ଲେଖା: ତ୍ରିଲୋଚନ ସ୍ୱାଇଁ
~ କୁଣ୍ଡେଶ୍ୱରର ଶ୍ରୀ ତ୍ରିଲୋଚନେଶ୍ୱର ମନ୍ଦିର ~
ଝଙ୍କଡ଼ର ଶାରଳା ଓ ଗୋରଖନାଥଙ୍କ ପୀଠ ବ୍ୟତୀତ ଜଗତସିଂହପୁର ଜିଲ୍ଲାରେ ଆଉ କେତୋଟି ପ୍ରାଚୀନ ପୀଠ ରହିଛି l ସେଥିମଧ୍ୟରୁ ବାଲିଆ ଗୋପୀନାଥପୁରର ଭଗବତୀ ପୀଠ ବା ଭୁବନେଶ୍ୱର ମହାଦେବ ମନ୍ଦିର ଏବଂ ବାଲିକୁଦା ବ୍ଲକ୍ ଅନ୍ତର୍ଗତ କୁନ୍ଦଗ୍ରାମ ବା କୁଣ୍ଡେଶ୍ୱରର ଶ୍ରୀ ତ୍ରିଲୋଚନେଶ୍ୱର ମନ୍ଦିର ଅନ୍ୟତମ l
ଏହି ତ୍ରିଲୋଚନେଶ୍ୱର ମନ୍ଦିରଟି ବହୁ ପ୍ରାଚୀନ ମନ୍ଦିର, ପ୍ରାୟ ଅଷ୍ଟମ ବା ନବମ ଶତାବ୍ଦୀରେ ନିର୍ମାଣ ହୋଇଥିବା ଅନୁମାନ କରାଯାଏ l କୁହାଯାଏ ଏହି ମନ୍ଦିରଟି ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର ନିର୍ମାଣର ବହୁ ପୂର୍ବରୁ ନିର୍ମିତ ହୋଇଥିଲା l ମନ୍ଦିରଟି ଯେତିକି ପ୍ରାଚୀନ ସେତିକି ସୁନ୍ଦର ମଧ୍ୟ l ବୋଧହୁଏ ଏ ମନ୍ଦିରଟି ସମଗ୍ର ଜଗତସିଂହପୁର ଜିଲ୍ଲାର ସବୁଠୁ ପୁରୁଣା ଓ ଉଚ୍ଚତାରେ ସବୁଠୁ ବଡ଼ ମନ୍ଦିର l
ମନ୍ଦିରଟିରେ ସୁକ୍ଷ୍ମ କାରୁକାର୍ଯ୍ୟ ପ୍ରାୟ ଦୃଷ୍ଟି ଗୋଚର ନ ହେଲେ ବି ରାହୁମୁଖ ତଳେ ଓ ପାର୍ଶ୍ଵ ଦେବଦେବୀଙ୍କ ଚତୁଃପାର୍ଶ୍ୱରେ କିଛିଟା ସୂକ୍ଷ୍ମ କାରୁକାର୍ଯ୍ୟ ଦେଖିବାକୁ ମିଳେ l ଶ୍ରୀ ତ୍ରିଲୋଚନେଶ୍ୱର ମନ୍ଦିରର ଗର୍ଭ ଗୃହରେ ସ୍ୱୟଂଭୁ ଶିବଲିଙ୍ଗ ବିରାଜିତ l ମନ୍ଦିର ଦ୍ୱାରଦେଶରେ ଥିବା ଦ୍ୱାରପାଳଙ୍କ ପ୍ରତିମା ଦୁଇଟି ମଧ୍ୟ ଖୁବ୍ ସୁନ୍ଦର l
ମୁଖ୍ୟଦେଉଳର ଉତ୍ତରପୂର୍ଵ କୋଣରେ ଓ ଦକ୍ଷିଣ ପଶ୍ଚିମ କୋଣରେ ସ୍ୱଳ୍ପ ଉଚ୍ଚର କେତୋଟି ପୁରାତନ ମନ୍ଦିର ରହିଛି l ଏହି ମନ୍ଦିର ଗୁଡ଼ିକର ଗର୍ଭଗୃହରେ ମଧ୍ୟ ଶିବଲିଙ୍ଗ ପ୍ରତିଷ୍ଠିତ l ମନ୍ଦିର ପରିସରରେ ଥିବା ଏକ ସଂଗ୍ରହାଳୟରେ କେତେଗୁଡ଼ିଏ ପ୍ରାଚୀନ ମୂର୍ତ୍ତି ସଂରକ୍ଷିତ କରି ରଖାଯାଇଛି l
ଶ୍ରୀ ତ୍ରିଲୋଚନେଶ୍ୱର ମନ୍ଦିର ଠାରୁ ପ୍ରାୟ ପାଞ୍ଚଶହ ମିଟର ଦୂର ସଠଳପୁର ଠାରେ ଆଉ ଏକ ପ୍ରାଚୀନ ଶିବ ମନ୍ଦିର ସିଦ୍ଧେଶ୍ୱର ମହାଦେବ ଏବଂ ଏକ ସିମେଣ୍ଟ ତିଆରି ଘରେ ସପ୍ତ ମାତୃକାଙ୍କ ମୂର୍ତ୍ତି ପୂଜା ପାଉଛନ୍ତି l ସବୁଠୁ ବଡ଼ କଥା ହେଲା ଓଡ଼ିଶାରେ ଥିବା ହାତଗଣତି କେତୋଟି ଭୈରବଙ୍କ ମୂର୍ତ୍ତି ମଧ୍ୟ୍ୟରୁ “ଏକପାଦ ଭୈରବ”ଙ୍କ ଏକ ଖଣ୍ଡିତ ପ୍ରତିମା ଏହିଠାରେ ରହିଛି l ଏହି ମୂର୍ତ୍ତିଟି ବହୁ ପ୍ରାଚୀନ l
ଜଗତସିଂହପୁରରୁ ବାଲିକୁଦା ରାସ୍ତାରେ ପଡୁଥିବା ଡେଙ୍ଗାପୋଲରୁ ଦକ୍ଷିଣ ପାର୍ଶ୍ୱରେ କେନାଲ କୂଳେ କୂଳେ ଗଲେ ଚାରିରୁ ପାଞ୍ଚ କିଲୋମିଟର ଦୂର ଗଲାପରେ ଶ୍ରୀତ୍ରିଲୋଚନେଶ୍ୱର ମନ୍ଦିର ପଡ଼ିବ l ସେହିଠାରୁ ମାତ୍ର ପାଞ୍ଚଶହ ମିଟର ଦୂର ସଠଳପୁର ଗ୍ରାମରେ ଏକପାଦ ଭୈରବଙ୍କ ପ୍ରତିମା, ସପ୍ତମାତୃକା ମନ୍ଦିରସିଦ୍ଧେଶ୍ୱର ଶିବମନ୍ଦିର ଦେଖିହେବ l
Spread the love
admin

View Comments

Recent Posts

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

5 days ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

1 week ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

3 weeks ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ…

3 weeks ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ଜଣେ ଉପେକ୍ଷିତ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ଗୋଟିଏ କଥା ମନରେ ଉଠେ, ଯେଉଁ…

3 weeks ago

ଛଅଟି କୋକେଇ

ଲେଖା: ନିରଞ୍ଜନ ସାହୁ ଶ୍ରଦ୍ଧେୟ ବାଜି ! ସାଷ୍ଟାଂଗ ଦଣ୍ଡବତ ପ୍ରଣାମ ଘେନିବା ହୁଅ। ନା, ତମେ ଯେ ସାଷ୍ଟାଂଗ…

4 weeks ago