Physical Address
Sai Samarpanam, Satya Vihar, Bhubaneswar

ସୁଜଳା, ସୁଫଳା, ଶଶ୍ୟ-ଶ୍ୟାମଳା ସମନ୍ବିତ ସୁବର୍ଣ୍ଣ ଓଡିଶା ସାମ୍ରାଜ୍ୟ କ୍ରମଶଃ ଦରିଦ୍ରତା ଓ ପରାଧୀନତାର ଶୀକାର ହେବାକୁ ଯାଉଥିଲା। ଅର୍ଥନୈତିକ ସଙ୍କଟର ଫଳସ୍ୱରୂପ ଉକ୍ତ ସମୟରେ ଅନେକ ମଠ, ମନ୍ଦିର ଉପଯୁକ୍ତ ପ୍ରୋତ୍ସାହନ ପାଇପାରି ନଥିଲା। ହୁଏତ ପ୍ରୋତ୍ସାହନ ଅଭାବରୁ ଅତିବଡ଼ିଙ୍କ ଭାଗବତର ଏକାଦଶ ସ୍କନ୍ଦ ରଚନା ଅନେକ ବିଳମ୍ବ ହୋଇଥାଇପାରେ . .

ଓଡ଼ିଆ ଜାତିର ଅସ୍ମିତାର ପ୍ରତୀକ ଅତିବଡ଼ି ଜଗନ୍ନାଥ ଦାସଙ୍କ ଓଡ଼ିଆ ଭାଗବତ ତତ୍କାଳୀନ ଓଡ଼ିଶାରେ ଏକ ଚହଳ ସୃଷ୍ଟି କରିଥିଲା। ଅପୂର୍ବ ଆଧ୍ୟାତ୍ମିକ ଜାଗରଣ ଓ ନବୀନ ଉନ୍ମାଦନାର ସୂତ୍ରପାତ କରିଥିଲା ଏଇ ଓଡ଼ିଆ ଭାଗବତ। ଦୁର୍ବୋଧ୍ୟ ସଂସ୍କୃତ ଭାଗବତ ପରିବର୍ତ୍ତେ ସାଧାରଣ ଜନସମାଜ ଏହାକୁ ସହଜରେ ଆଦରି ନେଇଥିଲା। ଓଡ଼ିଶାର ପୁରପଲ୍ଲୀରେ ପ୍ରତିଷ୍ଠିତ ହୋଇଥିଲା ଭାଗବତ ଟୁଙ୍ଗୀ . .

ଶ୍ରୀଚୈତନ୍ୟଙ୍କୁ କେନ୍ଦ୍ର କରି ଦଳଗତ ଭାବରେ ଭାଗବତ ପାରାୟଣ, ନଗର କୀର୍ତ୍ତନ ଓ କୃଷ୍ଣନାମ ଭଜନ ଓ ମନନ ନିତ୍ୟ ପରିବେଷିତ ହେଉଥିଲା ଜଗନ୍ନାଥ ଦାସଙ୍କ ତତ୍ୱାବଧାନରେ। କୃଷ୍ଣନାମରେ ଭାବ ସମାଧୀସ୍ଥ ହୋଇଯାଉଥିଲେ ଶ୍ରୀଗୌରଙ୍ଗ। ଚେତନାଶୂନ୍ୟ ହୋଇ ଯାଉଥିଲେ ସେ। ଜଗନ୍ନାଥ ତାଙ୍କ କର୍ଣ୍ଣରେ କୃଷ୍ଣନାମ ଉଚ୍ଚାରଣ ପୂର୍ବକ ସ୍ୱଭାବିକ ଅବସ୍ଥାକୁ ଫେରାଇ ଆଣୁଥିଲେ . .

ଈଶ୍ୱରପ୍ରାପ୍ତିର ଲକ୍ଷ୍ୟ ଯଦି ଭକ୍ତି ହୁଏ, ଜ୍ଞାନ ହେଉଛି ତାହାର ଉପାୟ। ଭକ୍ତିର ଚରମ ସୋପାନରେ ପହଞ୍ଚିଲେ ଆଉ ଜ୍ଞାନର ଆବଶ୍ୟକ ନଥାଏ। ଭକ୍ତିର ଚରମ ସୋପାନରେ ଜୀବ କେବଳ କୃଷ୍ଣପ୍ରେମ ସୁଖ ସାଗରରେ ଭାସମାନ ଥାଏ . .

ଓଡ଼ିଆଜାତି ମହାପ୍ରଭୁ ଜଗନ୍ନାଥଙ୍କ ଭିତରେ ଦେଖିଛି ନିରାକାର ବ୍ରହ୍ମଙ୍କୁ, ପୁଣି କେତେବେଳେ ସେ ତାଙ୍କୁ ଦେଖିଛି ସାକାର ପୁରୁଷୋତ୍ତମ, ଗୋପୀଜନ ବଲ୍ଲଭ, ଯଶୋଦା-ନନ୍ଦନ ବେଣୁଧର କୃଷ୍ଣ ରୂପରେ। ଅତିବଡ଼ି ଜଗନ୍ନାଥ ଦାସଙ୍କ ରଚିତ ଭାଗବତର ମହାନାୟକ ହେଉଛନ୍ତି ସେହି ସାକାର ପରଂବ୍ରହ୍ମ ପରମପୁରୁଷ ଅନିନ୍ଦ୍ୟ ସୁନ୍ଦର ଶ୍ୟାମଘନ କୃଷ୍ଣ। "ଜୀବ ସେହି ପରଂବ୍ରହ୍ମ କୃଷ୍ଣଙ୍କ ନିତ୍ୟ ଦାସ", ଭାଗବତର ପ୍ରତିଟି ପଦାବଳୀରେ ଏହି ଭାବ ପରିସ୍ଫୁଟିତ . .

