Skip to content
  • କଳିଙ୍ଗର କାହାଣୀ
    • ଇତିହାସ
    • ଉତ୍କଳୀୟ ନୌବାଣିଜ୍ୟ
  • ଓଡ଼ିଶାର ବରପୁତ୍ର
    • ଐର ଖାରବେଳ
    • ମଧୁ ବାବୁ
    • ମହାମନିଷୀଗଣ
  • ଶ୍ରୀଜଗନ୍ନାଥ
  • ପର୍ଯ୍ୟଟନ ଆକର୍ଷଣ
    • ପର୍ଯ୍ୟଟନ କ୍ଷେତ୍ର
    • ରାଜରାଜୁଡା କ୍ଷେତ୍ର
  • ଆମ ଚଳଣି
    • ଆମ କଥା
    • ଆମ ଖାଦ୍ୟ
    • ଖେଳ ଓ ମନୋରଞ୍ଜନ
  • ଭାଷା ଓ ସାହିତ୍ୟ
    • ଆମ ଭାଷା ଓ ସାହିତ୍ୟ
    • ସୃଷ୍ଟିସମଗ୍ର
  • କୋଥଳି
    • ଅଙ୍ଗେନିଭା କଥା
    • ଆଈମା କାହାଣୀ
    • ହଜିଲା ଦିନର କଥା
    • ଜଣା ଅଜଣା
  • ସଂସ୍କୃତି ଓ ପରମ୍ପରା
    • ମେଳା ଓ ଯାନିଯାତ୍ରା, ପର୍ବ ପର୍ବାଣୀ
    • କଳା, ଭାସ୍କର୍ଯ୍ୟ, ଐତିହ୍ୟ ଓ ପରମ୍ପରା
    • ନୃତ୍ୟ ସଙ୍ଗୀତ
  • ସମସାମୟିକ ସାହିତ୍ୟ

ସମିର ଵା ସମୀର

By admin / November 17, 2020

ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ ଓ କଵି ସନ୍ତୋଷ ପଟ୍ଟନାୟକ

କିଛି ଉତ୍ତର ଭାରତୀୟ ସମିର ଵା ସମୀର ନାମ ଦେଖିଲେ ପଚାରନ୍ତି ଆପଣ ମୁସଲମାନ କି ? ଏମିତି ପଚାରିଵାର କାରଣ ହେଲା ଅନେକ ମୁସ୍ଲିମ୍ ସେ ଭାରତୀୟ ହୁଅନ୍ତୁ କି ଆରଵୀୟ ଏହି ସମିର ଵା ସମୀର ନାମ ରଖିଥାନ୍ତି ।

କେହି କେହି ଭାଵିପାରନ୍ତି ସମ୍ଭଵତଃ ପଵନ ଅର୍ଥରେ ପ୍ରଚଳିତ ଏହି ସମିର ଵା ସମୀର ଶବ୍ଦଟି ଆରଵୀରେ ଯାଇଚଳୁଛି ଫଳରେ ଭାରତୀୟଙ୍କ ପରି ଆରଵୀୟମାନେ ବି ଏ ନାମ ରଖୁଅଛନ୍ତି ।

ତେବେ ସତକଥା ହେଲା ଏ ଉଭୟ ଶବ୍ଦ ଏକା ଦେଖାଯାଉଥିଲେ ହେଁ ପରସ୍ପର ଠାରୁ ବହୁତ ଭିନ୍ନ ଅଟନ୍ତି ।

ପ୍ରକୃତରେ ଆରଵୀର ସମୀର(سَمِير‎ )ଶବ୍ଦଟି ଏହାର ନିଜସ୍ୱ ଶବ୍ଦ ଅଟେ । ଏଵଂ ଏ ଶବ୍ଦର ମୂଳ ଧାତୁଶବ୍ଦ ହେଲା ” س م ر‎ “(s-m-r)। ଏ ଆରଵୀ ଶବ୍ଦର ଅର୍ଥ ‛entertaining companion’ ଵା ‛ମନୋରଞ୍ଜକ ସାଥୀ’ ଅଟେ । ସବୁଵେଳେ ମଜାମଜା କଥାକହି ହସାଉଥିଵା ବନ୍ଧୁ ଆରଵରେ ସମୀର ବୋଲାଅନ୍ତି ।

ଅପରପକ୍ଷରେ ସଂସ୍କୃତ ‛ସମିର’ ଓ ‛ସମୀର’ ଶବ୍ଦର ଦୁଇଗୋଟି ନିରୁକ୍ତି ନିର୍ଣ୍ଣୟ କରାଯାଇଛି ।

★୧. ହେମଚନ୍ଦ୍ର ଓ ପ୍ରହରାଜଙ୍କ ଅଭିଧାନରେସମିର ଶବ୍ଦର ନିରୁକ୍ତି => ସମ୍=ସମ୍ଯକ୍+ଇଧାତୁ=ଗମନ କରିବା+କର୍ତ୍ତୃ. ର
★୨.  ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ସମୀର ଶବ୍ଦର ନିରୁକ୍ତି=>
ସମ+ଈର ଧାତୁ=ପ୍ରେରଣ କରିବା; ଗମନ କରିବା+କର୍ତ୍ତୃ ଅ)

ସମିର ଶବ୍ଦର ଅର୍ଥ ବାୟୁ ହୋଇଥିଵାଵେଳେ ସମୀର ଶବ୍ଦର ଅର୍ଥ ବାୟୁ ଛଡ଼ା ଶମୀବୃକ୍ଷ( Acacia Suma) ଓ ହନୁମାନ ଵି ଅଟେ ।

ଆଜିକାଲି ଏ ଉଭୟ ଶବ୍ଦ ମଧ୍ୟରେ ଭିନ୍ନତା ଦର୍ଶେଇଵା ପାଇଁ ଇଂରାଜୀରେ ଲେଖିଲାଵେଳେ ଆରଵୀ ସମୀରକୁ Sameer ଓ ଭାରତୀୟ ସମିର ଵା ସମୀରକୁ Samir/Samirǝ ଦେଖାଯାଉଛି ।

© ଶବ୍ଦଭେଦ

View Share Email Follow Tweet
Post navigation
Previous

କଇରି

Next

ଵନିଵା

Leave a Comment Cancel Reply

Your email address will not be published. Required fields are marked *

ଅନ୍ୟ ଲିଙ୍କ୍
  • ଆମ ବିଷୟରେ
  • ଆମ ସହିତ ଯୋଗାଯୋଗ କରନ୍ତୁ
  • ପ୍ରତ୍ୟାଖ୍ୟାନ
  • ଫଟୋ ଗ୍ୟାଲେରୀ
ବର୍ଗଗୁଡିକ
  • ମହାମନିଷୀଗଣ
  • ପର୍ଯ୍ୟଟନ କ୍ଷେତ୍ର
  • ଭାଷା ଓ ସାହିତ୍ୟ
  • ସୃଷ୍ଟିସମଗ୍ର
  • ମେଳା ଓ ଯାନିଯାତ୍ରା, ପର୍ବ ପର୍ବାଣୀ
  • କଳା, ଭାସ୍କର୍ଯ୍ୟ, ଐତିହ୍ୟ ଓ ପରମ୍ପରା
  • ଜଣା ଅଜଣା
  • ଶ୍ରୀଜଗନ୍ନାଥ
  • ଇତିହାସ
  • ଆମ କଥା
ଆମକୁ ସବସ୍କ୍ରାଇବ କରନ୍ତୁ
Loading
  • Facebook
  • Instagram
  • X
  • YouTube
Scroll to Top