ଲେଖା: ଶିଶିର ସାହୁ ମନୋଜ

ଶ୍ରୀକ୍ଷେତ୍ର ଅବା ଶ୍ରୀଜଗନ୍ନାଥଙ୍କ କ୍ଷେତ୍ରର ଅନେକ ନାମ ରହିଛି । ଏତେ ନାମ ଓଡ଼ିଶାର ଅନ୍ୟ କୌଣସି ଦେଵସ୍ଥଳୀର ଥିଵା ଜଣାଯାଏ ନାହିଁ । 

● ଶ୍ରୀଜଗନ୍ନାଥ ଧାମ
● (ଶ୍ରୀ)ଜଗନ୍ନାଥ ପୁରୀ
● ମର୍ତ୍ତ୍ୟ ଵୈକୁଣ୍ଠ
● ଭୂସ୍ଵର୍ଗ
● ଶ୍ରୀକ୍ଷେତ୍ର
● ଶ୍ରୀନୀଳାଚଳ
● ନୀଳାଦ୍ରି ଵିହାର
● ନୀଳଶୈଳ
● ଶ୍ରୀଧାମ
● ଶଙ୍ଖ ନାଭିମଣ୍ଡଳ
● ଶଙ୍ଖକ୍ଷେତ୍ର
● କମ୍ଭୁକଟକ
● ପୁରୁଷୋତ୍ତମ ପୁରୀ
● ପୁରସ୍ତମ
● ପୁରୀ

ପୁରାଣରେ ଶ୍ରୀକ୍ଷେତ୍ର ଅବା ଶ୍ରୀଜଗନ୍ନାଥ ପୁରୀର ଅଵସ୍ଥିତି ସମ୍ପର୍କରେ କୁହାଯାଇଛି:
“ଋଷିକୁଲ୍ୟା ସମାସାଦ୍ଯ ଯାଵତ୍ ଵୈତରଣୀ ନଦୀ,
ତାଵତ କ୍ଷେତ୍ରସ୍ଯ ମହାତ୍ମ୍ଯ ଵର୍ତ୍ତତେ ମୁନିପୁଙ୍ଗଵ ।
ସମୁଦ୍ରୋସ୍ଯାତ୍ତରେ ତୀରେ ମହାନଦ୍ଯାସ୍ତୁ ଦକ୍ଷିଣେ
ତରମ୍ଯାରଭ ତତ୍’କ୍ଷେତ୍ର ରାଜମାନଂ ସୁପାଵନମ୍ ।।”

ନୀଳାଦ୍ରି ମହୋଦୟ ଗ୍ରନ୍ଥର ଏହି ଶ୍ଲୋକର ଵର୍ଣ୍ଣନା ଅନୁସାରେ – ତୀର୍ଥରାଜ ମହୋଦଧି (କଳିଙ୍ଗ ସାଗର)ର ଉତ୍ତରପାର୍ଶ୍ଵ, ସୁକାନ୍ତିତନୁଜା ମହାନଦୀର ଦକ୍ଷିଣ ପାର୍ଶ୍ଵ, ସିନ୍ଧୁଗାମିନୀ ଵୈତରଣୀ ଓ ଋଷିପୁତ୍ରୀ ଋଷିକୁଲ୍ୟା ନଦୀଦ୍ଵୟର ମଧ୍ଯାଞ୍ଚଳରେ ପୁରସ୍ତମ ପୁରୀ ରହିଛି ।

ପ୍ରାଚୀନ କାଳର  ସ୍କନ୍ଦପୁରାଣ, ବାମଦେଵ ସଂହିତା ଓ ସୁତ ପୁରାଣରେ ଵର୍ଣ୍ଣିତ ପୁରୁଷୋତ୍ତମ କ୍ଷେତ୍ର ପୁରୀକୁ ଶଙ୍ଖକ୍ଷେତ୍ର  ଭାଵରେ ବର୍ଣ୍ଣନା  କରାଯାଇଛି ।

ଵାମଦେଵ ସଂହିତାରେ ଶ୍ରୀକ୍ଷେତ୍ର ଅବା ଜଗନ୍ନାଥ ଧାମକୁ ଶଙ୍ଖକ୍ଷେତ୍ର ଭାଵେ ଅଭିହତ କରାଯାଇଛି ।
“ଗଦାକ୍ଷେତ୍ରଂ ଚ ବିରଜାମେକାମ୍ରଂ ସଜ୍ଞାକମ୍,
କୋଣାର୍କଂ ପଦ୍ମକ୍ଷେତ୍ରଂ ଚ ଶଙ୍ଖକ୍ଷେତ୍ରଂ ନୀଳାଚଳମ୍ ।’’


