ଲେଖା: ଦେଵ ତ୍ରିପାଠୀ

ସେ ଥିଲେ ସତ୍ୟର ସନ୍ଧାନୀ, ସତ୍ୟର ସାଧକ, ସତ୍ୟ ଅନ୍ୱେଷଣ ପାଇଁ ଉତ୍ସର୍ଗୀକୃତ ତାଙ୍କର ଆଜନ୍ମମୃତ୍ୟୁ ଜୀବନ, ସେ ଥିଲେ ବହୁବିଧ ପ୍ରତିଭାର ଅଧିକାରୀ, ଆମ ରାଜ୍ୟର ପ୍ରଥମ ଲିପିତତ୍ତ୍ୱବିଦ୍, ପ୍ରତ୍ନତତ୍ତ୍ୱବିଦ୍, ଐତିହାସିକ, ଗବେଷକ, ନାଟ୍ୟକାର, ପ୍ରାବନ୍ଧିକ, ସଙ୍ଗଠକ, ସମ୍ପାଦକ ତଥା ମୁକ୍ତିସଂଗ୍ରାମୀ ଉତ୍କଳରତ୍ନ ପଦ୍ମଶ୍ରୀ ଡ଼ଃ ସତ୍ୟନାରାୟଣ ରାଜଗୁରୁ I

ପାରଳାଖେମୁଣ୍ଡିରେ ଜନ୍ମ ହୋଇଥିବା ସତ୍ୟନାରାୟଣ ତାଙ୍କର ସୁଦୀର୍ଘ ଜୀବନକାଳରେ ରଚିଛନ୍ତି ଅସଂଖ୍ୟ ଗଳ୍ପ ଓ ପ୍ରବନ୍ଧ, ସେସବୁ ମୌଳିକ ଗବେଷଣର ସମୃଦ୍ଧ ସମ୍ପଦ I ସେଗୁଡ଼ିକ ମଧ୍ୟରେ କଳିଙ୍ଗର ଆତ୍ମକଥା, ଓଡ଼ିଆ ଲିପିର କ୍ରମବିକାଶ, ଓଡ଼ିଆ ଉପଭାଷା, ଗୋପବନ୍ଧୁ ଗଦ୍ୟ ସାହିତ୍ୟ, ମନୋରମା (୧୯୫୮, ଐତିହାସିକ କାବ୍ୟ), ନାଗ ଇତିହାସ, ଜନନୀ ଉତ୍କଳ, ରାଧାଭିଷେକ (ଗୀତୀନାଟିକା), ଓଡ଼ିଶାର ଇତିହାସ (୧୯୮୫), ଖାରବେଳ (ନାଟକ), ପାଲିଙ୍କି ବାହକ (ସରୋଜିନୀ ନାଇଡୁଙ୍କ ‘The Palanquin Bearers’ର ଓଡ଼ିଆ ଅନୁବାଦ), ସ୍ଵପନେ ଚୁମ୍ବନ, Invocatory Verses from Inscriptions, History of Gangas, The Korasanda Copper Plate Grant of Visakhavarma, History of Eastern Gangas of Kalinga, Heirographic letters of Naraj, The Odras and their Predomenancy, The Historical Research in Orissa, The Konduli Copper Plate Grant of Narasimha Deva of Saka 1305, Sumandal Plates of Dharmaraj ଇତ୍ୟାଦି ଅନ୍ୟତମ I

କଳିଙ୍ଗବିଜୟ, ଖାରବେଳ, କଟକକୁମାରୀ, ଜୟଦେବ, ଗୀତଗୋବିନ୍ଦ ଇତ୍ୟାଦି ନାଟକ ରଚନା ସତ୍ୟନାରାୟଣଙ୍କ ଲେଖକୀୟ ଜୀବନର ମୂଳମନ୍ତ୍ର I ତେବେ ପ୍ରତି ନାଟକର ମୂଳଉତ୍ସ ଇତିହାସ I ଇତିହାସର ପୃଷ୍ଠଭୂମି ଉପରେ ନାଟକ ଲେଖୁ ଲେଖୁ ସେ ଇତିହାସର ସତ୍ୟକୁ ଖୋଜି ଚାଲିଥିଲେ I

