ଲେଖା: ରବୀନ୍ଦ୍ର କୁମାର ରଣା

ଗଙ୍ଗବଂଶୀ ରାଜାମାନଙ୍କ ଦ୍ଵାରା ୧୩ଶ ଶତାବ୍ଦୀରେ ନିର୍ମିତ ସିରୁଳୀ ମହାବୀର ମନ୍ଦିର ଏକ ସୁନ୍ଦର ଓ ପ୍ରସିଦ୍ଧ ଦର୍ଶନୀୟ ସ୍ଥାନ । ମନ୍ଦିରର ନିର୍ମାଣ ସମ୍ପର୍କରେ ପ୍ରାମାଣିକ ତଥ୍ୟ ନ ମିଳିଲେ ମଧ୍ଯ ମନ୍ଦିରର ପୂଜାରୀଙ୍କ ତଥ୍ଯ ଅନୁସାରେ ଗଙ୍ଗବଂଶୀ ରାଜା ତୃତୀୟ ଅନଙ୍ଗଭୀମଦେବ ତ୍ରୟୋଦଶ ଶତାବ୍ଦୀରେ ସିରୁଳୀ ମହାବୀର ମନ୍ଦିର ନିର୍ମାଣ କରିଥିଲେ ।

ମୁଖ୍ୟ ମନ୍ଦିର ବହୁତ ଉଚ୍ଚ ନ ହେଲେ ବି ବିମାନ, ଜଗମୋହନ, ନାଟମନ୍ଦିର, ଭୋଗମଣ୍ଡପ ଆଦିକୁ ନେଇ ମନ୍ଦିର ପରିସର ବହୁତ ବଡ । ୧୦ଫୁଟ ଉଚ୍ଚତା ବିଶିଷ୍ଟ ମହାବୀର ହନୁମାନଙ୍କର ବିଶାଳ ଭୀମକାୟ ମୂର୍ତ୍ତି ଏଠାରେ ଦେଖିବାକୁ ମିଳେ । ଗୋଟିଏ ହାତରେ ଗନ୍ଧମାର୍ଦ୍ଧନ ପର୍ବତକୁ ଟେକି ଧରିଥିବା ବେଳେ ଅନ୍ୟ ହାତରେ ଏକ ଛୋଟ କଟୁରୀ ଧରି ଭୟଙ୍କର ମୁଦ୍ରାରେ ମହାବୀର ହନୁମାନ ବିରାଜିତ ।

(Image Courtesy: thesassygirl.org)

ସବୁଠାରୁ ବଡ଼ ଆଶ୍ଚର୍ଯ୍ୟ କଥା, ଏଠାରେ ପୂଜିତ ମହାବୀର ହନୁମାନଙ୍କର ଦୁଇ ନେତ୍ର ଗୋଟିଏ ଦିଗକୁ ନାହିଁ ।  ବାମନେତ୍ରରେ ସେ ମହାପ୍ରଭୁ ଜଗନ୍ନାଥଙ୍କ ନୀଳଚକ୍ରକୁ ଚାହିଁଥିବା ବେଳେ ଡାହାଣ ନେତ୍ରରେ ସର୍ବଦା ଲଙ୍କାକୁ ସତର୍କ ଦୃଷ୍ଟିରେ ଚାହିଁଛନ୍ତି । ଗୋଟିଏ ନେତ୍ରରେ ସେ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରୁଥିବା ବେଳେ ଅନ୍ୟ ନେତ୍ରରେ ସେ ତ୍ରେତୟା ଯୁଗରେ ପ୍ରଭୁ ରାମଚନ୍ଦ୍ରଙ୍କୁ ଦେଇଥିବା ପ୍ରତିଜ୍ଞା ଯାହାକି ସେ ବିଭୀଷଣଙ୍କୁ ସୁରକ୍ଷା ଦେବାର ପ୍ରତିଶ୍ରୁତି ପାଳନ କରୁଛନ୍ତି । ମହାବୀରଙ୍କର ଏଭଳି ବିଗ୍ରହ ସମଗ୍ର ପୃଥିବୀରେ କେଉଁଠାରେ ନାହିଁ ।


