ଲେଖା: ତ୍ରିଲୋଚନ ସ୍ୱାଇଁ
ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ରତ୍ନଗିରି ପାହାଡ଼ ଓ ପାହାଡ଼ ପାଦଦେଶରେ ମା’ ଭଟ୍ଟାରିକା ଦେବୀଙ୍କ ମନ୍ଦିର, ଆଉ ମାଆଙ୍କ ମନ୍ଦିର ସମ୍ମୁଖରେ ପ୍ରବାହିତ ପୂର୍ଣ୍ଣଗର୍ଭା ମହାନଦୀ l
ବର୍ଷା ଋତୁରେ ବନ୍ୟା ଆସିଲେ ଏଠାରେ ମହାନଦୀ ତା’ର ବିରାଟ ରୂପ ଧାରଣ କରେ l ବଡମ୍ବାର ଏହି ଭଟ୍ଟାରିକା ପୀଠ ନିକଟରେ ମହାନଦୀର ବକ୍ଷ ବୋଧହୁଏ ସବୁଠାରୁ ଅଧିକ ପ୍ରଶସ୍ଥ l
ମହାନଦୀରେ ଅଧିକ ବନ୍ୟା ଜଳ ଆସିଲେ ମନ୍ଦିର ପରିସରରେ ଜଳ ପ୍ରବାହିତ ହୁଏ l ଏପରିକି ମନ୍ଦିର ଗର୍ଭଗୃହରେ ବନ୍ୟାପାଣି ପ୍ରବେଶ କରେ l ଆଉ ସେହି ସମୟରେ ମାଆଙ୍କୁ ସ୍ଥାନାନ୍ତରିତ ହେବାକୁ ହୁଏ ପାହାଡ଼ ଉପରେ ଥିବା ଗୁମ୍ଫାକୁ l
ଭଟ୍ଟାରିକାଙ୍କ ଏହି ପୁଣ୍ୟ ପୀଠଟି ଭଗବାନ ପର୍ଶୁରାମଙ୍କ ସହିତ ଜଡ଼ିତ l କୁହାଯାଏ ଏହି ରତ୍ନଗିରି ପାହାଡ଼ ଉପରେ ଭଗବାନ ପର୍ଶୁରାମଙ୍କ ହାତରୁ ତାଙ୍କ ଆୟୁଧ ପର୍ଶୁ ବା ଫାର୍ଶାଟି ଖସି ପଡିଥିଲା l ଏଠାରେ କୌଣସି ଅଲୌକିକ ଶକ୍ତି ଥିବାର ଆଭାସ ଭଗବାନ ପର୍ଶୁରାମ ପାଇଥିଲେ l
ପିତା ଜମଦଗ୍ନିଙ୍କ ମୃତ୍ୟୁର ପ୍ରତିଶୋଧ ନେବା ପାଇଁ ଏବଂ ଶହସ୍ରାର୍ଜୁନକୁ ଯୁଦ୍ଧରେ ପରାସ୍ତ କରିବା ପାଇଁ ଭଗବାନ ପର୍ଶୁରାମ ଏଠାରେ ମା’ ଦୁର୍ଗାଙ୍କୁ ଆବାହନ କରିଥିଲେ l ପର୍ଶୁରାମଙ୍କ ତପସ୍ୟାରେ ସନ୍ତୁଷ୍ଟ ହୋଇ ଭଗବତୀ ସ୍ୱୟଂ ପ୍ରକଟ ହୋଇଥିଲେ ଆଉ ତାଙ୍କୁ ଦର୍ଶନ ଦେବା ସହ ଅଭୟ ପ୍ରଦାନ କରିଥିଲେ l
ଶହସ୍ରାର୍ଜୁନକୁ ଯୁଦ୍ଧରେ ପରାସ୍ତ କରିବା ନିମନ୍ତେ ତାଙ୍କୁ ଧନୁର୍ବାଣ ଓ ତୀର ପ୍ରଦାନ କରି ଅନ୍ତର୍ଦ୍ଧ୍ୟାନ ହୋଇ ଯାଇଥିଲେ l ମାଆଙ୍କର ଯେଉଁ ସ୍ୱରୂପକୁ ଭଗବାନ ପର୍ଶୁରାମ ଦର୍ଶନ କରିଥିଲେ, ସେହି ସ୍ୱରୂପକୁ ତୀର ମୂନରେ ସେ ଅଙ୍କନ କରିଥିଲେ l
ତ୍ରେତୟା ଯୁଗରୁ ତୀର ମୂନରେ ଅଙ୍କିତ ମାଆଙ୍କ ସେହି ସ୍ୱରୂପ ହିଁ ମା’ ଭଟ୍ଟାରିକା ରୂପେ ପୂଜିତ l ପର୍ଶୁରାମ ଏଠାରେ ସିଦ୍ଧି ପ୍ରାପ୍ତ ହୋଇଥିବାରୁ ଏହାକୁ ସିଦ୍ଧିପୀଠ ବୋଲି ମଧ୍ୟ କୁହାଯାଏ l ମା’ ଭଟ୍ଟାରିକା ଏଠାରେ ସିଦ୍ଧିପ୍ରଦାୟିନୀ, ଅଭୟଦାୟିନୀକଲ୍ୟାଣମୟୀ ରୂପରେ ପୂଜା କରାଯାଏ l
Spread the love
admin