ଭଙ୍ଗାପ୍ରତିମାର ଦେହରୁ ସେ ଆବିଷ୍କାର କରି ପାରିଥିଲେ ଓଡ଼ିଶାର କଳା ଭାସ୍କର୍ଯ୍ୟର ଗାଥା, ଓଡ଼ିଶା ଇତିହାସର ବହୁ ଅଜଣା ଓ ଭ୍ରମାତ୍ମକ ଚଥ୍ୟକୁ ସେ ଦେଇଥିଲେ ନୂତନ ରୂପ, ନୂତନ ଦିଗ, ଶ୍ରୀଜଗନ୍ନାଥ ସଂସ୍କୃତିର ଗବେଷଣା ପଥକୁ ସେ ଦର୍ଶାଇଥିଲେ ନୂତନ ଆଲୋକ I

ଭୁବନେଶ୍ୱରର ରାଜ୍ୟ ସଂଗ୍ରହାଳୟ ପ୍ରତିଷ୍ଠା ପଛରେ ଥିଲା ତାଙ୍କର ପ୍ରଛନ୍ନ ହାତ I

ସତ୍ୟର ସେଇ ମହାନ ସାଧକ ସତ୍ୟନାରାୟଣ ରାଜଗୁରୁ ୧୯୦୩ ମସିହା ଅଗଷ୍ଟ ୧୯ ତାରିଖ କାଳୀୟଦଳନ ଦଳନ ଏକାଦଶୀ ତିଥିରେ ପାରଳାଖେମୁଣ୍ଡିଠାରେ ଜନ୍ମଗ୍ରହଣ କରିଥିଲେ ଏବଂ ୯୩ ବର୍ଷର କର୍ମମୟ ଜୀବନର ଅବସାନ ଘଟାଇ ୧୯୯୭ ମସିହା ଜୁନ୍ ୧୧ ତାରିଖରେ ଇହଲୀଳା ସମ୍ବରଣ କରିଥିଲେ ।

Spread the love
admin

Recent Posts

ବ୍ରହ୍ମା ମନ୍ଦିର

~ ବ୍ରହ୍ମା ମନ୍ଦିର ~ ଉପସ୍ଥାପନା: ଅମ୍ବିକା ପଟ୍ଟନାୟକ କୋଉ ଅନାଦି କାଳର କଥା l ସୃଷ୍ଟି ସର୍ଜନାରୁ ବିରତ…

5 days ago

ଅନନ୍ତ ବାସୁଦେବ ମନ୍ଦିର

~ ଅନନ୍ତ ବାସୁଦେବ ମନ୍ଦିର: ମିଥ୍ୟା ଇତିହାସର ପ୍ରଚାର ପ୍ରସାର ~ ଉପସ୍ଥାପନା: ଅମ୍ବିକା ପଟ୍ଟନାୟକ ମହା ଶୈବକ୍ଷେତ୍ର ଏକାମ୍ର…

5 days ago

ଗଜପତି କପିଳେନ୍ଦ୍ର ଦେବଙ୍କ ତିରୋଧାନ ସମୟର ଆକଳନ

~ ଗଜପତି କପିଳେନ୍ଦ୍ର ଦେବଙ୍କ ତିରୋଧାନ ସମୟର ଆକଳନ ~ ଉପସ୍ଥାପନା: ଅମ୍ବିକା ପଟ୍ଟନାୟକ ପ୍ରତି ବର୍ଷ 29 ଜୁନରେ…

3 weeks ago

ବଗା ପୂଜାରୀ

~ ବଗା ପୂଜାରୀ ~ ଲେଖା: ନିରଞ୍ଜନ ସାହୁ ବିଂଶ ଶତାବ୍ଦୀର ସଂଗ୍ରାମ ଥିଲା ସ୍ଵତନ୍ତ୍ର, ମଣିଷର ଅପହୃତ ଜନ୍ମଗତ…

3 weeks ago

ସାହିତ୍ୟ ଭାସ୍କର ମାୟାଧର ମାନସିଂହ

ସାହିତ୍ୟ ଭାସ୍କର ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ଉପସ୍ଥାପନା: ନିରଞ୍ଜନ ସାହୁ ଓଡ଼ିଆ ସାହିତ୍ୟରେ ଅର୍ଦ୍ଧ ଶତାବ୍ଦୀ ଧରି…

3 weeks ago

ଆମ ଚଳଣି

~ ଆମ ଚଳଣି ~ ଲେଖା: ଡ. ଜୟଶ୍ରୀ ନନ୍ଦ ଓଡ଼ିଆ ଘରର କଥା ନିଆରା। ଆମ ଚଳଣି ଅନନ୍ୟ।…

2 months ago