ଲେଖା: ଦେଵ ତ୍ରିପାଠୀ

ସେ ଏକ ଦେବଭୂମି !

ଦେବଗଣ ଓହ୍ଲାଇ ଆସନ୍ତି ସେ ପୁଣ୍ୟଭୂମିକୁ, ଘନ କୁହୁଡ଼ିର ଛାୟାରେ, ନିରବତାରେ, ନୂପୁରର ନିକ୍ୱଣରେ ଅବା କୀର୍ତ୍ତନର କୋଳାହଳରେ ! ଚମ୍ପା ଓ ବଣମଲ୍ଲୀର ମହକରେ ମହମହ ହୋଇ ମହକେ ସେ ପୁଣ୍ୟଭୂମିର ତୁଷାର ଆନତ ଧବଳ ପାର୍ବତୀୟ ଶୃଙ୍ଗ।

ସେ ଭୂମିରେ ବର୍ଷକରେ ଥରେ ହୁଏ ଦେବମେଳା ! ଟିମେଇ ଦେଉଳ, ଅଠର ଦେଉଳ ପରି କେତେ ଦେଉଳ ସେଠି ! ଦେଉଳରେ କଂସା କବାଟ ଅଛି, ସ୍ବତଃ ଖୋଲେ ବିନାଶବ୍ଦରେ, ବନ୍ଦ ହୁଏ ପ୍ରଚଣ୍ଡ ଶବ୍ଦ କରି ! ସେ ଶବ୍ଦରେ ଥରିଉଠେ ପାହାଡ଼ ତଳି ଗାଁ ! ଗାଁ ଲୋକଙ୍କ ଦେହ ଶିତେଇ ଉଠେ, ମନରେ ଛନକା ପଶେ !

ପାହାଡି ଦେହୂରୀ ଫି ବରଷ ଯାଏ ଦେବମେଳାକୁ, ମା’ପୁରୁଙ୍କୁ ପ୍ରାର୍ଥନା କରେ କ୍ରୋଧ ପ୍ରଶମିବା ପାଇଁ, ବୋଦା କୁକୁଡ଼ା ବଳି ଦିଏ ! ମା’ପୁରୁ ଦେହୂରୀର କଥା ରଖନ୍ତି, ଗାଁ ଲୋକେ ଶାନ୍ତିରେ ନିଃଶ୍ୱାସ ମାରନ୍ତି !

ଏ କଥା କେଉଁ ରହସ୍ୟ କାହାଣୀର ନୁହେଁ, ବରଂ ୟେ ପ୍ରକୃତି କୋଳର ମଣିଷମାନଙ୍କର ଶ୍ରଦ୍ଧା, ଭକ୍ତି, ବିଶ୍ୱାସର କଥା !  ଏ କଥା ସେ ଭୂମିର ଗାରିମାମୟ ଐତିହ୍ୟର, ସେ ମାଟି ସହ ଜଡ଼ିତ ଧାର୍ମିକ ଭାବନାର ! ଦିଅଁ ଦେବତାଙ୍କ ଲୀଳାଖେଳାର ସେ ମହାନ ଭୂମି ହେଉଛି ଦେବଥାଳୀ ଯାହାର ସଦ୍ୟତମ ନାମ ଦେବସ୍ଥଳୀ !

ଦେବସ୍ଥଳୀ ନିକଟସ୍ଥ ମୁନିଋଷିମାନଙ୍କ ତପସାଧନାର ପୀଠ ଭାବେ ପରିଚିତ ସେ ସ୍ଥାନ ଟିର ନାମ ମୁନିଧର

ଭଞ୍ଜବଂଶୀରାଜା ଶିକାର କରିବାକୁ ଆସି ସଉକରେ ଉଆସଟିଏ ବନାଇଥିଲେ ବୋଲି ଜାଗାଟିର ନାମ ହୋଇଛି ଭଞ୍ଜବସା

ପାଖ ଝରଣାରେ ମିଳୁଥିବା ନାଲିନେଳି ମାଛ ଓ ଚିଙ୍ଗୁଡ଼ି ରାଜାଙ୍କ ପ୍ରିୟଭୋଜନ ହୋଇଥିବା କାରଣରୁ ସେ ଜାଗାଟି ଚିଙ୍ଗୁଡ଼ିଖିଆ

ରାଜାଙ୍କ ଗତିବିଧି ଓ ଘୋଡାକୁ ଦେଖି କୁକୁର ମାନେ ପ୍ରତିକ୍ରିୟା ପ୍ରକାଶ କରିବା କାରଣରୁ କୁକୁରଭୁକା ନାମରେ ପରିଚିତ ସ୍ଥାନଟିଏ !

