ଲେଖା: ଦେଵ ତ୍ରିପାଠୀ

ରୂପ ଓ ସୌନ୍ଦର୍ଯ୍ୟର କବି, ପ୍ରକୃତି ମଧ୍ୟରେ ପ୍ରାଣସଞ୍ଚାର କରି ତା’କୁ ସ୍ୱପ୍ନ ସମ୍ବେଦନଶୀଳ ସତ୍ତା ଭାବରେ ଚିତ୍ରଣ କରିପାରୁଥିବା କବିଶ୍ରେଷ୍ଠ କବିବର ରାଧାନାଥ ରାୟ ଥିଲେ ପ୍ରକୃତିର ଉପାସକ । ଉତ୍କଳର ନଦନଦୀ, ଗିରି-ବନ-ପ୍ରାନ୍ତର, ସୁଗଭୀର ସମୁଦ୍ର, ସୁପ୍ରଶସ୍ତ ବେଳାଭୂମି, ବିସ୍ତୀର୍ଣ୍ଣ ହ୍ରଦ, ଭୟାବହ ଅରଣ୍ୟର ଭୀମକାନ୍ତ ଦୃଶ୍ୟ ନବଶୋଭା ଧାରଣ କରି ଉଭା ହୁଅନ୍ତି କବିବରଙ୍କ କାବ୍ୟରେ । ଚନ୍ଦ୍ରଭାଗାର ବାଲୁକାମୟ ଉପକୂଳଠାରୁ କେଦାରଗୌରୀର କମନୀୟ ନିର୍ଝର ପର୍ଯ୍ୟନ୍ତ, ମହାନଦୀର ପଠା ଓ ‘ବୀର ରକ୍ତ ପିଣ୍ଡେ ଗଢା’ ବାରବାଟୀଠାରୁ ‘ଉତ୍କଳ-କମଳା-ବିଳାସ-ଦୀର୍ଘିକା’ ଚିଲିକା ପର୍ଯ୍ୟନ୍ତ, କ୍ଷୁଦ୍ର ରତ୍ନଚିରାଠାରୁ ସମ୍ମୁନ୍ନତ ମେଘାସନ ପର୍ଯ୍ୟନ୍ତ ସମସ୍ତେ ରାଧାନାଥ ପ୍ରତିଭାରେ ସଦ୍ୟସ୍ନାତ ହୋଇ ଏକ ନୂତନ ଶକ୍ତିମୟ ଜୀବନ୍ତ ଆଭାରେ ହୋଇପାରିଛନ୍ତି ବିଭାସିତ । ସେ ହିଁ ଉଦ୍ଘାଟନ କରିପାରିଛନ୍ତି ଦେଶର ପ୍ରାଚୀନତା, ଗୌରବ ଓ ବୀରତ୍ୱ ଆଦି ଭବିଷ୍ୟତର ଦ୍ଵାର ।

ରାଧାନାଥ ରାୟ ଥିଲେ ଓଡ଼ିଆ କାବ୍ୟଜଗତରେ ନୂତନ ଭାବର ବାହକ । ପାଶ୍ଚାତ୍ୟ କାବ୍ୟଦର୍ଶନର ଭିତ୍ତିରେ ଓଡ଼ିଆ କାବ୍ୟକବିତାକୁ ଦେଇଛନ୍ତି ନୂତନ ଜୀବନ୍ୟାସ । ପାଠକପ୍ରାଣରେ କବିତା ମାଧ୍ୟମରେ ସୃଷ୍ଟି କରିଥିଲେ ଏକ ନୂତନ ରୁଚି ।

“କେଦାରଗୌରୀ”, “ଚନ୍ଦ୍ରଭାଗା”, “ନନ୍ଦିକେଶ୍ୱରୀ”, “ଉଷା”, “ପାର୍ବତୀ”, “ଚିଲିକା”, “ମହାଯାତ୍ରା”, “ଦରବାର”, “ଯଯାତିକେଶରୀ” ଆଦି ବହୁ କାଳଜୟୀ କାବ୍ୟ ରଚନା କରି ସେ ହୋଇ ଥିଲେ ଯୁଗପ୍ରବର୍ତ୍ତକ । ସେ ଥିଲେ ଓଡ଼ିଆ କବିତାଜଗତର Keats, ସେ ପୁଣି ଥିଲେ Shelly, ସେ ମଧ୍ୟ ଥିଲେ ଓଡ଼ିଆ କବିତାର Arnold, ସେ ବି ଥିଲେ Dryden । ତାଙ୍କଠାରୁ ହୋଇଥିଲା ଓଡ଼ିଆ ଆଧୁନିକ କବିତାର ଆରମ୍ଭ, ଆଉ ତାଙ୍କଠାରେ ହିଁ ଶେଷ । ସେ ଥିଲେ ଓଡ଼ିଆ କବିତାଜଗତର କିମ୍ବଦନ୍ତୀ ।

ସେଇ ମହିମା ମଣ୍ଡିତ ଯଶସ୍ଵୀ କବିକୂଳ ଚୂଡାମଣିଙ୍କ ଧରାବତରଣ ହୋଇଥିଲା ୧୮୪୮ ମସିହା ସେପ୍ଟେମ୍ବର ୨୮ ତାରିଖରେ ଏବଂ ପରଲୋକ ଗମନ ହୋଇଥିଲା ୧୯୦୮ ମସିହା ଏପ୍ରିଲ ୧୭ ତାରିଖରେ ।

ଓଡ଼ିଆ କବିତା ଜଗତର ଶିରୋମଣି, କବିକୂଳ ଶଶୀ, ବହୁବିଦିତ ତଥା ବହୁନିନ୍ଦିତ ସ୍ରଷ୍ଟା ରାୟବାହାଦୁର କବିବର ରାଧାନାଥ ରାୟ ମହୋଦୟଙ୍କ ପ୍ରତି ଆମ ରାଜ୍ୟର ସାହିତ୍ୟାନୁରାଗୀମାନଙ୍କର ଏଇ ଭକ୍ତିପୂତ ଶ୍ରଦ୍ଧାସୁମନ ଥିଲା ଏପରି . . 

ତୁମେ ତ ରହିବ ଜୀଇଁ
ମାଟି, ପାଣି ଆଉ ଆକାଶର
ପରମ ବ୍ୟାପ୍ତିରେ ।
ଛୋଟ ତାରାଫୁଲ ହୋଇ
ଯୁଗ ଯୁଗ ପାଇଁ ।।

Spread the love
admin

Recent Posts

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

5 days ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

1 week ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

3 weeks ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ…

3 weeks ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ଜଣେ ଉପେକ୍ଷିତ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ଗୋଟିଏ କଥା ମନରେ ଉଠେ, ଯେଉଁ…

3 weeks ago

ଛଅଟି କୋକେଇ

ଲେଖା: ନିରଞ୍ଜନ ସାହୁ ଶ୍ରଦ୍ଧେୟ ବାଜି ! ସାଷ୍ଟାଂଗ ଦଣ୍ଡବତ ପ୍ରଣାମ ଘେନିବା ହୁଅ। ନା, ତମେ ଯେ ସାଷ୍ଟାଂଗ…

4 weeks ago