ଲେଖା: ଦେଵ ତ୍ରିପାଠୀ
ସିଂହାରୀ ଶ୍ୟାମସୁନ୍ଦର କର । ସୁନାମଧନ୍ୟ ଓଡ଼ିଶୀ ସଙ୍ଗୀତଜ୍ଞ ଓ ମର୍ଦ୍ଦଳ ବାଦକ ଏବଂ ଓଡ଼ିଶୀ ସଙ୍ଗୀତର ପୁନରୁଦ୍ଧାର ତଥା ପ୍ରଚାର ପ୍ରସାର କ୍ଷେତ୍ରରେ ଅଗ୍ରଣୀ ଭୂମିକା ନିର୍ବାହ କରି ଅଗଣିତ ସଙ୍ଗୀତପ୍ରେମୀଙ୍କ ହୃଦୟରେ ସମ୍ମାନାସ୍ପଦ ସ୍ଥାନ ଗ୍ରହଣ କରିପାରିଛନ୍ତି ସେ । ଓଡ଼ିଶୀ ସଙ୍ଗୀତର ଆଦିଗୁରୁ ହିଁ ଶ୍ୟାମସୁନ୍ଦର ।
ବାଲ୍ୟକାଳରୁ ସଙ୍ଗୀତ ପ୍ରତି ଆକର୍ଷଣ କାରଣରୁ ପିତାମାତାଙ୍କ ବାରଣ ସତ୍ତ୍ୱେ ସେ ରାତି ଅନିଦ୍ରା ହୋଇ ସୁଆଙ୍ଗ, ଲୀଳା ଆଦିରେ ମଜ୍ଜି ରହିବା ସହିତ ଖୋଜି ଚାଲିଥିଲେ ସଙ୍ଗୀତ ସାଧନାର ସୁଗମ ପଥଟିଏ । କମ ବୟସରୁ ତାଙ୍କର ପିତାଙ୍କର ଦେହାନ୍ତ ପରେ କଅଁଳ କାନ୍ଧରେ ପରିବାର ପୋଷଣର ଗୁରୁଦାୟିତ୍ଵ ତାଙ୍କ ସଙ୍ଗୀତ ପ୍ରତି ଆସକ୍ତି ଓ ନିଷ୍ଠାକୁ ପ୍ରଭାବିତ କରିପାରିନଥିଲା ।
ଜଗନ୍ନାଥ ପ୍ରତିହାରୀ, ହରିହର ରାୟଗୁରୁଚିନ୍ତାମଣି ମିଶ୍ର ଆଦି ଗୁରୁଙ୍କଠାରୁ ସେ ଓଡ଼ିଶୀ ସଙ୍ଗୀତ ଓ ମର୍ଦ୍ଦଳ ବାଦନ ଶିକ୍ଷାଲାଭ ସହିତ ହିନ୍ଦୁସ୍ଥାନୀ ସଙ୍ଗୀତ, ଧ୍ରୁପଦଖୟାଲ ଆଦି ଶିକ୍ଷା କରିଥିଲେ । ସେ କଟକ ଆକାଶବାଣୀ କେନ୍ଦ୍ରର ନିୟମିତ କଣ୍ଠଶିଳ୍ପୀ ଥିଲେ ଓ କଟକ କେନ୍ଦ୍ର ସ୍ଥାପନ ହେବା ଆଗରୁ ଆକାଶବାଣୀ କଲିକତା କେନ୍ଦ୍ରରେ ସଙ୍ଗୀତ ପରିବେଷଣ କରୁଥିଲେ । ୧୯୫୪ ମସିହାରେ ଦିଲ୍ଲୀର ଲାଲକିଲ୍ଲାଠାରେ ଏକ ସଙ୍ଗୀତ ସମ୍ମିଳନୀରେ ଯୋଗ ଦେଇ ଓଡ଼ିଶୀ ସଙ୍ଗୀତ ଓ ମର୍ଦ୍ଦଳ ବାଦନ ପରିବେଷଣ କରିଥିଲେ ଏବଂ ସାଉଁଟି ଥିଲେ ପ୍ରଚୁର ଲୋକପ୍ରିୟତା।
ଓଡ଼ିଶୀ ସଙ୍ଗୀତର ମଉଡମଣି ଦେଶରଜା ସିଂହାରୀ ଶ୍ୟାମସୁନ୍ଦର କର ନିଜର ଅତୁଳନୀୟ ପ୍ରତିଭାଗାୟନଶୈଳୀ ପାଇଁ ସେ ସଙ୍ଗୀତପ୍ରେମୀଙ୍କ ନିକଟରେ ଦେଶରଜାଓଡିଶୀର ମଉଡମଣି ଭାବେ ପରିଚିତ ଥିଲେ । ଶ୍ରୀମନ୍ଦିରରେ ସିଂହାରୀ ସେବା କରୁଥିବାରୁ ସିଂହାରୀ ଶ୍ୟାମସୁନ୍ଦର କର ନାମରେ ସେ ବେଶି ପରିଚିତ ଥିଲେ । ତାଙ୍କର ମହାନ ଓ ଚିରସ୍ମରଣୀୟ ଶିଷ୍ୟମାନଙ୍କ ମଧ୍ୟରେ କାଶୀନାଥ ପୂଜାପଣ୍ଡା ଓ ଶ୍ୟାମାମଣି ପଟ୍ଟନାୟକ ଥିଲେ ଅନ୍ୟତମ ।
Spread the love
admin

