admin

admin

ସତ୍ୟବାଦୀ ବାଣୀମଞ୍ଚର ମନସ୍ବୀସ୍ରଷ୍ଟା ସନ୍ଥ ପଣ୍ଡିତ ନୀଳକଣ୍ଠ ଦାସ 

ଆନନ୍ଦ ଦାଶ ଓ ହାରାଦେବୀଙ୍କ କୋଳମଣ୍ଡନ କଲା ପୁତ୍ରସନ୍ତାନଟିଏ। ସାତଟି କନ୍ୟା ସନ୍ତାନର ଜନକଜନନୀ ବାଲିଆର ନୀଳକଣ୍ଠେଶ୍ଵର ମହାଦେବଙ୍କ ପାଖରେ ଅଧିଆ ପଡି ସନ୍ତାନଟିଏ ପାଇଥିବାରୁ ପୁଅର ନାଁ ସରାଗରେ ଦେଲେ ନୀଳକଣ୍ଠ । କିନ୍ତୁ ଦାଶ ଦମ୍ପତି କି ଜାଣିଥିଲେ ସେ ପିଲା ଦିନେ ନିଜ ନାମକୁ ସାର୍ଥକ କରି 'ନୀଳକଣ୍ଠ' ବନିଯିବ -- ସମାଜର କଳୁଷପଙ୍କର ବିଷକୁ ପିଇ ପିଇ ! ସମାଜର ତାଡନା ସହି ସହି . .

ବେଜେଲଗେଟ ହତ୍ୟାକାଣ୍ଡ

ଉପସ୍ଥାପନା: ନିରଞ୍ଜନ ସାହୁ ଓଡ଼ିଶାର ରଣପୁର । ତଦନାନ୍ତୀନ ରଣପୁର ରାଜ୍ୟ। ପ୍ରଜା ଆନ୍ଦୋଳନରେ ଭୀତତ୍ରସ୍ତ ରାଜା ଏବଂ ବ୍ରିଟିଶ ଶାସନ। ପ୍ରଜାମାନଙ୍କର ଅସନ୍ତୋଷ ଦିନୁଁ ଦିନ ଦାନା ବାନ୍ଧୁଥାଏ। ଦିବାକର ପରିଡ଼ା ଓ ରଘୁନାଥ ମହାନ୍ତିଙ୍କ ନିଷ୍ଠାପର ଉଦ୍ୟମ ଫଳରେ ପ୍ରଜାମଣ୍ଡଳ ଆନ୍ଦୋଳନ ଅଭୂତପୂର୍ବ ରୂପ ନେଉଥାଏ। ସେହି କଥା ଚିନ୍ତା କରି ରାଜା…

ପାନ ଓ ଆମ ସଂସ୍କୃତି

ଓଡ଼ିଆ ଘରେ ପିଲାଠୁ ବୁଢ଼ା ଯାଏଁ ବୟସ ନିର୍ବିଶେଷରେ ଅଧିକାଂଶ ପାନ ଖାଇବାରେ ଅଭ୍ୟସ୍ତ । ପାନ ପାଖରେ ଉଚ୍ଚନୀଚ୍ଚ, ବଡ଼ସାନ, ସ୍ତ୍ରୀ ପୁରୁଷର ଭେଦ ନ ଥାଏ ! ରଜାଠୁ ରଙ୍କ ସଭିଙ୍କର ଥାଏ ପାନ ପ୍ରତି ଦୁର୍ବଳତା ! ଓଡ଼ିଆ ର ଭୋଜିଭାତରେ ଶେଷରେ ପାନର ବ୍ୟବସ୍ଥା ନ ଥିଲେ ସେଠି ଯେମିତି ଭୋଜନର ପୂର୍ଣ୍ଣତା ଆସେନା ! ଏମିତିକି ପାନରେ ଅଭ୍ୟସ୍ତ ନ ଥିବା ଲୋକେ ବି ଭୋଜି ଶେଷରେ ପାନ ଖଣ୍ଡେ ପାଟିରେ ପୁରାଇବାକୁ ହେଳା କରେନି . .

