ଲେଖା: ଦେଵ ତ୍ରିପାଠୀ

ସେ ଥିଲେ ସତ୍ୟର ସନ୍ଧାନୀ, ସତ୍ୟର ସାଧକ, ସତ୍ୟ ଅନ୍ୱେଷଣ ପାଇଁ ଉତ୍ସର୍ଗୀକୃତ ତାଙ୍କର ଆଜନ୍ମମୃତ୍ୟୁ ଜୀବନ, ସେ ଥିଲେ ବହୁବିଧ ପ୍ରତିଭାର ଅଧିକାରୀ, ଆମ ରାଜ୍ୟର ପ୍ରଥମ ଲିପିତତ୍ତ୍ୱବିଦ୍, ପ୍ରତ୍ନତତ୍ତ୍ୱବିଦ୍, ଐତିହାସିକ, ଗବେଷକ, ନାଟ୍ୟକାର, ପ୍ରାବନ୍ଧିକ, ସଙ୍ଗଠକ, ସମ୍ପାଦକ ତଥା ମୁକ୍ତିସଂଗ୍ରାମୀ ଉତ୍କଳରତ୍ନ ପଦ୍ମଶ୍ରୀ ଡ଼ଃ ସତ୍ୟନାରାୟଣ ରାଜଗୁରୁ I

ପାରଳାଖେମୁଣ୍ଡିରେ ଜନ୍ମ ହୋଇଥିବା ସତ୍ୟନାରାୟଣ ତାଙ୍କର ସୁଦୀର୍ଘ ଜୀବନକାଳରେ ରଚିଛନ୍ତି ଅସଂଖ୍ୟ ଗଳ୍ପ ଓ ପ୍ରବନ୍ଧ, ସେସବୁ ମୌଳିକ ଗବେଷଣର ସମୃଦ୍ଧ ସମ୍ପଦ I ସେଗୁଡ଼ିକ ମଧ୍ୟରେ କଳିଙ୍ଗର ଆତ୍ମକଥା, ଓଡ଼ିଆ ଲିପିର କ୍ରମବିକାଶ, ଓଡ଼ିଆ ଉପଭାଷା, ଗୋପବନ୍ଧୁ ଗଦ୍ୟ ସାହିତ୍ୟ, ମନୋରମା (୧୯୫୮, ଐତିହାସିକ କାବ୍ୟ), ନାଗ ଇତିହାସ, ଜନନୀ ଉତ୍କଳ, ରାଧାଭିଷେକ (ଗୀତୀନାଟିକା), ଓଡ଼ିଶାର ଇତିହାସ (୧୯୮୫), ଖାରବେଳ (ନାଟକ), ପାଲିଙ୍କି ବାହକ (ସରୋଜିନୀ ନାଇଡୁଙ୍କ ‘The Palanquin Bearers’ର ଓଡ଼ିଆ ଅନୁବାଦ), ସ୍ଵପନେ ଚୁମ୍ବନ, Invocatory Verses from Inscriptions, History of Gangas, The Korasanda Copper Plate Grant of Visakhavarma, History of Eastern Gangas of Kalinga, Heirographic letters of Naraj, The Odras and their Predomenancy, The Historical Research in Orissa, The Konduli Copper Plate Grant of Narasimha Deva of Saka 1305, Sumandal Plates of Dharmaraj ଇତ୍ୟାଦି ଅନ୍ୟତମ I

କଳିଙ୍ଗବିଜୟ, ଖାରବେଳ, କଟକକୁମାରୀ, ଜୟଦେବ, ଗୀତଗୋବିନ୍ଦ ଇତ୍ୟାଦି ନାଟକ ରଚନା ସତ୍ୟନାରାୟଣଙ୍କ ଲେଖକୀୟ ଜୀବନର ମୂଳମନ୍ତ୍ର I ତେବେ ପ୍ରତି ନାଟକର ମୂଳଉତ୍ସ ଇତିହାସ I ଇତିହାସର ପୃଷ୍ଠଭୂମି ଉପରେ ନାଟକ ଲେଖୁ ଲେଖୁ ସେ ଇତିହାସର ସତ୍ୟକୁ ଖୋଜି ଚାଲିଥିଲେ I

ଭଙ୍ଗାପ୍ରତିମାର ଦେହରୁ ସେ ଆବିଷ୍କାର କରି ପାରିଥିଲେ ଓଡ଼ିଶାର କଳା ଭାସ୍କର୍ଯ୍ୟର ଗାଥା, ଓଡ଼ିଶା ଇତିହାସର ବହୁ ଅଜଣା ଓ ଭ୍ରମାତ୍ମକ ଚଥ୍ୟକୁ ସେ ଦେଇଥିଲେ ନୂତନ ରୂପ, ନୂତନ ଦିଗ, ଶ୍ରୀଜଗନ୍ନାଥ ସଂସ୍କୃତିର ଗବେଷଣା ପଥକୁ ସେ ଦର୍ଶାଇଥିଲେ ନୂତନ ଆଲୋକ I

ଭୁବନେଶ୍ୱରର ରାଜ୍ୟ ସଂଗ୍ରହାଳୟ ପ୍ରତିଷ୍ଠା ପଛରେ ଥିଲା ତାଙ୍କର ପ୍ରଛନ୍ନ ହାତ I

ସତ୍ୟର ସେଇ ମହାନ ସାଧକ ସତ୍ୟନାରାୟଣ ରାଜଗୁରୁ ୧୯୦୩ ମସିହା ଅଗଷ୍ଟ ୧୯ ତାରିଖ କାଳୀୟଦଳନ ଦଳନ ଏକାଦଶୀ ତିଥିରେ ପାରଳାଖେମୁଣ୍ଡିଠାରେ ଜନ୍ମଗ୍ରହଣ କରିଥିଲେ ଏବଂ ୯୩ ବର୍ଷର କର୍ମମୟ ଜୀବନର ଅବସାନ ଘଟାଇ ୧୯୯୭ ମସିହା ଜୁନ୍ ୧୧ ତାରିଖରେ ଇହଲୀଳା ସମ୍ବରଣ କରିଥିଲେ ।

Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

1 month ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

2 months ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

2 months ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

2 months ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

2 months ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

2 months ago