ଲେଖା: ବନ୍ଧନ ଦଳେଇ
~ ଯାଜପୁର ବାସିନୀ ମା’ ବିରଜା ~
କରୁଣାର ଝରଣାରୁପେ ସର୍ବଜନଙ୍କଠାରେ କୃପା କରିଛନ୍ତି ମା’ କୃପାମୟୀ। ବିରଞ୍ଚିଙ୍କ ଯଜ୍ଞରୁ ଯାତ ମା’ ବିରଜା (ବିରଞ୍ଚି) ଅର୍ଥାତ୍ ବ୍ରହ୍ମାଙ୍କ (ଯାଗ) ଯଜ୍ଞରୁ ମା’ ବିରଜା ଜନ୍ମ ହୋଇଥିଲେ, ଏବଂ ରଜ, ତମ, ଗୁଣ ନଥାଇ ସତ୍ୱ ଗୁଣକୁ ଧରି ପରମ ବୈଷ୍ଣବୀ ରୁପେ ମା’ ଯାଜପୁର ଠାରେ ଅବସ୍ଥାନ କରିଛନ୍ତି। ଦୟାମୟୀଙ୍କ ଅପାର କରୁଣାରୁ ଯାଜପୁର ଆଜି ଜଗତବିଖ୍ୟାତ ହୋଇଅଛି। ନିରାଶା ମଧ୍ଯରେ ଆଶାଜ୍ୟୋତି ନିର୍ଦ୍ଧନ ମଧ୍ୟରେ ଧନ ଓ ଅନ୍ଧର ଆଖିକୁ ଆଲୋକର ଦିଗ ଦେଖାଇ ମା’ ମହିଷାମର୍ଦ୍ଧିନୀ ରୁପେ ନାମ ବହି ଭକ୍ତଜନଙ୍କୁ ଘଣ୍ଟ ଘୋଡେଇ ରଖିଛନ୍ତି।
ବୈତରଣୀ ନଦୀକୂଳସ୍ଥ ଚମ୍ପକ ବନରେ ମା’ ବିରାଜିତା। ମହାଦେବଙ୍କ ସ୍ୱରୁପ ଈଶାନେଶ୍ୱର ଓ ମା’ ଗୌରୀ ରୁପେ ବିରଜା ଏଠାରେ ପୂଜିତା। କାହିଁ କେଉଁ ଆବାହମାନ କାଳରୁ ଦୁଇଭୁଜା ରୁପେ ମା’ ଏଠାରେ ବିରାଜିଅଛନ୍ତି। ସତୀଙ୍କର ନାଭୀ ଏଠାରେ ପଡିଥିବାରୁ ଏହା #ନାଭିକ୍ଷେତ୍ର ରୁପେ ଜଗତେ ପରିଚିତ।
ମା’ଙ୍କ ମସ୍ତକରେ ପଞ୍ଚମୁଦ୍ରା ଶୋଭାପାଏ। ଯୋନି, ଲିଙ୍ଗ, ବାସୁକୀ, ଗଣପତି, ଜହ୍ନ, ମା’ଙ୍କ ଚୁଡାରେ ଶୋଭା ପାଉଥାଏ। ସୃଷ୍ଟି ସନାତନୀ ବିଘ୍ନବିନାଶିନୀ ରୁପେ ମା’ ନାଭିକ୍ଷେତ୍ରରେ ତୀର୍ଥ ନାରାୟଣୀ ରୁପେ ବିଦିତା। ଯଥା: ଶୂଳ ଓ ମହିଷ ଲାଞ୍ଜ ମା’ ହସ୍ତରେ ଧରିଥାନ୍ତି। ବିରାଜେ ଦୁଇଭୁଜା ରୁପେ ମା’ ଏଠାରେ ପୁଜା ପାଆନ୍ତି।
ଆଶ୍ୱିନ ନଅଦିନ ନବରାତ୍ରି ଦୁର୍ଗାପୁଜାରେ ମା’ଙ୍କ #ବିଜୟା ରଥ ଗଡେ। ଏହି ରଥରେ ବ୍ରହ୍ମା ସାରଥି ହୋଇ ବସିଥାନ୍ତି। ଏହି ରଥ ଛୁଇଁଲେ ସବୁ ପାପ ନାଶ ହୋଇଯାଏ ବୋଲି ବିଶ୍ୱାସ ରହିଅଛି।
ଆଶ୍ୱିନ ଦୁର୍ଗାପୂଜା #ମହାଅଷ୍ଟମୀ ଦିନ ମା’ଙ୍କ ଠାରେ ଷୋଳ କଳସ ବସିଥାଏ ଏବଂ ସମୂହ ଦୀପଦାନ କରାଯାଏ। ଏହିଦିନ ମା’ଙ୍କ ଶ୍ରୀମୁଖ ଅତି ସୁନ୍ଦର ଝଟକୁଥାଏ। ରଙ୍ଗବସ୍ତ୍ର, ଫୁଲମାଳ, ଚନ୍ଦନ ଚର୍ଚ୍ଚିତ, ସିନ୍ଦୂରରେ ମା’ଙ୍କ ମୁର୍ତ୍ତି ଝଟକୁଥାଏ। ଏବଂ #ମହାନବମୀ ଦିନ ମା’ଙ୍କ ଠାରେ ମହିଷି ବଳି ପଡିବାର ପ୍ରଥା ରହିଅଛି। ମହାବିଷୁବ ସଂକ୍ରାନ୍ତି, ଦୋଳ, ଅକ୍ଷୟ ତୃତୀୟା, ଚନ୍ଦନ, ଆଦି ମା’ଙ୍କ ମୁଖ୍ୟପର୍ବ।
ମହତ୍ତ୍ୱ କଥାକି #ସାବିତ୍ରୀ ବେଶରେ ମା’ଙ୍କୁ ସଧବା ନାରୀ ଦର୍ଶନ କରିଲେ ଅହ୍ୟରାଣୀ ହୋଇ ତା’ର ମରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି। ପବିତ୍ର #ତ୍ରିବେଣୀ_ଅମାବାସ୍ୟା ମା’ଙ୍କ ଜନ୍ମତିଥି !
“ଯାଜପୁର ଗ୍ରାମେ ବିରାଜି ଅଛୁଲୋ ବିରଜା ନାମ ବୋଲାଇ
ଦ୍ୱିଭୁଜା ହସ୍ତରେ ସିଂହାସନ ପରେ କି ସୁନ୍ଦର ମହାମାୟୀ” ।।
Spread the love
admin

