ଲେଖା: ମିହିର ପଟ୍ଟନାୟକ
ଶ୍ରୀମନ୍ଦିରରେ ଅନୁଷ୍ଠିତ ଶ୍ରୀଜୀଉମାନଙ୍କ ବିଶେଷ ବେଶ ମଧ୍ୟରେ ଶ୍ରୀ ବଳଭଦ୍ରଙ୍କୁ ନେଇ ୨ଟି ବେଶ ପରିକଳ୍ପନା କରାଯାଇଛି। ଭାଦ୍ରବ ମାସରେ ପ୍ରଳମ୍ବାସୁର ବଧ ବେଶ ଭଳି କାର୍ତ୍ତିକ ମାସରେ ହରିହର ବେଶରେ ସଜ୍ଜିତ ହୁଅନ୍ତି ବଡ଼ଠାକୁର ଶ୍ରୀ ବଳଭଦ୍ର
କାର୍ତ୍ତିକ ମାସରେ ହେଉଥିବା ନୀତି ରାଧାଦାମୋଦର ବେଶ ଭଳି ପ୍ରାୟତଃ ଦିଶୁଥିବା ଏହି ବେଶରେ ବସ୍ତ୍ରଭୂଷଣରେ ସମ୍ୟକ ପରିବର୍ତ୍ତନ ଦେଖିବାକୁ ମିଳେ। କାର୍ତ୍ତିକ ଅମାବାସ୍ୟା ବା ଦୀପାବଳୀଠାରୁ ପୂର୍ଣ୍ଣିମା ମଧ୍ୟରେ ପଡୁଥିବା ଗୋଟିଏ ନିର୍ଦ୍ଧାରିତ ସୋମବାର ଦିନ ଏହି ବେଶ ଅନୁଷ୍ଠିତ ହୋଇଥାଏ। ଯେଉଁଥିରେ ବଳଭଦ୍ରଙ୍କ ବିଗ୍ରହକୁ ଅଧା ଧଳା ଓ ଅଧା କଳା ବସ୍ତ୍ରରେ ବେଶ କରାଯାଏ।
(ମୁଖଲିଙ୍ଗସ୍ଥିତ ସୋମେଶ୍ୱର ଦେଉଳର ହରିହର ମୂର୍ତ୍ତି)
ଓଡ଼ିଆ ପରମ୍ପରାରେ ଧବଳ ବର୍ଣ୍ଣ ହେଉଛି ଶଙ୍କର ଶିବଙ୍କର ପ୍ରତୀକ ଓ କୃଷ୍ଣ ବା କଳା ବର୍ଣ୍ଣ ହେଉଛି ଭଗବାନ ବିଷ୍ଣୁଙ୍କ ପ୍ରତୀକ। ଏଣୁ ଏହି ଦୁଇ ରଙ୍ଗକୁ ହରିହର ବେଶରେ ବ୍ୟବହାର କରାଯାଏ। ଖାଲି ସେତିକି ନୁହେଁ ଶ୍ରୀମନ୍ଦିର ପରମ୍ପରାରେ ବାସୁଦେବ ମନ୍ତ୍ରରେ ପୂଜିତ ବଳଭଦ୍ର ମହାପ୍ରଭୁଙ୍କ ଏହି ବେଶ ସମୟରେ ଶ୍ରୀକଣ୍ଠ ନ୍ୟାସ କରାଯାଇଥାଏ, ଯାହା ଭଗବାନ ଶିବଙ୍କ ନ୍ୟାସ ଅଟେ।
ହରି ଓ ହର ଅଭିନ୍ନ ଓ ଏକାତ୍ମ । ଆଉ ଏଇ ଭାବାବଲମ୍ବୀଙ୍କ ପାଇଁ ଠିଆ ହୋଇଛି ଜଗନ୍ନାଥ ସଂସ୍କୃତି । ତାହା ପ୍ରମାଣିକ କରିବାକୁ ସମ୍ଭବତଃ ଏହି ବେଶର ସୃଷ୍ଟି। ଚତୁଃମାସ୍ୟ ବ୍ରତ ଉଦଯାପନ ପୂର୍ବରୁ ଯେଭଳି ବିଷ୍ଣୁଙ୍କ ପାଇଁ ବଡ଼ ଏକାଦଶୀ (ହରି ଉତ୍ଥାପନ) ଓ ଶିବଙ୍କ ପାଇଁ ବଡଓଷା (ଶିବ ଚତୁର୍ଦ୍ଦଶୀ) ନିର୍ଦ୍ଧାରୀତ ହୋଇଛି, ସେହିଭଳି ଦୁହିଁଙ୍କୁ ରତ୍ନସିଂହାସନରେ ଏକତ୍ର ଉପାସନାର ଆଧାର ଦେବାକୁ ହରିହର ବେଶ ପରିକଳ୍ପିତ ହୋଇଛି ବୋଲି କୁହାଯାଇପାରେ।
ଫୋଟୋ : ଇଣ୍ଟରନେଟ
Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

2 weeks ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

3 weeks ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

4 weeks ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

2 months ago