ଲେଖା: ଶ୍ରୀକାନ୍ତ ସିଂହ
ଲକ୍ଷ୍ମୀନୃସିଂହ ମନ୍ଦିର, କଟକ ସହରଠାରୁ ମାତ୍ର ପନ୍ଦର କିଲୋମିଟର ଦୂର ତଥା ଜଗତପୁର ଠାରୁ ମାତ୍ର ସାତ କିଲୋମିଟର ଦୂର ପୂର୍ଵକଚ୍ଛ ଗ୍ରାମରେ ଅବସ୍ଥିତ ଏକ ପ୍ରାଚୀନ ମନ୍ଦିର l ମନ୍ଦିରରେ ଲକ୍ଷ୍ମୀନୃସିଂହଙ୍କ ବିଗ୍ରହ ପ୍ରତିଷ୍ଠିତ ଓ ପୂଜିତ l
ବହୁ ପ୍ରାଚୀନ ମନ୍ଦିର ହେଲେ ବି ଏହାର ନିର୍ମାଣ ସମ୍ପର୍କରେ ସଠିକ୍ ତଥ୍ୟ କାହାରି ପାଖରେ ନାହିଁ l ଏହାର ନିର୍ମାଣ ସମୟ ଓ ନିର୍ମାତାଙ୍କ ସମ୍ପର୍କରେ ଭିନ୍ନ ଭିନ୍ନ ଜନ ମତ ରହିଥିବା ଜଣାଯାଏ l କେହି କେହି କୁହନ୍ତି, ମନ୍ଦିରଟି ପଞ୍ଚଦଶ ଶତାବ୍ଦୀରେ ଗଜପତି ପୁରୁଷୋତ୍ତମ ଦେବଙ୍କ ଦ୍ୱାରା ନିର୍ମାଣ କରାଯାଇଥିଲା, କାଞ୍ଚି ଅଭିଯାନର ପରବର୍ତ୍ତୀ ସମୟରେ l
କାଞ୍ଚି ରାଜା ସାଲ୍ୱ ନରସିଂହଙ୍କୁ ଯୁଦ୍ଧରେ ପରାସ୍ତ କଲା ପରେ ଗଜପତି ପୁରୁଷୋତ୍ତମ ଦେବ, ରାଜଜେମା ପଦ୍ମାବତୀଙ୍କ ସହିତ ପୁରୀ ଶ୍ରୀମନ୍ଦିରରେ ଥିବା କାଞ୍ଚିଗଣେଶ, ସାକ୍ଷୀଗୋପାଳର ଗୋପୀନାଥ ଓ ଏହି ମନ୍ଦିରରେ ପ୍ରତିଷ୍ଠିତ ଲକ୍ଷ୍ମୀନୃସିଂହ ମୂର୍ତ୍ତିକୁ ଉତ୍କଳକୁ ଆଣିଥିଲେ ଏବଂ ପରାଵର୍ତ୍ତୀ ସମୟରେ ଏହି ପୂର୍ଵକଚ୍ଛ ଗ୍ରାମରେ ଏକ ଭବ୍ୟ ମନ୍ଦିର ପ୍ରତିଷ୍ଠା କରି ବୈଦିକ ରୀତିନୀତିରେ ଲକ୍ଷ୍ମୀନୃସିଂହଙ୍କ ପୂଜା ପାଠର ବ୍ୟବସ୍ଥା କରିଥିଲେ l
(ପ୍ରାଚୀନ ମନ୍ଦିରର ଭଗ୍ନାବଶେଷ)
ପରବର୍ତ୍ତୀ ସମୟରେ କିନ୍ତୁ ସେହି ମନ୍ଦିରଟି ବିଧର୍ମୀ କଳାପାହାଡ଼ ଦ୍ୱାରା ଧ୍ବଂସ ପ୍ରାପ୍ତ ହୋଇଥିଲା l ଏବେବି ମନ୍ଦିର ପରିସରରେ ସେହି ପୁରାତନ ମନ୍ଦିରର ଭଗ୍ନାବଶେଷକୁ ଯେ କେହି ଦେଖି ପାରିବେ l ସେହି ଖଣ୍ଡିତ ଲକ୍ଷ୍ମୀନୃସିଂହ ମୂର୍ତ୍ତିଟି ନିକଟସ୍ଥ ଏକ ପୁଷ୍କରିଣୀରେ ଏବେବି ପଡ଼ି ରହିଛି ଆଉ ମନ୍ଦିର ସମୁଖସ୍ଥ ଏକ ଚକଡ଼ା ଉପରେ ପୁରାତନ ଗରୁଡ଼ ମୂର୍ତ୍ତି ରହିଛି l ସେହି ମୂର୍ତ୍ତିଦ୍ବୟକୁ ଏବେ ବି ଦେଖିହେବ l ଖରାଦିନେ ପୋଖରୀରୁ ପାଣି ଶୁଖିଗଲା ପରେ ଲକ୍ଷ୍ମୀନୃସିଂହ ମୂର୍ତ୍ତିଟି ଦୃଷ୍ଟି ଗୋଚର ହୁଏ l
ଏବେ ଯେଉଁ ମନ୍ଦିରଟି ରହିଛି ତାହା କଳାପାହାଡ଼ ଦ୍ୱାରା ଧ୍ବଂସ ପାଇ ଥିବା ମୂଳ ମନ୍ଦିରର ପିଣ୍ଡି ଉପରେ ନିର୍ମିତ ହୋଇଥିବା ଜଣାଯାଏ l
ମାତ୍ର ଆଉ କେହି କେହି ମନ୍ଦିର ନିର୍ମାଣ ଓ ନିର୍ମାତାଙ୍କ ସମ୍ପର୍କରେ ଭିନ୍ନ ମତ ପୋଷଣ କରନ୍ତି l କୁହାଯାଏ ମନ୍ଦିରଟି ପୁରୁଷୋତ୍ତମ ଦେବ ନୁହେଁ, ବରଂ ତାଙ୍କର ବହୁପୂର୍ବରୁ ତୃତୀୟ ଅନଙ୍ଗ ଭୀମଦେବଙ୍କ ଦ୍ୱାରା ନିର୍ମାଣ କରାଯାଇଥିଲା l
ତୃତୀୟ ଅନଙ୍ଗ ଭୀମଦେବ କଟକ ଠାରେ ରାଜଧାନୀ ପ୍ରତିଷ୍ଠା କଲା ପରେ ଅନେକ ଗୁଡ଼ିଏ ଦେବ ମନ୍ଦିର ନିର୍ମାଣ କରିବା ସହିତ ଅନେକ ପୁଷ୍କରିଣୀ ମଧ୍ୟ ଖୋଳାଇଥିଲେ l ଏହା ମଧ୍ୟରେ ଭୁବନେଶ୍ୱରର ମେଘେଶ୍ୱର ଓ ସାଲେପୁର ନିକଟରେ ଥିବା ଚାଟେଶ୍ୱର ମନ୍ଦିର ଅନ୍ୟତମ l ଆଉ ଏହି ଲକ୍ଷ୍ମୀନୃସିଂହ ମନ୍ଦିରଟି ମଧ୍ୟ ତାଙ୍କରି ଶାସନ ସମୟରେ ନିର୍ମାଣ ହୋଇଥିଲା ବୋଲି ସ୍ଥାନୀୟ ପୂଜକ କୁହନ୍ତି l ସେ କାନ୍ୟକୁବ୍ଜରୁ ବ୍ରାହ୍ମଣ ପରିବାର ଆଣି ଏହି ମନ୍ଦିରରେ ପୂଜାବିଧିର ବ୍ୟବସ୍ଥା ବି କରିଥିଲେ l
ହୁଏତ ପରବର୍ତ୍ତୀ ସମୟରେ ଗଜପତି ପୁରୁଷୋତ୍ତମ ଦେବଙ୍କ ଦ୍ୱାରା ଏହି ମନ୍ଦିରର ପୁନଃରୁଦ୍ଧର କାର୍ଯ୍ୟ ସମ୍ପନ୍ନ ହୋଇଥାଇପାରେ l ମାଦଳା ପାଞ୍ଜିର ଚକଡ଼ା ବଷାଣରେ କୁଆଡ଼େ ଏହି ମନ୍ଦିର ସମ୍ପର୍କରେ ତଥ୍ୟ ରହିଛି l ଏହା ଉପରେ ଅଧିକ ଅନୁସନ୍ଧାନ କରାଗଲେ ହୁଏତ ସଠିକ୍ ତଥ୍ୟ କିଛି ମିଳିପାନ୍ତା l
#LaxminrusinghaTemple, Village Purbakachha, Jagatpur, Cuttack
Spread the love
admin

