ଲେଖା: ଦେଵ ତ୍ରିପାଠୀ

ଚଳିତ ଦଶନ୍ଧିରେ ଯଦି କୌଣସି ବୁଦ୍ଧିଜୀବି ମୌଳିକ ତଥା କ୍ଲାସିକ ଓଡ଼ିଆ ଚଳଚ୍ଚିତ୍ରମାନ ଦେଖିବାକୁ ଇଛା କରନ୍ତି ତେବେ ନଜରକୁ ଆସେ “ଶଳାବୁଢା”, “ଆଦିମବିଚାର” ପରି ବହୁ ସମ୍ମାନଜନକ ଆନ୍ତର୍ଜାତୀୟ ପୁରସ୍କାରପ୍ରାପ୍ତ ଚଳଚ୍ଚିତ୍ର I

ଉଭୟ ବ୍ୟବସାୟିକ ଓ ସମାନ୍ତରାଳ ଚଳଚ୍ଚିତ୍ରରେ ଶ୍ରେଷ୍ଠତ୍ୱ ପ୍ରତିପାଦନ କରିଥିବା ମହାନ ଯଶସ୍ୱୀ ନିର୍ଦ୍ଦେଶକ କଳିଙ୍ଗରତ୍ନ ସବ୍ୟସାଚୀ ମହାପାତ୍ରଙ୍କ ଦ୍ୱାରା ପ୍ରସ୍ତୁତ ଏଇ ଚିତ୍ରମାନ ଓଡ଼ିଆ ଚଳଚ୍ଚିତ୍ର ଜଗତକୁ ଦେଇଛି ସ୍ୱତନ୍ତ୍ର ପରିଚୟ, ବହୁ ଆନ୍ତର୍ଜାତୀୟ ପୁରସ୍କାର ବିମଣ୍ଡିତ ହୋଇ ରାଜ୍ୟବାସୀଙ୍କୁ କରିଛି ଗୌରବାନ୍ୱିତ I

ଗ୍ରାମୀଣ ଲୋକକଥା, ସାମାଜିକ ଚଳଣି, ଆଦିବାସୀ ସଂସ୍କୃତି, ପରମ୍ପରା ଇତ୍ୟାଦିରେ ଗୁରୁତ୍ୱପୂର୍ବକ ଚିତ୍ର ପ୍ରସ୍ତୁତିରେ ରୁଚି ରଖୁଥିବା ଶ୍ରୀଯୁକ୍ତ ସବ୍ୟସାଚୀ ମହାପାତ୍ର “ଭୁଖା”, “ପାହାଡ଼ର ଲୁହ” ଇତ୍ୟାଦି ସମାନ୍ତରାଳ ଚିତ୍ରମାନ ପ୍ରସ୍ତୁତ କରିଛନ୍ତି I ମହାପ୍ରଭୁ ଜଗନ୍ନାଥଙ୍କ ମହିମାକୁ ବିଶ୍ୱବ୍ୟାପୀ କରିବା ପାଇଁ ଇଂରାଜୀ, ଓଡ଼ିଆ, ହିନ୍ଦୀ ସହିତ ୧୩ଟି ପ୍ରାଦେଶିକ ଭାଷାରେ “ଜୟ ଜଗନ୍ନାଥ” ଚିତ୍ର ତିଆରି କରିଥିଲେ I

