Physical Address
Sai Samarpanam, Satya Vihar, Bhubaneswar

ଲେଖା: ଦେଵ ତ୍ରିପାଠୀ ୧୯୪୨ ସନ୍, ଅଗଷ୍ଟ ୮ । କୋରାପୁଟ ଜିଲ୍ଲା ମାଲ୍ୟବନ୍ତ ତାଲୁକର ମାତିଲି ଗ୍ରାମ । ସେଇ ଅଗଷ୍ଟ ଅତ୍ୟାଚାର କାଳରେ ଭୟାବହ ଘଟଣା ଥିଲା ମାତିଲି ଗୁଳିକାଣ୍ଡ । ସେ ଗ୍ରାମର ପ୍ରକୃତି କୋଳର ଅବହେଳିତ ଆଦିବାସୀମାନଙ୍କୁ ନେଇ ମୁକ୍ତିସଂଗ୍ରାମର ଅଗ୍ନିଶିଖା ଜାଳିଥିବା ତଥା ମହାତ୍ମାଗାନ୍ଧୀଙ୍କ ଉପଦେଶକୁ ଅକ୍ଷରେ ଅକ୍ଷରେ ପାଳନ…

କେଉଁଠି ବ୍ୟବସାୟକୁ ନେଇ, ଅବା କେଉଁଠି ପାନରସିକଙ୍କ ପାଇଁ ଅବା କେଉଁଠି ଦିଅଁଙ୍କ ନୀତି ସହ ଯୋଡ଼ି ହୋଇ ପାନର ମହନୀୟତା ପ୍ରସ୍ଫୁଟିତ ହୋଇଥିଲା; କେଉଁଠି ପାନ ବ୍ୟବସାୟୀମାନେ ଯାବତୀୟ Value Addition କରିବା ସହିତ ନିଜ ନିଜର ବଜାର ଅଂଶ ବଢାଇ ପାରିବାର ସୁଯୋଗ ପାଇଥିଲେ, ମାତ୍ର ବ୍ୟାସଭୂମି ବାଲେଶ୍ଵର ଜିଲ୍ଲାର ପାନଚାଷୀ ଲଢିଚାଲିଥିଲେ ସଂଗ୍ରାମ, ନିଜ ପାନବରଜ ସୁରକ୍ଷା ପାଇଁ, ପାନ ଓ ବରଜକୁ ନେଇ ଯେଉଁ ଆବେଗରେ ବାନ୍ଧି ହୋଇଯାଇଥିଲେ, ସେଇ ଆବେଗଟିକକକୁ ଆବୋରି ଧରି କେତେ ସଂଘର୍ଷ କରିନାହାଁନ୍ତି ସେମାନେ . .

ଏମିତି ଲତାଟିଏ ଯେଉଁ ଥିରେ ନା ଫୁଲ ଫୁଟେ ନା ଫଳ ଧରେ, ଖାଲି ଡାଳି ଓ ପତ୍ର । ପାନଗଛ ଓ 'ବରଜ'କୁ ଲୋକେ ଦେବୀକାଳୀ ରୂପେ ପୂଜା କରନ୍ତି । ସେଥିପାଇଁ ପାନବରଜକୁ ପାନତୋଳିବାକୁ ଯିବାବେଳେ କେତେଗୁଡ଼ିଏ ସତର୍କତା ଅବଲମ୍ବନ କରିବାକୁ ହୁଏ । ଦାନ୍ତ ଘଷୁଥିବା ସମୟରେ, ଶୌଚ ନ ହୋଇ, ମଇଳା ଲୁଗା ପିନ୍ଧି, ଜୋତାଚପଲ ପିନ୍ଧି ବରଜ ଭିତରକୁ ପ୍ରବେଶ କଲେ କିମ୍ବା ପାନପତ୍ର ତୋଳିଲେ ପାନଗଛ ମରିଯାଏ ବୋଲି ଲୋକମୁଖରେ ପରିଚିତ . .

