ସୌରଭିତ ସୃଷ୍ଟି: ଭକ୍ତକବି ସାଲବେଗ

ମୋ ମନ ମୋତେ ଭଗାରୀ
ନ ଭଜିଲା ରାମହରି !
ଯମ ନେବ ଧରିକରି ବୋଇଲା ରେ ! ୧।

ମୋହ ମନ, ମୋହରି ସେ ନୋହିଲା ରେ ! (ଘୋଷା)

ଆସି ହେଲା ପ୍ରାନ୍ତକାଳ
ନ ଭଜିଲୁ ନନ୍ଦଵାଳ !
ଯେତେ ଥିଲା ପୁଣ୍ୟଫଳ ସଇଲାରେ ! ୨ ।

ମୋ ମନ ମୋତେ ରସାଇ
ନାନା ଅମୃତେ ଭସାଇ
ଵିଷୟାରେ ଵିଷ ଦେଇ ମାରିଲାରେ ! ୩ ।

କହେ ସାଲଵେଗ ହୀନ 
ଏହି ମୋର ନିଵେଦନ 
ବୃନ୍ଦାବନ ଭ୍ରମଣ ମୋ ନୋହିଲା ରେ ! ୪ ।

ମୋହ ମନ, ମୋହରି ସେ ନୋହିଲା ରେ !

ଭକ୍ତକଵି ସାଲଵେଗ ଏଠାରେ ମୋହାଚ୍ଛନ୍ନ ମନକୁ ଧିକ୍କାର କରିଅଛନ୍ତି କାରଣ ସବୁଠାରୁ ଦୃତଗତିମାନ ଏହି ମନ କାହାର ଆୟତ୍ତରେ ନଥାଏ । କେଵଳ ପ୍ରକୃତ ଯୋଗୀମାନେ ହିଁ ମନକୁ ଆୟତ୍ତ କରିପାରି ତହିଁ ବଳରେ ଯୋଗ ସାଧନାରେ ତଲ୍ଲୀନ ହୋଇପାରନ୍ତି ।

ଭକ୍ତକଵି ଏଠାରେ ମନକୁ ଜୀଵର ଶତ୍ରୁ ବୋଲି କହି ଅଛନ୍ତି ଏବଂ ଆପଣାର ଉପମା ଛଳରେ ପ୍ରାପ୍ତଵୟସ୍କମାନଙ୍କୁ ସାଵଧାନ କରିଣ କହୁଅଛନ୍ତି ଯେ, “ହେ କୁଳବୃଦ୍ଧମାନେ ତୁମ୍ଭେମାନେ ଆସି ପ୍ରାନ୍ତକାଳରେ ପାଦ ଦେଲଣି, ତଥାପି ତୁମ୍ଭମାନଙ୍କର ଵିଷୟାସକ୍ତି କମୁନାହିଁ ।” ନାମଭଜନ ପାଇଁ ଯେ ଏ ଵିଷୟ ଵାସନା କେତେ ଵିଷତୁଲ୍ୟ ତାହା ଏହି ଗୀତରେ ଭକ୍ତକଵି ସ୍ପଷ୍ଟ ଭାବରେ ଵର୍ଣ୍ଣନା କରିଅଛନ୍ତି । ବୃନ୍ଦାବନଭ୍ରମଣ ଵିଷୟକ ଵାକ୍ୟରେ ଭକ୍ତକଵି କହିଛନ୍ତି,
“କହେ ସାଲଵେଗ ହୀନ ଏହି ମୋର ନିଵେଦନ 
ବୃନ୍ଦାବନ ଭ୍ରମଣ ମୋ ନୋହିଲା ରେ !”

