ସୌରଭିତ ସୃଷ୍ଟି: ଭକ୍ତକବି ଗୋପାଳକୃଷ୍ଣ
ରାଗ: ମଙ୍ଗଳଗୁଜ୍ଜରୀ, ତାଳ: ତ୍ରିପୁଟା
ଚିତ୍ର:  ରାଧାଗୋବିନ୍ଦ ଦେଉଳ, ମେଳିଆପୁଟି (ନିର୍ମାତା: କୃଷ୍ଣପ୍ରିୟା ପାଟମହାଦେଇ, ପୁଣ୍ୟପୀଠ ପାରଳା)
ମୂଢ ମନ, ଦୃଢ଼ କରି ଭଜ ଶ୍ରୀରାଧା ଗୋବିନ୍ଦ
ଘୁଞ୍ଚିବ ସକଳ ଜ୍ୱାଳା ପାଇବୁ ଆନନ୍ଦ।
ଉଚ୍ଚସ୍ୱରେ ଶବଦାଇ ହରି ହରି ବୋଲ
ସରାଗେ ବୈଷ୍ଣବ ଗଣ କରିନେବେ କୋଳ।ପରିହରି ଦୁରେ ମନ, ଯାବନ୍ତ କାମନା
ବ୍ରଜେ ରାଧାକୃଷ୍ଣ ଲୀଳା କରତୁ ଭାବନା।
ସଖୀ ସଙ୍ଗିନୀ ରୂପେ ମଞ୍ଜରୀ ଦେହରେ
ସେବାକୁ ଆଚର ସଦା ପରମ ସ୍ନେହରେ।କୁ ଚକ୍ରେ ପଡି ଭ୍ରମନା ସାବଧାନେ
ନିମିଷେ ନକର ହେଳା ଭଜନ ସାଧନେ।
ଐଶ୍ୱର୍ଯ୍ୟ ଜ୍ଞାନ କୁ ତୋର ଦିଅ ଜଳାଞ୍ଜଳି
ପ୍ରତିଷ୍ଠା ଗୌରବ ଗୁମାନକୁ ପକା ଦଳି।

ଜାତି, ବିଦ୍ୟା, ରୂପ, ଯୌବନାଦି ମୂଳଛେଦ
ଗୋପଳକୃଷ୍ଣ ନହେଉ ଜଞ୍ଜାଳେ ଆବଦ୍ଧ।।

ଉପସ୍ଥାପନା: ଇଂ ବିଷ୍ଣୁ ମୋହନ ଅଧିକାରୀ

Spread the love
admin

Share
Published by
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

1 month ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

2 months ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

2 months ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

3 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

3 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

3 months ago