ଲେଖା: ଅମ୍ବିକା ପଟ୍ଟନାୟକ
ଶ୍ରୀଜଗନ୍ନାଥଙ୍କ ବର୍ଷକୁ ପାଞ୍ଚଥର ସୁନାବେଶ ହୁଏ l ବିଜୟା ଦଶମୀ, କାର୍ତ୍ତିକ ପୂର୍ଣ୍ଣମୀ, ପୌଷ ପୂର୍ଣ୍ଣମୀ, ଦୋଳପୂର୍ଣ୍ଣମୀ ଓ ବାହୁଡା଼ ପରବର୍ତ୍ତୀ ହରିଶୟନ ଏକାଦଶୀରେ ରଥ ଉପରେ l ପ୍ରଥମ ଚାରୋଟି ସୁନାବେଶ ରତ୍ନସିଂହାସନ ଉପରେ ଆସୀନ ଓ ଶେଷଟି ରଥାରୋହୀ ଭାବେ l
କିମ୍ବଦନ୍ତୀ ଅଛି, ଦିଗବିଜୟ ପରେ ଗଜପତି କପିଳେନ୍ଦ୍ର ଦେବ ସତର ଗୋଟି ହାତୀ ଉପରେ ସୁନା ଓ ଅନ୍ୟାନ୍ୟ ଧନରତ୍ନ ନେଇ ଆସିଥିଲେ l ଉତ୍କଳ ଅଧିପତି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅପାର କରୁଣା ହିଁ ଏ ଦିଗବିଜୟର ମୂଳ କାରଣ ମନେ କରି ପ୍ରଥମେ ଶ୍ରୀ ଜଗନ୍ନାଥଙ୍କୁ “ପୁଣ୍ଡରୀକ ଗୋପ” ଶାଢ଼ୀ ଅର୍ପଣ କରିଥିଲେ ଏବଂ ଆନିତ ଧନ ସମ୍ପଦରେ ମହାପ୍ରଭୁଙ୍କ ଅଙ୍ଗ ଅଳଙ୍କାର ଆଦି ପ୍ରସ୍ତୁତ କରି “ସୁନାବେଶ”ର ଆୟୋଜନ କରିଥିଲେ l
ଶ୍ରୀମନ୍ଦିରସ୍ଥ ଜୟବିଜୟ ଦ୍ଵାରରେ ଖୋଦିତ ଏକ ଲିପି ଏ ବିଷୟରେ ସବିସ୍ତାର ତଥ୍ୟ ପ୍ରଦାନ କରେ – “ଶ୍ରୀ ଵୀର ପ୍ରତାପ କପିଳେଶ୍ୱର ନବକୋଟ କର୍ଣ୍ଣାଟ କଳବରଗେଶ୍ୱର ଗଜପତି ଗୌଡ଼େଶ୍ୱର ଦେବ ମହାରାଜଙ୍କ ବିଜେ ରାଇଜେ ସମସ୍ତ 42 ଶ୍ରାହୀ ଧନୁ ସୁକଳ ସପ୍ତମୀ ରବିବାରେ ଶ୍ରୀଜଗନ୍ନାଥ ଦେବଙ୍କ ପଦ୍ମପାଦକୁ ଭକ୍ତି ନିମିତ୍ୟେ କପିଳେଶ୍ୱର ରଜାଏ ସେବା କରିଦିଲେ ରତ୍ନ ତୋଡ଼ରମାଳା ଶ୍ରୀଭୁଜର ରତ୍ନ ଶଙ୍ଖ ଚକ୍ର ଦୁଇ ପ୍ରମେଶ୍ୱରଙ୍କ ମଣହିଁକି ସୁନା ଯୋଗାଡ଼ ଏମାନ ଆଣି ପ୍ରବେଶ କଲେ ହାସିକ ମହାପାତ୍ର ଜମସର ମହାପାତ୍ର ବିଶେଶ୍ୱର ମହାପାତ୍ର କରମୁ ମହାପାତ୍ର ନାଥ ମହାପାତ୍ର ଏତେ ଲୋକ ପ୍ରବେଶ କଲେ ନନ୍ଦି ମହାପାତ୍ର ଅଧିକାରେ ମାଜଣା ମଣ୍ଡପ ଚଉଦ ଶତ ପ୍ରକରଣ ଭୋଗରାଗର ସମସ୍ତନ୍ତୀ ଖୋଇଦେଲି l ପ୍ରମାଣେ ଲାଗି କରାଇଲେ ରତ୍ନ ମୁକୁଟ 8 କାଣଫୁଲ ଯୋଡ଼ା ତୁଙ୍ଗଲ 4 ବୋଡ଼କା ନିର୍ସଦା କରି ଯୋଡ଼ 84 ହୀରା ମାଣିକ ବିଚିତ୍ର ମାଳ 2 ନନା ନାଏକ ମୁଦି 12 ମୁକୁତା ଜାଉଳି 8 ମୁକୁତା ବଡ଼ କଣ୍ଠି ମାଳ 4 ମାଣିକ ସୁତା ମା 8 ମରକତ ଜାଉଳି 8 ମରକତ ମୁକୁତା ମା 5 ନାନା ରତ୍ନ କୁପଦ୍ରକ 4 ମରକ୍ତ ନିସରସରେ ମାନିକସୁଆ ପଦସରି 4 ମୁକୁତା ତୀସରା ଭତୁରି 2 ଏକା ରତ୍ନହାରେ ଏକ ମୁକୁତା ତୋଢ଼ର 2 ପାଦପଲବ 2 ନାନା ନାଏକ ବାଉଟି ଯୋଡ଼ା 1ହୀରାମାନିକି ବଳା ଜୋ 3 ଜାଲି ତୋଢ଼ର . .
ଗଜପତି କପିଳେନ୍ଦ୍ରଦେବଙ୍କ ବୟାଳିଶ ଅଙ୍କ ଅର୍ଥ ରାଜତ୍ୱର ଶେଷ ଦିଗରେ ସମ୍ଭବତଃ ୧୪୬୦ ଖ୍ରୀଷ୍ଟାବ୍ଦ l “ଦୁଇ ପ୍ରମେଶ୍ୱରଙ୍କ ମଣହିଁକୁ ସୁନା ଯୋଗାଡ଼” ଅର୍ଥ ମା ସୁଭଦ୍ରାଙ୍କ ପାଇଁ ବୋଧେ ପରେ ହୋଇ ଥିବ l
ଏକ ପ୍ରକାର ମାଳାର ନାମ “ତୋଡ଼ରମାଳା”, ଅଭିନଵ ଗୀତଗୋବିନ୍ଦରେ ଗଜପତି ପୁରୁଷୋତ୍ତମ ଦେବଙ୍କୁ ସମ୍ବୋଧନ କରା ହୋଇଛି “ରିପୁ ରାଜ ତୋଡ଼ର ମଲ୍ଲ ବିଷମ ସମର ନିଃଶଙ୍କ”, ଭାରତ ଇତିହାସରେ ଜଣେ ପ୍ରମୁଖ ବ୍ୟକ୍ତି ଆକବରଙ୍କ ଅର୍ଥମନ୍ତ୍ରୀ ତୋଡ଼ରମଲ l ଏ ତିନୋଟିରେ କିଛି ସମ୍ପର୍କ ଅଛି କି? ଗବେଷଣା ସାପେକ୍ଷ l
(କୃତଜ୍ଞତା: ଶ୍ରୀ ସୁରେନ୍ଦ୍ର ମହାନ୍ତି “ଓଡ଼ିଆ ସାହିତ୍ୟର ଆଦି ପର୍ବ’)
Spread the love
admin

