ଲେଖା: ନିହାର ଶତପଥୀ
ବଡ ରହସ୍ଯଘନ ସେ ସମୟ . . .ଯୌବନର . . !
ଦରବାରୀ ସାହିତ୍ଯର ପୁରୁଣା ଖୋଳପାରୁ ବାହାରି ଆସି ଓଡ଼ିଆ ସାହିତ୍ଯରେ ରାଜ୍ କରୁଥିଲେ . . . ଉସମାନତାରାର ଚିରନ୍ତନ ପ୍ରେମିକ !
ଆଗାମେନନ୍’ର ବିରାଟ କାନଭାସ ତଳେ ବିତର୍କରେ ବିବ୍ରତ ପାର୍ବତୀ . . . ପରେପରେ ଦରବାରର ସାର୍ଥକ ବ୍ଯଙ୍ଗରେ ସମସ୍ତେ ଚୁପ . . .
ଆଉ ଆରମ୍ଭ ହୁଏ ଓଡ଼ିଆ ଆଧୁନିକ ସାହିତ୍ଯରେ ବଦନାମ ହେବାର ଯୁଗ . . .
ବାଟରେ ବାଟରେ ଗୋବରଗଣେଶଠୁ ଚନ୍ଦ୍ରମାର ଚୁଡି ଧାର ନେଇ ବନ୍ଧ୍ୟାଭୂମିରେ ସମୁଦ୍ରସ୍ନାନ ସାରି ଅଳସକନ୍ଯାମାନେ ସାମିଲ ହୁଅନ୍ତି
ବାଦମାନଙ୍କ ବିବାଦରେ . . .
ଲଣ୍ଠନରେ କିଏ ତେଜିଦିଏ ଧର୍ମପଦର ଆତ୍ମା . . .
ଏପଟେ କିନ୍ତୁ ଯାଯାବରଟେ . . .
ଆଜିର ସ୍ମାର୍ଟ କଟକ ନୁହେଁ . . . ସମ୍ଭ୍ରାନ୍ତ ସଂଧ୍ଯାମାନଙ୍କରେ ରହସ୍ଯମୟୀ ଦିଶୁଥିଲା କଟକ ସେତେବେଳେ . . .
ଗପରେ ଗପରେ ସରିଗଲା ଦିନ
ଗପତ ସରିଲା ନାହିଁ !
ମୋ ଜୀବନ ଗପ,
ଯାହାପାଖେ ପୀରତି ହାରିଲା ନାହିଁ . . . (ମଧୁଶାଳା)
ଆତ୍ମାରେ ସାଧବଟେ. . .ସଉକରେ ଯାଯାବର. . . ହେଲେ ତା’କୁ କଣ ବଦନାମି ବାଧେନା . . . ?
କିଏ ପଚାରି ଥିଲା . . . ? ଅକାଦେମୀ ନା ସଭାମଂଚ !!
କଣ ହାଲ . . . ନୂଆ କଣ ???
ତା’ର କୁଆଡେ ଦେଖେଇବାକୁ ଥିଲା ମଲାଜହ୍ନର ରଙ୍ଗୀନ ଚିତ୍ର . . .
ପାଗଳାଟେ . . . କଥାସବୁକୁ ଗପ ବୋଲି କହେ . . . ଗୀତ ଗାଇ ପାପ କରେ . . .
ଉପନ୍ଯାସ ରେ ପ୍ରେମ କରେ . . . ଆଉ ଗଜଲରେ କାନ୍ଦେ
ଟିକିଏ ସେନେହ ଲୁଚାଇବା ପାଇଁ
ନାଟକ କରୁଛ ତମେ . . .
ଆଜିକାଲି କିଆଁ ମତେ ହିଁ ଦେଖିଲେ
ଅଚିହ୍ନା ବାରୁଛ ତମେ . . .
ଭାବିଥିଲି ତମେ ଯାଇ ଥିବ ଭୁଲି
ବିଗତ ରଜନୀ କଥା . . .
ଏଇନା ଦେଖୁଛି ପ୍ରଦୀପ ଲିଭାଇ
ହୃଦୟ ଜାଳୁଛ ତମେ . . . (ମଧୁଶାଳା)
ଆଉ ତା’ର ଏଇ ମିନିଟ୍ କିଆ ପ୍ରେମରୁ ଜନ୍ମନେଲା ଓଡ଼ିଆ ଗଜଲର ପରମ୍ପରା . . . ତା’ ପରି ବଢିଲା . . . ସଭାରେ ନୁହେଁ . . . ମଧୁଶାଳାରେ . . . ରଙ୍ଗମଞ୍ଚରେ . . . ତା ବିନ୍ଦାସପଣ ନେଇ ବେଫିକର ଅନ୍ଦାଜରେ . . .
ଓଡ଼ିଆ ଗଜଲର ଏକକ ପ୍ରେମିକ . . .
ବିଚିତ୍ରବର୍ଣ୍ଣ ସମ୍ରାଟର ଜୀବନ ସଂଗୀତ . . .
ଜୀବନ ଯୁଦ୍ଧରେ ଜିତିଜିତି ମୁଁ ଯେ
ନିଜେ ପୁଣି ଥକିଯାଏ . . .
ହେଲେ ମୁଁ ଆଜି ଉଠୁନି ଏଠୁ
ନିଲାମ ନହେଲା ଯାଏ . . .
ଓଡ଼ିଆ ସାହିତ୍ଯର ବିସ୍ମୟ . . . ପୂଜ୍ଯ ପ୍ରିୟ ଅକ୍ଷୟ ମହାନ୍ତିଙ୍କ ପାଦ ତଳେ ଅନ୍ତରଙ୍ଗ କଳିଙ୍ଗର ପ୍ରଣାମ . . .
~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…
~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…
~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…
ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ…
ଲେଖା: ନିରଞ୍ଜନ ସାହୁ ~ ଜଣେ ଉପେକ୍ଷିତ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ଗୋଟିଏ କଥା ମନରେ ଉଠେ, ଯେଉଁ…
ଲେଖା: ନିରଞ୍ଜନ ସାହୁ ଶ୍ରଦ୍ଧେୟ ବାଜି ! ସାଷ୍ଟାଂଗ ଦଣ୍ଡବତ ପ୍ରଣାମ ଘେନିବା ହୁଅ। ନା, ତମେ ଯେ ସାଷ୍ଟାଂଗ…