ଲେଖା: ତ୍ରିଲୋଚନ ସ୍ୱାଇଁ
ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ରତ୍ନଗିରି ପାହାଡ଼ ଓ ପାହାଡ଼ ପାଦଦେଶରେ ମା’ ଭଟ୍ଟାରିକା ଦେବୀଙ୍କ ମନ୍ଦିର, ଆଉ ମାଆଙ୍କ ମନ୍ଦିର ସମ୍ମୁଖରେ ପ୍ରବାହିତ ପୂର୍ଣ୍ଣଗର୍ଭା ମହାନଦୀ l
ବର୍ଷା ଋତୁରେ ବନ୍ୟା ଆସିଲେ ଏଠାରେ ମହାନଦୀ ତା’ର ବିରାଟ ରୂପ ଧାରଣ କରେ l ବଡମ୍ବାର ଏହି ଭଟ୍ଟାରିକା ପୀଠ ନିକଟରେ ମହାନଦୀର ବକ୍ଷ ବୋଧହୁଏ ସବୁଠାରୁ ଅଧିକ ପ୍ରଶସ୍ଥ l
ମହାନଦୀରେ ଅଧିକ ବନ୍ୟା ଜଳ ଆସିଲେ ମନ୍ଦିର ପରିସରରେ ଜଳ ପ୍ରବାହିତ ହୁଏ l ଏପରିକି ମନ୍ଦିର ଗର୍ଭଗୃହରେ ବନ୍ୟାପାଣି ପ୍ରବେଶ କରେ l ଆଉ ସେହି ସମୟରେ ମାଆଙ୍କୁ ସ୍ଥାନାନ୍ତରିତ ହେବାକୁ ହୁଏ ପାହାଡ଼ ଉପରେ ଥିବା ଗୁମ୍ଫାକୁ l
ଭଟ୍ଟାରିକାଙ୍କ ଏହି ପୁଣ୍ୟ ପୀଠଟି ଭଗବାନ ପର୍ଶୁରାମଙ୍କ ସହିତ ଜଡ଼ିତ l କୁହାଯାଏ ଏହି ରତ୍ନଗିରି ପାହାଡ଼ ଉପରେ ଭଗବାନ ପର୍ଶୁରାମଙ୍କ ହାତରୁ ତାଙ୍କ ଆୟୁଧ ପର୍ଶୁ ବା ଫାର୍ଶାଟି ଖସି ପଡିଥିଲା l ଏଠାରେ କୌଣସି ଅଲୌକିକ ଶକ୍ତି ଥିବାର ଆଭାସ ଭଗବାନ ପର୍ଶୁରାମ ପାଇଥିଲେ l
ପିତା ଜମଦଗ୍ନିଙ୍କ ମୃତ୍ୟୁର ପ୍ରତିଶୋଧ ନେବା ପାଇଁ ଏବଂ ଶହସ୍ରାର୍ଜୁନକୁ ଯୁଦ୍ଧରେ ପରାସ୍ତ କରିବା ପାଇଁ ଭଗବାନ ପର୍ଶୁରାମ ଏଠାରେ ମା’ ଦୁର୍ଗାଙ୍କୁ ଆବାହନ କରିଥିଲେ l ପର୍ଶୁରାମଙ୍କ ତପସ୍ୟାରେ ସନ୍ତୁଷ୍ଟ ହୋଇ ଭଗବତୀ ସ୍ୱୟଂ ପ୍ରକଟ ହୋଇଥିଲେ ଆଉ ତାଙ୍କୁ ଦର୍ଶନ ଦେବା ସହ ଅଭୟ ପ୍ରଦାନ କରିଥିଲେ l
ଶହସ୍ରାର୍ଜୁନକୁ ଯୁଦ୍ଧରେ ପରାସ୍ତ କରିବା ନିମନ୍ତେ ତାଙ୍କୁ ଧନୁର୍ବାଣ ଓ ତୀର ପ୍ରଦାନ କରି ଅନ୍ତର୍ଦ୍ଧ୍ୟାନ ହୋଇ ଯାଇଥିଲେ l ମାଆଙ୍କର ଯେଉଁ ସ୍ୱରୂପକୁ ଭଗବାନ ପର୍ଶୁରାମ ଦର୍ଶନ କରିଥିଲେ, ସେହି ସ୍ୱରୂପକୁ ତୀର ମୂନରେ ସେ ଅଙ୍କନ କରିଥିଲେ l
ତ୍ରେତୟା ଯୁଗରୁ ତୀର ମୂନରେ ଅଙ୍କିତ ମାଆଙ୍କ ସେହି ସ୍ୱରୂପ ହିଁ ମା’ ଭଟ୍ଟାରିକା ରୂପେ ପୂଜିତ l ପର୍ଶୁରାମ ଏଠାରେ ସିଦ୍ଧି ପ୍ରାପ୍ତ ହୋଇଥିବାରୁ ଏହାକୁ ସିଦ୍ଧିପୀଠ ବୋଲି ମଧ୍ୟ କୁହାଯାଏ l ମା’ ଭଟ୍ଟାରିକା ଏଠାରେ ସିଦ୍ଧିପ୍ରଦାୟିନୀ, ଅଭୟଦାୟିନୀକଲ୍ୟାଣମୟୀ ରୂପରେ ପୂଜା କରାଯାଏ l
Spread the love
admin

Recent Posts

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

6 days ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 weeks ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

3 weeks ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ…

3 weeks ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ଜଣେ ଉପେକ୍ଷିତ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ଗୋଟିଏ କଥା ମନରେ ଉଠେ, ଯେଉଁ…

3 weeks ago

ଛଅଟି କୋକେଇ

ଲେଖା: ନିରଞ୍ଜନ ସାହୁ ଶ୍ରଦ୍ଧେୟ ବାଜି ! ସାଷ୍ଟାଂଗ ଦଣ୍ଡବତ ପ୍ରଣାମ ଘେନିବା ହୁଅ। ନା, ତମେ ଯେ ସାଷ୍ଟାଂଗ…

4 weeks ago