ଏଠାରେ ଅନୁଭୁତ ହେଉଛି ପ୍ରଥମତଃ ସେ ଭଜନପ୍ରେମୀ ଓ ନାମସଂକୀର୍ତ୍ତକଙ୍କୁ ଅନ୍ତତଃ ଥରୁଟିଏ ବୃନ୍ଦାବନଧାମ ଯାତ୍ରା କରିବାକୁ କହୁଅଛନ୍ତି, ପୁନଶ୍ଚ ସ୍ଵୟଂର ବୃନ୍ଦାବନ ଯାତ୍ରା ଆଶା ଅଦ୍ୟାବଧି ପୂର୍ଣ୍ଣ ହୋଇନଥିବା ଵର୍ଣ୍ଣନା କରୁଛନ୍ତି । ସାଲଵେଗଙ୍କର ଏହି ବୃନ୍ଦାବନ ଯାତ୍ରା ସମ୍ପର୍କିତ ଆହୁରି କେତୋଟି ଭଜନ ମଧ୍ଯ ଅଛି ତନ୍ମଧ୍ୟରୁ “ଜୀଵନରେ ଥିବି ଯେବେ ଯିବି ବୃନ୍ଦାବନ” ଓ  “ବୃନ୍ଦାବନେ ବଂଶୀ କେ ବଜାଇଲା” ଖୁବ୍ ଲୋକପ୍ରିୟ ହୋଇଅଛି।

ଉପସ୍ଥାପନା: ଶିଶିର ସାହୁ ମନୋଜ

Spread the love
admin

Recent Posts

ମା’ ନାରାୟଣୀ

~ ମା' ନାରାୟଣୀ ~ ଉପସ୍ଥାପନା: ନୟାଗଡ଼ ଇତିହାସ ଖୋର୍ଦ୍ଧା ଗଜପତି ଦ୍ୱିତୀୟ ରାମଚନ୍ଦ୍ର ଦେବଙ୍କ ନିର୍ଦେଶରେ ଆଠଗଡ, ନୟାଗଡ଼,…

2 weeks ago

ପଣ୍ଡିତ ଗୋଦାବରୀଶ ମିଶ୍ର

~ ପଣ୍ଡିତ ଗୋଦାବରୀଶ ମିଶ୍ର ~ ଉପସ୍ଥାପନା: ଅମୃତେଶ ଖଟୁଆ "ତୁଙ୍ଗ ଶିଖରୀ ଚୂଳ କୁଞ୍ଜ କାନନ-ମାଳ ପୁଣ୍ୟ ଜଳଧି-ଜଳ…

3 weeks ago

ଅଖିଳ ମୋହନ ପଟ୍ଟନାୟକ

ଅଖିଳ ମୋହନ ପଟ୍ଟନାୟକ ଉପସ୍ଥାପନା: ଅମୃତେଶ ଖଟୁଆ "ବାସ୍ତବତା କଳ୍ପନା ଠାରୁ ପୃଥକ୍ ରହିକି କେବେ ବି ସମାଜରେ ଦର୍ପଣ…

3 weeks ago

ସର୍ପେଶ୍ୱର ମହାଦେବ

~ ସର୍ପେଶ୍ୱର ମହାଦେବ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଜନଶ୍ରୁତି ଅନୁସାରେ ଓଡ଼ିଶାର ପ୍ରାଚୀନ ଶୈବପୀଠ ଆଠଗଡ଼ ଅନ୍ତର୍ଗତ ବଳରାମପୁର…

1 month ago

ମହାଲକ୍ଷ୍ମୀ

~ ଶ୍ରୀମନ୍ଦିରରେ ମାଆ ମହାଲକ୍ଷ୍ମୀ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମାଆ ମହାଲକ୍ଷ୍ମୀ ହେଉଛନ୍ତି ଧନ, ଐଶ୍ୱର୍ଯ୍ୟର ଦେବୀ l…

1 month ago

ଅଟ୍ଟାଳି ଜଗନ୍ନାଥ

~ ଆଠଗଡ଼ ବିଜେ ମହାପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆଙ୍କ ସ୍ପନ୍ଦନ…

1 month ago