admin

admin

ଜନମାନସର କବି ଆଶୁକବି ବିଦଗ୍ଧକବି ଗଣକବି ବୈଷ୍ଣବ ପାଣି 

ଲେଖା: ଦେଵ ତ୍ରିପାଠୀ “ଛି ଛି ମଦ ପିଇବି ନାହିଁ ଲୋ କଳାପାଣି ପରି ଦିଶେ, ସେଇ କଳାପାଣି ପେଟରେ ପଡ଼ିଲେ ଚଉଦ ଭୂବନ ଦିଶେ” ଏପରି ସୁଲଳିତ ଓ ବୋଧଗମ୍ୟ ପଦାବଳୀକୁ ନାଟକୀୟ ଅଭିନୟ ମାଧ୍ୟମରେ ସମାଜରେ ନିଶାନିବାରଣ ତଥା ଛୁଆଁଅଛୁଆଁ ଭଳି ସାମାଜିକ କୁସଂସ୍କାର, ଇଂରେଜ ଶାସନର ଅତ୍ୟାଚାର, ମାଦକ ବର୍ଜନ, ଓଡ଼ିଆଙ୍କ…

ପଣ୍ଡିତ ଗୋଦାବରୀଶ ମିଶ୍ର

ଲେଖା: ଦେଵ ତ୍ରିପାଠୀ “ଭଲ କରି ନାଆ ବୁହାରେ ନାଉରୀ  ଝିଅକୁ ମାଡ଼ୁଛି ଡ଼ର,  ଏତେ କାଳେ ଜାଇ ନାଆରେ ବସୁଛି ଯିବ ବୋଲି ଶାଶୁଘର II” ଆଦ୍ୟ କୈଶୋର ସମୟକୁ ଫେରାଇ ନେଉଥିବା ଏପରି ମରମଛୁଆଁ ପଦାବଳୀ ତଥା ଓଡ଼ିଆ ସାହିତ୍ୟର ପ୍ରଥମ କ୍ଲାସିକ ସ୍ତରୀୟ ଗାଥାକବିତା “କାଳିଜାଇ”ର ରଚୟିତା, ସତ୍ୟବାଦୀ ବକୁଳ ବନର…

ଉତ୍କଳର ପ୍ରଣିପତ୍ୟ ସନ୍ଥକବି ଭୀମଭୋଇ

"ଏ ଜଗତ ଜନ ହତ ହୋଇଗଲେ କାହିଁ ପ୍ରଚରିବି ମୁହିଁ ?" ଜଗତଜନ ଶାନ୍ତ, ସ୍ନେହ, ସମତା, ମମତାରେ ବାନ୍ଧି ହୋଇ ରହିଲେ ବ୍ୟକ୍ତିର ଜୀବନ ମଧୁମୟ ହୁଏ । ଜଙ୍ଗଲ ପୋଡ଼ିଗଲେ ଗଛର ଅସ୍ତିତ୍ବ ରହେନା । ବ୍ରହ୍ମାଣ୍ଡ ସୁରକ୍ଷିତ ହେଲେ ପିଣ୍ଡ ପଲ୍ଲବିତ ହୁଏ । ତେଣୁ ଭୀମ ଚିନ୍ତାକଲେ, ଅନ୍ୟାୟ ଅତ୍ୟାଚାରର ଗରଳ ସେ ପିଇଯିବେ । ଶୋଷଣ କଷଣର ବିଷରେ ସେ ପାରିହେବେ, ନର୍କଗାମୀ ହେବେ, କେବଳ ଏଇଥିପାଇଁ ଯେ ଜଗତ ଉଦ୍ଧାର ପାଉ, ବିଶ୍ୱବାସୀ ରକ୍ଷା ପାଆନ୍ତୁ ଭେଦ, ବାଦ, ଛଳରୁ . . । ତାଙ୍କରି କଣ୍ଠରେ ପ୍ରତିଧ୍ୱନିତ ହୁଏ ସେଇ କାଳଜୟୀ କାରୁଣ୍ୟର ବାଣୀ ଓ ଆତ୍ମୋତ୍ସର୍ଗର ମନ୍ତ୍ର . . 

ଜୟୀ ରାଜଗୁରୁ

ବ୍ରାହ୍ମଣ ହୋଇ ଥିବା କାରଣରୁ ପାରମ୍ପରିକ ଯୁଦ୍ଧବିଦ୍ୟା ଶିକ୍ଷା ନ କରି ମଧ୍ୟ ଦେଶମାଟିର ସମ୍ମାନ ଓ ସ୍ବାଭିମାନ ପାଇଁ ସେ ଶାସ୍ତ୍ର ଛାଡି ହାତରେ ଧରିଥିଲେ ଶସ୍ତ୍ର । ପଣ୍ଡିତରୁ ବନିଯାଇଥିଲେ ଯୋଦ୍ଧା, ସଂଗଠକରୁ ସେ ହୋଇଥିଲେ ଅଗ୍ରଣୀ ସେନାନାୟକ . .

