ଲେଖା: ଦେଵ ତ୍ରିପାଠୀ
ରସାୟନ ବିଜ୍ଞାନର ଅଧ୍ୟାପକ ଭାବରେ ସେ ହୃଦୟଙ୍ଗମ କରିପାରିଥିଲେ ଯେ ଏଇ ବିଜ୍ଞାନର ଉର୍ଦ୍ଧ୍ବରେ ଅନେକ କିଛି ଅଛି ଯାହା ଏହି ବିଜ୍ଞାନ କେବେ ଦେଇପାରିବ ନାହିଁ । ଏଇ ବିଜ୍ଞାନ କେବେ ଆତ୍ମାକୁ ଛୁଇଁ ପାରିବ ନାହିଁ । ଆତ୍ମାକୁ ଛୁଇଁବାର କ୍ଷମତା ଅଛି କେବଳ ସାହିତ୍ୟର ! ତେଣୁ ସେ ମନୋନିବେଶ କଲେ ସାହିତ୍ୟ ସର୍ଜନାରେ । କୋମଳମତି ଶିଶୁମାନଙ୍କ ପାଇଁ ଶିଶୁ ସାହିତ୍ୟର ସୃଷ୍ଟି ଭିତରେ ଜୀବନର ନୂତନ ଉପଲବ୍ଧି ଉପରେ ପର୍ଯ୍ୟବସିତ ଚିନ୍ତାଧାରାକୁ ନୂତନ ଦର୍ଶନ ମାଧ୍ୟମରେ ଉପସ୍ଥାପନ କରିବାର ପ୍ରେରଣାରୁ ସେ ରଚିଲେ ଉପନ୍ୟାସ !
ଗତାନୁଗତିକ କାହାଣୀଧର୍ମୀ କଥାସାହିତ୍ୟ ତାଙ୍କ କଲମର ଉଦ୍ଦାମ ଉଦ୍ୟମରେ ବାଟଭାଙ୍ଗି ଚେତନାଶ୍ରୟୀ ହେଲା ! ଓଡ଼ିଆ ଗଳ୍ପ ଓ ଉପନ୍ୟାସରେ ସେ ଏକ ନୂତନ ଭାଷାର ନିର୍ମାଣ କରୁ କରୁ ସେ ବନିଯାଇଥିଲେ ଭାରତୀୟ ସାହିତ୍ୟର ଜଣେ ଆଗଧାଡିର ସାଧକ ! ଗୋଟିଏ ପରେ ଗୋଟିଏ କାଳଜୟୀ ତଥା ଅନନ୍ୟ କ୍ରାନ୍ତିକାରୀ ଉପନ୍ୟାସମାନ ରଚନା କରି ସେ ହୋଇପାରିଥିଲେ ଆଧୁନିକ ଓଡ଼ିଆ ଉପନ୍ୟାସ ଜଗତର ସର୍ବାଧିକ ଲୋକପ୍ରିୟ ସ୍ରଷ୍ଟା ! ସେ ସେଇ ଶତାବ୍ଦୀର ନଚିକେତା ପ୍ରଫେସର ଶାନ୍ତନୁ କୁମାର ଆଚାର୍ଯ୍ୟ !
ଗୂଢ ଦର୍ଶନ ଓ ରହସ୍ୟକୁ ନିଜ ଉପନ୍ୟାସର ଆତ୍ମା ସଜାଇ ସେ ଦିନେ ରଚିଥିଲେ ନରକିନ୍ନର ! ଓଡ଼ିଆ ସାହିତ୍ୟର ବିଦଗ୍ଧ ପାଠକମଣ୍ଡଳୀ ଓ ବୁଦ୍ଧିଜୀବିମାନଙ୍କର ଆତ୍ମାକୁ ଚହଲାଇ ଦେଇଥିଲା ଏଇ ସୃଷ୍ଟି । ପରେ ପରେ ଶତାବ୍ଦୀର ନଚିକେତା, ତିନୋଟି ରାତିର ସକାଳ, ଦକ୍ଷିଣାବର୍ତ୍ତ, ଯାତ୍ରାର ପ୍ରଥମ ପାଦ, ଅନ୍ୟ ଏକ ସକାଳ ଅନ୍ୟ ଏକ ଭାରତ, ଶକୁନ୍ତଳା, ମନ୍ତ୍ରୀଙ୍କ ସେୟାର, ଧରିତ୍ରୀର କାନ୍ଦ, ଅଦୃଶ୍ୟ ଜଗତର ବାର୍ତ୍ତା, ଅନୁ ହଜିଯିବା ପରେ, ସ୍ୱର୍ଣ୍ଣ ତ୍ରୀଭୁଜ, ଅନୋମାର କନ୍ୟା ପରି ୧୫ଟି ଉପନ୍ୟାସ, ୨୦ଟି କ୍ଷୁଦ୍ରଗଳ୍ପ ସଂକଳନ ୧୦ ଶିଶୁସାହିତ୍ୟ ପୁସ୍ତକ ସହ ଏକାଧିକ ସାହିତ୍ୟ ସୃଷ୍ଟି କରି ଶାନ୍ତନୁ କୁମାର ଆଚାର୍ଯ୍ୟ ପାଇଥିଲେ ଆନ୍ତର୍ଜାତୀୟ ସ୍ୱୀକୃତି, ଅସୁମାରୀ ସମ୍ମାନ, ଓଡ଼ିଶାମାଟିକୁ କରିଥିଲେ ଧନ୍ୟ, ଆଉ ଓଡ଼ିଆଙ୍କୁ ଗୌରବାନ୍ବିତ ।
ସର୍ବାଧିକ ଭାରତୀୟ ଭାଷାରେ ଅନୁଦିତ ହୋଇ ବୃହତ୍ତର ପାଠକଙ୍କ ପ୍ରିୟଭାଜନ ହୋଇପାରିଥିଲା ଏଇ ମହାନ ସାଧକଙ୍କୁ ଅନବଦ୍ୟ ଅବଦାନ ପାଇଁ ଦେଶବାସୀ ଅତିବଡ଼ି ଜଗନ୍ନାଥ ଦାସ ସମ୍ମାନ, ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ଶାରଳା ପୁରସ୍କାର, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ସାହିତ୍ୟଭାରତୀ ପରି ଅସୁମାରୀ ସମ୍ମାନରେ ସମ୍ମାନିତ କରିଛି ।
ଓଡ଼ିଆ ସାହିତ୍ୟର ସ୍ବର୍ଗ କୁହାଯାଉଥିବା କଟକ ଜିଲ୍ଲାର ସିଦ୍ଧେଶ୍ୱରପୁର ଗ୍ରାମରେ (ଏଇ ଗ୍ରାମ ମଧ୍ୟ ପ୍ରସିଦ୍ଧ ଭାଷାକୋଷ ପ୍ରଣେତା ଓଡ଼ିଆ ଶବ୍ଦକୋଣାର୍କର ଧରମା ଗୋପାଳଚନ୍ଦ୍ର ପ୍ରହରାଜଙ୍କ ଜନ୍ମପୀଠ ଭାବେ) ୧୯୩୩ ମସିହା ମଇ ୧୫ ତାରିଖରେ ଭୂମିଷ୍ଠ ହୋଇଥିଲେ ମହାନ ସାହିତ୍ୟରଥୀ ଶାନ୍ତନୁ କୁମାର ଆଚାର୍ଯ୍ୟ I
Spread the love
admin

Recent Posts

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

3 days ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

1 week ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

4 weeks ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

1 month ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

1 month ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ…

1 month ago