ଲେଖା: ତ୍ରିଲୋଚନ ସ୍ୱାଇଁ
~ କୁଣ୍ଡେଶ୍ୱରର ଶ୍ରୀ ତ୍ରିଲୋଚନେଶ୍ୱର ମନ୍ଦିର ~
ଝଙ୍କଡ଼ର ଶାରଳା ଓ ଗୋରଖନାଥଙ୍କ ପୀଠ ବ୍ୟତୀତ ଜଗତସିଂହପୁର ଜିଲ୍ଲାରେ ଆଉ କେତୋଟି ପ୍ରାଚୀନ ପୀଠ ରହିଛି l ସେଥିମଧ୍ୟରୁ ବାଲିଆ ଗୋପୀନାଥପୁରର ଭଗବତୀ ପୀଠ ବା ଭୁବନେଶ୍ୱର ମହାଦେବ ମନ୍ଦିର ଏବଂ ବାଲିକୁଦା ବ୍ଲକ୍ ଅନ୍ତର୍ଗତ କୁନ୍ଦଗ୍ରାମ ବା କୁଣ୍ଡେଶ୍ୱରର ଶ୍ରୀ ତ୍ରିଲୋଚନେଶ୍ୱର ମନ୍ଦିର ଅନ୍ୟତମ l
ଏହି ତ୍ରିଲୋଚନେଶ୍ୱର ମନ୍ଦିରଟି ବହୁ ପ୍ରାଚୀନ ମନ୍ଦିର, ପ୍ରାୟ ଅଷ୍ଟମ ବା ନବମ ଶତାବ୍ଦୀରେ ନିର୍ମାଣ ହୋଇଥିବା ଅନୁମାନ କରାଯାଏ l କୁହାଯାଏ ଏହି ମନ୍ଦିରଟି ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର ନିର୍ମାଣର ବହୁ ପୂର୍ବରୁ ନିର୍ମିତ ହୋଇଥିଲା l ମନ୍ଦିରଟି ଯେତିକି ପ୍ରାଚୀନ ସେତିକି ସୁନ୍ଦର ମଧ୍ୟ l ବୋଧହୁଏ ଏ ମନ୍ଦିରଟି ସମଗ୍ର ଜଗତସିଂହପୁର ଜିଲ୍ଲାର ସବୁଠୁ ପୁରୁଣା ଓ ଉଚ୍ଚତାରେ ସବୁଠୁ ବଡ଼ ମନ୍ଦିର l
ମନ୍ଦିରଟିରେ ସୁକ୍ଷ୍ମ କାରୁକାର୍ଯ୍ୟ ପ୍ରାୟ ଦୃଷ୍ଟି ଗୋଚର ନ ହେଲେ ବି ରାହୁମୁଖ ତଳେ ଓ ପାର୍ଶ୍ଵ ଦେବଦେବୀଙ୍କ ଚତୁଃପାର୍ଶ୍ୱରେ କିଛିଟା ସୂକ୍ଷ୍ମ କାରୁକାର୍ଯ୍ୟ ଦେଖିବାକୁ ମିଳେ l ଶ୍ରୀ ତ୍ରିଲୋଚନେଶ୍ୱର ମନ୍ଦିରର ଗର୍ଭ ଗୃହରେ ସ୍ୱୟଂଭୁ ଶିବଲିଙ୍ଗ ବିରାଜିତ l ମନ୍ଦିର ଦ୍ୱାରଦେଶରେ ଥିବା ଦ୍ୱାରପାଳଙ୍କ ପ୍ରତିମା ଦୁଇଟି ମଧ୍ୟ ଖୁବ୍ ସୁନ୍ଦର l
ମୁଖ୍ୟଦେଉଳର ଉତ୍ତରପୂର୍ଵ କୋଣରେ ଓ ଦକ୍ଷିଣ ପଶ୍ଚିମ କୋଣରେ ସ୍ୱଳ୍ପ ଉଚ୍ଚର କେତୋଟି ପୁରାତନ ମନ୍ଦିର ରହିଛି l ଏହି ମନ୍ଦିର ଗୁଡ଼ିକର ଗର୍ଭଗୃହରେ ମଧ୍ୟ ଶିବଲିଙ୍ଗ ପ୍ରତିଷ୍ଠିତ l ମନ୍ଦିର ପରିସରରେ ଥିବା ଏକ ସଂଗ୍ରହାଳୟରେ କେତେଗୁଡ଼ିଏ ପ୍ରାଚୀନ ମୂର୍ତ୍ତି ସଂରକ୍ଷିତ କରି ରଖାଯାଇଛି l
ଶ୍ରୀ ତ୍ରିଲୋଚନେଶ୍ୱର ମନ୍ଦିର ଠାରୁ ପ୍ରାୟ ପାଞ୍ଚଶହ ମିଟର ଦୂର ସଠଳପୁର ଠାରେ ଆଉ ଏକ ପ୍ରାଚୀନ ଶିବ ମନ୍ଦିର ସିଦ୍ଧେଶ୍ୱର ମହାଦେବ ଏବଂ ଏକ ସିମେଣ୍ଟ ତିଆରି ଘରେ ସପ୍ତ ମାତୃକାଙ୍କ ମୂର୍ତ୍ତି ପୂଜା ପାଉଛନ୍ତି l ସବୁଠୁ ବଡ଼ କଥା ହେଲା ଓଡ଼ିଶାରେ ଥିବା ହାତଗଣତି କେତୋଟି ଭୈରବଙ୍କ ମୂର୍ତ୍ତି ମଧ୍ୟ୍ୟରୁ “ଏକପାଦ ଭୈରବ”ଙ୍କ ଏକ ଖଣ୍ଡିତ ପ୍ରତିମା ଏହିଠାରେ ରହିଛି l ଏହି ମୂର୍ତ୍ତିଟି ବହୁ ପ୍ରାଚୀନ l
ଜଗତସିଂହପୁରରୁ ବାଲିକୁଦା ରାସ୍ତାରେ ପଡୁଥିବା ଡେଙ୍ଗାପୋଲରୁ ଦକ୍ଷିଣ ପାର୍ଶ୍ୱରେ କେନାଲ କୂଳେ କୂଳେ ଗଲେ ଚାରିରୁ ପାଞ୍ଚ କିଲୋମିଟର ଦୂର ଗଲାପରେ ଶ୍ରୀତ୍ରିଲୋଚନେଶ୍ୱର ମନ୍ଦିର ପଡ଼ିବ l ସେହିଠାରୁ ମାତ୍ର ପାଞ୍ଚଶହ ମିଟର ଦୂର ସଠଳପୁର ଗ୍ରାମରେ ଏକପାଦ ଭୈରବଙ୍କ ପ୍ରତିମା, ସପ୍ତମାତୃକା ମନ୍ଦିରସିଦ୍ଧେଶ୍ୱର ଶିବମନ୍ଦିର ଦେଖିହେବ l
Spread the love
admin

