନୁଭୂତିରେ ଅବଗାହନ କରାଯାଇ ଯଦି ତାହାକୁ ରସସିକ୍ତ କରି ପ୍ରୟୋଗ କରାଯାଏ, ତାହା…

ଜଗନ୍ମୋହନ ଲାଲା

ଲେଖା: ଦେଵ ତ୍ରିପାଠୀ ଓଡ଼ିଆ ଭାଷା ଆନ୍ଦୋଳନର ଅନ୍ୟତମ ସାରଥୀ ଜଗନ୍ମୋହନ ଲାଲା ।  ଓଡ଼ିଶାର ଆଦି ନାଟକର ନାୟକ ଜଗନ୍ମୋହନ ଲାଲା ଆଜି ସମୟର କ୍ଷିପ୍ର ସୁଅରେ ନିଖୋଜ I ଓଡ଼ିଆ ନାଟ୍ୟସାହିତ୍ୟକୁ ତାଙ୍କର ଆଦ୍ୟ ଅବଦାନ, ବିତର୍କିତ ନାଟକ “ବାବାଜୀ” I ନାଟକ ମାଧ୍ୟମରେ ସତୀପ୍ରଥା ବିରୁଦ୍ଧରେ ତାଙ୍କର ସ୍ୱର ଉତ୍ତୋଳନ ତତ୍କାଳୀନ…

ଧବଳେଶ୍ୱର

ଲେଖା: ଦେଵ ତ୍ରିପାଠୀ “ତଟିନୀବଳୟିତ ତରୁକୁଳପୁଲକିତ ବାଳ ମହୀଧରବାସିନ୍, ଜୟ ଜୟ ଶଙ୍କର ସର୍ବଶୁଭଙ୍କର ଭକ୍ତ ବିପତ୍ତିବିନାଶିନ୍ II” (କବିବର ରାଧାନାଥ ରାୟ) ମା’ କଟକଚଣ୍ଡୀ, ଗଡଚଣ୍ଡୀ ପରି ପ୍ରାଚୀନ ଶକ୍ତିପୀଠ ପାଇଁ କଟକ ମହାନଗର ଶକ୍ତିପୀଠ ଭାବେ ଖ୍ୟାତିମାନ ହୋଇଥିଲେ ମଧ୍ୟ ନଗର ମଧ୍ୟରେ ପ୍ରତିଷ୍ଠିତ ଅମରେଶ୍ୱର ମନ୍ଦିର ତଥା ମହାନଗର ସୀମାସଂଲଗ୍ନ ଭାବରେ…

ଭିକାରୀ ବଳ

~ ଭିକାରୀ ବଳ ~ ଲେଖା: ଅମୃତେଶ ଖଟୁଆ “ମାନ ଉଦ୍ଧାରଣ କର ହେ କାରଣ…”, “ଆହେ ନୀଳଗିରି…”, “ଚାଲ ସଖି ଆମ୍ଭେ ଦର୍ଶନ କରିବା…”, “ପୀତବାସ, ନିଃଶ୍ଵାସକୁ ନାହିଁରେ ବିଶ୍ଵାସ….”, “ମନରେ ହରିଭଜନ….”, “ଜଗାକାଳିଆ ନୀଳାଚଳିଆ…”, “ହରିବୋଲ ସଙ୍ଗେ ହୁଳହୁଳି ଦିଅ ହୋ ଭକତେ….” , “ମନ ପାରାରେ, ଶ୍ରୀକ୍ଷେତ୍ର ଯିବୁ ଉଡି ଉଡି…”…