ବଟୁଆର ପାନ ମଧ୍ୟ ଦୁନିଆକୁ ଦେଖାଏ ଓଡ଼ିଆ ଜାତିର ମହାନତା ! ଓଡ଼ିଆକୁ ପର ହାତଭଙ୍ଗା ପାନ ରୁଚେନା ! ଗାଁ ଗହଳିରେ ଓଡ଼ିଆ ଘରକୁ ଅତିଥି ଆସିଲେ, ଓଡ଼ିଆ ଅଣଓଡ଼ିଆ ବାବୁଙ୍କ ପରି ଚୂନଟିକିଏ, ଗୁଆ ନିଖିଏ ରେ ଚେପଟା ପାନଖଣ୍ଡେ ଲବଙ୍ଗ ମାରି ଆଣି ଦିଏନା । ସେ ଆଣି ଥୋଇଦିଏ ତା'ର ବଟୁଆ ବା ପାନପେଡି ! ବଟୁଆରେ ପାନ ଅଛି, ଚୂନ ଅଛି, ଗୁଆ ଅଛି, ଖଇର, ଜାଇଫଳ, ଗୁଣ୍ଡି, ଅଳେଇଚ ସବୁ ଅଛି, ଅତିଥିଦେବତା ତାଙ୍କ ମନକୁ ପାଇଲା ପରି ପାନ ଦି' ଖଣ୍ଡ ଭାଙ୍ଗିନେବେ . .

ଲେଖା: ଦେଵ ତ୍ରିପାଠୀ ଦିନ ଥିଲା ! ସଦାଭାଇବ୍ରାଣ୍ଟ ରେଶମନଗରୀ ବ୍ରହ୍ମପୁରଠାରୁ ୩୨କି.ମି. ଦୂର ଉତ୍ତର-ପୂର୍ବ ଋଷିକୂଲ୍ୟା ନଦୀତୀରର ସାମାନ୍ୟ ଉପର ପଟେ ଅବସ୍ଥିତ ବନ୍ଦରଟି ଦେଇ ଦିନେ ପାଟଲୁଗା, ଶାଢ଼ୀ, ହାତୀଦାନ୍ତ, ମଖମଲି କନା, ନଡ଼ିଆ ପ୍ରମୁଖ ସାମଗ୍ରୀ ଉତ୍କଳ ଭୂମିରୁ ରପ୍ତାନି ହେଉଥିଲା ! ଇଣ୍ଡୋନେସିଆ, ଜାଭା, ସୁମାତ୍ରା, ବାଲି, ବୋର୍ଣ୍ଣିଓ, ବ୍ରହ୍ମଦେଶ…

ଉତ୍କଳୀୟ ସାଂସ୍କୃତିକ ପରମ୍ପରା ସୁପ୍ରାଚୀନ ନିର୍ଦିଷ୍ଟ ଶୃଙ୍ଖଳାବୋଧ ସମନ୍ୱିତ ଚେତନା ସହିତ ଉଡ୍ର ସଂସ୍କୃତିର ମୌଳିକତା, ବୈଦିକ ସଂସ୍କୃତିର ଗାମ୍ଭୀର୍ଯ୍ୟ, ବୈଷ୍ଣବ ପରମ୍ପରାର ଆତ୍ମୀୟତା ତଥା ଚୈତନ୍ୟ ପରମ୍ପରାର ସତ୍ତ୍ୱପ୍ରେମର ଅପୂର୍ବ ସମନ୍ୱୟରେ ଉନ୍ମେଷିତ ଓ ବିକଶିତ ହୋଇ ମହାର୍ଘ ପରିବେଶ ମଧ୍ୟରେ ଗୌରବାନ୍ୱିତ ହୋଇଛି ପ୍ରାଚୀନ ଉକ୍ରଳୀୟ ପର୍ବର୍ବାଣିସବୁ . .