ସିରୁଳୀ ମହାବୀର ମନ୍ଦିର ପ୍ରତିଷ୍ଠା ନେଇ ଏକ ସୁନ୍ଦର କିମ୍ବଦନ୍ତୀ ରହିଛି । ତାହା ହେଉଛି ପ୍ରଥମେ ମହାବୀର, ଜଗନ୍ନାଥଙ୍କ ମନ୍ଦିରର ପଶ୍ଚିମପଟେ ପୂଜା ପାଉଥିଲେ, କିନ୍ତୁ ରାତିରେ ମହାବୀରଙ୍କ ଘୁଙ୍ଗୁଡ଼ିରେ ମା’ ଲକ୍ଷ୍ମୀଙ୍କର ନିଦ୍ରା ଭଙ୍ଗ ହେବାରୁ ମା’ ଲକ୍ଷ୍ମୀ ପ୍ରଭୁ ଜଗନ୍ନାଥଙ୍କୁ ଅଭିଯୋଗ କଲେ । ତେଣୁ ପ୍ରଭୁଙ୍କ ଆଜ୍ଞାରେ ମହାବୀର ସେଠାରୁ ଅଢେଇ ପାଦ ଦୂର ଯାହାକି ପୁରୀରୁ ୨୪ କି.ମି. ଦୂରରେ ସିରୁଳୀ ଠାରେ ରହି ପୂଜା ପାଉଛନ୍ତି ଓ ବାମ ନେତ୍ର ରେ ପ୍ରଭୁଙ୍କ ନୀଳଚକ୍ରକୁ ଚାହିଁ ରହିଛନ୍ତି ।


ସିରୁଳୀ ମହାବୀର ମନ୍ଦିର ପରିସରରେ ରାମାୟଣର କଥାବସ୍ତୁକୁ ଆଧାର କରି ଅନେକ ମୂର୍ତ୍ତି ଓ ଚିତ୍ର କରାଯାଇଛି । ମନ୍ଦିର ପରିବେଶ ମଧ୍ୟ ବହୁତ ସୁନ୍ଦର । ପୁରୀରୁ ଏହି ସ୍ଥାନକୁ ଭଲ ରାସ୍ତା ନାହିଁ । ପୁରୀ ତୋଟାସାହି ଛକରୁ ଡ଼ାହାଣକୁ ଗ୍ରାମୀଣ ରାସ୍ତାରେ ଗଲେ ସିରୁଳୀ ମହାବୀର ମନ୍ଦିର ପଡ଼ିଥାଏ । 

Spread the love
admin

Recent Posts

ଖଲ୍ଲିକୋଟ ଜଗନ୍ନାଥ ମନ୍ଦିର

~ ଖଲ୍ଲିକୋଟ ଜଗନ୍ନାଥ ମନ୍ଦିର ~ ଗବେଷଣା ଓ ଉପସ୍ଥାପନା: ସନ୍ତୋଷ କୁମାର ପଟ୍ଟନାୟକ ଖଲ୍ଲିକୋଟ ଜଗନ୍ନାଥ ମନ୍ଦିରର ଇତିହାସ…

1 day ago

ଚଢେୟା ନାଟ

~ ଚଢେୟା ନାଟ ~ ଲେଖା: ଅମୃତେଶ ଖଟୁଆ ଓଡ଼ିଆ ଜନଜୀବନ ନାନାବିଧ ପ୍ରଥା, ପରମ୍ପରା ଓ ଐତିହ୍ୟ-ସମୃଦ୍ଧ ଓ…

2 days ago

ଲଙ୍କାପୋଡ଼ି ଯାତ୍ରା

~ ଲଙ୍କାପୋଡ଼ି ଯାତ୍ରା ~ ଉପସ୍ଥାପନା: ଦେଵ ତ୍ରିପାଠୀ ଐତିହାସିକ ସଂଗ୍ରାମୀ ଚରିତ୍ର ଦୋରା ବିଷୋୟୀଙ୍କ ଜନମମାଟି କନ୍ଧମାଳ (ତତ୍କାଳୀନ…

3 days ago

ଉତ୍କଳ ସାହିତ୍ୟ ସମାଜ

~ ଉତ୍କଳ ସାହିତ୍ୟ ସମାଜ ~ ଲେଖା: ନିରଞ୍ଜନ ସାହୁ ଊନବିଂଶ ଶତାବ୍ଦୀର ପ୍ରଥମ ଦୁଇତୃତୀୟାଂଶ କାଳରେ ଓଡ଼ିଶାର ଜାତୀୟ…

3 days ago

ହୋଲି

~ ହୋଲି ~ ଲେଖା: ରୁପେଶ୍ୱର କୁମ୍ଭାର ପ୍ରାଚୀନ କାଳରୁ ଭାରତରେ ହୋଲି ପର୍ବ ସବୁବର୍ଗର ଲୋକୋମନେ ପାଳନ କରିଆସୁଛନ୍ତି…

3 days ago

କାଠି ଠାକୁରାଣୀ (ଖମ୍ବେଶ୍ଵରୀ) ପୂଜା ପରମ୍ପରା

~ ଉତ୍କଳରେ କାଠି ଠାକୁରାଣୀ (ଖମ୍ବେଶ୍ଵରୀ) ପୂଜା ପରମ୍ପରା ~ ଉପସ୍ଥାପନା: ନୟାଗଡ଼ ଇତିହାସ ଓଡ଼ିଶା ଇତିହାସ ଲେଖକ ପଣ୍ଡିତ…

6 days ago