ଶ୍ରୀଜଗନ୍ନାଥ ଧାମକୁ ଶଙ୍ଖକ୍ଷେତ୍ର କୁହାଯିଵାର କାରଣ ଏ କ୍ଷେତ୍ରରେ ଥିଵା ଶହେରୁ ଅଧିକ ତୀର୍ଥସ୍ଥଳୀକୁ ଯୋଡା଼ଗଲେ ତାହାର ଆକାର ଶଙ୍ଖ ଭଳି ହୋଇଥାଏ । ନିମ୍ନରେ ଶ୍ରୀକ୍ଷେତ୍ର ପୁରୀରେ ଥିଵା ସେହି ମୁଖ୍ୟ ମୁଖ୍ୟ ତୀର୍ଥସ୍ଥଳୀ ଓ ନଦ୍ଯାଦି ଗୁଡି଼କର ସୂଚୀ ପ୍ରଦାନ କରାଗଲା . .
୧.  ଶ୍ରୀମନ୍ଦିର (ବଳଭଦ୍ର, ଜଗନ୍ନାଥ, ସୁଭଦ୍ରା ଓ ସୁଦର୍ଶନ)
୨.  ଶ୍ରୀକ୍ଷେତ୍ରେଶ୍ୱରୀ  ଵିମଳା
୩.  ଶ୍ରୀମହାଲକ୍ଷ୍ମୀ
୪.  ଉତ୍ତର  ଦୁର୍ଗ
୫.  ବାଟମଙ୍ଗଳା
୬.  ଗରୁଡ଼ସ୍ତମ୍ଭ
୭.  ଭୋଗମଣ୍ଡପ
୮.  କଳ୍ପଵୃକ୍ଷ
୯.  ରୋହିଣୀକୁଣ୍ଡ
୧୦.  ବାଟଗଣେଶ
୧୧.  ଉତ୍ସ ଗଣପତି
୧୨.  ଶ୍ରୀସରସ୍ୱତୀ ଦେଵୀ
୧୩.  ନବଗ୍ରହ
୧୪.  କୋଣାର୍କ ସୂର୍ଯ୍ୟଦେଵ
୧୫.  ପାଦପଦ୍ମ
୧୬.  ଯଜ୍ଞଵଟ
୧୭.  ଅଗ୍ନେଶ୍ୱର
୧୮.  ଇନ୍ଦ୍ରାଣିଦେଵୀ
୧୯.  କ୍ଷେତ୍ରପାଳ
୨୦.  ସ୍ନାନ  ଭୈରଵୀ
୨୧.  ମୁକ୍ତେଶ୍ୱରୀ
୨୨.  ଛତ୍ରକାଳୀ
୨୩.  ବାଟ ମାର୍କେଣ୍ଡେୟ
୨୪.  କାତ୍ୟାୟନୀ
୨୫.  ଗୋପେଶ୍ୱର
୨୬.  ଵେଦ  କାଳୀ
୨୭.  ପାତାଳେଶ୍ୱର
୨୮.  ଭୁଵନେଶ୍ୱରୀ
୨୯.  ଵୈକୁଣ୍ଠେଶ୍ୱର
୩୦.  ଯାଜ୍ଞ୍ୟଶ୍ଵେରୀ
୩୧.  ଈଶାନେଶ୍ୱର
୩୨.  ଶୀତଳା  ଦେଵୀ
୩୩.  ପାକଶାଳା
୩୪.  ଦକ୍ଷିଣେଶ୍ୱର
୩୫.  କୁଣ୍ଡଳେଶ୍ୱର
୩୬.  ରାମ ଚୈତନ୍ୟ ମନ୍ଦିର
୩୭.  ବରଭୈ ହନୁମାନ
୩୮.  ନିର୍ମାଲ୍ୟ ହନୁମାନ
୩୯.  ଅଳକା ଵାଟିକା
୪୦.  ଚକ୍ର ନାରାୟଣ
୪୧.  ରାମେଶ୍ୱର
୪୨.  ଚତୁର୍ଧାମ
୪୩.  କାନଫଟା ହନୁମାନ
୪୪.  ନିଳାଦ୍ରୀ ଵିହାରୀ
୪୫.  ଵଭୈଶ୍ୱର
୪୬.  ଶିଆଳି  ଲଟା
୪୭.  କୋଇଲି ବୈକୁଣ୍ଠ
୪୮.  ତପସ୍ୱୀ ହନୁମାନ
୪୯.  ସୁଵର୍ଣ୍ଣ କୂପ
୫୦.  ଆନନ୍ଦ ବଜାର
୫୧.  ଦେବସ୍ନାନ ମଣ୍ଡପ
୫୨.  ମେଘନାଦ ପାଚେରୀ
୫୩.  ସିଂହଦ୍ୱାର (ପୂର୍ଵଦ୍ୱାର)
୫୪.  ଅରୁଣସ୍ତମ୍ଭ
୫୫.  ବଡ଼ଛାଟ ମଠ
୫୬.  ଛାଉଣି ମଠ
୫୭.  ପଜନତା
୫୮.  ପ୍ରହରୀ ହନୁମାନ
୫୯.  ଦକ୍ଷିଣ ଦ୍ୱାର
