ଲେଖା: Odisha Stories
ଅନନ୍ୟ ଭାରତର ଇତିହାସ, ସଂସ୍କୃତି, ପରମ୍ପରା ତଥା ଐତିହ୍ୟ । ମା’ଙ୍କ ଅନେକ ରୂପ ଯଥା ଶକ୍ତି, ସୁନ୍ଦର ତଥା ଭୟଙ୍କର ଭାବରେ ପରିଚିତ । ଓଡ଼ିଶାର ଏକ ପ୍ରସିଦ୍ଧ ଦେବୀ ସିଏ ପୁଣି ପୂଜା ପାଆନ୍ତି ପାକିସ୍ତାନ, ଆଫଗାନିସ୍ତାନ ତଥା ସୁଦୁର ଆସାମରେ । ଓଡ଼ିଶାର ଅନୁଗୋଳ ଜିଲ୍ଲାର ସିଙ୍ଗଡ଼ା ନଦୀକୂଳରେ ଥିବା ଗୋପାଳପ୍ରସାଦ ଗାଁରେ ଅବସ୍ଥିତ ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ପୀଠ । ଅଷ୍ଟ ମହାବିଦ୍ୟା ମଧ୍ୟରୁ ଏକ ରୂପେ ମା’ ପରିଚିତ । ଷୋଡ଼ଶ ଉପଚାରରେ ଦେହୁରୀ ପୂଜା କରିଥାନ୍ତି । ମା’ଙ୍କୁ ଦହନ ବା ଅଗ୍ନି ଭାବରେ ପୂଜା କରାଯାଏ ।
କିମ୍ବଦନ୍ତୀ ଅନୁସାରେ ମା’ ପୂଜା ପାଉଥିଲେ ଏବେକାର ପାକିସ୍ତାନର କରାଚି ସହରରେ । ସେତେବେଳେ ବିଦର୍ଭର ରାଜା ନଳ ମା’ଙ୍କୁ ପୂଜା କରିବା ପାଇଁ ନିଜ ରାଜ୍ୟକୁ ଆଣିଥିଲେ । ତା’ ପରବର୍ତ୍ତୀ ସମୟରେ ପୁରୀ ଜଗନ୍ନାଥଙ୍କ ଠାରେ ଷାଠିଏ ପଉଟି ବା ଛପନ ଭୋଗ ଲାଗି କରାଯାଏ । ଏହି ରୋଷଘରର ଦେବୀ ଭାବରେ ମା’ଙ୍କୁ ଆଣି ପୂଜା କରିବା ପାଇଁ ସ୍ବପ୍ନାଦେଶ ହେଲା ଗଜପତି ମହାରାଜାଙ୍କୁ । ନଳରାଜା ମା’ ହିଙ୍ଗୁଳାଙ୍କୁ ନେଇ ଆଜିର ଛତିଶଗଡ଼ ଅଞ୍ଚଳ ଦେଇ ସମ୍ବଲପୁର ବାଟ ଦେଇ ପୁରୀକୁ ଗଲା ବାଟରେ ଏହି ଗୋପାଳପ୍ରସାଦ ଗାଁରେ ରହିଗଲେ ।
ପାକିସ୍ତାନେ ପୂଜା ପାଉଥିଲେ ଗୋଟେ ଦେବୀ,
ବିଦର୍ଭ ରାଜା ନଳଟି ପୂଜେ ତାଙ୍କ ଛବି ।
ଗଜପତି ନଳ ରାଜାଙ୍କୁ କହିଲା,
ମୋ ରାଇଜକୁ ତୁମ୍ଭେ ଆଣଟି ହିଙ୍ଗୁଳା ।
ଶ୍ରୀକ୍ଷେତ୍ର ପୁରୀ ଜଗନ୍ନାଥ ମନ୍ଦିରର ରୋଷଘରର ଅଧିଷ୍ଠାତ୍ରୀ ଦେବୀ ଭାବରେ ପୂଜିତା ମା ହିଙ୍ଗୁଳା । ବର୍ଷର ଗୋଟିଏ ଦିନକୁ ଛାଡ଼ି ସବୁଦିନ ମା’ ବିରାଜିତ ପୁରୀ ସହରରେ । ତାଙ୍କ କରୁଣା ଯୋଗୁଁ ଜଗନ୍ନାଥ ମହାପ୍ରଭୁଙ୍କ ମହାପ୍ରସାଦ ଲାଗି ହୋଇଥାଏ । ମା’ଙ୍କ କର୍ମ କ୍ଷେତ୍ର ପୁରୀ ହୋଇଥିବା ବେଳେ ପୂଜା କ୍ଷେତ୍ର ତାଳଚେର ଭାବରେ ଜଣାଶୁଣା । ଚୈତ୍ର ଶୁକ୍ଳ ପକ୍ଷ ଚତୁର୍ଦ୍ଦଶୀ ଦିନ ପାଳନ କରାଯାଏ ମା’ଙ୍କ ନବଦିନାତ୍ମକ ବାର୍ଷିକ ଉତ୍ସବ । ଏହି ଯାତ୍ରା ସମୟରେ ପ୍ରତ୍ୟକ୍ଷ ଭାବରେ ମା’ ଆବିର୍ଭାବ ହୋଇଥାନ୍ତି । ଯାତ୍ରା ସମୟରେ ଯେଉଁ ସ୍ଥାନରେ ହଠାତ ନିଆଁ ଜଳିଉଠେ ସେହି ସ୍ଥାନରେ ନବରାତ୍ର ଯାତ୍ରା କରାଯାଏ ।
ମା’ଙ୍କ ବାହନ ନଥିବା ବେଳେ ପିଢ଼ା ଉପରେ ସ୍ଥାପିତା ଏବଂ ମୁଖଟି ଅଶ୍ବମୁଖ ବା ପ୍ରଭୁ ହୟେଗ୍ରିବଙ୍କ ବେଶରେ ପୂଜା କରାଯାଏ । ଅଶ୍ୱ ମାନବୀୟ ବୁଦ୍ଧିମତା ତଥା ସମୃଦ୍ଧିର ପ୍ରତିକ ହୋଇଥିବା ବେଳେ କେଉଁ ଆବାହମାନ କାଳରୁ ମା’ଙ୍କୁ ମାଟି ଘୋଡା ଦେବାର ପ୍ରଥା ରହି ଆସିଛି । ବହୁ ବର୍ଷ ତଳେ ଏଠାରେ ପଶୁବଳି ଦିଆଯାଉଥିଲା ଏବଂ ଏବେ ଏସବୁ ବନ୍ଦ ରହିଛି ।
Spread the love
admin

Recent Posts

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

4 days ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

1 week ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

4 weeks ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

1 month ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

1 month ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ…

1 month ago