ଲେଖା: ବିଶ୍ୱରଞ୍ଜନ ମହାପାତ୍ର ମାନବୀୟ ଲୀଳାର ଅନନ୍ଯ ନିଦର୍ଶନ, ଦୈନିକ ପୁନଃପୁନଃ ଧୂପ, ଦୀପର ଧୁଆଁଳିଆ ଗୁଳୁଗୁଳି ଓ ଆର୍ଦ୍ରତା ପ୍ରଭାବରେ ଶ୍ରୀଜିଉମାନଙ୍କର ମୁଖମଣ୍ତଳ ବିବର୍ଣ୍ଣିତ ହେବା ଯୋଗୁ ପ୍ରତିମାସରେ ହାରାହାରି ଦୁଇଥର ମୁଖଶ୍ରୀର ପ୍ରସାଧନ (ରଙ୍ଗଲାଗି) ବା ବନକଲାଗି ହୋଇଥାଏ । ବନକ ଲାଗି ରୀତି ‘ଦତ୍ତ ମହାପାତ୍ର’ ଗୋଷ୍ଠୀର ସେବକମାନଙ୍କ ଦ୍ୱାରା କରାଯାଇଥାଏ…

ଲେଖା: କାର୍ତ୍ତିକ ପରିଚ୍ଛା ମହାଭାରତ କଥା ଅନୁଯାୟୀ ନିଜ ମାଁ ଗଙ୍ଗା ଠାରୁ ଇଚ୍ଛାମୃତ୍ୟୁ ବରଣର ବର ପ୍ରାପ୍ତ ଭୀଷ୍ମ ଶରଶଯ୍ୟାରେ ପଡ଼ି ଅପେକ୍ଷା କରିଥିଲେ ଏହି ଉତ୍ତରାୟଣ ଦେବତ୍ଥାନ ସମୟକୁ, କାର୍ତ୍ତିକ ମାସକୁ । ଏହି ସମୟରେ ସେଠାରେ ଉପସ୍ଥିତ ବାସୁଦେବ ପାଣ୍ଡବମାନଙ୍କୁ ଭୀଷ୍ମ ପାଖକୁ ନେଇ ତାଙ୍କୁ ଶିକ୍ଷା ଭିକ୍ଷା ପାଇଁ କହିଥିଲେ…

ଉପେନ୍ଦ୍ର ଭଞ୍ଜଙ୍କ ସବୁ କ୍ଲିଷ୍ଟତା ଓ ଦୁର୍ବୋଧ୍ୟତା ସତ୍ତ୍ୱେ, ତାହାର ଅନ୍ତର୍ନିହିତ ସାଙ୍ଗୀତିକତା ଓଡ଼ିଆଙ୍କ ହୃଦୟରେ ଓ ଓଡ଼ିଶାର ପୁରପଲ୍ଲୀରେ ଜନସାଧାରଣଙ୍କୁ ଆଦୃତ କରି ରଖିଅଛି। ତାଙ୍କର ପ୍ରଭାବ ଦୀର୍ଘ ଦୁଇ ଶତାବ୍ଦୀ ଧରି କ୍ଲାନ୍ତହୀନ ଭାବେ ଆଗକୁ ଆଗକୁ ଚାଲିଛି। ସେଇଥିପାଇଁ ସେ ଯଶଦେହୀ, କବିସମ୍ରାଟ . .

ଲେଖା: ନିରଞ୍ଜନ ସାହୁ ~ ଓଡ଼ିଆପୁଅ ଜୟଦେବ ~ “ଲଳିତଲବଙ୍ଗଲତା ପରିଶୀଳନ କୋମଳ ମଳୟ ସମୀରେ ମଧୁକରନିକର କରଂବିତ କୋକିଳ କୂଜିତ କୁଞ୍ଜକୁଟୀରେ, ବିହରତି ହରିରିହ ସରସ ବସନ୍ତେ, ନୃତ୍ୟତି ଯୁବତୀଜନେନ ସମଂ ସଖି ବିରହିଜନସ୍ୟ ଦୁରନ୍ତେ।” ଲଳିତ ଶବ୍ଦ ପ୍ରୟୋଗ ଓ ପଦବିନ୍ୟାସରେ ବିଶ୍ୱବାସୀଙ୍କୁ ଚକିତ କରିପାରିଥିବା ମହାନ୍ ସଂସ୍କୃତ କବି, ‘ଗୀତଗୋବିନ୍ଦ‘ର ରଚୟିତା…