ଲେଖା: ମିହିର ପଟ୍ଟନାୟକ
ଶ୍ରୀମନ୍ଦିରରେ ଅନୁଷ୍ଠିତ ଶ୍ରୀଜୀଉମାନଙ୍କ ବିଶେଷ ବେଶ ମଧ୍ୟରେ ଶ୍ରୀ ବଳଭଦ୍ରଙ୍କୁ ନେଇ ୨ଟି ବେଶ ପରିକଳ୍ପନା କରାଯାଇଛି। ଭାଦ୍ରବ ମାସରେ ପ୍ରଳମ୍ବାସୁର ବଧ ବେଶ ଭଳି କାର୍ତ୍ତିକ ମାସରେ ହରିହର ବେଶରେ ସଜ୍ଜିତ ହୁଅନ୍ତି ବଡ଼ଠାକୁର ଶ୍ରୀ ବଳଭଦ୍ର
କାର୍ତ୍ତିକ ମାସରେ ହେଉଥିବା ନୀତି ରାଧାଦାମୋଦର ବେଶ ଭଳି ପ୍ରାୟତଃ ଦିଶୁଥିବା ଏହି ବେଶରେ ବସ୍ତ୍ରଭୂଷଣରେ ସମ୍ୟକ ପରିବର୍ତ୍ତନ ଦେଖିବାକୁ ମିଳେ। କାର୍ତ୍ତିକ ଅମାବାସ୍ୟା ବା ଦୀପାବଳୀଠାରୁ ପୂର୍ଣ୍ଣିମା ମଧ୍ୟରେ ପଡୁଥିବା ଗୋଟିଏ ନିର୍ଦ୍ଧାରିତ ସୋମବାର ଦିନ ଏହି ବେଶ ଅନୁଷ୍ଠିତ ହୋଇଥାଏ। ଯେଉଁଥିରେ ବଳଭଦ୍ରଙ୍କ ବିଗ୍ରହକୁ ଅଧା ଧଳା ଓ ଅଧା କଳା ବସ୍ତ୍ରରେ ବେଶ କରାଯାଏ।
(ମୁଖଲିଙ୍ଗସ୍ଥିତ ସୋମେଶ୍ୱର ଦେଉଳର ହରିହର ମୂର୍ତ୍ତି)
ଓଡ଼ିଆ ପରମ୍ପରାରେ ଧବଳ ବର୍ଣ୍ଣ ହେଉଛି ଶଙ୍କର ଶିବଙ୍କର ପ୍ରତୀକ ଓ କୃଷ୍ଣ ବା କଳା ବର୍ଣ୍ଣ ହେଉଛି ଭଗବାନ ବିଷ୍ଣୁଙ୍କ ପ୍ରତୀକ। ଏଣୁ ଏହି ଦୁଇ ରଙ୍ଗକୁ ହରିହର ବେଶରେ ବ୍ୟବହାର କରାଯାଏ। ଖାଲି ସେତିକି ନୁହେଁ ଶ୍ରୀମନ୍ଦିର ପରମ୍ପରାରେ ବାସୁଦେବ ମନ୍ତ୍ରରେ ପୂଜିତ ବଳଭଦ୍ର ମହାପ୍ରଭୁଙ୍କ ଏହି ବେଶ ସମୟରେ ଶ୍ରୀକଣ୍ଠ ନ୍ୟାସ କରାଯାଇଥାଏ, ଯାହା ଭଗବାନ ଶିବଙ୍କ ନ୍ୟାସ ଅଟେ।
ହରି ଓ ହର ଅଭିନ୍ନ ଓ ଏକାତ୍ମ । ଆଉ ଏଇ ଭାବାବଲମ୍ବୀଙ୍କ ପାଇଁ ଠିଆ ହୋଇଛି ଜଗନ୍ନାଥ ସଂସ୍କୃତି । ତାହା ପ୍ରମାଣିକ କରିବାକୁ ସମ୍ଭବତଃ ଏହି ବେଶର ସୃଷ୍ଟି। ଚତୁଃମାସ୍ୟ ବ୍ରତ ଉଦଯାପନ ପୂର୍ବରୁ ଯେଭଳି ବିଷ୍ଣୁଙ୍କ ପାଇଁ ବଡ଼ ଏକାଦଶୀ (ହରି ଉତ୍ଥାପନ) ଓ ଶିବଙ୍କ ପାଇଁ ବଡଓଷା (ଶିବ ଚତୁର୍ଦ୍ଦଶୀ) ନିର୍ଦ୍ଧାରୀତ ହୋଇଛି, ସେହିଭଳି ଦୁହିଁଙ୍କୁ ରତ୍ନସିଂହାସନରେ ଏକତ୍ର ଉପାସନାର ଆଧାର ଦେବାକୁ ହରିହର ବେଶ ପରିକଳ୍ପିତ ହୋଇଛି ବୋଲି କୁହାଯାଇପାରେ।
ଫୋଟୋ : ଇଣ୍ଟରନେଟ
admin

Recent Posts

ଘୁଡ଼ୁକି

ଗବେଷଣା ଓ ଉପସ୍ଥାପନା: ଡ. ବାୟାମନୁ ଚର୍ଚି ଘୁଡ଼ୁକି ଏକ ବାଦ୍ୟ । ପତର ସଉରା ଓ କେଳା ସମ୍ପ୍ରଦାୟର…

1 year ago

ବାସୁଦେବ ସୁଢ଼ଳଦେବ

ଲେଖା: ନିରଞ୍ଜନ ସାହୁ ~ବାସୁଦେବ ସୁଢ଼ଳଦେବ ~ ଅନେକ ନୃପତି ଅଛନ୍ତି । କିଏ ଉତ୍ତରାଧିକାର ସୂତ୍ରରେ, କିଏ ବାହୁବଳରେ,…

2 years ago

ମହିମା ମେଳା

ଲେଖା: ନିରଞ୍ଜନ ସାହୁ ~ ମହିମା ମେଳା ~ ଯାହା ମନେପଡ଼େ ଏମିତିରେ ପ୍ରାୟ ଅନେକ କିଛି ବର୍ଷ ତଳର…

2 years ago

କଂସା ବାସନ

ଲେଖା: ଡ. ଜୟଶ୍ରୀ ନନ୍ଦ ~ କଂସା ବାସନ ~ ଆମ ରାଜ୍ୟ ପରା ଶ୍ରୀଜଗନ୍ନାଥଙ୍କର ପୁର ବା ଶ୍ରୀଜଗନ୍ନାଥଙ୍କର…

2 years ago

ତୁଳସୀ ପୂଜା

ଲେଖା: ଡ. ଜୟଶ୍ରୀ ନନ୍ଦ   ~ ତୁଳସୀ ପୂଜା ~ ତୁଳସୀ ପୂଜା ପ୍ରତି ଓଡିଆ ଘରର ପରମ୍ପରା…

2 years ago

ମଣ୍ଡା ପିଠା

ଲେଖା: ଡ. ଜୟଶ୍ରୀ ନନ୍ଦ ~ ମଣ୍ଡାପିଠା ~ ମଣ୍ଡା ପିଠା ଗୋଲ୍ ଗୋଲ୍, ଚାଲ ଯିବା ଚଣ୍ଡିଖୋଲ। ଲୋକଗୀତଟି…

2 years ago