ବ୍ରହ୍ମପୁରୀ ପାନ

ଉତ୍ତରପ୍ରଦେଶ ରାଜ୍ୟର ବହୁଳାଂଶ ଓ ବିହାର ପ୍ରଦେଶର କେତେକାଂଶରେ ଅନ୍ୟ ରାଜ୍ୟର ପାନ ତୁଳନାରେ ଲୋକପ୍ରିୟତା ହାସଲ କରିପାରିଥିଲା ଆମ ହିଞ୍ଜିଳିକାଟୁ ତଥା ଆଖପାଖ ଅଞ୍ଚଳର ପାନ ! ବନାରସୀ ପାନ ବୋଲି ଯେଉଁ ନାମ ଡ଼ାକ, ସେଇ ପାନ କହିଲେ ମୁଖ୍ୟତଃ ଗଞ୍ଜାମର ପାନପତ୍ରକୁ ହିଁ ବୁଝାଇଥାଏ, ପାନର ମସଲା ଅବଶ୍ୟ ଭିନ୍ନ . .

ମାତିଲି ଗୁଳିକାଣ୍ଡ

ଲେଖା: ଦେଵ ତ୍ରିପାଠୀ ୧୯୪୨ ସନ୍, ଅଗଷ୍ଟ ୮ । କୋରାପୁଟ ଜିଲ୍ଲା ମାଲ୍ୟବନ୍ତ ତାଲୁକର ମାତିଲି ଗ୍ରାମ । ସେଇ ଅଗଷ୍ଟ ଅତ୍ୟାଚାର କାଳରେ ଭୟାବହ ଘଟଣା ଥିଲା ମାତିଲି ଗୁଳିକାଣ୍ଡ । ସେ ଗ୍ରାମର ପ୍ରକୃତି କୋଳର ଅବହେଳିତ ଆଦିବାସୀମାନଙ୍କୁ ନେଇ ମୁକ୍ତିସଂଗ୍ରାମର ଅଗ୍ନିଶିଖା ଜାଳିଥିବା ତଥା ମହାତ୍ମାଗାନ୍ଧୀଙ୍କ ଉପଦେଶକୁ ଅକ୍ଷରେ ଅକ୍ଷରେ ପାଳନ…

ବାଲିଆପାଳର ଲାଲମାଟିରେ ପାନର ଇତିହାସ

କେଉଁଠି ବ୍ୟବସାୟକୁ ନେଇ, ଅବା କେଉଁଠି ପାନରସିକଙ୍କ ପାଇଁ ଅବା କେଉଁଠି ଦିଅଁଙ୍କ ନୀତି ସହ ଯୋଡ଼ି ହୋଇ ପାନର ମହନୀୟତା ପ୍ରସ୍ଫୁଟିତ ହୋଇଥିଲା; କେଉଁଠି ପାନ ବ୍ୟବସାୟୀମାନେ ଯାବତୀୟ Value Addition କରିବା ସହିତ ନିଜ ନିଜର ବଜାର ଅଂଶ ବଢାଇ ପାରିବାର ସୁଯୋଗ ପାଇଥିଲେ, ମାତ୍ର ବ୍ୟାସଭୂମି ବାଲେଶ୍ଵର ଜିଲ୍ଲାର ପାନଚାଷୀ ଲଢିଚାଲିଥିଲେ ସଂଗ୍ରାମ, ନିଜ ପାନବରଜ ସୁରକ୍ଷା ପାଇଁ, ପାନ ଓ ବରଜକୁ ନେଇ ଯେଉଁ ଆବେଗରେ ବାନ୍ଧି ହୋଇଯାଇଥିଲେ, ସେଇ ଆବେଗଟିକକକୁ ଆବୋରି ଧରି କେତେ ସଂଘର୍ଷ କରିନାହାଁନ୍ତି ସେମାନେ . .

