ଲେଖା: ଶିଶିର ସାହୁ ମନୋଜ

ମୁକାଵିଲା ଶବ୍ଦଟି ଅଧୁନା ଵିଶେଷତଃ competition ଅର୍ଥରେ ଵ୍ୟଵହାର ହେଉଛି । ତେବେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଏହାର ଥିଵା ଅର୍ଥ ହେଲା:
୧● ସମ୍ମୁଖବର୍ତ୍ତିତା; ଉପସ୍ଥିତ【Presence】
୨● ପ୍ରତ୍ଯକ୍ଷ କରିବା; ମୁଆଜା【Confronting】
୩● ତୁଳନା【Comparison; comparing】
(ହିନ୍ଦୀଭାଷୀ ଦୁଇ ଵା ତହୁଁ ଅଧିକ ଦ୍ରଵ୍ୟ ଵା ଜୀଵ ମଧ୍ୟରେ ତୁଳନା କରିଵାକୁ ମୁକାଵିଲା ଶବ୍ଦକୁ ଓଡ଼ିଆଙ୍କ ‛ଅପେକ୍ଷା’ ଶବ୍ଦ ଵ୍ୟଵହାର କଲାଭଳି କୁହନ୍ତି – “ଇସ୍କେ ମୁକାଵଲେ ଵହ ଅଚ୍ଛା ହୈ” )
୪● ମିଳନ; ସାକ୍ଷାତ୍; ହାବୁଡ଼ିବା【Interview; meeting; encounter】
୫● ପରୀକ୍ଷା【Examination; testing】
୬● ଦୁଇ ପକ୍ଷଙ୍କ ଉପସ୍ଥିତିରେ କୌଣସି ବିଷୟ ପ୍ରମାଣିତ ହେବା ବା ତର୍କ ବିତର୍କ ଦ୍ବାରା ସ୍ଥିରୀକରଣ
୭● ସମ୍ମୁଖ ଯୁଦ୍ଧ【Fight; hand to hand fight】

ମୁକାଵିଲା ଶବ୍ଦର ସମ୍ମୁଖଵର୍ତ୍ତିତା, ସାକ୍ଷାତ, ମିଳନ, ବଳ କଷାକଷି ପରୀକ୍ଷା ଓ ସମ୍ମୁଖଯୁଦ୍ଧ ଆଦି ଅର୍ଥ ଆଧାରରେ କୌଣସି ଵ୍ୟକ୍ତି ଵା ଦୈଵୀ ଦୁର୍ଵିପାକର ସାମ୍ନା ହେଵାର ଥିଲେ ଏ ଶବ୍ଦର ଗଣମାଧ୍ୟମରେ ବହୁଳ ଵ୍ୟଵହାର ହେଉଅଛି । ତେବେ ଏ ଶବ୍ଦର ଏହି ଅର୍ଥରେ ଆଉ କେତେକ ଦେଶଜ ପ୍ରତିଶବ୍ଦ ହେଲା:
● ପ୍ରତିରୋଧ
● ସାମ୍ନା କରିଵା
● ପ୍ରତିସ୍ପର୍ଦ୍ଧା
● ପ୍ରତିଦ୍ବନ୍ଦିତା
● ପ୍ରତିଯୋଗିତା ଇତ୍ୟାଦି

© ଶିଶିର ସାହୁ ମନୋଜ

Spread the love
admin

Recent Posts

ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅଵଦାନ

~ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅଵଦାନ ~ ଉପସ୍ଥାପନା: ଶିଶିର ସାହୁ ମନୋଜ ଭାରତୀୟ ସ୍ଵାଧୀନତା ସଂଗ୍ରାମର ଇତିହାସ…

13 hours ago

ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟର ଇତିହାସ

ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟର ଇତିହାସ ଉପସ୍ଥାପନା: ଶାନ୍ତନୁ କୁମାର ସାହୁ ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟ କେବଳ ଦେଶପ୍ରେମର କବିତାଗୁଛ କିମ୍ବା…

2 days ago

ସୀତାବିଞ୍ଜ

ସୀତାବିଞ୍ଜ ଉପସ୍ଥାପନା: ଘନଶ୍ୟାମ ପଲେଇ କେନ୍ଦୁଝର ଜିଲ୍ଲାର ଘନ ଅରଣ୍ୟର ବକ୍ଷରେ ଅବସ୍ଥିତ #ସୀତାବିଞ୍ଜ ଓଡ଼ିଶାର ଅନ୍ୟତମ ପ୍ରାଚୀନ ପ୍ରତ୍ନତାତ୍ତ୍ୱିକ କ୍ଷେତ୍ର।…

2 days ago

ନବକୃଷ୍ଣ ଚୌଧୁରୀ

ଲୋକସେବକ ନବକୃଷ୍ଣ ଚୌଧୁରୀ  ଉପସ୍ଥାପନା: ବିଜୟ ସାହୁ 1956 ମସିହା । ସେଦିନ ସନ୍ଧ୍ୟାରେ ନବକୃଷ୍ଣ ଚୌଧୁରୀ ରେଭେନ୍ସାର ପୂର୍ବ…

2 days ago

ବଙ୍କାଡ଼ଗଡ଼(ବାଣପୁର)ର ଆରାଧ୍ୟଦେବତା ଶ୍ରୀ ଶ୍ରୀ ରଙ୍କନାଥ ଦେବ

ବଙ୍କାଡ଼ଗଡ଼(ବାଣପୁର)ର ଆରାଧ୍ୟଦେବତା ଶ୍ରୀ ଶ୍ରୀ ରଙ୍କନାଥ ଦେବ ଉପସ୍ଥାପନା: ଶ୍ରୀ ପ୍ରଶାନ୍ତ କୁମାର ଦାସ ଲୋକକଥା ଏବଂ କିମ୍ବଦନ୍ତୀ ଅନୁସାରେ…

1 week ago

Ananta Purushottam Deba Mandira

Ananta Purushottam Deba Mandira Ashoka Nayak It's just 4 kilometres from Khorda towards Nayagarh. My…

2 weeks ago