ଲେଖା: Odisha Stories
ଅନନ୍ୟ ଭାରତର ଇତିହାସ, ସଂସ୍କୃତି, ପରମ୍ପରା ତଥା ଐତିହ୍ୟ । ମା’ଙ୍କ ଅନେକ ରୂପ ଯଥା ଶକ୍ତି, ସୁନ୍ଦର ତଥା ଭୟଙ୍କର ଭାବରେ ପରିଚିତ । ଓଡ଼ିଶାର ଏକ ପ୍ରସିଦ୍ଧ ଦେବୀ ସିଏ ପୁଣି ପୂଜା ପାଆନ୍ତି ପାକିସ୍ତାନ, ଆଫଗାନିସ୍ତାନ ତଥା ସୁଦୁର ଆସାମରେ । ଓଡ଼ିଶାର ଅନୁଗୋଳ ଜିଲ୍ଲାର ସିଙ୍ଗଡ଼ା ନଦୀକୂଳରେ ଥିବା ଗୋପାଳପ୍ରସାଦ ଗାଁରେ ଅବସ୍ଥିତ ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ପୀଠ । ଅଷ୍ଟ ମହାବିଦ୍ୟା ମଧ୍ୟରୁ ଏକ ରୂପେ ମା’ ପରିଚିତ । ଷୋଡ଼ଶ ଉପଚାରରେ ଦେହୁରୀ ପୂଜା କରିଥାନ୍ତି । ମା’ଙ୍କୁ ଦହନ ବା ଅଗ୍ନି ଭାବରେ ପୂଜା କରାଯାଏ ।
କିମ୍ବଦନ୍ତୀ ଅନୁସାରେ ମା’ ପୂଜା ପାଉଥିଲେ ଏବେକାର ପାକିସ୍ତାନର କରାଚି ସହରରେ । ସେତେବେଳେ ବିଦର୍ଭର ରାଜା ନଳ ମା’ଙ୍କୁ ପୂଜା କରିବା ପାଇଁ ନିଜ ରାଜ୍ୟକୁ ଆଣିଥିଲେ । ତା’ ପରବର୍ତ୍ତୀ ସମୟରେ ପୁରୀ ଜଗନ୍ନାଥଙ୍କ ଠାରେ ଷାଠିଏ ପଉଟି ବା ଛପନ ଭୋଗ ଲାଗି କରାଯାଏ । ଏହି ରୋଷଘରର ଦେବୀ ଭାବରେ ମା’ଙ୍କୁ ଆଣି ପୂଜା କରିବା ପାଇଁ ସ୍ବପ୍ନାଦେଶ ହେଲା ଗଜପତି ମହାରାଜାଙ୍କୁ । ନଳରାଜା ମା’ ହିଙ୍ଗୁଳାଙ୍କୁ ନେଇ ଆଜିର ଛତିଶଗଡ଼ ଅଞ୍ଚଳ ଦେଇ ସମ୍ବଲପୁର ବାଟ ଦେଇ ପୁରୀକୁ ଗଲା ବାଟରେ ଏହି ଗୋପାଳପ୍ରସାଦ ଗାଁରେ ରହିଗଲେ ।
ପାକିସ୍ତାନେ ପୂଜା ପାଉଥିଲେ ଗୋଟେ ଦେବୀ,
ବିଦର୍ଭ ରାଜା ନଳଟି ପୂଜେ ତାଙ୍କ ଛବି ।
ଗଜପତି ନଳ ରାଜାଙ୍କୁ କହିଲା,
ମୋ ରାଇଜକୁ ତୁମ୍ଭେ ଆଣଟି ହିଙ୍ଗୁଳା ।
ଶ୍ରୀକ୍ଷେତ୍ର ପୁରୀ ଜଗନ୍ନାଥ ମନ୍ଦିରର ରୋଷଘରର ଅଧିଷ୍ଠାତ୍ରୀ ଦେବୀ ଭାବରେ ପୂଜିତା ମା ହିଙ୍ଗୁଳା । ବର୍ଷର ଗୋଟିଏ ଦିନକୁ ଛାଡ଼ି ସବୁଦିନ ମା’ ବିରାଜିତ ପୁରୀ ସହରରେ । ତାଙ୍କ କରୁଣା ଯୋଗୁଁ ଜଗନ୍ନାଥ ମହାପ୍ରଭୁଙ୍କ ମହାପ୍ରସାଦ ଲାଗି ହୋଇଥାଏ । ମା’ଙ୍କ କର୍ମ କ୍ଷେତ୍ର ପୁରୀ ହୋଇଥିବା ବେଳେ ପୂଜା କ୍ଷେତ୍ର ତାଳଚେର ଭାବରେ ଜଣାଶୁଣା । ଚୈତ୍ର ଶୁକ୍ଳ ପକ୍ଷ ଚତୁର୍ଦ୍ଦଶୀ ଦିନ ପାଳନ କରାଯାଏ ମା’ଙ୍କ ନବଦିନାତ୍ମକ ବାର୍ଷିକ ଉତ୍ସବ । ଏହି ଯାତ୍ରା ସମୟରେ ପ୍ରତ୍ୟକ୍ଷ ଭାବରେ ମା’ ଆବିର୍ଭାବ ହୋଇଥାନ୍ତି । ଯାତ୍ରା ସମୟରେ ଯେଉଁ ସ୍ଥାନରେ ହଠାତ ନିଆଁ ଜଳିଉଠେ ସେହି ସ୍ଥାନରେ ନବରାତ୍ର ଯାତ୍ରା କରାଯାଏ ।
ମା’ଙ୍କ ବାହନ ନଥିବା ବେଳେ ପିଢ଼ା ଉପରେ ସ୍ଥାପିତା ଏବଂ ମୁଖଟି ଅଶ୍ବମୁଖ ବା ପ୍ରଭୁ ହୟେଗ୍ରିବଙ୍କ ବେଶରେ ପୂଜା କରାଯାଏ । ଅଶ୍ୱ ମାନବୀୟ ବୁଦ୍ଧିମତା ତଥା ସମୃଦ୍ଧିର ପ୍ରତିକ ହୋଇଥିବା ବେଳେ କେଉଁ ଆବାହମାନ କାଳରୁ ମା’ଙ୍କୁ ମାଟି ଘୋଡା ଦେବାର ପ୍ରଥା ରହି ଆସିଛି । ବହୁ ବର୍ଷ ତଳେ ଏଠାରେ ପଶୁବଳି ଦିଆଯାଉଥିଲା ଏବଂ ଏବେ ଏସବୁ ବନ୍ଦ ରହିଛି ।
admin

