ଲେଖା: ଶ୍ରୀକାନ୍ତ ସିଂହ

କଟକ ସହରର ଅନତି ଦୂରରେ ଅନନ୍ୟ ଏକ ଐତିହାସିକ କୀର୍ତ୍ତିରାଜି ହେଉଛି ବାରଶହ ବର୍ଷ ପୁରୁଣା ରାମେଶ୍ୱର ମନ୍ଦିର (Rameswar Temple) l କଟକର କଖଡ଼ି ଛକରୁ ବାମ ପାର୍ଶ୍ୱରେ ପାଞ୍ଚ କି.ମି. ଦୂରରେ ନୂଆସାଶନ ଗ୍ରାମରେ ଏହି ମନ୍ଦିରର ଅବସ୍ଥିତି l

ପତ୍ନତାତ୍ତ୍ୱିକ ଦୃଷ୍ଟିକୋଣରୁ ଏହି ମନ୍ଦିରଟି ଅନେକ ଗୁରୁତ୍ୱ ବହନ କରେ ସ୍ଥାନୀୟ ପୂଜାରୀଙ୍କ କହିବାନୁସାରେ ଏହି ମନ୍ଦିରଟି କେଶରୀ ବଂଶୀୟ ଶାସକଙ୍କ ଦ୍ୱାରା ନିର୍ମାଣ କରାଯାଇଥିଲା ମାତ୍ର ପରବର୍ତ୍ତୀ ସମୟରେ ଅନ୍ୟାନ୍ୟ ମନ୍ଦିର ପରି ଏହି ରାମେଶ୍ୱର ମନ୍ଦିର ମଧ୍ୟ କଳାପାହାଡ଼ର ଵିଧ୍ଵଂସର ଶିକାର ହୋଇଥିଲା l ଏହାର ମୁଖ୍ୟ ମନ୍ଦିର, ଜଗମୋହନ, ନାଟମଣ୍ଡପ ତଥା ମନ୍ଦିର ସଂଲଗ୍ନ ପାର୍ଶ୍ଵ ଦେବବେବୀଙ୍କ ମନ୍ଦିର ବି ଧ୍ବଂସ କରାଯାଇଥିଲା l


ସୁଖର କଥା ୨୦୦୪ ମସିହାରେ ଓଡ଼ିଶା ସରକାର ତଥା ଓଡ଼ିଶା ପତ୍ନତତ୍ତ୍ୱ ବିଭାଗର ଉଦ୍ୟମ କ୍ରମେ ପୁରାତନ ଅବଶେଷ ବା ପିଣ୍ଡି ଉପରେ ବର୍ତ୍ତମାନର ରାମେଶ୍ୱର ମନ୍ଦିର ପୁନଃ ନିର୍ମାଣ କରା ଯାଇଛି l ଜଗମୋହନଟିକୁ ମଧ୍ୟ ନୂତନ ଭାବରେ ନିର୍ମାଣ କରାଯାଇଥିବା ଜଣାଯାଏ l ସେ ଦୃଷ୍ଟିରୁ ଉଭୟ ସରକାର ଓ ପତ୍ନତତ୍ତ୍ୱ ବିଭାଗକୁ ଅଶେଷ ସାଧୁବାଦ l

ବର୍ଷର ଯେ କୌଣସି ସମୟରେ, ଲୋକଲୋଚନର ବହୁ ଦୂରରେ ଥିବା ଓଡ଼ିଶା ସ୍ଥାପତ୍ୟ କଳାର ଅନନ୍ୟ ମୁକସାକ୍ଷୀ ଏହି ପ୍ରାଚୀନ ଶୈବପୀଠ ରାମେଶ୍ୱର ମନ୍ଦିର ଭ୍ରମଣରେ ଯାଇ ଦିଅଁ ଦର୍ଶନ କରିହେବ ।



ଏହି ମନ୍ଦିରର ଅଳ୍ପ ଦୂରରେ ମହାନଦୀ କୋଳକୁ ଲାଗି ଗ୍ରାମେଶ୍ବର ନାମରେ ଆଉ ଏକ ପ୍ରାଚୀନ ଶିବ ମନ୍ଦିର ବି ରହିଛି l ଏହି ମନ୍ଦିରର ମଧ୍ୟ ପୁରାତନ ପିଣ୍ଡି ଉପରେ ବର୍ତ୍ତମାନର ମନ୍ଦିର ନିର୍ମାଣ କରାଯାଇଥିବା ଦୃଷ୍ଟିଗୋଚର ହୁଏ l

ସେହି ରାସ୍ତାରେ ଆଉ କିଛି ଦୂର ଗଲେ ପ୍ରାଚୀନ ସର୍ପେଶ୍ୱର ମନ୍ଦିର ବି ଦେଖିପାରିବେ l 

Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

2 weeks ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

3 weeks ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

4 weeks ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

2 months ago