ଲେଖା: ଦେଵ ତ୍ରିପାଠୀ
ରସାୟନ ବିଜ୍ଞାନର ଅଧ୍ୟାପକ ଭାବରେ ସେ ହୃଦୟଙ୍ଗମ କରିପାରିଥିଲେ ଯେ ଏଇ ବିଜ୍ଞାନର ଉର୍ଦ୍ଧ୍ବରେ ଅନେକ କିଛି ଅଛି ଯାହା ଏହି ବିଜ୍ଞାନ କେବେ ଦେଇପାରିବ ନାହିଁ । ଏଇ ବିଜ୍ଞାନ କେବେ ଆତ୍ମାକୁ ଛୁଇଁ ପାରିବ ନାହିଁ । ଆତ୍ମାକୁ ଛୁଇଁବାର କ୍ଷମତା ଅଛି କେବଳ ସାହିତ୍ୟର ! ତେଣୁ ସେ ମନୋନିବେଶ କଲେ ସାହିତ୍ୟ ସର୍ଜନାରେ । କୋମଳମତି ଶିଶୁମାନଙ୍କ ପାଇଁ ଶିଶୁ ସାହିତ୍ୟର ସୃଷ୍ଟି ଭିତରେ ଜୀବନର ନୂତନ ଉପଲବ୍ଧି ଉପରେ ପର୍ଯ୍ୟବସିତ ଚିନ୍ତାଧାରାକୁ ନୂତନ ଦର୍ଶନ ମାଧ୍ୟମରେ ଉପସ୍ଥାପନ କରିବାର ପ୍ରେରଣାରୁ ସେ ରଚିଲେ ଉପନ୍ୟାସ !
ଗତାନୁଗତିକ କାହାଣୀଧର୍ମୀ କଥାସାହିତ୍ୟ ତାଙ୍କ କଲମର ଉଦ୍ଦାମ ଉଦ୍ୟମରେ ବାଟଭାଙ୍ଗି ଚେତନାଶ୍ରୟୀ ହେଲା ! ଓଡ଼ିଆ ଗଳ୍ପ ଓ ଉପନ୍ୟାସରେ ସେ ଏକ ନୂତନ ଭାଷାର ନିର୍ମାଣ କରୁ କରୁ ସେ ବନିଯାଇଥିଲେ ଭାରତୀୟ ସାହିତ୍ୟର ଜଣେ ଆଗଧାଡିର ସାଧକ ! ଗୋଟିଏ ପରେ ଗୋଟିଏ କାଳଜୟୀ ତଥା ଅନନ୍ୟ କ୍ରାନ୍ତିକାରୀ ଉପନ୍ୟାସମାନ ରଚନା କରି ସେ ହୋଇପାରିଥିଲେ ଆଧୁନିକ ଓଡ଼ିଆ ଉପନ୍ୟାସ ଜଗତର ସର୍ବାଧିକ ଲୋକପ୍ରିୟ ସ୍ରଷ୍ଟା ! ସେ ସେଇ ଶତାବ୍ଦୀର ନଚିକେତା ପ୍ରଫେସର ଶାନ୍ତନୁ କୁମାର ଆଚାର୍ଯ୍ୟ !
ଗୂଢ ଦର୍ଶନ ଓ ରହସ୍ୟକୁ ନିଜ ଉପନ୍ୟାସର ଆତ୍ମା ସଜାଇ ସେ ଦିନେ ରଚିଥିଲେ ନରକିନ୍ନର ! ଓଡ଼ିଆ ସାହିତ୍ୟର ବିଦଗ୍ଧ ପାଠକମଣ୍ଡଳୀ ଓ ବୁଦ୍ଧିଜୀବିମାନଙ୍କର ଆତ୍ମାକୁ ଚହଲାଇ ଦେଇଥିଲା ଏଇ ସୃଷ୍ଟି । ପରେ ପରେ ଶତାବ୍ଦୀର ନଚିକେତା, ତିନୋଟି ରାତିର ସକାଳ, ଦକ୍ଷିଣାବର୍ତ୍ତ, ଯାତ୍ରାର ପ୍ରଥମ ପାଦ, ଅନ୍ୟ ଏକ ସକାଳ ଅନ୍ୟ ଏକ ଭାରତ, ଶକୁନ୍ତଳା, ମନ୍ତ୍ରୀଙ୍କ ସେୟାର, ଧରିତ୍ରୀର କାନ୍ଦ, ଅଦୃଶ୍ୟ ଜଗତର ବାର୍ତ୍ତା, ଅନୁ ହଜିଯିବା ପରେ, ସ୍ୱର୍ଣ୍ଣ ତ୍ରୀଭୁଜ, ଅନୋମାର କନ୍ୟା ପରି ୧୫ଟି ଉପନ୍ୟାସ, ୨୦ଟି କ୍ଷୁଦ୍ରଗଳ୍ପ ସଂକଳନ ୧୦ ଶିଶୁସାହିତ୍ୟ ପୁସ୍ତକ ସହ ଏକାଧିକ ସାହିତ୍ୟ ସୃଷ୍ଟି କରି ଶାନ୍ତନୁ କୁମାର ଆଚାର୍ଯ୍ୟ ପାଇଥିଲେ ଆନ୍ତର୍ଜାତୀୟ ସ୍ୱୀକୃତି, ଅସୁମାରୀ ସମ୍ମାନ, ଓଡ଼ିଶାମାଟିକୁ କରିଥିଲେ ଧନ୍ୟ, ଆଉ ଓଡ଼ିଆଙ୍କୁ ଗୌରବାନ୍ବିତ ।
ସର୍ବାଧିକ ଭାରତୀୟ ଭାଷାରେ ଅନୁଦିତ ହୋଇ ବୃହତ୍ତର ପାଠକଙ୍କ ପ୍ରିୟଭାଜନ ହୋଇପାରିଥିଲା ଏଇ ମହାନ ସାଧକଙ୍କୁ ଅନବଦ୍ୟ ଅବଦାନ ପାଇଁ ଦେଶବାସୀ ଅତିବଡ଼ି ଜଗନ୍ନାଥ ଦାସ ସମ୍ମାନ, ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ଶାରଳା ପୁରସ୍କାର, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ସାହିତ୍ୟଭାରତୀ ପରି ଅସୁମାରୀ ସମ୍ମାନରେ ସମ୍ମାନିତ କରିଛି ।
ଓଡ଼ିଆ ସାହିତ୍ୟର ସ୍ବର୍ଗ କୁହାଯାଉଥିବା କଟକ ଜିଲ୍ଲାର ସିଦ୍ଧେଶ୍ୱରପୁର ଗ୍ରାମରେ (ଏଇ ଗ୍ରାମ ମଧ୍ୟ ପ୍ରସିଦ୍ଧ ଭାଷାକୋଷ ପ୍ରଣେତା ଓଡ଼ିଆ ଶବ୍ଦକୋଣାର୍କର ଧରମା ଗୋପାଳଚନ୍ଦ୍ର ପ୍ରହରାଜଙ୍କ ଜନ୍ମପୀଠ ଭାବେ) ୧୯୩୩ ମସିହା ମଇ ୧୫ ତାରିଖରେ ଭୂମିଷ୍ଠ ହୋଇଥିଲେ ମହାନ ସାହିତ୍ୟରଥୀ ଶାନ୍ତନୁ କୁମାର ଆଚାର୍ଯ୍ୟ I
admin

