ସୌରଭିତ ସୃଷ୍ଟି: ଭକ୍ତକବି ମଧୁସୂଦନ ରାଓ

ଭକ୍ତକବିଙ୍କର ଏକ ଅନନ୍ୟ ସୃଷ୍ଟି ଉତ୍କଳ ଆହ୍ୱାନ !

~ ଉତ୍କଳ ଆହ୍ୱାନ ~
ଉଠ ହେ ଉତ୍କଳବାସୀ,
ଦୂରେ ଫିଙ୍ଗି ଦୁଃଖରାଶୀ,
ଛେଦି ଜଡତାର ନାଗପାଶ, ସକଳ ଦୁରିତଜିଣା
ବିଶ୍ଵରାଣୀ ବାଣୀ-ବୀଣା 
ବାଜେ ପୂରି ଉତ୍କଳ ଆକାଶେ ହେ ନରନାରୀ !

ଅଶୋକ ଅଭୟ ସେ ସଂଗୀତ,
ଅନନ୍ତ ଅମୃତେ ଉଚ୍ଛ୍ବାସିତ,
ଜଳେ ସ୍ଥଳେ ଆକାଶରେ ଋଷି-କବି-ମାନସରେ 
ସୁଗମ୍ଭୀର ମନ୍ଦ୍ରେ ନିନାଦିତ ହେ ।୧।

ଆଜି ଏହି ସାୟନ୍ତନ ସାହିତ୍ୟ ସଭା ପ୍ରାଙ୍ଗଣ 
ସେ ଅନାଦି ନାଦ ଆଳାପନେ ପୁଲକ ପୂରିତ ପ୍ରାଣ,
ମର୍ମେ ମର୍ମେ କମ୍ପମାନ
ଅପୂର୍ବ ବସନ୍ତ ସମୀରଣେ ହେ ନରନାରୀ,
ପ୍ରାଣରାଣୀ-ପଦତଳେ ପ୍ରାଣ-ଶତଦଳ ଦଳେ
ହସୁଅଛି କନକ କିରଣ,
ଆଶା ପ୍ରୀତି ବିଶ୍ଵାସର 
ସୁମାନସ-ସରୋବର
ହିଲ୍ଲୋଳିତ ଶୀତଳ ଶୋଭନ ହେ ।୨।

ଗାଉଛନ୍ତି ବାଣୀଶ୍ଵରୀ 
ଶ୍ରୀକରେ ସେ ବୀଣା ଧରି 
ମହା ଆହ୍ଵାନର ମହାଗୀତି,
ସକଳ ଲାଞ୍ଛନା ଲାଜ 
ଅନୃତ ଅହନ୍ତା ବ୍ୟାଜ
ଦୂର ହେଉ ଅକାରଣ ଭୀତି ହେ ନରନାରୀ,
କେ ଆଉ ଜଡ଼ତା-ପାଶେ
ଜଞ୍ଜାଳର କାରାବାସେ
ରହିଥିବ ପଡି଼ ଅବସାଦେ,
ଦେଖ ଦେଖ କେତେ ଜାତି
ଚାଲାଚନ୍ତି ଦିବାରାତି
ଶୁଣି ସେ ସୁସଙ୍ଗୀତ ସୁସମ୍ଵାଦେ ହେ  ।୩।

ଚାଲ ଉତ୍କଳ ସନ୍ତାନ,
ସମ୍ମୁଖେ ଅମୃତ ଧାମ 
ମାଜି ନେତ୍ର-ଜ୍ଞାନ ଅଞ୍ଜନରେ ହୁଅ ସର୍ବେ ଅଗ୍ରସର 
ଧରି ପରସ୍ପର କର
ଜୀବନର ବ୍ରତ ସାଧନରେ ହେ ନରନାରୀ,

ଦେଖି ଦେବୀ ପ୍ରେମମୁଖ,
ଯାଉ ହେ ସକଳ ଦୁଃଖ,
ପୂରୁ ଆଶା ସ୍ଫୁରୁ ଭାଷା ପ୍ରାଣେ,
ଦିବ୍ୟ ଜ୍ଞାନ ଶୁଦ୍ଧ ପ୍ରୀତି
ସ୍ଵରଗର ପୁଣ୍ୟ ନୀତି 
ଉତ୍କଳର ବଢାଉ ସମ୍ମାନ ହେ ।୪।

ଉପସ୍ଥାପନା: ଶିଶିର ସାହୁ ମନୋଜ

Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

3 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

3 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

4 weeks ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

4 weeks ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

4 weeks ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago