ଲେଖା: ଦେଵ ତ୍ରିପାଠୀ

କଟକ ସାହେବଜାଦା ବଜାରର ସେଇ ପୁରୁଣା ଦୁଇ ମହଲା କୋଠା ! ଅଗଷ୍ଟ ୧୫ କି ଜାନୁୟାରୀ ୨୬ ଆସିଲେ ଏଇ କୋଠାଟି ବିସ୍ମୃତିର ବହଳ ଚାଦର ଭିତରୁ ଉଙ୍କି ମାରି ଉଠେ । ଏଇ କୋଠାର ଛାତି ଉପରେ ତ୍ୟାଗ, ଆଦର୍ଶ, ସାଧନାର ଝାଞ୍ଜପିଟା ହୁଏ, ଏଇ କୋଠା ସହିତ ଜଡ଼ିତ ମହାମାନବମାନଙ୍କର ମହାନତା ଓ ମହାର୍ଘତାର ମୃଦଙ୍ଗ ବଜାଯାଏ, କୃତି ଓ କୀର୍ତ୍ତିର କୀର୍ତ୍ତନ ହୁଏ ! ପରବର୍ତ୍ତୀ ଦିବସ ପାଇଁ ବିସ୍ମୃତିର ବହଳ ଚାଦରଟିଏ ଢ଼ାଙ୍କି ଦିଆଯାଏ ପୁଣି !

ସରକାରୀ କାଗଜପତ୍ରରେ ‘ହେରିଟେଜ୍ ବିଲଡ଼ିଂ’ର ଆଖ୍ୟା ପାଇଥିବା ସେଇ ମଳିନ କୋଠାଟି ଉପଯୁକ୍ତ ମର୍ଯ୍ୟାଦାର ଅଭାବରେ ତିଷ୍ଠି ରହିଛି କେବଳ !


ସ୍ବରାଜ ଆଶ୍ରମ । ବହନ କରେ ସ୍ବାଧୀନତା ଆନ୍ଦୋଳନ ସମୟର ଅନେକ ବ୍ୟଥାବେଦନାର କାହାଣୀ, ଆଶା ଓ ଆଶଙ୍କା ଭିତରେ ମୁକ୍ତିପାଗଳ ମୁକ୍ତିଯୋଦ୍ଧା ମାନଙ୍କର ବିତିଛି କେତେ କେତେ ବିନିଦ୍ରରଜନୀ ! ଭାରତମଣି ଗୋପବନ୍ଧୁଙ୍କ ଠାରୁ ଗୋପବନ୍ଧୁ ଚୌଧୁରୀ, ରମାଦେବୀ, ମାଳତୀଦେବୀ, ନବକୃଷ୍ଣ ଚୌଧୁରୀ, ହରେକୃଷ୍ଣ ମହତାବ, ଭାଗିରଥୀ ମହାପାତ୍ର, ନିତ୍ୟାନନ୍ଦ କାନୁନଗୋଙ୍କ ଭଳି ଅନେକ ମୁକ୍ତିଯୋଦ୍ଧାଙ୍କ ସଂଗ୍ରାମର ରଣନୀତି ସବୁ ଦେଖିଚି ଏଇ ଆଶ୍ରମ, ସଂଗ୍ରାମୀଙ୍କ ତପ୍ତ ମାନସିକତାର ଉଷ୍ମ ହୋଇଛି ସେ ! ସର୍ଦ୍ଦାର ପଟେଲ, ମୋତିଲାଲ ନେହେରୁ, ରାଜଗୋପାଳାଚାରୀ, ନେତାଜୀ ସୁଭାଷଙ୍କ ଚରଣରେଣୁରେ ମହିମାମଣ୍ଡିତ ହୋଇଛି ଏ ଆଶ୍ରମ !


ଗାନ୍ଧିଜୀ ଏହିଠାରେ ହିଁ ରଚିଛନ୍ତି ଅସହଯୋଗ, ଭାରତଛାଡ଼ ଆଇନ ଅମାନ୍ୟ ପରି ତିନୋଟି ସତ୍ୟାଗ୍ରହର ରୂପରେଖ ! ନିଶା ନିବାରଣ, ବିଦେଶୀ ଦ୍ରବ୍ୟ ବର୍ଜନ ଓ ଅରଟ ପ୍ରଚଳନ ଭଳି ଗାନ୍ଧିଜୀଙ୍କ ରଚନାତ୍ମକ ଓ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମରେ ଦଶନ୍ଧି ଧରି ପ୍ରମୁଖ ଭୂମିକା ନିର୍ବାହ କରିଆସିଛି ଏଇ ସ୍ବରାଜ ଆଶ୍ରମ !

ତେବେ ଦୁଃଖ ଓ କ୍ଷୋଭର କଥା, ଏତେ ଗୁରୁତ୍ଵପୂର୍ଣ୍ଣ ସ୍ମୃତି ବୁକୁ ଧରି ରଖିଥିବା ଓଡ଼ିଶା ମାଟିରେ ସ୍ବାଧୀନତା ସଂଗ୍ରାମର ଏନ୍ତୁଡ଼ିଶାଳ ଏଇ ଆଶ୍ରମ ସରକାର ତଥା ବୁଦ୍ଧିଜୀବିମାନଙ୍କ ଉଦାସୀନତା କାରଣରୁ ଅବହେଳିତ ହୋଇ ପଡ଼ିରହିଛି, ଆଶ୍ରମଟିର ମର୍ଯ୍ୟାଦା ବୃଦ୍ଧିକୁ ନେଇ କେତେ କେତେ ସ୍ବପ୍ନିଳ ଯୋଜନାର ପ୍ରଣୟନ ସତ୍ତ୍ୱେ !



ହେଜିବାର କଥା ଯେ, ଏଇ ସ୍ବରାଜ ଆଶ୍ରମ ସହ ଜଡ଼ିତ କଟକ ନଗରରେ ରହିଛି ଅନେକ ଛୋଟବଡ଼ ସ୍ମୃତିବହୁଳ ସ୍ଥାନ, ଯେପରି କି, ବାଖରାବାଦର ଗାନ୍ଧୀଘର, ଏହିଠାରେ ହିଁ ଗାନ୍ଧୀ ବହୁବାର ବିଶ୍ରାମର ଛଳରେ କର୍ମୀମାନଙ୍କୁ ଆହ୍ବାନ ଦେଇଛନ୍ତି, ଯାହାର ସ୍ମୃତି ସ୍ବରୁପ ସେଇ ଚାଳିଆଘରେ ଆଜି ମଧ୍ୟ ଦଶହରାରେ ପୂଜା ପାଇଆସୁଛନ୍ତି ଭାରତମାତା

ଚିତ୍ର: Fjr Sashanka, Deba Prasad Swain 

Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

2 weeks ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

3 weeks ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

4 weeks ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

2 months ago