ଲେଖା: ଶ୍ରୀକାନ୍ତ ସିଂହ
କଟକ ସହରର ଅନତି ଦୂରରେ ଅନନ୍ୟ ଏକ ଐତିହାସିକ କୀର୍ତ୍ତିରାଜି ହେଉଛି ବାରଶହ ବର୍ଷ ପୁରୁଣା ରାମେଶ୍ୱର ମନ୍ଦିର (Rameswar Temple) l କଟକର କଖଡ଼ି ଛକରୁ ବାମ ପାର୍ଶ୍ୱରେ ପାଞ୍ଚ କି.ମି. ଦୂରରେ ନୂଆସାଶନ ଗ୍ରାମରେ ଏହି ମନ୍ଦିରର ଅବସ୍ଥିତି l
ପତ୍ନତାତ୍ତ୍ୱିକ ଦୃଷ୍ଟିକୋଣରୁ ଏହି ମନ୍ଦିରଟି ଅନେକ ଗୁରୁତ୍ୱ ବହନ କରେ ସ୍ଥାନୀୟ ପୂଜାରୀଙ୍କ କହିବାନୁସାରେ ଏହି ମନ୍ଦିରଟି କେଶରୀ ବଂଶୀୟ ଶାସକଙ୍କ ଦ୍ୱାରା ନିର୍ମାଣ କରାଯାଇଥିଲା ମାତ୍ର ପରବର୍ତ୍ତୀ ସମୟରେ ଅନ୍ୟାନ୍ୟ ମନ୍ଦିର ପରି ଏହି ରାମେଶ୍ୱର ମନ୍ଦିର ମଧ୍ୟ କଳାପାହାଡ଼ର ଵିଧ୍ଵଂସର ଶିକାର ହୋଇଥିଲା l ଏହାର ମୁଖ୍ୟ ମନ୍ଦିର, ଜଗମୋହନ, ନାଟମଣ୍ଡପ ତଥା ମନ୍ଦିର ସଂଲଗ୍ନ ପାର୍ଶ୍ଵ ଦେବବେବୀଙ୍କ ମନ୍ଦିର ବି ଧ୍ବଂସ କରାଯାଇଥିଲା l
ସୁଖର କଥା ୨୦୦୪ ମସିହାରେ ଓଡ଼ିଶା ସରକାର ତଥା ଓଡ଼ିଶା ପତ୍ନତତ୍ତ୍ୱ ବିଭାଗର ଉଦ୍ୟମ କ୍ରମେ ପୁରାତନ ଅବଶେଷ ବା ପିଣ୍ଡି ଉପରେ ବର୍ତ୍ତମାନର ରାମେଶ୍ୱର ମନ୍ଦିର ପୁନଃ ନିର୍ମାଣ କରା ଯାଇଛି l ଜଗମୋହନଟିକୁ ମଧ୍ୟ ନୂତନ ଭାବରେ ନିର୍ମାଣ କରାଯାଇଥିବା ଜଣାଯାଏ l ସେ ଦୃଷ୍ଟିରୁ ଉଭୟ ସରକାର ଓ ପତ୍ନତତ୍ତ୍ୱ ବିଭାଗକୁ ଅଶେଷ ସାଧୁବାଦ l
ବର୍ଷର ଯେ କୌଣସି ସମୟରେ, ଲୋକଲୋଚନର ବହୁ ଦୂରରେ ଥିବା ଓଡ଼ିଶା ସ୍ଥାପତ୍ୟ କଳାର ଅନନ୍ୟ ମୁକସାକ୍ଷୀ ଏହି ପ୍ରାଚୀନ ଶୈବପୀଠ ରାମେଶ୍ୱର ମନ୍ଦିର ଭ୍ରମଣରେ ଯାଇ ଦିଅଁ ଦର୍ଶନ କରିହେବ ।
ଏହି ମନ୍ଦିରର ଅଳ୍ପ ଦୂରରେ ମହାନଦୀ କୋଳକୁ ଲାଗି ଗ୍ରାମେଶ୍ବର ନାମରେ ଆଉ ଏକ ପ୍ରାଚୀନ ଶିବ ମନ୍ଦିର ବି ରହିଛି l ଏହି ମନ୍ଦିରର ମଧ୍ୟ ପୁରାତନ ପିଣ୍ଡି ଉପରେ ବର୍ତ୍ତମାନର ମନ୍ଦିର ନିର୍ମାଣ କରାଯାଇଥିବା ଦୃଷ୍ଟିଗୋଚର ହୁଏ l
ସେହି ରାସ୍ତାରେ ଆଉ କିଛି ଦୂର ଗଲେ ପ୍ରାଚୀନ ସର୍ପେଶ୍ୱର ମନ୍ଦିର ବି ଦେଖିପାରିବେ l
~ ମା' ନାରାୟଣୀ ~ ଉପସ୍ଥାପନା: ନୟାଗଡ଼ ଇତିହାସ ଖୋର୍ଦ୍ଧା ଗଜପତି ଦ୍ୱିତୀୟ ରାମଚନ୍ଦ୍ର ଦେବଙ୍କ ନିର୍ଦେଶରେ ଆଠଗଡ, ନୟାଗଡ଼,…
~ ପଣ୍ଡିତ ଗୋଦାବରୀଶ ମିଶ୍ର ~ ଉପସ୍ଥାପନା: ଅମୃତେଶ ଖଟୁଆ "ତୁଙ୍ଗ ଶିଖରୀ ଚୂଳ କୁଞ୍ଜ କାନନ-ମାଳ ପୁଣ୍ୟ ଜଳଧି-ଜଳ…
ଅଖିଳ ମୋହନ ପଟ୍ଟନାୟକ ଉପସ୍ଥାପନା: ଅମୃତେଶ ଖଟୁଆ "ବାସ୍ତବତା କଳ୍ପନା ଠାରୁ ପୃଥକ୍ ରହିକି କେବେ ବି ସମାଜରେ ଦର୍ପଣ…
~ ସର୍ପେଶ୍ୱର ମହାଦେବ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଜନଶ୍ରୁତି ଅନୁସାରେ ଓଡ଼ିଶାର ପ୍ରାଚୀନ ଶୈବପୀଠ ଆଠଗଡ଼ ଅନ୍ତର୍ଗତ ବଳରାମପୁର…
~ ଶ୍ରୀମନ୍ଦିରରେ ମାଆ ମହାଲକ୍ଷ୍ମୀ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମାଆ ମହାଲକ୍ଷ୍ମୀ ହେଉଛନ୍ତି ଧନ, ଐଶ୍ୱର୍ଯ୍ୟର ଦେବୀ l…
~ ଆଠଗଡ଼ ବିଜେ ମହାପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆଙ୍କ ସ୍ପନ୍ଦନ…