Recent Posts

ସର୍ପେଶ୍ୱର ମହାଦେବ

~ ସର୍ପେଶ୍ୱର ମହାଦେବ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଜନଶ୍ରୁତି ଅନୁସାରେ ଓଡ଼ିଶାର ପ୍ରାଚୀନ ଶୈବପୀଠ ଆଠଗଡ଼ ଅନ୍ତର୍ଗତ ବଳରାମପୁର…

2 weeks ago

ମହାଲକ୍ଷ୍ମୀ

~ ଶ୍ରୀମନ୍ଦିରରେ ମାଆ ମହାଲକ୍ଷ୍ମୀ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମାଆ ମହାଲକ୍ଷ୍ମୀ ହେଉଛନ୍ତି ଧନ, ଐଶ୍ୱର୍ଯ୍ୟର ଦେବୀ l…

2 weeks ago

ଅଟ୍ଟାଳି ଜଗନ୍ନାଥ

~ ଆଠଗଡ଼ ବିଜେ ମହାପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆଙ୍କ ସ୍ପନ୍ଦନ…

2 weeks ago

ପହିଲିଭୋଗ

~ ପହିଲିଭୋଗ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମକରସଂକ୍ରାନ୍ତି ପର୍ଯ୍ୟନ୍ତ ଏକମାସ ବ୍ୟାପି ଶ୍ରୀମନ୍ଦିରରେ ଆମ ମହାପ୍ରଭୁଙ୍କ ନିକଟରେ "ପହିଲିଭୋଗ"…

2 weeks ago

ବଳଦେବ ଉପାସନା

~ ବଳଦେବ ଉପାସନା ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଉତ୍କଳ ଭୂମିରେ ବଳଦେବ ଉପାସନାର ପରମ୍ପରା ପ୍ରାଚୀନ l ଶ୍ରୀମନ୍ଦିରରେ…

2 weeks ago

ତୁମେ ତ ଲୋକରେ ସାର

~ ତୁମେ ତ ଲୋକରେ ସାର ~ ସୌରଭିତ ସୃଷ୍ଟି: ଅନନ୍ତ ପଟ୍ଟନାୟକ  କମ୍ପି ଉଠୁଛି କଟକ ନଗର ଶୁଭୁଅଛି…

2 weeks ago