ଲେଖା: ଅମ୍ବିକା ପଟ୍ଟନାୟକ
ଶ୍ରୀଜଗନ୍ନାଥଙ୍କ ବର୍ଷକୁ ପାଞ୍ଚଥର ସୁନାବେଶ ହୁଏ l ବିଜୟା ଦଶମୀ, କାର୍ତ୍ତିକ ପୂର୍ଣ୍ଣମୀ, ପୌଷ ପୂର୍ଣ୍ଣମୀ, ଦୋଳପୂର୍ଣ୍ଣମୀ ଓ ବାହୁଡା଼ ପରବର୍ତ୍ତୀ ହରିଶୟନ ଏକାଦଶୀରେ ରଥ ଉପରେ l ପ୍ରଥମ ଚାରୋଟି ସୁନାବେଶ ରତ୍ନସିଂହାସନ ଉପରେ ଆସୀନ ଓ ଶେଷଟି ରଥାରୋହୀ ଭାବେ l
କିମ୍ବଦନ୍ତୀ ଅଛି, ଦିଗବିଜୟ ପରେ ଗଜପତି କପିଳେନ୍ଦ୍ର ଦେବ ସତର ଗୋଟି ହାତୀ ଉପରେ ସୁନା ଓ ଅନ୍ୟାନ୍ୟ ଧନରତ୍ନ ନେଇ ଆସିଥିଲେ l ଉତ୍କଳ ଅଧିପତି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅପାର କରୁଣା ହିଁ ଏ ଦିଗବିଜୟର ମୂଳ କାରଣ ମନେ କରି ପ୍ରଥମେ ଶ୍ରୀ ଜଗନ୍ନାଥଙ୍କୁ “ପୁଣ୍ଡରୀକ ଗୋପ” ଶାଢ଼ୀ ଅର୍ପଣ କରିଥିଲେ ଏବଂ ଆନିତ ଧନ ସମ୍ପଦରେ ମହାପ୍ରଭୁଙ୍କ ଅଙ୍ଗ ଅଳଙ୍କାର ଆଦି ପ୍ରସ୍ତୁତ କରି “ସୁନାବେଶ”ର ଆୟୋଜନ କରିଥିଲେ l
ଶ୍ରୀମନ୍ଦିରସ୍ଥ ଜୟବିଜୟ ଦ୍ଵାରରେ ଖୋଦିତ ଏକ ଲିପି ଏ ବିଷୟରେ ସବିସ୍ତାର ତଥ୍ୟ ପ୍ରଦାନ କରେ – “ଶ୍ରୀ ଵୀର ପ୍ରତାପ କପିଳେଶ୍ୱର ନବକୋଟ କର୍ଣ୍ଣାଟ କଳବରଗେଶ୍ୱର ଗଜପତି ଗୌଡ଼େଶ୍ୱର ଦେବ ମହାରାଜଙ୍କ ବିଜେ ରାଇଜେ ସମସ୍ତ 42 ଶ୍ରାହୀ ଧନୁ ସୁକଳ ସପ୍ତମୀ ରବିବାରେ ଶ୍ରୀଜଗନ୍ନାଥ ଦେବଙ୍କ ପଦ୍ମପାଦକୁ ଭକ୍ତି ନିମିତ୍ୟେ କପିଳେଶ୍ୱର ରଜାଏ ସେବା କରିଦିଲେ ରତ୍ନ ତୋଡ଼ରମାଳା ଶ୍ରୀଭୁଜର ରତ୍ନ ଶଙ୍ଖ ଚକ୍ର ଦୁଇ ପ୍ରମେଶ୍ୱରଙ୍କ ମଣହିଁକି ସୁନା ଯୋଗାଡ଼ ଏମାନ ଆଣି ପ୍ରବେଶ କଲେ ହାସିକ ମହାପାତ୍ର ଜମସର ମହାପାତ୍ର ବିଶେଶ୍ୱର ମହାପାତ୍ର କରମୁ ମହାପାତ୍ର ନାଥ ମହାପାତ୍ର ଏତେ ଲୋକ ପ୍ରବେଶ କଲେ ନନ୍ଦି ମହାପାତ୍ର ଅଧିକାରେ ମାଜଣା ମଣ୍ଡପ ଚଉଦ ଶତ ପ୍ରକରଣ ଭୋଗରାଗର