ଲେଖା: ବନ୍ଧନ ଦଳେଇ
ଦୁର୍ଗା ମାଧବଙ୍କ ଉପାସନାର ଅନନ୍ୟ ପରମ୍ପରା ଦେବୀ ଗୁଣ୍ଡିଚା ।
ଶ୍ରୀମନ୍ଦିରରେ ବାରମାସରେ ତେରପର୍ବ ଓ ନାନାପ୍ରକାର ପର୍ବପର୍ବାଣି ମଧ୍ୟରେ ଦୁର୍ଗାପୂଜା ଏକ ବ୍ୟତିକ୍ରମ। ଆଶ୍ୱିନ କୃଷ୍ଣ ଅଷ୍ଟମୀ ଠାରୁ ଶ୍ରୀମନ୍ଦିରରେ ବିମଳାଙ୍କର #ଷୋଳପୂଜା ଆରମ୍ଭ ହୁଏ।
“ଉତ୍କଳେ ନାଭି ଦେଶଶ୍ଚ,ବିମଳା ପୁରୁଷୋତ୍ତମେ
ବିମଳା ଭୈରବୀ ସାକ୍ଷାତ୍ ଜଗନ୍ନାଥସ୍ତୁ ଭୈରବଃ”
ଶ୍ରୀ ମନ୍ଦିରରେ ଆଶ୍ୱିନ ମାସକୃଷ୍ଣ ଅଷ୍ଟମୀରୁ ମହାମାୟୀ ଦୁର୍ଗାଙ୍କ ଷୋଡଦିନାତ୍ମକ ପୁଜା ଆରମ୍ଭ ହୁଏ। ଯାହା #ଶାକ୍ତ_ଗୁଣ୍ଡିଚା ବା #ଗୁପ୍ତ_ଗୁଣ୍ଡିଚା ନାମରେ ଖ୍ୟାତ। ସେଦିନ ସୁଭଦ୍ରାଙ୍କଠାରୁ #ଆଜ୍ଞାମାଳ ନେଇ ବିମଳାଙ୍କ ମୂର୍ତ୍ତିକୁ ବିଜେ କରାଯାଏ, ଏବଂ ଜଗନ୍ନାଥଙ୍କ ଆଜ୍ଞାମାଳ ନେଇ ମାଧବଙ୍କୁ ଅଣାଯାଏ।
ଦୁର୍ଗା ଓ ମାଧବଙ୍କୁ ଏକତ୍ର ରଖି ପ୍ରଥମ ଆଠଦିନ ବିମଳା ମନ୍ଦିରରେ ପୂଜା ହୁଏ। ତା’ପରେ ଦୁର୍ଗା ମାଧବଙ୍କୁ #ଭଦ୍ରାସନ ବିମାନରେ ରୁନ୍ଧା ହୋଇ ଦୋଳମଣ୍ଡପ ସାହି ନାରାୟଣୀ ମନ୍ଦିରରେ ରଖାଯାଏ, ଯାହା କି ଦେବୀ ଗୁଣ୍ଡିଚା ନାମରେ ପ୍ରଚଳିତ।
©ବନ୍ଧନ ଦଳେଇ Bandhan Dalai