ସୌରଭିତ ସୃଷ୍ଟି: ଡ. ମାୟାଧର ମାନସିଂହ
ଓଡ଼ିଆ ସାହିତ୍ୟ ଜଗତରେ ଜଣେ ବିସ୍ମୟ ପ୍ରତିଭା ଡ. ମାୟାଧର ମାନସିଂହ  । ସାହିତ୍ୟର ସବୁ ଦିଗରେ ତାଙ୍କର ଲେଖନୀ ଚାଳନା । କାବ୍ୟ କବିତା, ନାଟକ, ଇତିହାସ, ପ୍ରବନ୍ଧ, ସମାଲୋଚନା, ଗଳ୍ପ, ଉପନ୍ୟାସ ଆଦିରେ ଭରପୂର ତାଙ୍କ ସୃଜନିକା । ଶିଶୁ ସାହିତ୍ୟ ମଧ୍ୟ ସୃଷ୍ଟି କରିବା ପାଇଁ ପଛାଇ ନଥିଲେ ଆମର ପ୍ରିୟ ସ୍ରଷ୍ଟା । ଓଡ଼ିଆ ବୀରାଙ୍ଗନା ରାଣୀ ଶୁକଦେଈ କବିତା, ଯାହା ପାଠ୍ୟପୁସ୍ତକରେ ସ୍ଥାନ ପାଇବା ପାଇଁ ଆଶା ରଖିଥିଲେ ଓଡ଼ିଆ ସାହିତ୍ୟର ପ୍ରାତଃସ୍ମରଣୀୟ ଅସାଧାରଣ ପ୍ରଜ୍ଞାପୁରୁଷ ଡ. ମାୟାଧର ମାନସିଂହ ।
~ ରାଣୀ ଶୁକଦେଈ ~
ମହାନଦୀ କୂଳେ ବାଙ୍କୀ ମୂଲକରେ
ଥିଲେ ଜଣେ ବଡ଼ ରଜା ,
ଧନଞ୍ଜୟ ଭଞ୍ଜ ନାମ ତାହାଙ୍କର
ସୁଖେ ପାଳୁଥିଲେ ପ୍ରଜା ।୧।
ଖୋରଧାର ରାଜା ନାମ ରାମଚନ୍ଦ୍ର
ନ ସହି ତାହାଙ୍କ ଶିରୀ ,
ଲଗାଇଲେ ଯୁଦ୍ଧ ବାଙ୍କୀ ମୂଲକରେ
ସଇନ-ସାମନ୍ତ ଧରି ।୨।
ସମର ଭୂଇଁରେ ଧନଞ୍ଜୟଙ୍କର
ମୁଣ୍ଡ ପକାଇଲେ ହାଣି ,
ଶୁଣିଲେ ଖବର ମୁହୂର୍ତ୍ତ ଭିତରେ
ବାଙ୍କୀଗଡ଼ ପାଟରାଣୀ ।୩।
“କି ହେଲା ,କି ହେଲା ” ବୋଲି ସେ କହିଲେ
“ଛାର ରାମଚନ୍ଦ୍ର ଦେବ ,
ମୁହିଁ ଥାଉଁ ଥାଉଁ ଏ ସୁନା ମୂଲକ
ଅକାରଣେ ଠକି ନେବ ? ।୪।
ଜିଇଁ ଥାଉଁ ଥାଉଁ ଆପଣା ଦରବ
ନ ରଖି ପାରଇ ଯେହୁ ,
ପୋଡ଼ି ଯାଉ ତାର ମଣିଷ ପଣିଆ
ଜିଇଁ ମରିଥାଏ ସେହୁ” ।୫।
ନଅର ଭିତରୁ ଦିନେ ହେଲେ ରାଣୀ
ନ ଥିଲେ କେବେ ବାହାରି ,
ଅପମାନ ଦେଖି ଲଢ଼ିବାକୁ ଆଜି
ସଜ ହେଲେ ଖଣ୍ଡା ଧରି ।୬।
ବୁଢ଼ା ବେବରତା କେତେ ମନାକଲେ
ନ ମାନିଲେ ତାଙ୍କ କଥା ,
କହିଲେ, “ବେବର୍ତ୍ତେ , ସରମେ କେମନ୍ତେ
ଚାଲିବା ହେ ଟେକି ମଥା ? ।୭।
ଲାଜେ ବଞ୍ଚିବାଠୁଁ ମରଣଟି ଭଲ
ହାରିବାଠୁଁ ଭଲ ଜିଣା,
ମୋ ଭାଇ ବଡ଼ମ୍ବା ରାଜାଙ୍କୁ ପଚାର
ସହାୟ ହୋଇବେ କି ନା ? ।୮।
ପୁଅ ଦୟାନିଧି ମଣିଷ ହୋଇଲେ
ଗରବ କରିବ ଭାଳି,
ବାପ ପରି ତାର ମାଆ ଯାଇଥିଲା
ଯୁଦ୍ଧେ ଧରି ତରବାରୀ ।”।୯।
ଏହା କହି ରାଣୀ ଘୋଡ଼ା ଛାଡ଼ି ଦେଲେ
ତେଜି ଉଠି ବାଙ୍କୀ ଜନ,
କାଣ୍ଡ, ଶର, ଭାଲି, ଛୁରୀ ଘେନି ସର୍ବେ
ଯୁଦ୍ଧକୁ କଲେ ଧାବନ । ୧୦।
ବଡ଼ମ୍ବା-ରାଜାଙ୍କ ବଳୁଆ ସଇନେ
ବାଟେ ଆସି ଗଲେ ଜୁଟି,
ଶହ ଶହ ଶତ୍ରୁ ସେନା ହାଣ ଖାଇ
ଭୂଇଁରେ ପଡ଼ିଲେ ଲୋଟି ।୧୧।
ରାମଚନ୍ଦ୍ର ଦେବ କଇଦୀ ହୋଇଲେ
ଧନ୍ୟ ବୀର ଓଡ଼ିଆଣୀ,
ଆଜି ଯାଏ ଲୋକେ ପାସୋରି ନାହାନ୍ତି
ଶୁକଦେଈ ସାଆନ୍ତାଣୀ ।୧୨।
Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

4 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

4 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago