ଲେଖା: ବିଷ୍ଣୁ ମୋହନ ଅଧିକାରୀ

ଶ୍ରୀସୂର୍ଯ୍ୟନାରାୟଣଙ୍କ ଅନନ୍ୟ ଉତ୍ସବ ରଥସପ୍ତମୀ

କଳିଙ୍ଗର ସର୍ବପ୍ରାଚୀନ ସୂର୍ଯ୍ୟ ମନ୍ଦିରଟି ହେଉଛି କଳିଙ୍ଗପାଟଣା ଗ୍ରାମର ଅନତି ଦୂରରେ ଥିବା ଶ୍ରୀସୂର୍ଯ୍ୟନାରାୟଣ ଦେଉଳଏହା ଖ୍ରୀଷ୍ଟାବ୍ଦ ସପ୍ତମ ଶତାବ୍ଦୀରେ ଗଙ୍ଗବଂଶୀୟ ନରପତି ଦେବେନ୍ଦ୍ର ବର୍ମାଙ୍କ ଦ୍ଵାରା ନିର୍ମିତ ହୋଇଥିଲା।

ବର୍ତ୍ତମାନ ଏହା ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମ ସହରରେ ଅବସ୍ଥିତ। ମନ୍ଦିରର ନିର୍ମାଣଶୈଳୀ ସମ୍ପୂର୍ଣ୍ଣ ଉତ୍କଳୀୟ, ଯାହା ବହୁ ସମୟରେ ଭିନ୍ନ ଭିନ୍ନ ରାଜା ଓ ମହାରାଜାଙ୍କ ଦ୍ଵାରା ଜୀର୍ଣ୍ଣ ଉଦ୍ଧାର ହୋଇଛି।

~ ନାମକରଣର ତାତ୍ପର୍ଯ୍ୟ ~
ଏହାକୁ ପ୍ରାଚୀନ କଳିଙ୍ଗରେ ମହାଭାସ୍କର କ୍ଷେତ୍ର କୁହାଯାଉଥିଲା । ସୂର୍ଯ୍ୟପୁରାଣ ଅନୁସାରେ ଦ୍ୱାପର ଯୁଗରେ ଶ୍ରୀବଳରାମ ଦଣ୍ଡକାରଣ୍ୟରେ ବାସ କରୁଥିଲେ। କଳିଙ୍ଗର ଅଧିବାସୀ ମରୁଡ଼ି ପଡ଼ିବା ହେତୁରୁ ଇନ୍ଦ୍ରପୂଜା କଲେ। କିନ୍ତୁ କିଛି ଲାଭ ହେଲା ନାହିଁ। ଶେଷରେ ଭଗବାନ ବଳଦେବଙ୍କ ଶରଣ ପଶିଲେ। ହଳାୟୁଧ ବଳଦେବ ନିଜ ଲଙ୍ଗଳରେ ଭୁମିକୁ ପାଞ୍ଚଟି ସ୍ଥାନରେ ଖୋଦନ କଲେ। ପାଞ୍ଚଟି ସ୍ଥାନ ମଧ୍ୟରୁ ବଳଦେବଙ୍କ ଲଙ୍ଗଳରୁ ଗୋଟିଏ ଜଳଧାର ନିର୍ଗତ ହେଲା ଏବଂ ଲାଙ୍ଗୁଲ୍ୟ ବୋଲି ପରିଚିତ ହେଲା ।କଳିଯୁଗରେ ତାହା ନାଗାବଳୀ ରୂପେ ଖ୍ୟାତ ।

ଅନ୍ୟ ଚାରିଟି ସ୍ଥାନରେ ଚାରି ଶିବଲିଙ୍ଗ ବାହାରିଲେ। ସେ ସବୁ ହେଉଛନ୍ତି ପାତାଳେଶ୍ୱର, କୋଟିଲିଙ୍ଗେଶ୍ୱର, ନନ୍ଦୀଶ୍ୱର, ଭୃକୁଟେଶ୍ୱର । ଏହା ଦେଖି ଦେବରାଜ ଇନ୍ଦ୍ର ବଳଦେବଙ୍କ ନିକଟରେ ଆସି କ୍ଷମା ପ୍ରାର୍ଥନା କଲେ।

ବଳଦେବ ସ୍ୱୟଂ ପାତଳେଶ୍ୱରଙ୍କୁ ଦର୍ଶନ କରିବାକୁ ଆଦେଶ ଦେଲେ। ଇନ୍ଦ୍ର ପାତଳେଶ୍ୱରରେ ବିରାଜମାନ କରିଥିଲେ। ଇନ୍ଦ୍ରଙ୍କ ପ୍ରଜାଙ୍କ ପ୍ରତି ବ୍ୟବହାରରେ ରୁଷ୍ଟ ହୋଇ ନନ୍ଦୀ ଶିବଦର୍ଶନ କରାଇ ଦେଲେ ନାହିଁ, ଏବଂ ନିଜ ଶିଙ୍ଗରେ ପର୍ବତରୁ ଠେଲି ଦେଲେ। ସେ ଯାଇ ଏକ ପୁଷ୍କରଣୀରେ ପଡିଲେ, ସେ ପୋଖରୀଟି ଇନ୍ଦ୍ର ପୁଷ୍କରିଣୀ ନାମେ ଖ୍ୟାତ। ସେଠାରେ ମୁକ୍ତି ଯାଚନା ନିମିତ୍ତ ଭଗବାନ ବିଷ୍ଣୁଙ୍କୁ ଉପାସନା କଲେ।

ବିଷ୍ଣୁ ଦର୍ଶନ ଦେଇ ସେହି ପୁଷ୍କରିଣୀରେ ତୁମ ତ୍ରାଣକର୍ତ୍ତା ଅଛନ୍ତି ବୋଲି କହିଲେ। ଏହା ପରେ ଦେବରାଜ ପଙ୍କୋଦ୍ଧାର କରି ମାଘ ଶୁକ୍ଳ ସପ୍ତମୀରେ ସୁର୍ଯ୍ୟନାରାୟଣଙ୍କ ମୂର୍ତ୍ତିଙ୍କୁ ପାଇଲେ ଏବଂ ବିଗ୍ରହଙ୍କୁ ନୌକାରେ ନେଇ ଏକ ରଥ ଏବଂ ଦେଉଳ ନିର୍ମାଣ କରି ପ୍ରତିଷ୍ଠା କରାଇଲେ । ସେହି ଦିନଠାରୁ ପବିତ୍ର ମାଘ ସପ୍ତମୀରେ ଶ୍ରୀ ସୁର୍ଯ୍ୟନାରାୟଣଙ୍କ ରଥସପ୍ତମୀ ଉତ୍ସବ ପାଳନ ହେଇ ଆସୁଛି । 

Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

2 weeks ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

3 weeks ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

4 weeks ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

2 months ago