Recent Posts

କପାଳୀ ମଠ

ଲେଖା: ଅମ୍ବିକା ପଟ୍ଟନାୟକ   ∼ କପାଳୀ ମଠ : ଓଡ଼ିଆ ସାମରିକ ଶକ୍ତିର ଅଭ୍ୟୁତ୍ଥାନ ପୀଠ ∼ ଭୁବନେଶ୍ୱରର…

1 week ago

ଶ୍ରୀଧର ସ୍ୱାମୀ

ଲେଖା: ଅମ୍ବିକା ପଟ୍ଟନାୟକ ∼ ଆଚାର୍ଯ୍ୟ ଶ୍ରୀଧର ସ୍ୱାମୀ : ଭାବାର୍ଥ ଦୀପିକା ବାଣୀ ∼ ମୂକଂ କରୋତି ବାଚାଳମ…

1 week ago

ଜାତି ଐରାବତ

ଲେଖା: ଅମୃତେଶ ଖଟୁଆ ∼ କବି ଲେଖନୀରେ ଜାତି ଐରାବତ ∼ ଓଡ଼ିଆ ଜାତି ପାଇଁ ତାଙ୍କର ଅପରିମେୟ ଅବଦାନ…

1 week ago

ଉତ୍ତରେଶ୍ଵର ମହାଦେବ ମନ୍ଦିର

ଲେଖା: ଅମର ପ୍ରସାଦ ଓ ଶ୍ରୀକାନ୍ତ ସିଂହ ~ ଉତ୍ତରେଶ୍ଵର ମହାଦେବ ମନ୍ଦିର ~ ଦିନ ଥିଲା, ବିରୂପା ତଟରେ…

3 weeks ago

କୁମ୍ଭେଶ୍ୱର ମହାଦେବ ମନ୍ଦିର

କୁମ୍ଭେଶ୍ୱର ମହାଦେବ ମନ୍ଦିର ଉପସ୍ଥାପନା: ଅମର ପ୍ରସାଦ ଓ ଶ୍ରୀକାନ୍ତ ସିଂହ  ଆଠଗଡ଼ର ଚିର ହରିତ ପ୍ରକୃତି, ଶାନ୍ତ-ସ୍ନିଗ୍ଧ ବାତାବରଣ…

3 weeks ago

ମାଣବସା ଗୁରୁବାର

ମାଣବସା ଗୁରୁବାର  ଉପସ୍ଥାପନା: ଅମୃତେଶ ଖଟୁଆ ଲକ୍ଷ୍ମୀ ମାଆ ଦେଖିଲେ ଯାଇ ନଗରୀ-ପ୍ରାନ୍ତରେ ଚଣ୍ଡାଳର କୁଟୀରଟିଏ ଅତୁଳ ଛବି ଧରେ…

3 weeks ago