ଲେଖା: ଶିଶିର ସାହୁ ମନୋଜ

ଯେଉଁମାନେ ଉପରୋଧ ନ ରଖି ଯାହା ଇଚ୍ଛା ତାହା କହିଦିଅନ୍ତି ତାଙ୍କୁ ହରମୁହାଁ କୁହାଯାଏ । ଏ ଶବ୍ଦ ଆଗେ ଗଡ଼ଜାତରେ ଚଳୁଥିଵା ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଉଲ୍ଲେଖ ରହିଛି । ଏ ଶବ୍ଦରେ ଥିଵା  “ହର” ଶବ୍ଦଟି ଏକ ଆରବୀ ଶବ୍ଦ ଯାହା ମୁହଁ ଶବ୍ଦ ସହିତ ଯୁକ୍ତ ହୋଇ ହରମୁହାଁ ଶବ୍ଦ ଗଠିତ ହୋଇଛି । ଆରବୀ ହର ଶବ୍ଦ ଯୁକ୍ତ ହୋଇ ଅନେକ ଶବ୍ଦ ଗଡ଼ଜାତରେ ଵ୍ଯଵହୃତ ହୁଏ । ଯେମିତିକି ହର୍’ରଙ୍ଗିଆ, ହରେକ୍’ମାଲ୍ ଇତ୍ୟାଦି ଇତ୍ୟାଦି ।

ଓଡ଼ିଆ ଲୋକ ଏହି ଅର୍ଥରେ ଵ୍ଯଵହୃତ ଇଂରାଜୀ ଶବ୍ଦ straight forward ଵିଷୟରେ ନିଶ୍ଚୟ ଜାଣିଥିଵେ କିନ୍ତୁ ଆପଣା ଭାଷାରେ ମଧ୍ୟ ଏହି ଶବ୍ଦର ଅନେକ ପ୍ରତିଶବ୍ଦ ରହିଛି ବୋଲି ସେମାନେ କେଵେ ବି ଅନୁସନ୍ଧାନ କରନ୍ତି ନାହିଁ ।

ତେଵେ ହରମୁହାଁ ଶବ୍ଦର ଅନ୍ୟ ଓଡ଼ିଆ ପ୍ରତିଶବ୍ଦ ମଧ୍ୟ ରହିଛି, ଯଥା:
# କଟକଟିଆ
# କୁତୁଣ୍ଡା
# ମୁହଁ ବିଗାଡି଼ଆ ।

ହରମୁହାଁ ଲୋକେ ସାଧାରଣତଃ ନିର୍ଭୀକ ନିର୍ଲଜ୍ଜ ହୋଇ ସ୍ପଷ୍ଟ କଟୁ ସତ୍ଯ କହିଦେଇଥାନ୍ତି ।
# ସ୍ପଷ୍ଟଵାଦୀ
# କୁଵକ୍ତା
# ଦୁର୍ମୁଖ
# ଵାଗ୍ ଦୁଷ୍ଟ
# କଟୁଭାଷୀ
ଆଦି ଶବ୍ଦକୁ ଏଥିର ସଂସ୍କୃତ ପ୍ରତିଶବ୍ଦ କୁହାଯାଇପାରେ ।

ତେଵେ ହରମୁହାଁ ଲୋକଙ୍କ ସେଭଳି ଵାକ୍ଯ ଵ୍ଯଵହାରକୁ ଠୋପଟକା କଥା କୁହାଯାଏ । ହିନ୍ଦୀ ଭାଷାରେ ଏଭଳି କଥାଭାଷାକୁ ମୁଁଫଟ୍ କୁହାଯାଏ ଯାହାର ଓଡ଼ିଆ ସମଦ୍ଧୃତ ରୂପ ହେଉଛି ମୁହୁଁଫୋଡା଼ କଥା ।

କେହି କେହି କଟୁ ସତ୍ଯକୁ ଏତେ ଵ୍ଯଵସ୍ଥାପିତ କରି କହିଥାନ୍ତି ଯେ ଵିରୋଧୀ ପକ୍ଷର ଲୋକେ ଚୁପ୍ ହୋଇଯାଆନ୍ତି ସେଭଳି ଵାକ୍ଯ ଵ୍ଯଵହାରକୁ ଶାଣଦିଆ କଥା କୁହାଯାଏ । ସେହିପରି ସଂସ୍କୃତରେ ଏମନ୍ତ କଠୋର ଵ୍ଯଵହାରକୁ ପାରୁଷ୍ଯ କୁହାଯାଇଥାଏ ।

ଓଡ଼ିଆ ଭାଷାରେ ହାଣିଵା କ୍ରିୟା ଶବ୍ଦ ମଧ୍ୟ ଏହି ଅର୍ଥରେ ପ୍ରୟୋଗ ହୋଇଥାଏ । କାହାକୁ ନିଷ୍ଠୁର କଥା କହିବା ଵା କାହା ଉପରେ ଵାକ୍ଯବାଣ ପ୍ରୟୋଗ କରିବା ଅର୍ଥରେ ମଧ୍ଯ ହାଣିଵା କ୍ରିୟାର ଵ୍ଯଵହାର ରହିଛି । ଯଥା: “ତାକୁ ମୁଁ ମୁହେଁ ମୁହେଁ ହାଣିଦେଲି !”

© ଶବ୍ଦଭେଦ

Spread the love
admin

Recent Posts

ସର୍ପେଶ୍ୱର ମହାଦେବ

~ ସର୍ପେଶ୍ୱର ମହାଦେବ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଜନଶ୍ରୁତି ଅନୁସାରେ ଓଡ଼ିଶାର ପ୍ରାଚୀନ ଶୈବପୀଠ ଆଠଗଡ଼ ଅନ୍ତର୍ଗତ ବଳରାମପୁର…

2 weeks ago

ମହାଲକ୍ଷ୍ମୀ

~ ଶ୍ରୀମନ୍ଦିରରେ ମାଆ ମହାଲକ୍ଷ୍ମୀ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମାଆ ମହାଲକ୍ଷ୍ମୀ ହେଉଛନ୍ତି ଧନ, ଐଶ୍ୱର୍ଯ୍ୟର ଦେବୀ l…

2 weeks ago

ଅଟ୍ଟାଳି ଜଗନ୍ନାଥ

~ ଆଠଗଡ଼ ବିଜେ ମହାପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆଙ୍କ ସ୍ପନ୍ଦନ…

2 weeks ago

ପହିଲିଭୋଗ

~ ପହିଲିଭୋଗ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମକରସଂକ୍ରାନ୍ତି ପର୍ଯ୍ୟନ୍ତ ଏକମାସ ବ୍ୟାପି ଶ୍ରୀମନ୍ଦିରରେ ଆମ ମହାପ୍ରଭୁଙ୍କ ନିକଟରେ "ପହିଲିଭୋଗ"…

2 weeks ago

ବଳଦେବ ଉପାସନା

~ ବଳଦେବ ଉପାସନା ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଉତ୍କଳ ଭୂମିରେ ବଳଦେବ ଉପାସନାର ପରମ୍ପରା ପ୍ରାଚୀନ l ଶ୍ରୀମନ୍ଦିରରେ…

2 weeks ago

ତୁମେ ତ ଲୋକରେ ସାର

~ ତୁମେ ତ ଲୋକରେ ସାର ~ ସୌରଭିତ ସୃଷ୍ଟି: ଅନନ୍ତ ପଟ୍ଟନାୟକ  କମ୍ପି ଉଠୁଛି କଟକ ନଗର ଶୁଭୁଅଛି…

2 weeks ago