ଲେଖା: ଅରବିନ୍ଦ ମହାନ୍ତି
ଶ୍ରୀକ୍ଷେତ୍ରାଧିଶ୍ଵରୀ ଦେବୀ ବିମଳା ଓ କ୍ଷେତ୍ରାଧିଶ୍ବର ଜଗନ୍ନାଥ ହେଉଛନ୍ତି ଶଙ୍ଖକ୍ଷେତ୍ରର ପ୍ରାଣକେନ୍ଦ୍ର। ଦେବୀ ବିମଳା ଶ୍ରୀମନ୍ଦିର ପରିସରରେ ସିଦ୍ଧତମା ବେଶରେ ଦଣ୍ଡାୟମାନ ଭଙ୍ଗୀରେ ପୂଜିତା। ଏହି ପୀଠରେ ସତୀଙ୍କ ପାଦ ପତନ ହେଇଥିବାରୁ ଏହା ପ୍ରାଚୀନ ଶକ୍ତିପୀଠ ମଧ୍ୟରୁ ଅନ୍ୟତମ ଅଟେ ଏବଂ ଏହି ପାଦପୀଠ ପରମ ଗୋପନୀୟ ଓ ସିଦ୍ଧ ତନ୍ତ୍ରପୀଠ ମଧ୍ୟ।
ଏ କ୍ଷେତ୍ରରେ ବିମଳାଙ୍କୁ ଏକାକ୍ଷରୀ ଭୁବନେଶ୍ଵରୀ ମନ୍ତ୍ରରେ ପୂଜା କରାଯାଏ। ଦେବୀଙ୍କୁ ମହାକାଳୀ-ମହାଲକ୍ଷ୍ମୀ-ମହାସରସ୍ୱତୀ ବୋଲି ତ୍ରିବିଧ ରୂପରେ ଧାରଣା କରାଯାଏ। ମହାକାଳୀ ଭାବେ ଦେବୀଙ୍କ ହସ୍ତରେ କାଳଫାଶ (ନାଗଫାଶ), ମହାଲକ୍ଷ୍ମୀ ଭାବେ ହାତରେ କଳସ ଏବଂ ମହାସରସ୍ୱତୀ ରୂପେ ହାତରେ ଅକ୍ଷମାଳା ଧାରଣ କରି ଅଛନ୍ତି। ତେଣୁ ମା’ବିମଳା ଚଣ୍ଡୀଙ୍କ ତ୍ରିମୂର୍ତ୍ତି। ସେ ମହାକାଳକୁ କବଳିତ କରି ସର୍ବ ସମ୍ପଦ ଜ୍ଞାନ ଦାନ କରିଥାନ୍ତି।
~ ବିମଳାଙ୍କ ମନ୍ଦିର ~
ବିମଳାଙ୍କ ଦେଉଳର ମୁଖ୍ୟ ବିମାନ ଓ ମୁଖଶାଳା ଅନନ୍ତ ବର୍ମ ଚୋଡ଼ଗଙ୍ଗଙ୍କ ଦ୍ୱାରା ନିର୍ମିତ ଓ ଜଗନ୍ନାଥ ଓ ମହାଲକ୍ଷ୍ମୀଙ୍କ ଦେଉଳର ସମୟ ସାମୟିକ ଅଟେ। ମନ୍ଦିର ପ୍ରବେଶ ଦ୍ବାରରେ ବିଶାଳ ଗଜ ସିଂହ ମୂର୍ତ୍ତି ବିଦ୍ୟମାନ। ମହା କେଶରୀ ଅଜ୍ଞତା ରୂପକ ଗଜକୁ ମାଡିବସି ଜ୍ଞାନମୟୀ ଦେବୀଙ୍କୁ ନିତ୍ୟ ଦର୍ଶନ କରୁଛନ୍ତି। ପ୍ରବେଶ ଦ୍ଵାରର ଦୁଇ ପାର୍ଶ୍ୱରେ ଦୁଧଖାଇ ସରଖାଇ ନାମରେ ଜୟା ଓ ଭଦ୍ରା ଦେବୀ ବିଦ୍ୟମାନ। ନାଟ ମଣ୍ଡପର ପ୍ରବେଶ ଦ୍ବାରରେ ବିଘ୍ନେଶ୍ବର ଗଣପତି ଓ କୁମାର କାର୍ତ୍ତିକେୟଙ୍କର ସୂକ୍ଷ୍ମ କାରୁକାର୍ଯ୍ୟପୂର୍ଣ ଦୁଇ ଅତି କମନୀୟ ବିଗ୍ରହ ବିଦ୍ୟମାନ । ମନ୍ଦିର ଜଗମୋହନରେ ସପ୍ତମାତୃକାଯୋଗିନୀଗଣଙ୍କ ସହିତେ ୪୪ଟି ଚିତ୍ର ରହିଅଛି।