ରାଜାଙ୍କ ହଜିଲା ଘୋଡ଼ା କୁ ବାର୍ହା କାମୁଡି ଥିବା ଜାଗାଟି ବର୍ହାକାମୁରା !

ପ୍ରଚୁର ପରିମାଣରେ ମହୁ ମିଳୁଥିବାରୁ ନଦୀକୁଳିଆ ଗାଁ ଟିର ନାମ ହୋଇଛି ମହୁଭଣ୍ଡାର !

ଏପରି ଅସୁମାରୀ କଥାକାହାଣୀ, କିମ୍ବଦନ୍ତୀ, ଇତିହାସର ଏ କ୍ଷେତ୍ର ହେଉଛି ଆମ ରାଜ୍ୟର ପ୍ରାକୃତିକ ସୌନ୍ଦର୍ଯ୍ୟପ୍ରାପ୍ତି ଓ ବଦାନ୍ୟତାର ପରିପୂର୍ଣ୍ଣ ପରିଭାଷା ସୁନ୍ଦରୀ ଶିମିଳିପାଳ

ରାଜ୍ୟର ସର୍ବବୃହତ ତଥା ଦେଶର ଅନ୍ୟତମ ବିଷୁବମଣ୍ଡଳୀୟ ଅରଣ୍ୟ । ଦିନ ଥିଲା, କ୍ରାନ୍ତିମଣ୍ଡଳୀୟ ପର୍ଣ୍ଣମୋଚି, ମିଶ୍ରପାର୍ବତୀୟ ପର୍ଣ୍ଣମୋଚି, ଅର୍ଦ୍ଧଚିରହରିତ ଜଙ୍ଗଲ ସହ ସୁଦୀର୍ଘ ଶାଳଜଙ୍ଗଲ, ନୈସର୍ଗିକ ଶୋଭା ସହ ଚିତ୍ତସମ୍ମୋହକ ଜଳପ୍ରପାତ ଚିରସ୍ଥାୟୀ ନିରବଚ୍ଛିନ୍ନ ଝରଣା, ମନୋମୁଗ୍ଧକର ସବୁଜିମା, ତୁଷାରଆନତ ନଭଶ୍ଚୁମ୍ଭୀ ପାର୍ବତୀୟ ଚୂଡା, ନିରୀହ ନିରବ ଜଙ୍ଗଲୀଫୁଲ, ବହୁ ବୃକ୍ଷରାଜି ତୃଣଲତା ସହ ପଶୁପକ୍ଷୀ ସରୀସୃପ ଆଦିଙ୍କ ସମାବେଶ ଏଇ ମହାନ ପ୍ରାକୃତିକକ୍ଷେତ୍ର ଦର୍ଶକ, ପର୍ଯ୍ୟଟକ, ଗବେଷକ, ଦାର୍ଶନିକ, କବି, ଅନୁସନ୍ଧିତ୍ସୁ ବ୍ୟକ୍ତିଙ୍କୁ ଯୋଗାଇ ଆସୁଥିଲା ମନୋଜ୍ଞ ଓ ଭାବୋଦ୍ଦୀପକ ପରିବେଶ ।

ଆଜି କିନ୍ତୁ ଶିମିଳିପାଳ ଏକ ସ୍ମୃତି ବିଜଡ଼ିତ ଅରଣ୍ୟ ମାତ୍ର ! ଗତ କେଇ ଦଶନ୍ଧି ମଧ୍ୟରେ ଅଖଣ୍ଡ ଶିକାର, ବନ୍ୟସମ୍ପଦର ଚୋରାକାରବାର, ବିଧ୍ୱସ୍ତ ଜୈବବିବିଧତା ପାଇଁ ସୌନ୍ଦର୍ଯ୍ୟ ହରାଇଛି ଶିମିଳିପାଳ । ଶିମିଳିପାଳ କୋଳର ସେ ମଣିଷମାନେ ବି ଜୀଉଁଛନ୍ତି ଭୋକର ତାଡ଼ନାରେ, କେବେ ଖ୍ରୀଷ୍ଟିଆନ ଧର୍ମାନ୍ତରକାରୀଙ୍କ ଅତ୍ୟାଚାର ତ କେବେ ପୁଣି ଆୟୁର୍ବେଦିକ ଔଷଧ କମ୍ପାନୀ ‘ଦଲାଲ’ଙ୍କ ନାଲିଆଖିରେ !