୬୦.  ଦୁର୍ଗାମାଧଵ
୬୧.  ମଙ୍ଗଳେଶ୍ୱରୀ
୬୨.  ପଶ୍ଚିମ ଦ୍ୱାର
୬୩. ଉତ୍ତର ଦ୍ୱାର
୬୪.  ଶ୍ରୀଲୋକନାଥ
୬୫.  ରାମେଶ୍ୱର
୬୬.  କାନ୍ଦୁ ନୃସିଂହ
୬୭.  କାନ୍ଦୁ ଆଶ୍ରମ
୬୮.  ନିକୁମ୍ଭିଲାଵଟ
୬୯.  ହରଚଣ୍ଡୀ
୭୦.  ଚାମୁଣ୍ଡେଶ୍ୱରୀ
୭୧.  ଵନଦୁର୍ଗା
୭୨.  ବାସେଳୀ
୭୩. କପାଳମୋଚନ
୭୪.  ମଣିକର୍ଣ୍ଣିକା ତୀର୍ଥ
୭୫.  ଘାଟମଙ୍ଗଳା
୭୬.  ଭଗଵତୀ
୭୭.  ମାର୍କେଣ୍ଡେଶ୍ୱର
୭୮.  ମାର୍କେଣ୍ଡେୟ ତୀର୍ଥ
୭୯.  ସପ୍ତମାତୃକା
୮୦.  ଅଳମ୍ବା ଦେଵୀ
୮୧.  ଅଠରନାଥ
୮୨.  ମକରଧ୍ୱଜ ହନୁମାନ
୮୩. ଭାର୍ଗଵୀ ନଦୀ
୮୪. ମୁକ୍ତାଶ୍ୱର
୮୫. ବାଟମଙ୍ଗଳା
୮୬. କପାଟେଶ୍ୱର
୮୭. ଭିଲ୍ଵେଶ୍ୱର
୮୮. ସିଦ୍ଧ ହନୁମାନ
୮୯. ଇନ୍ଦ୍ରଦ୍ୟୁମ୍ନ ତୀର୍ଥ
୯୦. ନୀଳକଣ୍ଠେଶ୍ୱର
୯୧. ଆଦି ନୃସିଂହ
୯୨. ଗୁଣ୍ଡିଚା ମଣ୍ଡପ
୯୩. ଅର୍ଦ୍ଧ ସୁଶାନି (ମାଉସୀମା)
୯୪. ମାର୍ଚ୍ଚିକା ଦେଵୀ
୯୫. ଚର୍ଚ୍ଚିକା ଦେଵୀ
୯୬. ଷୋଡ଼ଶ ପୁତ୍ରୀ
୯୭. ନାରାୟଣୀ
୯୮. ଅଙ୍ଗିରାଶ୍ରମ
୯୯. ଅଙ୍ଗିରାଵଟ
୧୦୦. ଦକ୍ଷିଣକାଳୀ
୧୦୧. ଉଗ୍ରେଶ ଆଶ୍ରମ
୧୦୨. ଶ୍ଵେତଗଙ୍ଗା
୧୦୩. ମୁକ୍ତିଶୀଳା
୧୦୪. ଆଦିଶଙ୍କର ପୀଠ
୧୦୫. ସ୍ୱର୍ଗଦ୍ୱାର
୧୦୬. ଵରାହୀ ଦେଵୀ
୧୦୭. ଶ୍ୟାମାକାଳୀ
୧୦୮. ଵଟ ହନୁମାନ
୧୦୯. ଚକ୍ରତୀର୍ଥ
୧୧୦. ଚକ୍ର ନାରାୟଣୀ
୧୧୧. ମହୋଦଧୀ ତୀର୍ଥ
୧୧୨. ଜଗନ୍ନାଥ ବଲ୍ଲଭ
୧୧୩. କାଶୀ ବିଶ୍ୱନାଥ
୧୧୪. ଵିଶ୍ଵେଶ୍ୱରୀ
୧୧୫. ନରେନ୍ଦ୍ର ସରୋଵର

ଏହି ତୀର୍ଥସ୍ଥଳୀ ଗୁଡି଼କୁ ନେଇ ଶ୍ରୀକ୍ଷେତ୍ର ମହିମାମୟ ନିଶ୍ଚୟ ! 

© ଶବ୍ଦଭେଦ

Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

1 month ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

2 months ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

2 months ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

3 months ago