ଲେଖା: ଦେଵ ତ୍ରିପାଠୀ
ସିଂହାରୀ ଶ୍ୟାମସୁନ୍ଦର କର । ସୁନାମଧନ୍ୟ ଓଡ଼ିଶୀ ସଙ୍ଗୀତଜ୍ଞ ଓ ମର୍ଦ୍ଦଳ ବାଦକ ଏବଂ ଓଡ଼ିଶୀ ସଙ୍ଗୀତର ପୁନରୁଦ୍ଧାର ତଥା ପ୍ରଚାର ପ୍ରସାର କ୍ଷେତ୍ରରେ ଅଗ୍ରଣୀ ଭୂମିକା ନିର୍ବାହ କରି ଅଗଣିତ ସଙ୍ଗୀତପ୍ରେମୀଙ୍କ ହୃଦୟରେ ସମ୍ମାନାସ୍ପଦ ସ୍ଥାନ ଗ୍ରହଣ କରିପାରିଛନ୍ତି ସେ । ଓଡ଼ିଶୀ ସଙ୍ଗୀତର ଆଦିଗୁରୁ ହିଁ ଶ୍ୟାମସୁନ୍ଦର ।
ବାଲ୍ୟକାଳରୁ ସଙ୍ଗୀତ ପ୍ରତି ଆକର୍ଷଣ କାରଣରୁ ପିତାମାତାଙ୍କ ବାରଣ ସତ୍ତ୍ୱେ ସେ ରାତି ଅନିଦ୍ରା ହୋଇ ସୁଆଙ୍ଗ, ଲୀଳା ଆଦିରେ ମଜ୍ଜି ରହିବା ସହିତ ଖୋଜି ଚାଲିଥିଲେ ସଙ୍ଗୀତ ସାଧନାର ସୁଗମ ପଥଟିଏ । କମ ବୟସରୁ ତାଙ୍କର ପିତାଙ୍କର ଦେହାନ୍ତ ପରେ କଅଁଳ କାନ୍ଧରେ ପରିବାର ପୋଷଣର ଗୁରୁଦାୟିତ୍ଵ ତାଙ୍କ ସଙ୍ଗୀତ ପ୍ରତି ଆସକ୍ତି ଓ ନିଷ୍ଠାକୁ ପ୍ରଭାବିତ କରିପାରିନଥିଲା ।
ଜଗନ୍ନାଥ ପ୍ରତିହାରୀ, ହରିହର ରାୟଗୁରୁଚିନ୍ତାମଣି ମିଶ୍ର ଆଦି ଗୁରୁଙ୍କଠାରୁ ସେ ଓଡ଼ିଶୀ ସଙ୍ଗୀତ ଓ ମର୍ଦ୍ଦଳ ବାଦନ ଶିକ୍ଷାଲାଭ ସହିତ ହିନ୍ଦୁସ୍ଥାନୀ ସଙ୍ଗୀତ, ଧ୍ରୁପଦଖୟାଲ ଆଦି ଶିକ୍ଷା କରିଥିଲେ । ସେ କଟକ ଆକାଶବାଣୀ କେନ୍ଦ୍ରର ନିୟମିତ କଣ୍ଠଶିଳ୍ପୀ ଥିଲେ ଓ କଟକ କେନ୍ଦ୍ର ସ୍ଥାପନ ହେବା ଆଗରୁ ଆକାଶବାଣୀ କଲିକତା କେନ୍ଦ୍ରରେ ସଙ୍ଗୀତ ପରିବେଷଣ କରୁଥିଲେ । ୧୯୫୪ ମସିହାରେ ଦିଲ୍ଲୀର ଲାଲକିଲ୍ଲାଠାରେ ଏକ ସଙ୍ଗୀତ ସମ୍ମିଳନୀରେ ଯୋଗ ଦେଇ ଓଡ଼ିଶୀ ସଙ୍ଗୀତ ଓ ମର୍ଦ୍ଦଳ ବାଦନ ପରିବେଷଣ କରିଥିଲେ ଏବଂ ସାଉଁଟି ଥିଲେ ପ୍ରଚୁର ଲୋକପ୍ରିୟତା।
ଓଡ଼ିଶୀ ସଙ୍ଗୀତର ମଉଡମଣି ଦେଶରଜା ସିଂହାରୀ ଶ୍ୟାମସୁନ୍ଦର କର ନିଜର ଅତୁଳନୀୟ ପ୍ରତିଭାଗାୟନଶୈଳୀ ପାଇଁ ସେ ସଙ୍ଗୀତପ୍ରେମୀଙ୍କ ନିକଟରେ ଦେଶରଜାଓଡିଶୀର ମଉଡମଣି ଭାବେ ପରିଚିତ ଥିଲେ । ଶ୍ରୀମନ୍ଦିରରେ ସିଂହାରୀ ସେବା କରୁଥିବାରୁ ସିଂହାରୀ ଶ୍ୟାମସୁନ୍ଦର କର ନାମରେ ସେ ବେଶି ପରିଚିତ ଥିଲେ । ତାଙ୍କର ମହାନ ଓ ଚିରସ୍ମରଣୀୟ ଶିଷ୍ୟମାନଙ୍କ ମଧ୍ୟରେ କାଶୀନାଥ ପୂଜାପଣ୍ଡା ଓ ଶ୍ୟାମାମଣି ପଟ୍ଟନାୟକ ଥିଲେ ଅନ୍ୟତମ ।
Spread the love
admin

Recent Posts

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

6 days ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 weeks ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

3 weeks ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ…

3 weeks ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ଜଣେ ଉପେକ୍ଷିତ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ଗୋଟିଏ କଥା ମନରେ ଉଠେ, ଯେଉଁ…

3 weeks ago

ଛଅଟି କୋକେଇ

ଲେଖା: ନିରଞ୍ଜନ ସାହୁ ଶ୍ରଦ୍ଧେୟ ବାଜି ! ସାଷ୍ଟାଂଗ ଦଣ୍ଡବତ ପ୍ରଣାମ ଘେନିବା ହୁଅ। ନା, ତମେ ଯେ ସାଷ୍ଟାଂଗ…

4 weeks ago