ଭଗ୍ନ ଶରୀରେ ସନ୍ତାନର ଦୁଃଖ ଲାଘବ ନ କରିପାରିବାର ଗ୍ଳାନି ଓ କ୍ଷୋଭରେ ଲୁହ ଝରାଉଛି ଶିମିଳିପାଳ !

ହଁ, ବାସ୍ତବରେ ଶିମିଳିପାଳର ଦୁର୍ବିସହ ଅଧ୍ୟାୟ ଆରମ୍ଭ ହୁଏ ୧୯୦୬ ମସିହାରେ, ଟାଟା-ବାଦାମପାହାଡ ରେଳଲାଇନ ପାଇଁ ମୟୁରଭଞ୍ଜର ମହାରାଜା ଯେତେବେଳେ କଲିକତି କମ୍ପାନୀକୁ ଜଙ୍ଗଲ କାଟିବାକୁ ଅନୁମତି ଦେଇଦିଅନ୍ତି ୪୦ ବର୍ଷ ପାଇଁ !

ସେଦିନୁଁ ସୁନ୍ଦରୀ ଶିମିଳିପାଳ ଜୀର୍ଣ୍ଣ, ଶୀର୍ଣ୍ଣ ଆଉ ରୁଗ୍ଣ !

Image Courtesy: Bhubaneswar Travels Agency

Spread the love
admin

Recent Posts

ମା’ ନାରାୟଣୀ

~ ମା' ନାରାୟଣୀ ~ ଉପସ୍ଥାପନା: ନୟାଗଡ଼ ଇତିହାସ ଖୋର୍ଦ୍ଧା ଗଜପତି ଦ୍ୱିତୀୟ ରାମଚନ୍ଦ୍ର ଦେବଙ୍କ ନିର୍ଦେଶରେ ଆଠଗଡ, ନୟାଗଡ଼,…

2 weeks ago

ପଣ୍ଡିତ ଗୋଦାବରୀଶ ମିଶ୍ର

~ ପଣ୍ଡିତ ଗୋଦାବରୀଶ ମିଶ୍ର ~ ଉପସ୍ଥାପନା: ଅମୃତେଶ ଖଟୁଆ "ତୁଙ୍ଗ ଶିଖରୀ ଚୂଳ କୁଞ୍ଜ କାନନ-ମାଳ ପୁଣ୍ୟ ଜଳଧି-ଜଳ…

3 weeks ago

ଅଖିଳ ମୋହନ ପଟ୍ଟନାୟକ

ଅଖିଳ ମୋହନ ପଟ୍ଟନାୟକ ଉପସ୍ଥାପନା: ଅମୃତେଶ ଖଟୁଆ "ବାସ୍ତବତା କଳ୍ପନା ଠାରୁ ପୃଥକ୍ ରହିକି କେବେ ବି ସମାଜରେ ଦର୍ପଣ…

3 weeks ago

ସର୍ପେଶ୍ୱର ମହାଦେବ

~ ସର୍ପେଶ୍ୱର ମହାଦେବ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଜନଶ୍ରୁତି ଅନୁସାରେ ଓଡ଼ିଶାର ପ୍ରାଚୀନ ଶୈବପୀଠ ଆଠଗଡ଼ ଅନ୍ତର୍ଗତ ବଳରାମପୁର…

1 month ago

ମହାଲକ୍ଷ୍ମୀ

~ ଶ୍ରୀମନ୍ଦିରରେ ମାଆ ମହାଲକ୍ଷ୍ମୀ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମାଆ ମହାଲକ୍ଷ୍ମୀ ହେଉଛନ୍ତି ଧନ, ଐଶ୍ୱର୍ଯ୍ୟର ଦେବୀ l…

1 month ago

ଅଟ୍ଟାଳି ଜଗନ୍ନାଥ

~ ଆଠଗଡ଼ ବିଜେ ମହାପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆଙ୍କ ସ୍ପନ୍ଦନ…

1 month ago