Our Action

କଲଣ ଗ୍ରାମରେ ଐତିହାସିକ ପ୍ରାଚୀନ ବୌଦ୍ଧକୀର୍ତ୍ତି ଆବିଷ୍କୃତ

~ କଲଣ ଗ୍ରାମରେ ଐତିହାସିକ ପ୍ରାଚୀନ ବୌଦ୍ଧକୀର୍ତ୍ତି ଆବିଷ୍କୃତ ~
୧ ଏପ୍ରିଲ ୨୦୨୫: ଆଜି ପବିତ୍ର #ଉତ୍କଳ_ଦିବସ ଅବସରରେ ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ #କଲଣ ଗ୍ରାମ ସ୍ଥିତ ଲିଟିଲ୍ ଟୁଇଙ୍କିଲ୍ ଇଂରାଜୀ ବିଦ୍ୟାଳୟର ଜମିରେ କିଛି ପୁରାତନ ପ୍ରସ୍ତରର ସ୍ତମ୍ଭ ଓ ଶିଳାଲେଖ ବାହାରିଛି।
ଲିଟିଲ୍ ଟୁଇଙ୍କିଲ୍ ଇଂରାଜୀ ବିଦ୍ୟାଳୟର ପ୍ରତିଷ୍ଠାତା ଶ୍ରୀ ବିଦ୍ୟାଧର ସାହୁ, ସାଂସ୍କୃତିକ ଅନୁଷ୍ଠାନ ଅନ୍ତରଙ୍ଗ କଳିଙ୍ଗ ଫାଉଣ୍ଡେସନର ସଭାପତି ନିରଞ୍ଜନ ସାହୁ, ମଧୁପୁର ମହାବିଦ୍ୟାଳୟ ଓଡ଼ିଆ ବିଭାଗ ମୁଖ୍ୟ ଡ. ସତ୍ୟପ୍ରିୟ ସାହୁ ଓ ସାମାଜିକ ଅନୁଷ୍ଠାନ ସାଥୀ ଓ ସାରଥୀର ସମ୍ପାଦକ ଶ୍ରୀ ପୁରୁଷୋତ୍ତମ ଖୁଣ୍ଟିଆ ସେହି ଜମି ମଧ୍ୟରେ ଛିଡ଼ା ହୋଇ କିଛି ଶ୍ରମିକଙ୍କ ସହାୟତାରେ ସାମାନ୍ୟ ଖନନ କାର୍ଯ୍ୟ ଆରମ୍ଭ କରିଥିଲେ। ଦୁଇଟି ସ୍ତମ୍ଭ ପ୍ରାୟ ଚାରି ଫୁଟ ଉଚ୍ଚତା ବିଶିଷ୍ଟ ଦେଖିବାକୁ ମିଳିବା ପରେ ଆଉ ଏକ ବଡ଼ ଖଣ୍ଡିତ ପଥର ଅକ୍ଷର ଖୋଦେଇ ହୋଇଥିବାର ଲକ୍ଷ୍ୟ କରାଯାଇଥିଲା, ଯାହା ସମ୍ପୂର୍ଣ୍ଣ ଭାବେ ଅସ୍ପଷ୍ଟ; ହୁଏତ ବହୁ ପୁରାତନ ହୋଇଥିବାରୁ ଅକ୍ଷର ଜାଣିବା ନିହାତି କଷ୍ଟକର।
(୧୯୯୫ ମସିହାରେ ଖନନରୁ ଆବିଷ୍କୃତ ବୁଦ୍ଧମୂର୍ତ୍ତି )
ପ୍ରକାଶ ଥାଉ କି ପୂର୍ବରୁ ପ୍ରାୟ ୧୯୯୫ ମସିହାରେ ଏହି କଲଣ ଗ୍ରାମରୁ ଏକ ବୋୖଦ୍ଧମୂର୍ତ୍ତି ଆବିଷ୍କୃତ ହୋଇଛି, ଯାହା ଏବେ #ମଧୁପୁର ମହାବିଦ୍ୟାଳୟରେ ସୁରକ୍ଷିତ କରି ରଖାଯାଇଛି ଗ୍ରାମବାସୀଙ୍କ ଦ୍ୱାରା। ସେହି ଆବିଷ୍କୃତ ବୁଦ୍ଧଦେବଙ୍କ ମୂର୍ତ୍ତି #ଭୌମକର ମାନଙ୍କର ରାଜୁତି ସମୟର ବୋଲି କିଛି ବିଶେଷଜ୍ଞ, ଗବେଷକ ଅନୁମାନ କରନ୍ତି। ଏବେ ଆବିଷ୍କୃତ ପଥର ସ୍ତମ୍ଭଗୁଡ଼ିକ ବିଦ୍ୟାଳୟ ଜମି ମଧ୍ୟରେ ଥିବା ପୋଖରୀ ହୁଡ଼ାରେ ସେହିପରି ଅକ୍ଷତ ଅବସ୍ଥାରେ ରହିଅଛି। ଏହି ସମସ୍ତ କଥାକୁ ବିଚାରକୁ ନେଇ ଏହା ଉପରେ ପ୍ରତ୍ନତତ୍ତ୍ଵ ବିଭାଗ ଦୃଷ୍ଟି ଦେବାକୁ ଅନୁରୋଧ।
