ଲେଖା: ରବୀନ୍ଦ୍ର କୁମାର ରଣା
ସୋମବଂଶୀ ରାଜାମାନଙ୍କ ଦ୍ଵାରା ଅଷ୍ଟମ ଶତବ୍ଦୀରେ ନିର୍ମିତ ଏହି ପ୍ରାଚୀନ କୋଶଳେଶ୍ୱର ମନ୍ଦିର ସୋନପୁର ଜିଲ୍ଲାର ବୈଦ୍ୟନାଥଠାରେ ତେଲନଦୀ କୂଳରେ ଅବସ୍ଥିତ । ଐତିହାସିକ ମାନଙ୍କ ମତରେ ଏହି ମନ୍ଦିରର ନିର୍ମାଣ ସମୟ ସପ୍ତମ କିମ୍ବା ଅଷ୍ଟମ ଶତାବ୍ଦୀ । ରାଜା ମହାଭବଗୁପ୍ତଙ୍କ ସମୟରେ ଏହି ମନ୍ଦିର ନିର୍ମାଣ କରାଯାଇ ଥିଲା ।
ମନ୍ଦିରରେ ପ୍ରାଚୀନ ମାତଙ୍ଗୀ ମହାଲକ୍ଷ୍ମୀଙ୍କର ମୂର୍ତ୍ତୀ ପୂଜିତ । ମାତଙ୍ଗୀ ମହାଲକ୍ଷ୍ମୀ ସୋମବଂଶୀ ରାଜା ମାନଙ୍କର ଗୃହଦେବୀ । ମନ୍ଦିରର ଆଧିକାଂଶ ଭାଗ ଭଗ୍ନପ୍ରାୟ, ଯେତିକି ଅଂଶ ଅଛି ସେଥିରେ ଥିବା ବିଶାଳ ଆକାରର ପ୍ରାଚୀନ ମୂର୍ତ୍ତୀସବୁ ଏବେବି ଜୀବନ୍ତ । ମନ୍ଦିରର ମୂର୍ତ୍ତୀଗୁଡିକ ମନଲୋଭା । ମୁଖଶାଳାରେ ନାଗକନ୍ୟା, ପରୀକନ୍ୟା, ଗଣେଶ, କାର୍ତ୍ତିକେୟ, ଶିବ, ପାର୍ବତୀ, ମହାକାଳୀ ଆଦି ବହୁ ଦେବାଦେବୀଙ୍କ ବିଶାଳ ଆକାରର ମୂର୍ତ୍ତୀ ଦେଖିବାକୁ ମିଳେ । ମନ୍ଦିରଟି ଚୂନପଥରରେ ତିଆରି ତେଣୁ ଦୀର୍ଘ ବର୍ଷ ହେଲା ପାଣିପାଗର ପ୍ରଭାବରେ ମନ୍ଦିରର ପଥରଗୁଡି଼କ ଖାଇଗଲାଣି, ସତେ ଯେମିତି ମନ୍ଦିରଟି ମାଟିଇଟାରେ ତିଆରି ହେଲାପରି ଲାଗୁଚି ।
କେତେକ ଐତିହାସିକଙ୍କ ମତରେ ଏହି କୋଶଳେଶ୍ୱର ମନ୍ଦିର ପୂର୍ବରୁ ସେଠାରେ ଥିବା ଏକ ଭଗ୍ନ ବୌଦ୍ଧପୀଠର ଢାଞ୍ଚା ଉପରେ ନିର୍ମାଣ କରାଯାଇଥିଲା । ସେ ଯାହାବି ହେଉ ଏହି ମନ୍ଦିରର କାନ୍ଥରେ ଖୋଦିତ ମୂର୍ତ୍ତୀଗୁଡିକ ବହୁତ ବଡ଼ ଏପରିକି ୪ ଫୁଟ ବା ୫ ଫୁଟ ଉଚ୍ଚତାର ହେବ । ଏତେ ବଡ଼ ବଡ଼ ମୂର୍ତ୍ତୀ ଓଡିଶାର ଅନ୍ୟ କୌଣସି ମନ୍ଦିରରେ ଦେଖାଯାଏ ନାହିଁ ।