Recent Posts

ଘୁଡ଼ୁକି

ଗବେଷଣା ଓ ଉପସ୍ଥାପନା: ଡ. ବାୟାମନୁ ଚର୍ଚି ଘୁଡ଼ୁକି ଏକ ବାଦ୍ୟ । ପତର ସଉରା ଓ କେଳା ସମ୍ପ୍ରଦାୟର…

1 year ago

ବାସୁଦେବ ସୁଢ଼ଳଦେବ

ଲେଖା: ନିରଞ୍ଜନ ସାହୁ ~ବାସୁଦେବ ସୁଢ଼ଳଦେବ ~ ଅନେକ ନୃପତି ଅଛନ୍ତି । କିଏ ଉତ୍ତରାଧିକାର ସୂତ୍ରରେ, କିଏ ବାହୁବଳରେ,…

2 years ago

ମହିମା ମେଳା

ଲେଖା: ନିରଞ୍ଜନ ସାହୁ ~ ମହିମା ମେଳା ~ ଯାହା ମନେପଡ଼େ ଏମିତିରେ ପ୍ରାୟ ଅନେକ କିଛି ବର୍ଷ ତଳର…

2 years ago

କଂସା ବାସନ

ଲେଖା: ଡ. ଜୟଶ୍ରୀ ନନ୍ଦ ~ କଂସା ବାସନ ~ ଆମ ରାଜ୍ୟ ପରା ଶ୍ରୀଜଗନ୍ନାଥଙ୍କର ପୁର ବା ଶ୍ରୀଜଗନ୍ନାଥଙ୍କର…

2 years ago

ତୁଳସୀ ପୂଜା

ଲେଖା: ଡ. ଜୟଶ୍ରୀ ନନ୍ଦ   ~ ତୁଳସୀ ପୂଜା ~ ତୁଳସୀ ପୂଜା ପ୍ରତି ଓଡିଆ ଘରର ପରମ୍ପରା…

2 years ago

ମଣ୍ଡା ପିଠା

ଲେଖା: ଡ. ଜୟଶ୍ରୀ ନନ୍ଦ ~ ମଣ୍ଡାପିଠା ~ ମଣ୍ଡା ପିଠା ଗୋଲ୍ ଗୋଲ୍, ଚାଲ ଯିବା ଚଣ୍ଡିଖୋଲ। ଲୋକଗୀତଟି…

2 years ago