ଲେଖା: ଇଂ ବିଜୟ କେତନ ସାହୁ ~ ଅତିବଡ଼ି ଜଗନ୍ନାଥ ଦାସ କୃତ ଓଡ଼ିଆ ଭାଗବତ – ଏକ ଦୃଷ୍ଟିପାତ (Part 2) ~ ଓଡ଼ିଆ ଭାଗବତ ଯେ କେବଳ ତତ୍କାଳୀନ ଜନମାନସରେ ଆଦୃତ ଥିଲା ତାହା ନୁହେଁ, ସେହି ଭାଗବତର ଭକ୍ତିପୂର୍ଣ୍ଣ ପଦାବଳୀକୁ ଶ୍ରବଣ କରି ସ୍ୱୟଂ ମହାପ୍ରଭୁ ଶ୍ରୀଚୈତନ୍ୟ ହୋଇଥିଲେ ପ୍ରେମ-ବିଗଳିତ। କବିଙ୍କର…

ଲେଖା: ଇଂ ବିଜୟ କେତନ ସାହୁ ~ ଅତିବଡ଼ି ଜଗନ୍ନାଥ ଦାସ କୃତ ଓଡ଼ିଆ ଭାଗବତ – ଏକ ଦୃଷ୍ଟିପାତ (Part 1) ~ ଓଡିଶା ଜନଜୀବନର ପ୍ରାଣନ ସଙ୍ଗୀତ ଓଡ଼ିଆ ଭାଗବତ। ପ୍ରତିଟି ଓଡ଼ିଆର ପ୍ରାଣର ଆବେଗତା ଭରି ରହିଛି ଏଇ ଭାଗବତରେ। ଅତିବଡି ଜଗନ୍ନାଥ ଦାସଙ୍କର ଏଇ ଭାଗବତ କେବଳ ଏକ ପୌରାଣିକ…

ସୌରଭିତ ସୃଷ୍ଟି: ପ୍ରେମିକକବି ଡ. ମାୟାଧର ମାନସିଂହ ଆଜି ଯଦି ଗୋପବନ୍ଧୁ ଥାଆନ୍ତେ ? ଆଜି ସତ୍ୟସାଧକ ଦେବାତ୍ମା ଗୋପବନ୍ଧୁ ଥିଲେ, ହୁଏତ ଜଣେ ନକ୍ସଲ ଭାବେ ଆମେ ତାଙ୍କୁ ଦେଖୁଥାଆନ୍ତୁ, ଆଜି ସମାଜରେ ଗୋପବନ୍ଧୁ ନିଜର ମାନମହତ ହରେଇଥାଆନ୍ତେ । ଏବେ ଏହା ଆମ ମନରେ ଏକ ପ୍ରଶ୍ନବାଚୀ । ଏହି କ୍ରମରେ ଓଡ଼ିଆଭାଷା…

ସୌରଭିତ ସୃଷ୍ଟି: ପ୍ରେମିକକବି ଡ. ମାୟାଧର ମାନସିଂହ ମଣିଷ କୁଆଡେ ଦେଖିବାକୁ ଭଗବାନଙ୍କ ପରି, ସେଥିପାଇଁ ତ ତା’ର ଏତେ ଆସ୍ଫର୍ଦ୍ଧା । ସେଥିପାଇଁ ତ ସେ କରିପାରେ ଦେବତାଙ୍କ ବିଭାଗୀକରଣ, ଜାତି ଆଧାରରେ, ବର୍ଣ୍ଣ ଆଧାରରେ, କର୍ମ ଓ ଧର୍ମର ଦ୍ୱାହିରେ । ଦେବତାଙ୍କୁ ସେ ବାନ୍ଧିପାରେ ଚାରିକାନ୍ଥର ଚଉହଦୀ ଭିତରେ । ତେବେ…

ସୌରଭିତ ସୃଷ୍ଟି: ଗୋଦାବରୀଶ ମହାପାତ୍ର ଓଡ଼ିଆ ଜାତିର ସେ ଘଡିସନ୍ଧି ମୁହୂର୍ତ୍ତରେ ସୃଷ୍ଟି ହୋଇଥିଲା କେତେ କେତେ ଜାଗରଣର କବିତା, ଯାହା ଉତ୍କଳୀୟ ନବଜାଗରଣର ତୂର୍ଯ୍ୟନାଦ ଭଳି ପ୍ରତିଧ୍ୱନିତ ହେଉଛି ଏ ଯାବତ । ସ୍ବଭାଷା, ସାହିତ୍ୟ, କବିତା, ନାଟକ, ଉପନ୍ୟାସର ଆତ୍ମବିକାରେ ଏକ ଜାଗୃତିର ହିଲ୍ଲୋଳ ପ୍ରବାହିତ ହେଲା ଓଡ଼ିଶା ମାଟିରେ । ସେସବୁ…