ଶ୍ରୀଯୁକ୍ତ ମହାପାତ୍ରଙ୍କ ଚଳଚ୍ଚିତ୍ରମାନ କେବେ ଭାରତୀୟ ପାନୋରାମା ଓ କଲିକତା ଇଣ୍ଟରନେସନାଲ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ, କେବେ ପୁଣି ଜାକର୍ତ୍ତା ଇଣ୍ଟରନେସନାଲ ଫିଲ୍ମ ଫେଷ୍ଟିଭାଲ ଫର ସ୍ପିରିଚୁଆଲିଟି, ରିଲିଜିୟନ ଆଣ୍ଡ ଭିଜିଓନାରୀ-୨୦୧୩ରେ ‘ଆୱର୍ଡ ଅଫ୍ ଏକ୍ସଲେନ୍ସି’ ସମ୍ମାନିତ, ପୁଣିି ସ୍ପେନ୍’ର ଗିଜୋନ୍ ଆନ୍ତର୍ଜାତୀୟ ଫିଲ୍ମ୍ ମହୋତ୍ସବରେ ଆନ୍ତର୍ଜାତୀୟ ଜୁରି ପୁରସ୍କାର, ଫ୍ରାନ୍ସ୍ ଓରିଲାକରେ ଅନୁଷ୍ଠିତ ବିଶ୍ଵ ଗ୍ରାମୀଣ ଫିଲ୍ମ୍ ମହୋତ୍ସବ ପାଇଁ ନାମାଙ୍କିତ ଓ ଶ୍ରେଷ୍ଠ ପରିସ୍ଥିତି ଉପରେ ଅଧାରିତ ଫିଲ୍ମ୍ ଭାବେ ପୁରସ୍କୃତ।

ସୁବର୍ଣ୍ଣପୁର ଜିଲ୍ଲାରେ କଳାପ୍ରତିଭାସମ୍ପନ୍ନ ପରିବାରରେ ଜନ୍ମିତ ସେଇ ମହାନ ପ୍ରତିଭା ସବ୍ୟସାଚୀ ମହାପାତ୍ର ବାସ୍ତବରେ ଆମ ଚଳଚ୍ଚିତ୍ର ଜଗତର ଅମୂଲ୍ୟ ରତ୍ନ ।

Spread the love
admin

Recent Posts

ମା’ ଚର୍ଚ୍ଚିକା

~ ବାଙ୍କୀଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା' ଚର୍ଚ୍ଚିକା ଠାକୁରାଣୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ବା ଉତ୍କଳ…

1 day ago

ଓଡ଼ିଆ ସାହିତ୍ୟର ଇତିହାସ

~ ଓଡ଼ିଆ ସାହିତ୍ୟର ଇତିହାସ ~ ଉପସ୍ଥାପନା: ନିରଞ୍ଜନ ସାହୁ ସାହିତ୍ୟ ହେଉଛି ମୂଳତଃ ମଣିଷର। ଜୀବନର ବିବିଧ ପରିଧି…

2 days ago

ଔପନ୍ୟାସିକ କାହ୍ନୁଚରଣ ମହାନ୍ତି

ଔପନ୍ୟାସିକ କାହ୍ନୁଚରଣ ମହାନ୍ତି ଉପସ୍ଥାପନା: ଅନିଲ କୁମାର ପାଣିଗ୍ରାହୀ ଆବିର୍ଭାବ: ୧୧ ଅଗଷ୍ଟ ୧୯ଠ୬ ତିରୋଧାନ: ୬ ଏପ୍ରିଲ ୧୯୯୪…

2 days ago

ଶ୍ରୀଚୈତନ୍ୟଙ୍କ ଦେହାବସାନ

~ ଶ୍ରୀଚୈତନ୍ୟଙ୍କ ଦେହାବସାନ: ବିଭିନ୍ନ ସୂତ୍ର ଆକଳନ ~ ଉପସ୍ଥାପନା: ଅମ୍ବିକା ପଟନାୟକ ଷୋଡଶ ଶତାବ୍ଦୀରେ ଭାରତରେ ଯେଉଁ ଭକ୍ତିଧାରା…

3 days ago

ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅଵଦାନ

~ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅଵଦାନ ~ ଉପସ୍ଥାପନା: ଶିଶିର ସାହୁ ମନୋଜ ଭାରତୀୟ ସ୍ଵାଧୀନତା ସଂଗ୍ରାମର ଇତିହାସ…

1 week ago

ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟର ଇତିହାସ

ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟର ଇତିହାସ ଉପସ୍ଥାପନା: ଶାନ୍ତନୁ କୁମାର ସାହୁ ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟ କେବଳ ଦେଶପ୍ରେମର କବିତାଗୁଛ କିମ୍ବା…

2 weeks ago