Recent Posts

ମା’ ନାରାୟଣୀ

~ ମା' ନାରାୟଣୀ ~ ଉପସ୍ଥାପନା: ନୟାଗଡ଼ ଇତିହାସ ଖୋର୍ଦ୍ଧା ଗଜପତି ଦ୍ୱିତୀୟ ରାମଚନ୍ଦ୍ର ଦେବଙ୍କ ନିର୍ଦେଶରେ ଆଠଗଡ, ନୟାଗଡ଼,…

2 days ago

ପଣ୍ଡିତ ଗୋଦାବରୀଶ ମିଶ୍ର

~ ପଣ୍ଡିତ ଗୋଦାବରୀଶ ମିଶ୍ର ~ ଉପସ୍ଥାପନା: ଅମୃତେଶ ଖଟୁଆ "ତୁଙ୍ଗ ଶିଖରୀ ଚୂଳ କୁଞ୍ଜ କାନନ-ମାଳ ପୁଣ୍ୟ ଜଳଧି-ଜଳ…

1 week ago

ଅଖିଳ ମୋହନ ପଟ୍ଟନାୟକ

ଅଖିଳ ମୋହନ ପଟ୍ଟନାୟକ ଉପସ୍ଥାପନା: ଅମୃତେଶ ଖଟୁଆ "ବାସ୍ତବତା କଳ୍ପନା ଠାରୁ ପୃଥକ୍ ରହିକି କେବେ ବି ସମାଜରେ ଦର୍ପଣ…

1 week ago

ସର୍ପେଶ୍ୱର ମହାଦେବ

~ ସର୍ପେଶ୍ୱର ମହାଦେବ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଜନଶ୍ରୁତି ଅନୁସାରେ ଓଡ଼ିଶାର ପ୍ରାଚୀନ ଶୈବପୀଠ ଆଠଗଡ଼ ଅନ୍ତର୍ଗତ ବଳରାମପୁର…

4 weeks ago

ମହାଲକ୍ଷ୍ମୀ

~ ଶ୍ରୀମନ୍ଦିରରେ ମାଆ ମହାଲକ୍ଷ୍ମୀ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମାଆ ମହାଲକ୍ଷ୍ମୀ ହେଉଛନ୍ତି ଧନ, ଐଶ୍ୱର୍ଯ୍ୟର ଦେବୀ l…

4 weeks ago

ଅଟ୍ଟାଳି ଜଗନ୍ନାଥ

~ ଆଠଗଡ଼ ବିଜେ ମହାପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆଙ୍କ ସ୍ପନ୍ଦନ…

4 weeks ago