Recent Posts

ମା’ ନାରାୟଣୀ

~ ମା' ନାରାୟଣୀ ~ ଉପସ୍ଥାପନା: ନୟାଗଡ଼ ଇତିହାସ ଖୋର୍ଦ୍ଧା ଗଜପତି ଦ୍ୱିତୀୟ ରାମଚନ୍ଦ୍ର ଦେବଙ୍କ ନିର୍ଦେଶରେ ଆଠଗଡ, ନୟାଗଡ଼,…

2 weeks ago

ପଣ୍ଡିତ ଗୋଦାବରୀଶ ମିଶ୍ର

~ ପଣ୍ଡିତ ଗୋଦାବରୀଶ ମିଶ୍ର ~ ଉପସ୍ଥାପନା: ଅମୃତେଶ ଖଟୁଆ "ତୁଙ୍ଗ ଶିଖରୀ ଚୂଳ କୁଞ୍ଜ କାନନ-ମାଳ ପୁଣ୍ୟ ଜଳଧି-ଜଳ…

3 weeks ago

ଅଖିଳ ମୋହନ ପଟ୍ଟନାୟକ

ଅଖିଳ ମୋହନ ପଟ୍ଟନାୟକ ଉପସ୍ଥାପନା: ଅମୃତେଶ ଖଟୁଆ "ବାସ୍ତବତା କଳ୍ପନା ଠାରୁ ପୃଥକ୍ ରହିକି କେବେ ବି ସମାଜରେ ଦର୍ପଣ…

3 weeks ago

ସର୍ପେଶ୍ୱର ମହାଦେବ

~ ସର୍ପେଶ୍ୱର ମହାଦେବ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଜନଶ୍ରୁତି ଅନୁସାରେ ଓଡ଼ିଶାର ପ୍ରାଚୀନ ଶୈବପୀଠ ଆଠଗଡ଼ ଅନ୍ତର୍ଗତ ବଳରାମପୁର…

1 month ago

ମହାଲକ୍ଷ୍ମୀ

~ ଶ୍ରୀମନ୍ଦିରରେ ମାଆ ମହାଲକ୍ଷ୍ମୀ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମାଆ ମହାଲକ୍ଷ୍ମୀ ହେଉଛନ୍ତି ଧନ, ଐଶ୍ୱର୍ଯ୍ୟର ଦେବୀ l…

1 month ago

ଅଟ୍ଟାଳି ଜଗନ୍ନାଥ

~ ଆଠଗଡ଼ ବିଜେ ମହାପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆଙ୍କ ସ୍ପନ୍ଦନ…

1 month ago