ଲେଖା: ବନ୍ଧନ ଦଳେଇ
~ ଯାଜପୁର ବାସିନୀ ମା’ ବିରଜା ~
କରୁଣାର ଝରଣାରୁପେ ସର୍ବଜନଙ୍କଠାରେ କୃପା କରିଛନ୍ତି ମା’ କୃପାମୟୀ। ବିରଞ୍ଚିଙ୍କ ଯଜ୍ଞରୁ ଯାତ ମା’ ବିରଜା (ବିରଞ୍ଚି) ଅର୍ଥାତ୍ ବ୍ରହ୍ମାଙ୍କ (ଯାଗ) ଯଜ୍ଞରୁ ମା’ ବିରଜା ଜନ୍ମ ହୋଇଥିଲେ, ଏବଂ ରଜ, ତମ, ଗୁଣ ନଥାଇ ସତ୍ୱ ଗୁଣକୁ ଧରି ପରମ ବୈଷ୍ଣବୀ ରୁପେ ମା’ ଯାଜପୁର ଠାରେ ଅବସ୍ଥାନ କରିଛନ୍ତି। ଦୟାମୟୀଙ୍କ ଅପାର କରୁଣାରୁ ଯାଜପୁର ଆଜି ଜଗତବିଖ୍ୟାତ ହୋଇଅଛି। ନିରାଶା ମଧ୍ଯରେ ଆଶାଜ୍ୟୋତି ନିର୍ଦ୍ଧନ ମଧ୍ୟରେ ଧନ ଓ ଅନ୍ଧର ଆଖିକୁ ଆଲୋକର ଦିଗ ଦେଖାଇ ମା’ ମହିଷାମର୍ଦ୍ଧିନୀ ରୁପେ ନାମ ବହି ଭକ୍ତଜନଙ୍କୁ ଘଣ୍ଟ ଘୋଡେଇ ରଖିଛନ୍ତି।
ବୈତରଣୀ ନଦୀକୂଳସ୍ଥ ଚମ୍ପକ ବନରେ ମା’ ବିରାଜିତା। ମହାଦେବଙ୍କ ସ୍ୱରୁପ ଈଶାନେଶ୍ୱର ଓ ମା’ ଗୌରୀ ରୁପେ ବିରଜା ଏଠାରେ ପୂଜିତା। କାହିଁ କେଉଁ ଆବାହମାନ କାଳରୁ ଦୁଇଭୁଜା ରୁପେ ମା’ ଏଠାରେ ବିରାଜିଅଛନ୍ତି। ସତୀଙ୍କର ନାଭୀ ଏଠାରେ ପଡିଥିବାରୁ ଏହା #ନାଭିକ୍ଷେତ୍ର ରୁପେ ଜଗତେ ପରିଚିତ।
ମା’ଙ୍କ ମସ୍ତକରେ ପଞ୍ଚମୁଦ୍ରା ଶୋଭାପାଏ। ଯୋନି, ଲିଙ୍ଗ, ବାସୁକୀ, ଗଣପତି, ଜହ୍ନ, ମା’ଙ୍କ ଚୁଡାରେ ଶୋଭା ପାଉଥାଏ। ସୃଷ୍ଟି ସନାତନୀ ବିଘ୍ନବିନାଶିନୀ ରୁପେ ମା’ ନାଭିକ୍ଷେତ୍ରରେ ତୀର୍ଥ ନାରାୟଣୀ ରୁପେ ବିଦିତା। ଯଥା: ଶୂଳ ଓ ମହିଷ ଲାଞ୍ଜ ମା’ ହସ୍ତରେ ଧରିଥାନ୍ତି। ବିରାଜେ ଦୁଇଭୁଜା ରୁପେ ମା’ ଏଠାରେ ପୁଜା ପାଆନ୍ତି।
ଆଶ୍ୱିନ ନଅଦିନ ନବରାତ୍ରି ଦୁର୍ଗାପୁଜାରେ ମା’ଙ୍କ #ବିଜୟା ରଥ ଗଡେ। ଏହି ରଥରେ ବ୍ରହ୍ମା ସାରଥି ହୋଇ ବସିଥାନ୍ତି। ଏହି ରଥ ଛୁଇଁଲେ ସବୁ ପାପ ନାଶ ହୋଇଯାଏ ବୋଲି ବିଶ୍ୱାସ ରହିଅଛି।
ଆଶ୍ୱିନ ଦୁର୍ଗାପୂଜା #ମହାଅଷ୍ଟମୀ ଦିନ ମା’ଙ୍କ ଠାରେ ଷୋଳ କଳସ ବସିଥାଏ ଏବଂ ସମୂହ ଦୀପଦାନ କରାଯାଏ। ଏହିଦିନ ମା’ଙ୍କ ଶ୍ରୀମୁଖ ଅତି ସୁନ୍ଦର ଝଟକୁଥାଏ। ରଙ୍ଗବସ୍ତ୍ର, ଫୁଲମାଳ, ଚନ୍ଦନ ଚର୍ଚ୍ଚିତ, ସିନ୍ଦୂରରେ ମା’ଙ୍କ ମୁର୍ତ୍ତି ଝଟକୁଥାଏ। ଏବଂ #ମହାନବମୀ ଦିନ ମା’ଙ୍କ ଠାରେ ମହିଷି ବଳି ପଡିବାର ପ୍ରଥା ରହିଅଛି। ମହାବିଷୁବ ସଂକ୍ରାନ୍ତି, ଦୋଳ, ଅକ୍ଷୟ ତୃତୀୟା, ଚନ୍ଦନ, ଆଦି ମା’ଙ୍କ ମୁଖ୍ୟପର୍ବ।
ମହତ୍ତ୍ୱ କଥାକି #ସାବିତ୍ରୀ ବେଶରେ ମା’ଙ୍କୁ ସଧବା ନାରୀ ଦର୍ଶନ କରିଲେ ଅହ୍ୟରାଣୀ ହୋଇ ତା’ର ମରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି। ପବିତ୍ର #ତ୍ରିବେଣୀ_ଅମାବାସ୍ୟା ମା’ଙ୍କ ଜନ୍ମତିଥି !
“ଯାଜପୁର ଗ୍ରାମେ ବିରାଜି ଅଛୁଲୋ ବିରଜା ନାମ ବୋଲାଇ
ଦ୍ୱିଭୁଜା ହସ୍ତରେ ସିଂହାସନ ପରେ କି ସୁନ୍ଦର ମହାମାୟୀ” ।।
Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

1 month ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

2 months ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

2 months ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

3 months ago