View Comments

Recent Posts

ଶାମ୍ବ ଦଶମୀ

~ ଶାମ୍ବ ଦଶମୀ ~ ଉପସ୍ଥାପକ: ଆୟୁଷ୍ମାନ ଆର୍ଯ୍ୟ ପଞ୍ଚଦେବଙ୍କ ମଧ୍ୟରେ ଅନ୍ୟତମ ଦିନମଣି ଦିବାକରଙ୍କ ଉପାସନାର ପାବନ ଅବସର…

1 day ago

ଖୁଦୁରୁକୁଣୀ ପଟି

~ ଖୁଦୁରୁକୁଣୀ ଓଷାର ନିଆରା ପରମ୍ପରା ଖୁଦୁରୁକୁଣୀ ପଟି ~ ଉପସ୍ଥାପକ: ଆୟୁଷ୍ମାନ ଆର୍ଯ୍ୟ ଓଡ଼ିଆ ଘରେ ବର୍ଷର ବିଭିନ୍ନ…

5 days ago

ବଡ଼ମ୍ବାର ଜଗନ୍ନାଥ ମନ୍ଦିର

~ ବଡ଼ମ୍ବାର ଜଗନ୍ନାଥ ମନ୍ଦିର ~ ଉପସ୍ଥାପକ:  ଆୟୁଷ୍ମାନ ଆର୍ଯ୍ୟ ଓଡ଼ିଶାର ସଂସ୍କୃତି, ପରମ୍ପରା, ଲୋକବିଶ୍ୱାସରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ଥାନ…

5 days ago

ଶ୍ରୀକ୍ଷେତ୍ରରେ ଗଣେଶ ପୂଜା

~ ଶ୍ରୀକ୍ଷେତ୍ରରେ ଗଣେଶ ପୂଜା ~ ଉପସ୍ଥାପକ: ଶ୍ରୀ ଦୁର୍ଗାମାଧବ ମହାନ୍ତି ବକ୍ରତୁଣ୍ଡଂ ମହାକାୟ ସୂର୍ଯ୍ୟ କୋଟି ସମପ୍ରଭ। ନିର୍ବିଘ୍ନମ୍…

5 days ago

ଝୁଲଣ ଯାତ୍ରା

~ ଝୁଲଣ ଯାତ୍ରା ~ ଉପସ୍ଥାପକ: ଦୁର୍ଗାମାଧବ ମହାନ୍ତି ଚଳିତ ବର୍ଷ ଶ୍ରୀମନ୍ଦିର ସହ ବିଭିନ୍ନ ମଠରେ ଝୁଲଣ ଯାତ୍ରା…

5 days ago

ଅନ୍ତରଙ୍ଗ କଳିଙ୍ଗ ପ୍ରତିଭା ସମ୍ମାନ

~ ଅନ୍ତରଙ୍ଗ କଳିଙ୍ଗ ପ୍ରତିଭା ସମ୍ମାନ (ସପ୍ତମ ପର୍ବ) ~ ୨୨ ଜୁନ ୨୦୨୫: ଆମ ମାଟିର ଅଗଣିତ ପ୍ରେରଣାପ୍ରଦ…

5 days ago