ଲେଖା: ଦେଵ ତ୍ରିପାଠୀ
ଇତିହାସର ବହୁଚର୍ଚ୍ଚିତ ମହାତ୍ମା ଅବା ମହାନାୟକ ମାନଙ୍କୁ ମନେପକାଇବା ବେଳେ ଅନ୍ତରାଳେ ରହିଯାଏ ଭାରତୀୟ ସ୍ବାଧୀନତା ସଂଗ୍ରାମର କେତେ କେତେ ଅକୁହା କାହାଣୀ, ଦୁର୍ଗମ ପାହାଡ଼ ଜଙ୍ଗଲ ଘେରା ଶ୍ଵାପଦସଙ୍କୁଳ ରାସ୍ତାରେ ରାଷ୍ଟ୍ରୀୟ ଜୀବନ ଆଡ଼କୁ ଏହି ଅଳ୍ପଜ୍ଞାତ ମୁକ୍ତିସଂଗ୍ରାମର ସେତୁ ଯୋଡିଥିବା ନାୟକମାନଙ୍କ କାହାଣୀ ଓ ଗାଥା । ଆମେ ଭୁଲିଯାଉ ସେହି ବୀରପୁରୁଷଙ୍କ ଆତ୍ମୋତ୍ସର୍ଗ ଓ ଆହୂତିର ଅଭୁଲା ଆଲେଖ୍ୟ !
ସେମାନେ ବନଗ‌ହନରେ ଜଳାଇଛନ୍ତି ମୁକ୍ତପ୍ରାଣର ଆଲୋକ ! ନିଜେ ଜଳିଛନ୍ତି, ଜାଳିଛନ୍ତି ମୁକ୍ତିର ଲେଲିହାନ ଶିଖା । ସ୍ବାଧୀନତା ପାଇଁ କରିଛନ୍ତି ପାଗଳପ୍ରାୟ ପ୍ରାଣଦାନ । ସେମାନେ ଆଜି ହୁଏତ ବିସ୍ମୃତ ନୁହଁନ୍ତି, କିନ୍ତୁ ଅନାଲୋଚିତ ।
ସେମିତି ଭୁଲି ହୁଏନା ତ୍ୟାଗ, ତିତିକ୍ଷା, ବୀରତ୍ୱର ପ୍ରତୀକ ଆମ ଓଡ଼ିଶାର ବଣପାହାଡଘେରା କୋରାପୁଟର ତେନ୍ତୁଳିଗୁମ୍ମା ଗ୍ରାମର ପ୍ରକୃତି କୋଳରେ ଜନ୍ମିଥିବା ବୀରପୁରୁଷ ଲକ୍ଷ୍ମଣ ନାୟକଙ୍କୁ । ବଣମୁଲକର ନିରକ୍ଷର ଅବହେଳିତ ଆଦିବାସୀମାନଙ୍କୁ ନେଇ ମୁକ୍ତିସଂଗ୍ରାମର ଅଗ୍ନିଶିଖା ଜାଳିଥିଲେ ମାତୃଭୂମିର ପରମପୂଜକ ମୁକ୍ତିଯୋଦ୍ଧା ଲକ୍ଷ୍ମଣ ନାୟକ ।
ମହାତ୍ମାଗାନ୍ଧୀଙ୍କ ଉପଦେଶକୁ ଅକ୍ଷରେ ଅକ୍ଷରେ ପାଳନ କରୁଥିବା ଲକ୍ଷ୍ମଣ ନାୟକ ଏବଂ ତାଙ୍କ ଅନୁଗାମୀମାନେ ସଦା ପ୍ରସ୍ତୁତଥିଲେ ପ୍ରାଣଦାନ ପାଇଁ । ପ୍ରଚଣ୍ଡ ଗାନ୍ଧୀବାଦୀ ଲକ୍ଷ୍ମଣ କହୁଥିଲେ,
“ଆମେ ଅନ୍ୟାୟ ସହିବୁ ନାହିଁ, ଟିକସ ଦେବୁ ନାହିଁ, ଅସହଯୋଗ କରିବୁ, ବୋଝ ବୋହିବାକୁ ବେଠିଆ ହେବୁ ନାହିଁ । ସୂର୍ଯ୍ୟଚନ୍ଦ୍ର ଯେପରି ସତ୍ୟ ଆମରି ଭାରତମାତା ସେପରି ସ୍ବାଧୀନତା ପାଇବା ସତ୍ୟ ହେବ ।”
ଗାନ୍ଧିଜୀଙ୍କ ଅହିଂସା ଆନ୍ଦୋଳନରେ ମାତି ରାଜନୀତିକ ଚେତନାଶୂନ୍ୟ ଏକ ଅଞ୍ଚଳରେ ସଂଗଠନ ଗଢ଼ି ଲୋକଙ୍କୁ ଦେଶପ୍ରେମରେ ଉଦବୁଦ୍ଧ କରିବା ଭଳି ଶକ୍ତି ଓ ସାହସର ପରିଚୟ ଦେଇଥିଲେ ଲକ୍ଷ୍ମଣ ନାୟକ । ମାଥିଲି ଗୁଳିକାଣ୍ଡରେ ମିଥ୍ୟା ଅଭିଯୋଗରେ ୧୯୪୩ ମସିହା ମାର୍ଚ୍ଚ ୨୯ ତାରିଖରେ ବ୍ରହ୍ମପୁର ଜେଲରେ ତାଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇ ଦେଇଥିଲେ ବ୍ରିଟିଶ ସରକାର । ଗାନ୍ଧୀଙ୍କ ଏହି ଅନୁଗାମୀଙ୍କ ତୁଣ୍ଡରୁ ମଧ୍ୟ ବାହାରି ଆସିଥିଲା ପଦିଏ କଥା: “ରାମ” ।
ମାତୃଭୂମିର ପରମପୂଜକ ଭାବେ ଶହୀଦ ଲକ୍ଷ୍ମଣ ନାୟକ ସମଗ୍ର ଦେଶର ଲଲାଟରେ ଗୌରବର ଟୀକା । ଏବେ ମଧ୍ୟ କୋରାପୁଟରେ ପିଲାମାନେ ଗାଇବାର ଶୁଣିବାକୁ ମିଳେ:
“ଲକ୍ଷ୍ମଣ ନାୟକ ହେ ଲକ୍ଷ୍ମଣ ନାୟକ,
ଦେଶ ପାଇଁ ଫାଶୀଖୁଣ୍ଟେ ଝୁଲାଇଲ ବେକ,
ରଖିଗଲ ଓଡ଼ିଶାର ଟେକ ।”
Spread the love
admin

View Comments

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

3 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

3 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

4 weeks ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

4 weeks ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

4 weeks ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

4 weeks ago