Physical Address
Sai Samarpanam, Satya Vihar, Bhubaneswar
ଲେଖା: ଅରବିନ୍ଦ ମହାନ୍ତି
ଆଶ୍ୱିନ ମାସ ଶୁକ୍ଳପକ୍ଷର ପ୍ରତିପଦରୁ ନବଦିନାତ୍ମକ ପୂଜା ଆରମ୍ଭ ହୁଏ। ଏହା ଶାରଦୀୟ ନବରାତ୍ରୀ ନାମରେ ପ୍ରସିଦ୍ଧ। ସିଂହବାହିନୀ ଦେବୀ ଦୁର୍ଗା ଏବର୍ଷ ଗଜବାହନରେ ବିଜେ କରିଅଛନ୍ତି। ବର୍ଷଟି କିପରି କଟିବ ଦେବୀଙ୍କ ବାହାନ ଉପରେ ନିର୍ଭର କରିଥାଏ ବୋଲି ଭକ୍ତମାନେ ବିଶ୍ୱାସ ରଖିଥାନ୍ତି।
ବିଶ୍ୱାସ ରହିଛି ଯେ ନବରାତ୍ରୀର ପ୍ରଥମ ଦିନ ସୋମବାର କିମ୍ବା ରବିବାରରେ ପଡ଼ିଲେ ଦେବୀ ଗଜବାହନରେ ଆସନ୍ତି। ଶନିବାର କିମ୍ବା ମଙ୍ଗଳବାରରେ ପଡ଼ିଲେ ମାଆ ଘୋଡ଼ା ବାହାନରେ ଆସନ୍ତି। ଗୁରୁବାର କିମ୍ବା ଶୁକ୍ରବାରରେ ପଡ଼ିଲେ ଦୋଳିରେ ବସି ଆସନ୍ତି। ବୁଧବାର ହୋଇଥିଲେ ଦେବୀ ନୌବାହାନରେ ଆସନ୍ତି । ବିଶ୍ୱାସ ରହିଛି ଯେ ଦେବୀ ଘୋଡ଼ାରେ ଆସିଲେ ପଡ଼ୋଶୀ ଦେଶ ସହ ଯୁଦ୍ଧ ସମ୍ଭାବନା ଥାଏ। ନୌବାହନ ଉପରେ ଆସିଲେ ମନସ୍କାମନା ପୂରା ହୋଇଥାଏ ଓ ଦୋଳିରେ ବସି ଆସିଲେ ମହାମାରୀ ଭୟ ରହିଥାଏ।