ଏହି ଖନନ କାର୍ଯ୍ୟ ବାବଦରେ, ଏତିକି କୁହାଯାଇପାରେ ଯେ, ବରିଷ୍ଠ ଗବେଷକ ପଦ୍ମଶ୍ରୀ ଡ. #ଅନ୍ତର୍ଯ୍ୟାମୀ ମିଶ୍ର ତାଙ୍କର #ପ୍ରାଚୀନ_ଉତ୍କଳ ପୁସ୍ତକରେ ପୂର୍ବରୁ ପ୍ରକାଶ କରିଛନ୍ତି ଯେ; ଭୌମକର ବଂଶର ରାଜୁତି ସମୟରେ ବ୍ରାହ୍ମଣୀ ଅବବାହିକାରେ ଅନେକ #ବୋୖଦ୍ଧ କୀର୍ତ୍ତି ଗଢ଼ି ଉଠିଥିଲା ଏବଂ କଲଣ ଗ୍ରାମ ଏକ ପେଣ୍ଠଗ୍ରାମର ମାନ୍ୟତା ଲାଭ କରିଥିଲା ଯାହା ବୋୖଦ୍ଧଭିକ୍ଷୁମାନଙ୍କର ଗ୍ରାସାଚ୍ଛାଦନ ନିମିତ୍ତ ଉଦ୍ଦିଷ୍ଟ ଥିଲା, ଏହି ଗାଆଁର ନିକଟତମ ଅଞ୍ଚଳ ସମୂହରେ ବାସ କରୁଥିବା ଭିକ୍ଷୁମାନଙ୍କର ଖର୍ଚ୍ଚ ଆଦି ଏଠାରୁ ଅମଳ ହେଉଥିବା ଶସ୍ୟ ବିକ୍ରୟ କରାଯାଇ ସେମାନଙ୍କ ଭରଣପୋଷଣ ନିର୍ବାହ ହେଉଥିଲା, ଯାହା ରାଜା ଖଞ୍ଜି ଦେଇଥିଲେ। ତେଣୁ ଇତିହାସ ତଥ୍ୟ ଉପରେ ଆଧାରିତ କଲଣର ସ୍ଵାତନ୍ତ୍ର୍ୟକୁ ଅସ୍ଵୀକାର କରାଯାଇ ନପାରେ ବୋଲି ଅନ୍ତରଙ୍ଗ କଳିଙ୍ଗ ଫାଉଣ୍ଡେସନର ସଭାପତି ନିରଞ୍ଜନ ସାହୁ ମତ ପ୍ରକାଶ କରିଛନ୍ତି।
ଏହି ସ୍ତମ୍ଭ ଆବିଷ୍କୃତ ହେବା ପରଠାରୁ ଏଠାର ବୁଦ୍ଧିଜୀବିମାନେ ଅଧିକ ଆଶାବାଦୀ ହୋଇ ପଡ଼ିଛନ୍ତି ଓ ଏହା ଉପରେ ପ୍ରତ୍ନତତ୍ତ୍ଵ ବିଭାଗ ଦୃଷ୍ଟି ଦେବାକୁ ଅନୁରୋଧ କରିଛନ୍ତିି। ଉକ୍ତ ପ୍ରତ୍ନତାତ୍ତ୍ୱିକ ଆବିଷ୍କାର ବାବଦରେ ଅନୁସନ୍ଧିତ୍ସୁ ସୁଧୀବୃନ୍ଦ ଆବଶ୍ୟକ ମନେ କଲେ ଅନ୍ତରଙ୍ଗ କଳିଙ୍ଗ ଫାଉଣ୍ଡେସନର ନିରଞ୍ଜନ ସାହୁ ମହୋଦୟଙ୍କୁ 94371 31981 ନମ୍ବରରେ ଯୋଗାଯୋଗ କରିପାରିବେ ।
ତେବେ ନିକଟସ୍ଥ ସିଂହାପୁର ପୋଖରୀ ତ କ୍ଷୁଦ୍ର ବୌଦ୍ଧ ସ୍ତୁପରେ ଭର୍ତ୍ତି l ଏଣୁ ନିଃସନ୍ଦେହରେ ଏହା ଏକ ପ୍ରାଚୀନ ବୌଦ୍ଧ କ୍ଷେତ୍ର l ଏବେ ସେ ସବୁ ସ୍ତୁପ ଉପରେ ପ୍ରତ୍ନତତ୍ତ୍ୱ ବିଭାଗ ଦୃଷ୍ଟି ଅଛି କି ନାହିଁ କେଜାଣି !
Ancient Buddhist heritage discovered in Kalan village
Archaeological Discovery
Archaeological finding
Archaeological unearthing
Archaeological excavation
Archaeological relic
Ancient remains
Niranjan Sahu
Spread the love
Antaranga Kalinga

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

2 weeks ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

3 weeks ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

4 weeks ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

2 months ago