ବିଚିତ୍ରାନନ୍ଦ ଦାସ

ଲେଖା: ଦେଵ ତ୍ରିପାଠୀ ଏକବିଂଶ ଶତାବ୍ଦୀରେ “ଆମେ ଓଡ଼ିଆ, ଆମ ଭାଷା ଓଡ଼ିଆ ଏବଂ ଆମ ରାଜ୍ୟ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ” ବୋଲି ଆମେ ଆଜି କେଡେ ଗର୍ବିତ, ଗୌରବମଣ୍ଡିତ, ତେବେ ଏହା ପଛରେ ରହିଛି ବହୁ ଦେଶପ୍ରେମୀ, ଭାଷାପ୍ରେମୀ ମନିଷୀମାନଙ୍କ ନିରବଚ୍ଛିନ୍ନ ତ୍ୟାଗ ଓ ପ୍ରଚେଷ୍ଟା । ଉନ୍ନବିଂଶ ଶତାବ୍ଦୀରେ ଓଡ଼ିଆ ଭାଷାର ସୁରକ୍ଷା,…

ସତ୍ୟବାଦୀ ବାଣୀମଞ୍ଚର ମନସ୍ବୀସ୍ରଷ୍ଟା ସନ୍ଥ ପଣ୍ଡିତ ନୀଳକଣ୍ଠ ଦାସ 

ଆନନ୍ଦ ଦାଶ ଓ ହାରାଦେବୀଙ୍କ କୋଳମଣ୍ଡନ କଲା ପୁତ୍ରସନ୍ତାନଟିଏ। ସାତଟି କନ୍ୟା ସନ୍ତାନର ଜନକଜନନୀ ବାଲିଆର ନୀଳକଣ୍ଠେଶ୍ଵର ମହାଦେବଙ୍କ ପାଖରେ ଅଧିଆ ପଡି ସନ୍ତାନଟିଏ ପାଇଥିବାରୁ ପୁଅର ନାଁ ସରାଗରେ ଦେଲେ ନୀଳକଣ୍ଠ । କିନ୍ତୁ ଦାଶ ଦମ୍ପତି କି ଜାଣିଥିଲେ ସେ ପିଲା ଦିନେ ନିଜ ନାମକୁ ସାର୍ଥକ କରି 'ନୀଳକଣ୍ଠ' ବନିଯିବ -- ସମାଜର କଳୁଷପଙ୍କର ବିଷକୁ ପିଇ ପିଇ ! ସମାଜର ତାଡନା ସହି ସହି . .

ବେଜେଲଗେଟ ହତ୍ୟାକାଣ୍ଡ

ଉପସ୍ଥାପନା: ନିରଞ୍ଜନ ସାହୁ ଓଡ଼ିଶାର ରଣପୁର । ତଦନାନ୍ତୀନ ରଣପୁର ରାଜ୍ୟ। ପ୍ରଜା ଆନ୍ଦୋଳନରେ ଭୀତତ୍ରସ୍ତ ରାଜା ଏବଂ ବ୍ରିଟିଶ ଶାସନ। ପ୍ରଜାମାନଙ୍କର ଅସନ୍ତୋଷ ଦିନୁଁ ଦିନ ଦାନା ବାନ୍ଧୁଥାଏ। ଦିବାକର ପରିଡ଼ା ଓ ରଘୁନାଥ ମହାନ୍ତିଙ୍କ ନିଷ୍ଠାପର ଉଦ୍ୟମ ଫଳରେ ପ୍ରଜାମଣ୍ଡଳ ଆନ୍ଦୋଳନ ଅଭୂତପୂର୍ବ ରୂପ ନେଉଥାଏ। ସେହି କଥା ଚିନ୍ତା କରି ରାଜା…

ପାନ ଓ ଆମ ସଂସ୍କୃତି

ଓଡ଼ିଆ ଘରେ ପିଲାଠୁ ବୁଢ଼ା ଯାଏଁ ବୟସ ନିର୍ବିଶେଷରେ ଅଧିକାଂଶ ପାନ ଖାଇବାରେ ଅଭ୍ୟସ୍ତ । ପାନ ପାଖରେ ଉଚ୍ଚନୀଚ୍ଚ, ବଡ଼ସାନ, ସ୍ତ୍ରୀ ପୁରୁଷର ଭେଦ ନ ଥାଏ ! ରଜାଠୁ ରଙ୍କ ସଭିଙ୍କର ଥାଏ ପାନ ପ୍ରତି ଦୁର୍ବଳତା ! ଓଡ଼ିଆ ର ଭୋଜିଭାତରେ ଶେଷରେ ପାନର ବ୍ୟବସ୍ଥା ନ ଥିଲେ ସେଠି ଯେମିତି ଭୋଜନର ପୂର୍ଣ୍ଣତା ଆସେନା ! ଏମିତିକି ପାନରେ ଅଭ୍ୟସ୍ତ ନ ଥିବା ଲୋକେ ବି ଭୋଜି ଶେଷରେ ପାନ ଖଣ୍ଡେ ପାଟିରେ ପୁରାଇବାକୁ ହେଳା କରେନି . .

ବ୍ରହ୍ମପୁରୀ ପାନ

ଉତ୍ତରପ୍ରଦେଶ ରାଜ୍ୟର ବହୁଳାଂଶ ଓ ବିହାର ପ୍ରଦେଶର କେତେକାଂଶରେ ଅନ୍ୟ ରାଜ୍ୟର ପାନ ତୁଳନାରେ ଲୋକପ୍ରିୟତା ହାସଲ କରିପାରିଥିଲା ଆମ ହିଞ୍ଜିଳିକାଟୁ ତଥା ଆଖପାଖ ଅଞ୍ଚଳର ପାନ ! ବନାରସୀ ପାନ ବୋଲି ଯେଉଁ ନାମ ଡ଼ାକ, ସେଇ ପାନ କହିଲେ ମୁଖ୍ୟତଃ ଗଞ୍ଜାମର ପାନପତ୍ରକୁ ହିଁ ବୁଝାଇଥାଏ, ପାନର ମସଲା ଅବଶ୍ୟ ଭିନ୍ନ . .