ସମସ୍ତନ୍ତୀ ଖୋଇଦେଲି l ପ୍ରମାଣେ ଲାଗି କରାଇଲେ ରତ୍ନ ମୁକୁଟ 8 କାଣଫୁଲ ଯୋଡ଼ା ତୁଙ୍ଗଲ 4 ବୋଡ଼କା ନିର୍ସଦା କରି ଯୋଡ଼ 84 ହୀରା ମାଣିକ ବିଚିତ୍ର ମାଳ 2 ନନା ନାଏକ ମୁଦି 12 ମୁକୁତା ଜାଉଳି 8 ମୁକୁତା ବଡ଼ କଣ୍ଠି ମାଳ 4 ମାଣିକ ସୁତା ମା 8 ମରକତ ଜାଉଳି 8 ମରକତ ମୁକୁତା ମା 5 ନାନା ରତ୍ନ କୁପଦ୍ରକ 4 ମରକ୍ତ ନିସରସରେ ମାନିକସୁଆ ପଦସରି 4 ମୁକୁତା ତୀସରା ଭତୁରି 2 ଏକା ରତ୍ନହାରେ ଏକ ମୁକୁତା ତୋଢ଼ର 2 ପାଦପଲବ 2 ନାନା ନାଏକ ବାଉଟି ଯୋଡ଼ା 1ହୀରାମାନିକି ବଳା ଜୋ 3 ଜାଲି ତୋଢ଼ର . .
ଗଜପତି କପିଳେନ୍ଦ୍ରଦେବଙ୍କ ବୟାଳିଶ ଅଙ୍କ ଅର୍ଥ ରାଜତ୍ୱର ଶେଷ ଦିଗରେ ସମ୍ଭବତଃ ୧୪୬୦ ଖ୍ରୀଷ୍ଟାବ୍ଦ l “ଦୁଇ ପ୍ରମେଶ୍ୱରଙ୍କ ମଣହିଁକୁ ସୁନା ଯୋଗାଡ଼” ଅର୍ଥ ମା ସୁଭଦ୍ରାଙ୍କ ପାଇଁ ବୋଧେ ପରେ ହୋଇ ଥିବ l
ଏକ ପ୍ରକାର ମାଳାର ନାମ “ତୋଡ଼ରମାଳା”, ଅଭିନଵ ଗୀତଗୋବିନ୍ଦରେ ଗଜପତି ପୁରୁଷୋତ୍ତମ ଦେବଙ୍କୁ ସମ୍ବୋଧନ କରା ହୋଇଛି “ରିପୁ ରାଜ ତୋଡ଼ର ମଲ୍ଲ ବିଷମ ସମର ନିଃଶଙ୍କ”, ଭାରତ ଇତିହାସରେ ଜଣେ ପ୍ରମୁଖ ବ୍ୟକ୍ତି ଆକବରଙ୍କ ଅର୍ଥମନ୍ତ୍ରୀ ତୋଡ଼ରମଲ l ଏ ତିନୋଟିରେ କିଛି ସମ୍ପର୍କ ଅଛି କି? ଗବେଷଣା ସାପେକ୍ଷ l
(କୃତଜ୍ଞତା: ଶ୍ରୀ ସୁରେନ୍ଦ୍ର ମହାନ୍ତି “ଓଡ଼ିଆ ସାହିତ୍ୟର ଆଦି ପର୍ବ’)
Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

2 weeks ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

3 weeks ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

4 weeks ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

2 months ago