| ଲେଖା: ଶିଶିର ସାହୁ ମନୋଜ ଜୟନ୍ତୀ ଶବ୍ଦର ଅନେକ ଅର୍ଥ ରହିଛି । ଆଜି ଏକ ନାମଵାଚକ ଶବ୍ଦ ଭାଵେ ଏହା ଓଡ଼ିଶାରେ ଲୋକପ୍ରିୟ ଅଟେ । ତେଵେ ପୁରାଣରେ ଇନ୍ଦ୍ରଙ୍କ କନ୍ଯା, ପାର୍ଵତୀ ଓ ଦୁର୍ଗାଙ୍କୁ ଜୟନ୍ତୀ କୁହାଯାଇଛି । ପୁରାଣୋକ୍ତ ଆଠଜଣ ଦେଵୀଙ୍କ ମଧ୍ୟରେ ଜୟନ୍ତୀ ଅନ୍ୟତମ । ସେହି ଆଠଜଣ ଦେଵୀ ହେଲେ, ଯେଉଁ ସ୍ତ୍ରୀ ସର୍ଵଦା ଵିଜୟ ଲାଭ କରେ ତାକୁ ମଧ୍ୟ ଜୟନ୍ତୀ କୁହାଯାଏ । କେତେକ ଜାତୀୟ ପାଦପଙ୍କୁ ମଧ୍ୟ ଜୟନ୍ତୀ କୁହାଯାଏ । ଜ୍ଯୋତିଷ ଶାସ୍ତ୍ର ଅନୁଯାୟୀ ଶ୍ରାବଣ କୃଷ୍ଣ ଅଷ୍ଟମୀ ଅର୍ଦ୍ଧରାତ୍ରର କଳାମାତ୍ର ଅଧଃ ବା ଉର୍ଦ୍ଧ୍ଵରେ ରୋହିଣୀ ନକ୍ଷତ୍ରଯୁକ୍ତ ହେଲେ ଯେଉଁ ଶୁଭଯୋଗ ହୁଏ ତାକୁ ମଧ୍ୟ ଜୟନ୍ତୀ କୁହାଯାଇଥାଏ । ଵିଷ୍ଣୁ ପୁରାଣରେ ଏହିଦିନକୁ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ କୁହାଯାଇଛି କିନ୍ତୁ ଭାରତରେ ଅଧିକାଂଶତଃ ଭାଦ୍ର କୃଷ୍ଣ ଅଷ୍ଟମୀକୁ ହିଁ ଜନ୍ମାଷ୍ଟମୀ ଭାଵେ ପାଳନ କରାଯାଇଥାଏ । ପତାକା ଵା Flag ଶବ୍ଦର ଏକ ଶାସ୍ତ୍ରୀୟ ପ୍ରତିଶବ୍ଦ ହେଉଛି ଜୟନ୍ତୀ । ସନାତନୀମାନେ ଵର୍ଷକ ମଧ୍ଯରେ ଯେଉଁ ୬ଗୋଟି ପ୍ରଧାନ ଵ୍ରତ ପାଳନ କରିଥାନ୍ତି ସେଗୁଡି଼କୁ ମଧ୍ଯ ଜୟନ୍ତୀ କୁହାଯାଏ । ସେହି ଛଅଟି ମୁଖ୍ଯ ଉପଵାସ ଵ୍ରତ ହେଲା ସେହିପରି ଆଧୁନିକ ମୁଖଲିଙ୍ଗମ୍’ର ପ୍ରାଚୀନ ନାମ ଥିଲା ଜୟନ୍ତୀ କ୍ଷେତ୍ର । ଆଗେ କେଵଳ ଈଶ୍ଵରଙ୍କ ସ୍ଵନକ୍ଷତ୍ର ଦିଵସକୁ ଜୟନ୍ତୀ କୁହାଯାଉ ଥିଲା ଏଵଂ ଷଡ଼ଜୟନ୍ତୀର କଳ୍ପନା କରାଯାଇଥିଲା । ଆଜି ଆଧୁନିକ ଯୁଗରେ ବଡ଼ ଲୋକଙ୍କ ଜନ୍ମତିଥିକୁ ମଧ୍ୟ ଜୟନ୍ତୀ ନାମ ଦେଇ ପାଳନ କରିଵାର ପରମ୍ପରା ଆରମ୍ଭ ହୋଇଛି !!! ତେଵେ ସେହିଭଳି ଜୟନ୍ତୀ ଶବ୍ଦର ମଧ୍ଯ ନିମ୍ନ ଅର୍ଥ ରହିଛି, ୧. ଵିଜୟୀ | |
~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…
ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…
~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ କାହିଁ କେଉଁ ଆଦି ଅନାଦି କାଳରୁ ଏହି…
~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…
ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…