ସୋନପୁର ବଲାଙ୍ଗୀର ରାସ୍ତାରେ ସୋନପୁର ଠାରୁ ୧୫ କି.ମି. ଦୂରରେ ତେଲନଦୀ କୂଳରେ ଗ୍ରାମୀଣ ପରିବେଶରେ ଏଇ କୋଶଳେଶ୍ୱର ମନ୍ଦିର ଅବସ୍ଥିତ । ନବମ ଶତାବ୍ଦୀ କିମ୍ବା ତା’ ପୂର୍ବରୁ ଓଡ଼ିଶାରେ ଦେଖିବାକୁ ମିଳୁଥିବା ହାତଗଣତି କେତୋଟି ମନ୍ଦିର ଭିତରେ ଅନ୍ୟତମ ଏଇ ମନ୍ଦିର । କୋଶଳେଶ୍ୱର ମନ୍ଦିର ଭଳି ପ୍ରାଚୀନ କିର୍ତ୍ତୀ ଗୁଡିକର ସୁରକ୍ଷା ବ୍ୟବସ୍ଥା ପାଇଁ ASI ବିଶେଷ ଧ୍ୟାନ ଦେବା ଉଚିତ ।
~ ଖଲ୍ଲିକୋଟ ଜଗନ୍ନାଥ ମନ୍ଦିର ~ ଗବେଷଣା ଓ ଉପସ୍ଥାପନା: ସନ୍ତୋଷ କୁମାର ପଟ୍ଟନାୟକ ଖଲ୍ଲିକୋଟ ଜଗନ୍ନାଥ ମନ୍ଦିରର ଇତିହାସ…
~ ଚଢେୟା ନାଟ ~ ଲେଖା: ଅମୃତେଶ ଖଟୁଆ ଓଡ଼ିଆ ଜନଜୀବନ ନାନାବିଧ ପ୍ରଥା, ପରମ୍ପରା ଓ ଐତିହ୍ୟ-ସମୃଦ୍ଧ ଓ…
~ ଲଙ୍କାପୋଡ଼ି ଯାତ୍ରା ~ ଉପସ୍ଥାପନା: ଦେଵ ତ୍ରିପାଠୀ ଐତିହାସିକ ସଂଗ୍ରାମୀ ଚରିତ୍ର ଦୋରା ବିଷୋୟୀଙ୍କ ଜନମମାଟି କନ୍ଧମାଳ (ତତ୍କାଳୀନ…
~ ଉତ୍କଳ ସାହିତ୍ୟ ସମାଜ ~ ଲେଖା: ନିରଞ୍ଜନ ସାହୁ ଊନବିଂଶ ଶତାବ୍ଦୀର ପ୍ରଥମ ଦୁଇତୃତୀୟାଂଶ କାଳରେ ଓଡ଼ିଶାର ଜାତୀୟ…
~ ହୋଲି ~ ଲେଖା: ରୁପେଶ୍ୱର କୁମ୍ଭାର ପ୍ରାଚୀନ କାଳରୁ ଭାରତରେ ହୋଲି ପର୍ବ ସବୁବର୍ଗର ଲୋକୋମନେ ପାଳନ କରିଆସୁଛନ୍ତି…
~ ଉତ୍କଳରେ କାଠି ଠାକୁରାଣୀ (ଖମ୍ବେଶ୍ଵରୀ) ପୂଜା ପରମ୍ପରା ~ ଉପସ୍ଥାପନା: ନୟାଗଡ଼ ଇତିହାସ ଓଡ଼ିଶା ଇତିହାସ ଲେଖକ ପଣ୍ଡିତ…