Recent Posts

ମା’ ନାରାୟଣୀ

~ ମା' ନାରାୟଣୀ ~ ଉପସ୍ଥାପନା: ନୟାଗଡ଼ ଇତିହାସ ଖୋର୍ଦ୍ଧା ଗଜପତି ଦ୍ୱିତୀୟ ରାମଚନ୍ଦ୍ର ଦେବଙ୍କ ନିର୍ଦେଶରେ ଆଠଗଡ, ନୟାଗଡ଼,…

2 weeks ago

ପଣ୍ଡିତ ଗୋଦାବରୀଶ ମିଶ୍ର

~ ପଣ୍ଡିତ ଗୋଦାବରୀଶ ମିଶ୍ର ~ ଉପସ୍ଥାପନା: ଅମୃତେଶ ଖଟୁଆ "ତୁଙ୍ଗ ଶିଖରୀ ଚୂଳ କୁଞ୍ଜ କାନନ-ମାଳ ପୁଣ୍ୟ ଜଳଧି-ଜଳ…

3 weeks ago

ଅଖିଳ ମୋହନ ପଟ୍ଟନାୟକ

ଅଖିଳ ମୋହନ ପଟ୍ଟନାୟକ ଉପସ୍ଥାପନା: ଅମୃତେଶ ଖଟୁଆ "ବାସ୍ତବତା କଳ୍ପନା ଠାରୁ ପୃଥକ୍ ରହିକି କେବେ ବି ସମାଜରେ ଦର୍ପଣ…

3 weeks ago

ସର୍ପେଶ୍ୱର ମହାଦେବ

~ ସର୍ପେଶ୍ୱର ମହାଦେବ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଜନଶ୍ରୁତି ଅନୁସାରେ ଓଡ଼ିଶାର ପ୍ରାଚୀନ ଶୈବପୀଠ ଆଠଗଡ଼ ଅନ୍ତର୍ଗତ ବଳରାମପୁର…

1 month ago

ମହାଲକ୍ଷ୍ମୀ

~ ଶ୍ରୀମନ୍ଦିରରେ ମାଆ ମହାଲକ୍ଷ୍ମୀ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମାଆ ମହାଲକ୍ଷ୍ମୀ ହେଉଛନ୍ତି ଧନ, ଐଶ୍ୱର୍ଯ୍ୟର ଦେବୀ l…

1 month ago

ଅଟ୍ଟାଳି ଜଗନ୍ନାଥ

~ ଆଠଗଡ଼ ବିଜେ ମହାପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆଙ୍କ ସ୍ପନ୍ଦନ…

1 month ago