ଲେଖା: ରୋହିତ କୁମାର
ଓଡ଼ିଆ ଚଳଚ୍ଚିତ୍ରର ବିଶିଷ୍ଟ #ଗୀତିକାର ତଥା କବି ରସରାଜ ନାରାୟଣପ୍ରସାଦ ସିଂହ l
୧୯୬୦ରେ ରସରାଜ ନାରାୟଣପ୍ରସାଦ ସିଂହ ଆକାଶବାଣୀରେ ସ୍ବୀକୃତିପ୍ରାପ୍ତ ଗୀତିକାର ରୂପେ ପରିଚୟ ପାଇଥିଲେ l ଏହାପରେ ୧୯୬୨ରେ ସେ #ନୂଆବୋଉ ଚଳଚ୍ଚିତ୍ରର “ରଥ ଯା’ ଚାଲିଯା’, ଚକ ଗଡ଼ି ଯା ରେ” ଗୀତରୁ ଆରମ୍ଭ କରି #ଅମଡ଼ାବାଟ, #ଅଭିନେତ୍ରୀ, #କିଏକାହାର, #ସ୍ତ୍ରୀ, #ଅଦିନମେଘ, #ଘରସଂସାର, #ମନଆକାଶ, #ପୁନର୍ମିଳନ, #ରକ୍ତଗୋଲାପ, #ଜୟ_ମା_ମଙ୍ଗଳା, #କାବେରୀ, #ଶଙ୍ଖାସିନ୍ଦୂର, #ଗାରେସିନ୍ଦୂର_ଧାରେଲୁହ ଆଦି ପ୍ରାୟ ୫୦ରୁ ଉର୍ଦ୍ଧ୍ବ ଚଳଚ୍ଚିତ୍ରରେ ଗୀତ ଲେଖିଥିଲେ l
ତାଙ୍କର କିଛି ଲୋକପ୍ରିୟ ଗୀତ ହେଉଛି
– ସାଗରେ ଅଧୀର ନୀଳ ତରଙ୍ଗ
– ଜୀବନ ଯମୁନାରେ ଜୁଆର ଉଠେରେ
– ଏତ କଲିକାଳ ରୀତି ବିପରୀତ ଭାଇରେ
– ଉଡ଼ି ଉଡ଼ି ଉଡ଼ି ଯା’ରେ ଉଡ଼ି ଏ ମୋର ଗୁଡ଼ି
– ସଞ୍ଜ ସକାଳେ ତୁମ ଛବି ଖୋଜେ
– ଝୁମି ଝୁମି ଆସେ ଆଖି
– ଜୋଛନା ଲୁଚନା
– ଅଳପ ହସରେ ଅନେକ ଆଶାର
– ପୀରତି ଚୋରି ଚୋରି ଖେଳ
– ମୁଁ ପାଉ ନ ଥିଲି ସାହା ଇତ୍ୟାଦି..!!
୧୯୯୨ରେ ବାଳକୃଷ୍ଣ ଫାଉଣ୍ଡେସନ ତରଫରୁ ତାଙ୍କୁ “ରସରାଜ ସମ୍ମାନ” ପ୍ରଦାନ କରାଯାଇଥିଲା l ୨୦୦୦ ମସିହାରେ “ଗାରେ ସିନ୍ଦୂର ଧାରେ ଲୁହ” ପାଇଁ ସେ ଶ୍ରେଷ୍ଠ ଗୀତିକାର ଭାବେ #ରାଜ୍ୟ_ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ l ସେହି ବର୍ଷ ସେ ଓଡିଶା #ସଙ୍ଗୀତନାଟକ_ଏକାଡେମୀ ପୁରସ୍କାରରେ ମଧ୍ୟ ସମ୍ମାନିତ ହୋଇଥିଲେ l
୨୦୦୩ ମସିହାରେ “ରସରାଜ ଗୀତିବିଚିତ୍ରା” ପାଇଁ ତାଙ୍କୁ ଓଡ଼ିଶା #ସାହିତ୍ୟଏକାଡେ଼ମୀ ପୁରସ୍କାର ପ୍ରଦାନ କରାଯାଇଥିଲା l
Spread the love
admin

Recent Posts

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

4 days ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

4 days ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

7 days ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 week ago

ଦଶପଲ୍ଲା ଗଡ଼

ଦଶପଲ୍ଲା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଅଧୁନା ନୟାଗଡ଼ ଜିଲ୍ଲା ପୂର୍ବରୁ ଚାରି ଗଡଜାତରେ ବିଭକ୍ତ ଥିଲା ଯଥା,…

2 weeks ago

ମା’ ଚର୍ଚ୍ଚିକା

~ ବାଙ୍କୀଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା' ଚର୍ଚ୍ଚିକା ଠାକୁରାଣୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ବା ଉତ୍କଳ…

2 weeks ago