ଲେଖା: ଶିବାଶିଷ ମହାପାତ୍ର
“ମାଟିର ସେଇ ସରଗ ମୋର,
ସେଇଠି ଅଛି ମୋ ଷଠି ଘର ।
ଜଳିବ ପୁଣି ସେଇଠି ଶେଷେ, ମୋହରି ଚିତା ନିଆଁଟି,
ଛୋଟ ମୋର ଗାଁଟି ।”
ମା’, ମାଟି ଏବଂ ମମତାକୁ ନେଇ ଚିର ଅମର ତାଙ୍କ କାବ୍ୟ କବିତା । ଆଜି ମଧ୍ୟ ଭୁଲି ପାରିନାହାନ୍ତି ତାଙ୍କ ଲେଖା ମା’ ଏବଂ ମାଟିକୁ ଭଲ ପାଉଥିବା ମଣିଷ ସମାଜ । ଏହିପରି ନୂତନତା ତଥା କଳାତ୍ମକ ଓଡ଼ିଆ କବିତାର ଜନ୍ମ ହୁଏ ୧୯୧୬ ମସିହା ମେ ମାସ ୧୩ ତାରିଖ ଆଜିର ଦିନରେ ଶ୍ରୀ ସଚ୍ଚିଦାନନ୍ଦ ରାଉତରାୟଙ୍କ (ସଚ୍ଚି ରାଉତରାୟ) ନାମରେ, ଅଧୁନା ଖୋର୍ଦ୍ଧା ଜିଲ୍ଲା ଗୁରୁଜଙ୍ଗ ଗ୍ରାମରେ ।
ପିତା ଶ୍ରୀଯୁକ୍ତ ପ୍ରଶନ୍ନ କୁମାର ରାଉତରାୟ ଏବଂ ମାତା ଥିଲେ ଶ୍ରୀମତି ମୁକ୍ତା ଦେବୀ, କିନ୍ତୁ ଘଟଣା କ୍ରମେ ତାଙ୍କ ବଡ଼ ବାପା ତାଙ୍କୁ ପୁଅ କରି ରଖିଥିଲେ । ଛୋଟ ଦିନରୁ ସେ ସ୍ବାଧୀନତା ସଂଗ୍ରାମରେ ଝାସ ଦେଇଥିଲେ ଏବଂ ଏହି କାରଣ ଯୋଗୁଁ ପରବର୍ତ୍ତୀ କାଳରେ ତାଙ୍କୁ ଗ୍ରାମ ବିଦ୍ୟାଳୟରୁ ବାହାର କରିଦିଆଯାଇଥିଲା । ପରେ ସେ କଲିକତା ଯାଇ ନିଜର ବିଦ୍ୟାଳୟ ପାଠ୍ୟକ୍ରମ ସମାପ୍ତ କରିଥିଲେ । ସ୍ବାଧୀନଚେତା ତଥା ସାଲିସ ବିହିନ ରାଜନୀତି ଯୋଗୁଁ ସ୍ନାତକୋତ୍ତର ବିଦ୍ୟାଲାଭରୁ ବଞ୍ଚିତ ହୋଇଥିଲେ ତତ୍କାଳୀନ ରେଭେନ୍ସା ମହାବିଦ୍ୟାଳୟରୁ । ଗୋଳାପଲ୍ଲୀର ତେଲୁଗୁ ରାଜଜେମାଙ୍କୁ କରିଥିଲେ ବିବାହ ।
“ସାହିତ୍ୟ ନୁହଁଇ ଖାଲି ସୁକୁମାର ବିଳାସର ଫୁଲ,
ଜାତିକୁ ଦେବ ମୁକ୍ତି ତେବେଯାଇ ଚରମ ତା’ ମୁଲ ।”
ଖୁବ ଚମତ୍କାରିତା ପ୍ରଦର୍ଶନ କରି କବିତାର ଅର୍ଥ ବୁଝାଇଥିବା କବିଙ୍କ ଲେଖନୀ ଚାଳନା ହୋଇଥିଲା ୧୧ ବର୍ଷ ବୟସରୁ । ଗଡ଼ଜାତ ପ୍ରଜା ଆନ୍ଦୋଳନ, ଛାତ୍ର ଏବଂ କୃଷକ ଆନ୍ଦୋଳନ ଯୋଗୁଁ ଭୋଗିଥିଲେ ତିନି ଥର କାରାବାସ ଓ ଅନେକ ଥର ଯୋରିମାନା ଏବଂ ହୋଇଥିଲା ଅନେକ ବହି ବାଜ୍ୟାପ୍ତ । ପ୍ରଥମ କବିତା ପୁସ୍ତକ “ପାଥେୟ” ପ୍ରକାଶ ପାଇଥିଲା ୧୯୩୨ ମସିହାରେ ଏବଂ ପରେ ପରେ ଅନେକ ଗୁଡ଼ିଏ କବିତା, ଗଳ୍ପ ଏବଂ ଉପନ୍ୟାସ ସବୁ ପ୍ରକାଶ ପାଇଥିଲା । ତାଙ୍କ କୃତି ମଧ୍ୟରେ ରହିଛି ପୁର୍ଣିମା, ପଲ୍ଲୀଶ୍ରୀ, ପାଣ୍ଡୁଲିପି, କବିତା -୧୯୬୨, ମଶାଣିର ଫୁଲ, ମାଟିର ଡାକ, ଚିତ୍ରଗ୍ରିବ ଇତ୍ୟାଦି ।