Recent Posts

ସର୍ପେଶ୍ୱର ମହାଦେବ

~ ସର୍ପେଶ୍ୱର ମହାଦେବ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଜନଶ୍ରୁତି ଅନୁସାରେ ଓଡ଼ିଶାର ପ୍ରାଚୀନ ଶୈବପୀଠ ଆଠଗଡ଼ ଅନ୍ତର୍ଗତ ବଳରାମପୁର…

2 weeks ago

ମହାଲକ୍ଷ୍ମୀ

~ ଶ୍ରୀମନ୍ଦିରରେ ମାଆ ମହାଲକ୍ଷ୍ମୀ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମାଆ ମହାଲକ୍ଷ୍ମୀ ହେଉଛନ୍ତି ଧନ, ଐଶ୍ୱର୍ଯ୍ୟର ଦେବୀ l…

2 weeks ago

ଅଟ୍ଟାଳି ଜଗନ୍ନାଥ

~ ଆଠଗଡ଼ ବିଜେ ମହାପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆଙ୍କ ସ୍ପନ୍ଦନ…

2 weeks ago

ପହିଲିଭୋଗ

~ ପହିଲିଭୋଗ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମକରସଂକ୍ରାନ୍ତି ପର୍ଯ୍ୟନ୍ତ ଏକମାସ ବ୍ୟାପି ଶ୍ରୀମନ୍ଦିରରେ ଆମ ମହାପ୍ରଭୁଙ୍କ ନିକଟରେ "ପହିଲିଭୋଗ"…

2 weeks ago

ବଳଦେବ ଉପାସନା

~ ବଳଦେବ ଉପାସନା ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଉତ୍କଳ ଭୂମିରେ ବଳଦେବ ଉପାସନାର ପରମ୍ପରା ପ୍ରାଚୀନ l ଶ୍ରୀମନ୍ଦିରରେ…

2 weeks ago

ତୁମେ ତ ଲୋକରେ ସାର

~ ତୁମେ ତ ଲୋକରେ ସାର ~ ସୌରଭିତ ସୃଷ୍ଟି: ଅନନ୍ତ ପଟ୍ଟନାୟକ  କମ୍ପି ଉଠୁଛି କଟକ ନଗର ଶୁଭୁଅଛି…

2 weeks ago