ଓଡ଼ିଶାରେ ପାନଚାଷର ପରମ୍ପରା

ଏମିତି ଲତାଟିଏ ଯେଉଁ ଥିରେ ନା ଫୁଲ ଫୁଟେ ନା ଫଳ ଧରେ, ଖାଲି ଡାଳି ଓ ପତ୍ର । ପାନଗଛ ଓ 'ବରଜ'କୁ ଲୋକେ ଦେବୀକାଳୀ ରୂପେ ପୂଜା କରନ୍ତି । ସେଥିପାଇଁ ପାନବରଜକୁ ପାନତୋଳିବାକୁ ଯିବାବେଳେ କେତେଗୁଡ଼ିଏ ସତର୍କତା ଅବଲମ୍ବନ କରିବାକୁ ହୁଏ । ଦାନ୍ତ ଘଷୁଥିବା ସମୟରେ, ଶୌଚ ନ ହୋଇ, ମଇଳା ଲୁଗା ପିନ୍ଧି, ଜୋତାଚପଲ ପିନ୍ଧି ବରଜ ଭିତରକୁ ପ୍ରବେଶ କଲେ କିମ୍ବା ପାନପତ୍ର ତୋଳିଲେ ପାନଗଛ ମରିଯାଏ ବୋଲି ଲୋକମୁଖରେ ପରିଚିତ . .

ଓଡ଼ିଆଙ୍କ ପାନ

ବଟୁଆର ପାନ ମଧ୍ୟ ଦୁନିଆକୁ ଦେଖାଏ ଓଡ଼ିଆ ଜାତିର ମହାନତା ! ଓଡ଼ିଆକୁ ପର ହାତଭଙ୍ଗା ପାନ ରୁଚେନା ! ଗାଁ ଗହଳିରେ ଓଡ଼ିଆ ଘରକୁ ଅତିଥି ଆସିଲେ, ଓଡ଼ିଆ ଅଣଓଡ଼ିଆ ବାବୁଙ୍କ ପରି ଚୂନଟିକିଏ, ଗୁଆ ନିଖିଏ ରେ ଚେପଟା ପାନଖଣ୍ଡେ ଲବଙ୍ଗ ମାରି ଆଣି ଦିଏନା । ସେ ଆଣି ଥୋଇଦିଏ ତା'ର ବଟୁଆ ବା ପାନପେଡି ! ବଟୁଆରେ ପାନ ଅଛି, ଚୂନ ଅଛି, ଗୁଆ ଅଛି, ଖଇର, ଜାଇଫଳ, ଗୁଣ୍ଡି, ଅଳେଇଚ ସବୁ ଅଛି, ଅତିଥିଦେବତା ତାଙ୍କ ମନକୁ ପାଇଲା ପରି ପାନ ଦି' ଖଣ୍ଡ ଭାଙ୍ଗିନେବେ . .

ପାଲୁରୁ ବନ୍ଦର

ଲେଖା: ଦେଵ ତ୍ରିପାଠୀ ଦିନ ଥିଲା ! ସଦାଭାଇବ୍ରାଣ୍ଟ ରେଶମନଗରୀ ବ୍ରହ୍ମପୁରଠାରୁ ୩୨କି.ମି. ଦୂର ଉତ୍ତର-ପୂର୍ବ ଋଷିକୂଲ୍ୟା ନଦୀତୀରର ସାମାନ୍ୟ ଉପର ପଟେ ଅବସ୍ଥିତ ବନ୍ଦରଟି ଦେଇ ଦିନେ ପାଟଲୁଗା, ଶାଢ଼ୀ, ହାତୀଦାନ୍ତ, ମଖମଲି କନା, ନଡ଼ିଆ ପ୍ରମୁଖ ସାମଗ୍ରୀ ଉତ୍କଳ ଭୂମିରୁ ରପ୍ତାନି ହେଉଥିଲା ! ଇଣ୍ଡୋନେସିଆ, ଜାଭା, ସୁମାତ୍ରା, ବାଲି, ବୋର୍ଣ୍ଣିଓ, ବ୍ରହ୍ମଦେଶ…