ଲେଖା: ରବୀନ୍ଦ୍ର କୁମାର ରଣା
ଗଙ୍ଗବଂଶୀ ରାଜାମାନଙ୍କ ଦ୍ଵାରା ୧୩ଶ ଶତାବ୍ଦୀରେ ନିର୍ମିତ ସିରୁଳୀ ମହାବୀର ମନ୍ଦିର ଏକ ସୁନ୍ଦର ଓ ପ୍ରସିଦ୍ଧ ଦର୍ଶନୀୟ ସ୍ଥାନ । ମନ୍ଦିରର ନିର୍ମାଣ ସମ୍ପର୍କରେ ପ୍ରାମାଣିକ ତଥ୍ୟ ନ ମିଳିଲେ ମଧ୍ଯ ମନ୍ଦିରର ପୂଜାରୀଙ୍କ ତଥ୍ଯ ଅନୁସାରେ ଗଙ୍ଗବଂଶୀ ରାଜା ତୃତୀୟ ଅନଙ୍ଗଭୀମଦେବ ତ୍ରୟୋଦଶ ଶତାବ୍ଦୀରେ ସିରୁଳୀ ମହାବୀର ମନ୍ଦିର ନିର୍ମାଣ କରିଥିଲେ ।
ମୁଖ୍ୟ ମନ୍ଦିର ବହୁତ ଉଚ୍ଚ ନ ହେଲେ ବି ବିମାନ, ଜଗମୋହନ, ନାଟମନ୍ଦିର, ଭୋଗମଣ୍ଡପ ଆଦିକୁ ନେଇ ମନ୍ଦିର ପରିସର ବହୁତ ବଡ । ୧୦ଫୁଟ ଉଚ୍ଚତା ବିଶିଷ୍ଟ ମହାବୀର ହନୁମାନଙ୍କର ବିଶାଳ ଭୀମକାୟ ମୂର୍ତ୍ତି ଏଠାରେ ଦେଖିବାକୁ ମିଳେ । ଗୋଟିଏ ହାତରେ ଗନ୍ଧମାର୍ଦ୍ଧନ ପର୍ବତକୁ ଟେକି ଧରିଥିବା ବେଳେ ଅନ୍ୟ ହାତରେ ଏକ ଛୋଟ କଟୁରୀ ଧରି ଭୟଙ୍କର ମୁଦ୍ରାରେ ମହାବୀର ହନୁମାନ ବିରାଜିତ ।
(Image Courtesy: thesassygirl.org)
ସବୁଠାରୁ ବଡ଼ ଆଶ୍ଚର୍ଯ୍ୟ କଥା, ଏଠାରେ ପୂଜିତ ମହାବୀର ହନୁମାନଙ୍କର ଦୁଇ ନେତ୍ର ଗୋଟିଏ ଦିଗକୁ ନାହିଁ । ବାମନେତ୍ରରେ ସେ ମହାପ୍ରଭୁ ଜଗନ୍ନାଥଙ୍କ ନୀଳଚକ୍ରକୁ ଚାହିଁଥିବା ବେଳେ ଡାହାଣ ନେତ୍ରରେ ସର୍ବଦା ଲଙ୍କାକୁ ସତର୍କ ଦୃଷ୍ଟିରେ ଚାହିଁଛନ୍ତି । ଗୋଟିଏ ନେତ୍ରରେ ସେ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରୁଥିବା ବେଳେ ଅନ୍ୟ ନେତ୍ରରେ ସେ ତ୍ରେତୟା ଯୁଗରେ ପ୍ରଭୁ ରାମଚନ୍ଦ୍ରଙ୍କୁ ଦେଇଥିବା ପ୍ରତିଜ୍ଞା ଯାହାକି ସେ ବିଭୀଷଣଙ୍କୁ ସୁରକ୍ଷା ଦେବାର ପ୍ରତିଶ୍ରୁତି ପାଳନ କରୁଛନ୍ତି । ମହାବୀରଙ୍କର ଏଭଳି ବିଗ୍ରହ ସମଗ୍ର ପୃଥିବୀରେ କେଉଁଠାରେ ନାହିଁ ।
ସିରୁଳୀ ମହାବୀର ମନ୍ଦିର ପ୍ରତିଷ୍ଠା ନେଇ ଏକ ସୁନ୍ଦର କିମ୍ବଦନ୍ତୀ ରହିଛି । ତାହା ହେଉଛି ପ୍ରଥମେ ମହାବୀର, ଜଗନ୍ନାଥଙ୍କ ମନ୍ଦିରର ପଶ୍ଚିମପଟେ ପୂଜା ପାଉଥିଲେ, କିନ୍ତୁ ରାତିରେ ମହାବୀରଙ୍କ ଘୁଙ୍ଗୁଡ଼ିରେ ମା’ ଲକ୍ଷ୍ମୀଙ୍କର ନିଦ୍ରା ଭଙ୍ଗ ହେବାରୁ ମା’ ଲକ୍ଷ୍ମୀ ପ୍ରଭୁ ଜଗନ୍ନାଥଙ୍କୁ ଅଭିଯୋଗ କଲେ । ତେଣୁ ପ୍ରଭୁଙ୍କ ଆଜ୍ଞାରେ ମହାବୀର ସେଠାରୁ ଅଢେଇ ପାଦ ଦୂର ଯାହାକି ପୁରୀରୁ ୨୪ କି.ମି. ଦୂରରେ ସିରୁଳୀ ଠାରେ ରହି ପୂଜା ପାଉଛନ୍ତି ଓ ବାମ ନେତ୍ର ରେ ପ୍ରଭୁଙ୍କ ନୀଳଚକ୍ରକୁ ଚାହିଁ ରହିଛନ୍ତି ।
ସିରୁଳୀ ମହାବୀର ମନ୍ଦିର ପରିସରରେ ରାମାୟଣର କଥାବସ୍ତୁକୁ ଆଧାର କରି ଅନେକ ମୂର୍ତ୍ତି ଓ ଚିତ୍ର କରାଯାଇଛି । ମନ୍ଦିର ପରିବେଶ ମଧ୍ୟ ବହୁତ ସୁନ୍ଦର । ପୁରୀରୁ ଏହି ସ୍ଥାନକୁ ଭଲ ରାସ୍ତା ନାହିଁ । ପୁରୀ ତୋଟାସାହି ଛକରୁ ଡ଼ାହାଣକୁ ଗ୍ରାମୀଣ ରାସ୍ତାରେ ଗଲେ ସିରୁଳୀ ମହାବୀର ମନ୍ଦିର ପଡ଼ିଥାଏ ।
~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…
~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…
~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…
ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ…
ଲେଖା: ନିରଞ୍ଜନ ସାହୁ ~ ଜଣେ ଉପେକ୍ଷିତ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ଗୋଟିଏ କଥା ମନରେ ଉଠେ, ଯେଉଁ…
ଲେଖା: ନିରଞ୍ଜନ ସାହୁ ଶ୍ରଦ୍ଧେୟ ବାଜି ! ସାଷ୍ଟାଂଗ ଦଣ୍ଡବତ ପ୍ରଣାମ ଘେନିବା ହୁଅ। ନା, ତମେ ଯେ ସାଷ୍ଟାଂଗ…