ଗର୍ଭ ଗୃହରେ ପରମେଶ୍ୱରୀ ଦେବୀ ମହାମୟୀଙ୍କ ଭକ୍ତଙ୍କ ପାଈଁ ଅଭୟ ଦେଉଥିବା ଓ ଦୁଷ୍ଟଙ୍କ ପାଈଁ ଭୀତି ସୃଷ୍ଟି କରୁଥିବା ରୂପ ବିଦ୍ୟମାନ। ଦେବୀ ଚତୁଃଭୂଜା ଓ ଦଣ୍ଡାୟମାନ ସିଦ୍ଧତମା ବେଶେ ଦର୍ଶନ ଦେଉଛନ୍ତି। ହସ୍ତରେ ନାଗକନ୍ୟା, ଦେବକନ୍ୟା, ଅମୃତଭାଣ୍ଡଅକ୍ଷମାଳା ଧାରଣ କରି ଅଛନ୍ତି। ଦେବୀଙ୍କ ଦୁଇ ପାର୍ଶ୍ଵେ ସହଚରୀ ରୂପେ ଛାୟା ମାୟା ଦେବୀ ବିଦ୍ୟମାନ।
~ ଦେବୀପୂଜା ~
ଦେବୀଙ୍କ ଆଶ୍ୱିନ ମାସେ ଷୋଡ଼ଶ ଦିନାତ୍ମକ ପୂଜା ବିଧିପୂର୍ବକ ଅନୁଷ୍ଠିତ ହୋଇଥାଏ। ପୂଜା ସମୟରେ ନାରୀ ମାନେ ୧୬ ଦିନ ପର୍ଯ୍ୟନ୍ତ ଭିତରକୁ ଯିବା ନିଷେଧ କରାଯାଇଅଛି। ସହସ୍ର କୁମ୍ଭାଭିଷେକ ଓ ଷୋଡ଼ଶ ପୂଜାର ଆରମ୍ଭ ୧୬ ଗଣତି ରେ ଆଶ୍ୱିନ କୃଷ୍ଣ ପକ୍ଷ ସପ୍ତମୀ ବା ଅଷ୍ଟମୀ ଦିନଠାରୁ ପୂଜା ଆରମ୍ଭ ହୁଏ। ମହାପ୍ରଭୁଙ୍କ ମାଜଣା ମଣ୍ଡପରେ ଦେବୀଙ୍କ ସହସ୍ର କୁମ୍ଭାଭିଷେକ ହୁଏ। ଏହା ପରେ ଆରମ୍ଭ ହୁଏ ଦୁର୍ଗାମାଧବ ଉପାସନା। ଦୁର୍ଗା ସୋମନାଥ ମଣ୍ଡପରୁ ଆସିଲେ ମାଧବ ସହିତେ ଏକତ୍ର ରୁଦ୍ଧା ହୁଅନ୍ତି। ଦୁର୍ଗା ମାଧବ ପ୍ରଥମ ଆଠ ଦିନ ପର୍ଯ୍ୟନ୍ତ ବିମଳାଙ୍କ ମନ୍ଦିରକୁ ବିଜେ ହୁଅନ୍ତି ଓ ନବମ ଦିନ ଠାରୁ ରଥରେ ବସି ଦୋଳ ମଣ୍ଡପ ସାହି ସ୍ଥିତ ନାରାୟଣୀଙ୍କ ମନ୍ଦିରକୁ ବିଜେ ହୁଅନ୍ତି। ଏହି ନୀତି ଦଶହରା ପର୍ଯ୍ୟନ୍ତ ହୁଏ। ଏହାକୁ ଆଶ୍ୱିନ ଗୁଣ୍ଡିଚା, ଦେବୀ ଗୁଣ୍ଡିଚାଶାକ୍ତ ଗୁଣ୍ଡିଚା ମଧ୍ୟ କୁହାଯାଏ।
ସହାୟକ ପୁସ୍ତକ: ଓଡିଶାର ଦେବୀପୀଠ
Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

1 month ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

2 months ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

2 months ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

3 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

3 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

3 months ago