ବାର ବର୍ଷର ରାଉତ ପିଲା ବ୍ରାହ୍ମଣୀ ନଦୀକୂଳ ଢ଼େଙ୍କାନାଳ ଜିଲ୍ଲାର ନିଳକଣ୍ଠପୁର ଘାଟ ଯଗିଥିଲା । ଗୋରା ପୁଲିସର ଗୁଳି ମାଡରେ ପାଲଟି ଗଲା ସହିଦ ବାଜି ରାଉତ । ତାହାର ଜଳୁଥିବା ଅଗ୍ନିଶିଖା ଦେଖି କବି ସଚ୍ଚି ରାଉତରାୟ ଲେଖିଲେ ବୈପ୍ଳବିକ କଥା ୧୯୩୮ ମସିହାରେ “ବାଜି ରାଉତ” କାବ୍ୟରେ । ଏହି କାବ୍ୟ ୧୯୪୩ ମସିହାରେ ପ୍ରକାଶିତ ହୋଇ ବିଦ୍ରୋହୀ ସ୍ବରକୁ ଦେଇଥିଲା ଏକ ନୂତନ ପଥ ।
“ନୁହେଁ ବନ୍ଧୁ, ନୁହେଁ ଏହା ଚିତା ,
ଏ ଦେଶ ତିମିର ତଳେ
ଏ ଅଲିଭା ମୁକତି ସଳିତା। “
କଲିକତାର ଏକ ମିଲ୍’ରେ କାମ କରିଥିଲେ ୧୯୪୨-୧୯୬୨ ମସିହା ପର୍ଯ୍ୟନ୍ତ । ଅଷ୍ଟ୍ରେଲିଆ, ନ୍ୟୁଜଲାଣ୍ଡ, ଋଷିଆ ତଥା ବାଂଲାଦେଶ ଆଦି ବିଭିନ୍ନ ଦେଶରେ ଆନ୍ତର୍ଜାତୀୟ ସାହିତ୍ୟ ସେମିନାର ମାନଙ୍କରେ ଯୋଗଦାନ କରି ଭାଷଣ ସବୁ ରଖିଛନ୍ତି । ତାଙ୍କୁ ସମ୍ମାନିତ କରାଯାଇଛି ପଦ୍ମଶ୍ରୀ – ୧୯୬୨, ଆନ୍ଧ୍ର ଏବଂ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ତରଫରୁ ଡ଼ି. ଲିଟ -୧୯୭୭-୧୯୭୮, ଜ୍ଞାନପୀଠ ସମ୍ମାନ – ୧୯୮୬, ସାହିତ୍ୟ ଭାରତୀ -୧୯୯୭ ଇତ୍ୟାଦି ।
ଆଜି ଏହି ମାଟିର ମହାକବି ପଦ୍ମଶ୍ରୀ ଡ଼କ୍ଟର ସଚ୍ଚିଦାନନ୍ଦ ରାଉତରାୟ ଅମ ଗହଣରେ ନାହାନ୍ତି, କିନ୍ତୁ ଛାଡ଼ି ଯାଇଛନ୍ତି ଅନେକ ଅମୁଲ୍ୟ ସମ୍ପଦ ।
~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…
~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…
~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…
ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ…
ଲେଖା: ନିରଞ୍ଜନ ସାହୁ ~ ଜଣେ ଉପେକ୍ଷିତ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ଗୋଟିଏ କଥା ମନରେ ଉଠେ, ଯେଉଁ…
ଲେଖା: ନିରଞ୍ଜନ ସାହୁ ଶ୍ରଦ୍ଧେୟ ବାଜି ! ସାଷ୍ଟାଂଗ ଦଣ୍ଡବତ ପ୍ରଣାମ ଘେନିବା ହୁଅ। ନା, ତମେ ଯେ ସାଷ୍ଟାଂଗ…