ଇତିହାସ

ଷଢ଼େଇକଳାର ସ୍ୱତନ୍ତ୍ରତା ଦାବି

ଉପସ୍ଥାପନା: ଶିଶିର ସାହୁ ମନୋଜ
~ ଷଢ଼େଇକଳାର ସ୍ୱତନ୍ତ୍ରତା ଦାବି ~
ଓଡ଼ିଆ ଭାଇଭଉଣୀମାନେ ଜାଣିଛନ୍ତି ସେ ଅନ୍ୟାୟର କାହାଣୀ ଯାହା ଏ ଦେଶରେ ଓଡ଼ିଆଙ୍କ ସହିତ ହୋଇଥିଲା ? ଜାଣିଛନ୍ତି ସୁପ୍ରିମ କୋର୍ଟର ପ୍ରଥମ ମକଦ୍ଦମା ଥିଲା ଓଡ଼ିଶା ସମ୍ବନ୍ଧୀୟ, କିନ୍ତୁ ଅନ୍ୟାୟ କରି ଓଡ଼ିଆଙ୍କୁ ସେମାନଙ୍କ ନାର୍ଯ୍ୟ ଦାବି ଦିଆଯାଇ ନଥିଲା  ?
ହଁ ! ସର୍ବୋଚ୍ଚ ନ୍ୟାୟାଳୟର ସର୍ଵପ୍ରଥମ ମକଦ୍ଦମା ଥିଲା ଓଡ଼ିଆ ଜନତାଙ୍କର ସଂଖ୍ୟା ଗରିଷ୍ଠତାକୁ ନେଇ ‘ଷଢ଼େଇକଳାର ସ୍ୱତନ୍ତ୍ରତା ଦାବି’ । କିନ୍ତୁ ଯାଚିତାକର୍ତ୍ତା ରାଜା ଆଦିତ୍ୟ ପ୍ରତାପ ସିଂହଙ୍କର ରାଜପଦ ନ ରହିଵା ଯୋଗୁଁ କେଶ୍ ଖାରଜ ହୋଇଗଲା । ଏ କେଶ୍ ଥିଲା ଓଡ଼ିଆ ଜନତାଙ୍କର ସଂଖ୍ୟା ଗରିଷ୍ଠତା ଆଧାରରେ କିନ୍ତୁ ଆମ ଦେଶର ସର୍ଵୋଚ୍ଚ ନ୍ୟାୟାଳୟର ସର୍ଵପ୍ରଥମ ନ୍ୟାୟ କଣ ନ୍ୟାୟୋଚିତ ହୋଇଥିଲା କି ?
ଓଡ଼ିଆ ଭାଷା ସଂସ୍କୃତି ଆଧାରରେ ଓଡ଼ିଶା ରାଜ୍ୟ ହେଵା ଯେତେ ସୁଖଦ ଆଜି ଯାଏଁ “ଷଢ଼େଇକଳାର ସ୍ୱତନ୍ତ୍ରତା ଦାବି” ଅପୂରଣୀୟ ରହିଵା ସେତିକି ଦୁଃଖଦ । ସେତେବେଳେ ମୁଖ୍ୟ ବିଚାରପତି କିଏ ଥିଲେ ? ନ୍ଯାୟାଧୀଶ ହୀରାଲାଲ କାନିଆ ସେତେବେଳେ ସୁପ୍ରିମକୋର୍ଟର ମୁଖ୍ୟ ଵିଚାରପତି ଥିଲେ ।
୧୯୨୧ ଜନଗଣନା ସମୟରେ ଷଡ଼ୈକଳାରେ ଓଡ଼ିଆ ଭାଷୀ ୪୦୦୭୪ ଜଣ ଓ ହିନ୍ଦୀଭାଷୀ ୫୩୭୮ ଥିଲେ ଏଵଂ ୧୯୩୧ ଜନଗଣନା ସମୟରେ ଓଡ଼ିଆ ଭାଷୀ ୫୧୨୦୪ ଜଣ ତଥା ହିନ୍ଦୀଭାଷୀ ୧୦୨୨୬ ଜଣ ଥିଲେ । ଷଢ଼େଇକଳା ଓ ଖରସୁଆଁ ଓଡ଼ିଆଭାଷୀ ଅଞ୍ଚଳ ସମ୍ବନ୍ଧୀୟ କେଶ୍ ଚାଲିଵା ମଧ୍ୟରେ ରାଜତନ୍ତ୍ର ଵିଲୋପ ହେଲା ।
ନ୍ୟାୟ ମାଗିଥିଵା ରାଜା ଓ ତାଙ୍କର ରାଜ୍ୟ ରହିଲାନି । ସୁପ୍ରିମକୋର୍ଟର ବିଚାର ହେଲା ଯେ, ରାଜା ତ ନାହାନ୍ତି, ନ୍ୟାୟ ମିଳିଵ କାହାକୁ ? ଏହା ୬ ଏପ୍ରିଲ ୧୯୫୧ର ଘଟଣା । ତେବେ ପ୍ରୋକ୍ତ ଟେକ୍ନିକାଲ ଫଲ୍ଟ୍ ଆଧାରରେ କେଶ୍ ଖାରଜ ହେଲା ।
ଷଡ଼ୈକଳାରେ ରାଜା ନ ରହିଲେ ବୋଲି, ଓଡ଼ିଆ ଜନତାଙ୍କୁ ନିଜର ଭାଷା ସଂସ୍କୃତି ଠାରୁ ଵିଚ୍ଛିନ୍ନ କରି ପଡ଼ୋଶୀ ରାଜ୍ୟରେ ପରାଧୀନ କରି ରଖିଵା କ’ଣ ଗଣତନ୍ତ୍ରର ହତ୍ୟା ନୁହେଁ ?
ତଥ୍ୟ: Kartik Parichha (ଷଡ଼ୈକଳା ରାଜ୍ୟ)
Spread the love
admin

Recent Posts

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

7 days ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

2 weeks ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

4 weeks ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

1 month ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

1 month ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ…

1 month ago