ଲେଖା: ନିହାର ଶତପଥୀ
ବଡ ରହସ୍ଯଘନ ସେ ସମୟ . . .ଯୌବନର . . !
ଦରବାରୀ ସାହିତ୍ଯର ପୁରୁଣା ଖୋଳପାରୁ ବାହାରି ଆସି ଓଡ଼ିଆ ସାହିତ୍ଯରେ ରାଜ୍ କରୁଥିଲେ . . . ଉସମାନତାରାର ଚିରନ୍ତନ ପ୍ରେମିକ !
ଆଗାମେନନ୍’ର ବିରାଟ କାନଭାସ ତଳେ ବିତର୍କରେ ବିବ୍ରତ ପାର୍ବତୀ . . . ପରେପରେ ଦରବାରର ସାର୍ଥକ ବ୍ଯଙ୍ଗରେ ସମସ୍ତେ ଚୁପ . . .
ଆଉ ଆରମ୍ଭ ହୁଏ ଓଡ଼ିଆ ଆଧୁନିକ ସାହିତ୍ଯରେ ବଦନାମ ହେବାର ଯୁଗ . . .
ବାଟରେ ବାଟରେ ଗୋବରଗଣେଶଠୁ ଚନ୍ଦ୍ରମାର ଚୁଡି ଧାର ନେଇ ବନ୍ଧ୍ୟାଭୂମିରେ ସମୁଦ୍ରସ୍ନାନ ସାରି ଅଳସକନ୍ଯାମାନେ ସାମିଲ ହୁଅନ୍ତି
ବାଦମାନଙ୍କ ବିବାଦରେ . . .
ଲଣ୍ଠନରେ କିଏ ତେଜିଦିଏ ଧର୍ମପଦର ଆତ୍ମା . . .
ଏପଟେ କିନ୍ତୁ ଯାଯାବରଟେ . . .
ଆଜିର ସ୍ମାର୍ଟ କଟକ ନୁହେଁ . . . ସମ୍ଭ୍ରାନ୍ତ ସଂଧ୍ଯାମାନଙ୍କରେ ରହସ୍ଯମୟୀ ଦିଶୁଥିଲା କଟକ ସେତେବେଳେ . . .
ଗପରେ ଗପରେ ସରିଗଲା ଦିନ
ଗପତ ସରିଲା ନାହିଁ !
ମୋ ଜୀବନ ଗପ,
ଯାହାପାଖେ ପୀରତି ହାରିଲା ନାହିଁ . . . (ମଧୁଶାଳା)
ଆତ୍ମାରେ ସାଧବଟେ. . .ସଉକରେ ଯାଯାବର. . . ହେଲେ ତା’କୁ କଣ ବଦନାମି ବାଧେନା . . . ?
କିଏ ପଚାରି ଥିଲା . . . ? ଅକାଦେମୀ ନା ସଭାମଂଚ !!
କଣ ହାଲ . . . ନୂଆ କଣ ???
ତା’ର କୁଆଡେ ଦେଖେଇବାକୁ ଥିଲା ମଲାଜହ୍ନର ରଙ୍ଗୀନ ଚିତ୍ର . . .
ପାଗଳାଟେ . . . କଥାସବୁକୁ ଗପ ବୋଲି କହେ . . . ଗୀତ ଗାଇ ପାପ କରେ . . .
ଉପନ୍ଯାସ ରେ ପ୍ରେମ କରେ . . . ଆଉ ଗଜଲରେ କାନ୍ଦେ
ଟିକିଏ ସେନେହ ଲୁଚାଇବା ପାଇଁ
ନାଟକ କରୁଛ ତମେ . . .
ଆଜିକାଲି କିଆଁ ମତେ ହିଁ ଦେଖିଲେ
ଅଚିହ୍ନା ବାରୁଛ ତମେ . . .
ଭାବିଥିଲି ତମେ ଯାଇ ଥିବ ଭୁଲି
ବିଗତ ରଜନୀ କଥା . . .
ଏଇନା ଦେଖୁଛି ପ୍ରଦୀପ ଲିଭାଇ
ହୃଦୟ ଜାଳୁଛ ତମେ . . . (ମଧୁଶାଳା)
ଆଉ ତା’ର ଏଇ ମିନିଟ୍ କିଆ ପ୍ରେମରୁ ଜନ୍ମନେଲା ଓଡ଼ିଆ ଗଜଲର ପରମ୍ପରା . . . ତା’ ପରି ବଢିଲା . . . ସଭାରେ ନୁହେଁ . . . ମଧୁଶାଳାରେ . . . ରଙ୍ଗମଞ୍ଚରେ . . . ତା ବିନ୍ଦାସପଣ ନେଇ ବେଫିକର ଅନ୍ଦାଜରେ . . .
ଓଡ଼ିଆ ଗଜଲର ଏକକ ପ୍ରେମିକ . . .
ବିଚିତ୍ରବର୍ଣ୍ଣ ସମ୍ରାଟର ଜୀବନ ସଂଗୀତ . . .
ଜୀବନ ଯୁଦ୍ଧରେ ଜିତିଜିତି ମୁଁ ଯେ
ନିଜେ ପୁଣି ଥକିଯାଏ . . .
ହେଲେ ମୁଁ ଆଜି ଉଠୁନି ଏଠୁ
ନିଲାମ ନହେଲା ଯାଏ . . .
ଓଡ଼ିଆ ସାହିତ୍ଯର ବିସ୍ମୟ . . . ପୂଜ୍ଯ ପ୍ରିୟ ଅକ୍ଷୟ ମହାନ୍ତିଙ୍କ ପାଦ ତଳେ ଅନ୍ତରଙ୍ଗ କଳିଙ୍ଗର ପ୍ରଣାମ . . .
ଲେଖା: ଅମ୍ବିକା ପଟ୍ଟନାୟକ ∼ ଆଚାର୍ଯ୍ୟ ଶ୍ରୀଧର ସ୍ୱାମୀ : ଭାବାର୍ଥ ଦୀପିକା ବାଣୀ ∼ ମୂକଂ କରୋତି ବାଚାଳମ…
ଲେଖା: ଅମୃତେଶ ଖଟୁଆ ∼ କବି ଲେଖନୀରେ ଜାତି ଐରାବତ ∼ ଓଡ଼ିଆ ଜାତି ପାଇଁ ତାଙ୍କର ଅପରିମେୟ ଅବଦାନ…
ଲେଖା: ଅମର ପ୍ରସାଦ ଓ ଶ୍ରୀକାନ୍ତ ସିଂହ ~ ଉତ୍ତରେଶ୍ଵର ମହାଦେବ ମନ୍ଦିର ~ ଦିନ ଥିଲା, ବିରୂପା ତଟରେ…
କୁମ୍ଭେଶ୍ୱର ମହାଦେବ ମନ୍ଦିର ଉପସ୍ଥାପନା: ଅମର ପ୍ରସାଦ ଓ ଶ୍ରୀକାନ୍ତ ସିଂହ ଆଠଗଡ଼ର ଚିର ହରିତ ପ୍ରକୃତି, ଶାନ୍ତ-ସ୍ନିଗ୍ଧ ବାତାବରଣ…
ମାଣବସା ଗୁରୁବାର ଉପସ୍ଥାପନା: ଅମୃତେଶ ଖଟୁଆ ଲକ୍ଷ୍ମୀ ମାଆ ଦେଖିଲେ ଯାଇ ନଗରୀ-ପ୍ରାନ୍ତରେ ଚଣ୍ଡାଳର କୁଟୀରଟିଏ ଅତୁଳ ଛବି ଧରେ…