ଲେଖା: ଅରବିନ୍ଦ ମହାନ୍ତି
ଆଷାଢ ମାସ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ତିଥି। ଶିବଶୟନ ଚତୁର୍ଦ୍ଦଶୀ । ଏହା ମହାପ୍ରଭୁ ଲିଙ୍ଗରାଜଙ୍କ ଶୟନ ଉତ୍ସବ ଅଟେ। ଏହା ମହାପ୍ରଭୁଙ୍କ ମୁଖ୍ୟ ଚତୁର୍ଦ୍ଦଶ ଯାତ୍ରା ମଧ୍ୟରୁ ଅନ୍ୟତମ ଅଟେ। ଭଗବାନ ବିଷ୍ଣୁଙ୍କ ପରି ମହାଦେବ ମଧ୍ୟ ଚାରିମାସ କାଳ ଶୟନ କରିଥାନ୍ତି। ଏହା ଆଷାଢ ଶୁକ୍ଳ ଚତୁର୍ଦ୍ଦଶୀରୁ ଆରମ୍ଭ ହୋଇ କାର୍ତ୍ତିକ ଶୁକ୍ଳ ଚତୁର୍ଦ୍ଦଶୀ (ଏହାକୁ ବଡ଼ଓଷା ମଧ୍ୟ କୁହାଯାଇଥାଏ) ପର୍ଯ୍ୟନ୍ତ ହୋଇଥାଏ।
କୁହାଯାଏ ଯେ, ଏହି ଚତୁଃ ମାସ ଅଶୁଭ ହୋଇଥାଏ ଏବଂ ଶୁଭକାର୍ଯ୍ୟ ପାଈଁ ଠିକ୍ ହୋଇ ନଥାଏ। କିନ୍ତୁ ଏହା ଶୁଭ କାର୍ଯ୍ୟ ପାଈଁ ଅଶୁଭ ହୋଇପାରେ କିନ୍ତୁ ଯେଉଁ ସମୟରେ ଉଭୟ ହରି ଓ ହର ଶୟନ କରିଥାନ୍ତି ତାହା ବ୍ରତ ଉପାସନା ପାଈଁ ଉତ୍ତମ ସମୟ ହୋଇଥାଏ ଏବଂ ଉଭୟ ନାରାୟଣ ଓ ଶଙ୍କରଙ୍କ ଭକ୍ତି କରିବା ଦ୍ୱାରା ଉଭୟ ଭକ୍ତମାନଙ୍କ ଉପରେ ସଦା ସହାୟ ହୋଇଥାନ୍ତି। ବ୍ରହ୍ମଚର୍ଯ୍ୟ ଧାରଣ କରି ଏହି ଚାରିମାସ କାଳ ବ୍ରତ ରଖିଲେ ଅଶେଷ ପୁଣ୍ୟ ହୋଇଥାଏ।
“शयनं कुरु देवेश पल्यन्के स्मिन् सहोमया।
सुप्ते त्वयि जगन्नाथ जनाः सर्वे तु निश्चला:।।”
ହେ ଦେବେଶ! ଏହି ପଲ୍ୟଙ୍କରେ ଉମାଙ୍କ ସହିତ ଆପଣ ଶୟନ କରନ୍ତୁ। ହେ ଜଗନ୍ନାଥ! ତୁମେ ଶୟନ କରିଲେ ସମସ୍ତ ଜୀବଜଗତ ମଧ୍ୟ ନିଶ୍ଚଳ ହୋଇଯାଆନ୍ତି।।
“शयनाख्याचतुर्दश्या° यः पश्योद् भुवनेश्वर:।
स ब्रह्मलोकमाप्नोति नियत° मुनिसत्तमा:।।”
ଯେଉଁ ମନୁଷ୍ୟ ଭୁବନେଶ୍ୱରଙ୍କ ଶିବଶୟନ ଚତୁର୍ଦ୍ଦଶୀ ତିଥିରେ ଦର୍ଶନ କରେ ସେ ଅବଶ୍ୟ ବ୍ରହ୍ମଲୋକକୁ ପ୍ରାପ୍ତ ହୋଇଥାଏ। ହେ ମୁନିବୃନ୍ଦ! ଏହା ନିରାଟ ସତ୍ୟ ଅଟେ।
Spread the love
admin

Recent Posts

ଖଲ୍ଲିକୋଟ ଜଗନ୍ନାଥ ମନ୍ଦିର

~ ଖଲ୍ଲିକୋଟ ଜଗନ୍ନାଥ ମନ୍ଦିର ~ ଗବେଷଣା ଓ ଉପସ୍ଥାପନା: ସନ୍ତୋଷ କୁମାର ପଟ୍ଟନାୟକ ଖଲ୍ଲିକୋଟ ଜଗନ୍ନାଥ ମନ୍ଦିରର ଇତିହାସ…

3 weeks ago

ଚଢେୟା ନାଟ

~ ଚଢେୟା ନାଟ ~ ଲେଖା: ଅମୃତେଶ ଖଟୁଆ ଓଡ଼ିଆ ଜନଜୀବନ ନାନାବିଧ ପ୍ରଥା, ପରମ୍ପରା ଓ ଐତିହ୍ୟ-ସମୃଦ୍ଧ ଓ…

3 weeks ago

ଲଙ୍କାପୋଡ଼ି ଯାତ୍ରା

~ ଲଙ୍କାପୋଡ଼ି ଯାତ୍ରା ~ ଉପସ୍ଥାପନା: ଦେଵ ତ୍ରିପାଠୀ ଐତିହାସିକ ସଂଗ୍ରାମୀ ଚରିତ୍ର ଦୋରା ବିଷୋୟୀଙ୍କ ଜନମମାଟି କନ୍ଧମାଳ (ତତ୍କାଳୀନ…

3 weeks ago

ଉତ୍କଳ ସାହିତ୍ୟ ସମାଜ

~ ଉତ୍କଳ ସାହିତ୍ୟ ସମାଜ ~ ଲେଖା: ନିରଞ୍ଜନ ସାହୁ ଊନବିଂଶ ଶତାବ୍ଦୀର ପ୍ରଥମ ଦୁଇତୃତୀୟାଂଶ କାଳରେ ଓଡ଼ିଶାର ଜାତୀୟ…

3 weeks ago

ହୋଲି

~ ହୋଲି ~ ଲେଖା: ରୁପେଶ୍ୱର କୁମ୍ଭାର ପ୍ରାଚୀନ କାଳରୁ ଭାରତରେ ହୋଲି ପର୍ବ ସବୁବର୍ଗର ଲୋକୋମନେ ପାଳନ କରିଆସୁଛନ୍ତି…

3 weeks ago

କାଠି ଠାକୁରାଣୀ (ଖମ୍ବେଶ୍ଵରୀ) ପୂଜା ପରମ୍ପରା

~ ଉତ୍କଳରେ କାଠି ଠାକୁରାଣୀ (ଖମ୍ବେଶ୍ଵରୀ) ପୂଜା ପରମ୍ପରା ~ ଉପସ୍ଥାପନା: ନୟାଗଡ଼ ଇତିହାସ ଓଡ଼ିଶା ଇତିହାସ ଲେଖକ ପଣ୍ଡିତ…

3 weeks ago