ଲେଖା: ଶିଶିର ସାହୁ ମନୋଜ

ଵର୍ଷ ଶବ୍ଦଟି ସାରା ଭାରତରେ ସାଧାରଣତଃ year ଅର୍ଥରେ ଵ୍ୟଵହୃତ ହୋଇଥାଏ, କିନ୍ତୁ ଏ ଶବ୍ଦର ଆହୁରି ଅନେକ ଅର୍ଥ ମଧ୍ୟ ରହିଛି । ଯଥା,
● ଵର୍ଷାଋତୁ; ଵର୍ଷାକାଳ
● ମେଘ
● ରେତଃପାତ
● ଦେଶ
● ପୃଥିବୀର ବିଭାଗ

ଆମେ ଆମ ଦେଶକୁ ଗର୍ଵରେ ଭାରତଵର୍ଷ କହିଥାଉ । ଏଠାରେ ଵ୍ୟଵହୃତ ଵର୍ଷ ଶବ୍ଦଟି ପୃଥିବୀର ଏକ ଦେଶ ଵା ଵିଭାଗ ଅର୍ଥରେ ଵ୍ୟଵହୃତ ହୋଇଅଛି । ପୃଥିବୀର ପୁରାଣୋକ୍ତ ଦେଶ ବା ବିଭାଗମାନଙ୍କ ମଧ୍ଯରୁ ଭାରତ ଗୋଟିଏ ବର୍ଷ । ପ୍ରାଚୀନ ହିନ୍ଦୁମାନେ ପୃଥିବୀରେ ନଅଗୋଟି ବର୍ଷ ଥିବାର ଉଲ୍ଲେଖ କରିଅଛନ୍ତି; ଯଥା—
■ ଭାରତ
■ କୁରୁ
■ ହିରଣ୍ମୟ
■ ରୁମଣ୍ବକ
■ ଇଳାବୃତ
■ ହରି
■ କେତୁମାଳ
■ ଭଦ୍ରାଶ୍ବ
■ କିନ୍ନର ବା କିଂପୁରୁଷ ଇତ୍ୟାଦି

ଏହି ଵର୍ଷ ଶବ୍ଦକୁ ଵୃଷ୍ ଧାତୁରୁ ନିଷ୍ପନ୍ନ କରାଯାଇଛି । ଵୃଷ୍ ଧାତୁର ଅର୍ଥ:
● ବର୍ଷଣ କରିଵା
● ପ୍ରଭୁ ହେଵା
● ଝରାଇଵା; ବୁହାଇଵା
● ଓଦା କରିଵା;ବତୁରାଇଵା
● ଉତ୍ପନ୍ନ କରିବା; ଜନ୍ମ କରିବା
● ଆଘାତ କରିବା
● ଖଣ୍ଡ ଖଣ୍ଡ କରିଵା

ଵୃଷ୍ ଧାତୁରୁ ନିଷ୍ପନ୍ନ ଶବ୍ଦଗୁଡ଼ିକ ମଧ୍ୟରେ ଅଧିକାଂଶକୁ ଏହାର ବର୍ଷଣ କରିଵା, ଝରାଇଵା; ବୁହାଇଵା, ଓଦା କରିଵା; ବତୁରାଇଵା ଇତ୍ୟାଦି ଅର୍ଥରେ ନିଷ୍ପନ୍ନ କରାଯାଇଛି । ସେହି ଶବ୍ଦଗୁଡ଼ିକ ଯଥା ― ବର୍ଷଣ, ବର୍ଷ୍ମ, ବାର୍ଷୁକ, ବୃଷ୍ଟି ଇତ୍ୟାଦି ସେହିପରି ଵୃଷ, ଵୃଷଭ, ଵୃଷା ଆଦି ଶବ୍ଦ ପ୍ରଭୁ ହେଵା ଓ ଉତ୍ପନ୍ନ ଵା ଜନ୍ମ କରିଵା ଅର୍ଥରେ ଵୃଷ୍ ଧାତୁରୁ ନିଷ୍ପନ୍ନ ହୋଇଅଛି ।

ଦେଶ ଵା ଵିଭାଗ ଅର୍ଥରେ ‛ଭାରତଵର୍ଷ’ ଶବ୍ଦରେ ଵ୍ୟଵହୃତ ‛ଵର୍ଷ’ ଶବ୍ଦଟି ଵୃଷ୍ ଧାତୁରୁ ଖଣ୍ଡ ଖଣ୍ଡ କରିଵା ଅର୍ଥରେ ନିଷ୍ପନ୍ନ କରାଯାଇଛି ।

© ଶିଶିର ସାହୁ ମନୋଜ

Spread the love
admin

Recent Posts

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

3 days ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

4 days ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

6 days ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 week ago

ଦଶପଲ୍ଲା ଗଡ଼

ଦଶପଲ୍ଲା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଅଧୁନା ନୟାଗଡ଼ ଜିଲ୍ଲା ପୂର୍ବରୁ ଚାରି ଗଡଜାତରେ ବିଭକ୍ତ ଥିଲା ଯଥା,…

1 week ago

ମା’ ଚର୍ଚ୍ଚିକା

~ ବାଙ୍କୀଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା' ଚର୍ଚ୍ଚିକା ଠାକୁରାଣୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ବା ଉତ୍କଳ…

2 weeks ago