ଜଣା ଅଜଣା

ମାଲକାନଗିରିର ନାମକରଣ

ଲେଖା: ଶିଶିର ସାହୁ ମନୋଜ

ମାଲକାନଗିରିର ନାମକରଣ ବାବଦରେ ଅନେକ ମତବାଦ ପ୍ରଚଳନରେ ଅଛି । ମାଲକାନଗିରିକୁ ମାଲ୍ୟଵନ୍ତଗିରି, ମଲ୍ଲିକ-ମର୍ଦ୍ଦନ ଗିରି, ମଲ୍ଲିକାର୍ଜୁନଗିରି ମଧ୍ଯ କୁହାଯାଏ । ନାମଭେଦରେ ତେଣୁ ଏଠାରେ ନାନାଦି ମତ ପ୍ରଚଳିତ ରହିଛି ।

★ମତଵାଦ ୧:
ଵନଵାସ ସମୟରେ ଶ୍ରୀରାମଚନ୍ଦ୍ର ଏଠାରେ ଏକ ଶୁଭ୍ର-ଶିଵଲିଙ୍ଗ ସ୍ଥାପନ କରି ତାକୁ ମଲ୍ଲିଫୁଲ ଦ୍ଵାରା ପୂଜା କରିଥିଲେ । ସେହି ଶିଵଲିଙ୍ଗ ପରଵର୍ତ୍ତୀକାଳରେ ମଲ୍ଲିକେଶ୍ଵରଦେଵ ଭାବେ ପରିଚିତ ହୋଇଥିଲେ । କୁହାଯାଏ ସେହି ଦେବଙ୍କର ଅଧିଷ୍ଠାନ କ୍ଷେତ୍ର ପରଵର୍ତ୍ତୀକାଳରେ ମଲିକେଶ୍ଵରଗିରି ନାମରେ ପ୍ରସିଦ୍ଧ ହୋଇ ଶେଷକୁ ମାଲକାନଗିରିରେ ନାମିତ ହୋଇଛି । ଏକଦା ମାଣିକେଶ୍ଵରୀ ଦେଵୀ ଓ ମଲ୍ଲିକେଶ୍ଵର ଦେଵଙ୍କ ପାଇଁ ମାଲକାନଗିରି ଆଖପାଖ ଅଞ୍ଚଳରେ ପ୍ରସିଦ୍ଧି ଲାଭ କରିଥିବାର ପ୍ରମାଣ ଏ ଲୋକକଥାକୁ ଅଧିକ ସ୍ପଷ୍ଟ ବଳ ପ୍ରଦାନ କରୁଅଛି । ମଲ୍ଲିକେଶ୍ଵର ମହାଦେବଙ୍କର ଆସ୍ଥାନ ଏବେ ଚିତ୍ରକୋଣ୍ଡା ଅଭୟାରଣ୍ୟ ମଧ୍ୟରେ ଅବସ୍ଥିତ ଏବଂ ଓଡ଼ିଶାର ଦ୍ଵିତୀୟ ଲିଙ୍ଗରାଜ ଭାବେ ପରିଚିତ ଅଟନ୍ତି ।

★ମତଵାଦ ୨:
କେହି କେହି କୁହନ୍ତି ପ୍ରାଚୀନ ମାଲ୍ୟଵନ୍ତଗିରି ନାମ ହିଁ ପରଵର୍ତ୍ତିତ ହୋଇ ମାଲକାନଗିରିର ନାମକରଣ ହୋଇଛି । ମାଲ୍ୟଵନ୍ତଗିରି ପୁରାଣ ଵିଶେଷତଃ ରାମାୟଣର ରାମଵନଵାସ ଅଧ୍ଯାୟରେ ପ୍ରମୁଖ  ସ୍ଥାନର ଅଧିକାରୀ କହିଲେ ଅତ୍ୟୁକ୍ତି ହେବନାହିଁ । ରାମାୟଣ କୁହେ ଏଇଠି ରାମସୀତା ବନଵାସର କିଛି କାଳ କଟେଇ ଥିଲେ । ପୁଣି ଆଉ କେତେକ ପୌରାଣିକ କଥାନକ ତଥା ସ୍ଥାନୀୟ କୋୟା ପରମ୍ପରାରୁ ପାଣ୍ଡଵମାନେ ଏଠାରେ ଵନଵାସ କାଳ କାଟିଥିବା ଜଣାଯାଏ । ପୁରାଣ ଯୁଗରେ  ମାଲ୍ୟଵନ୍ତଗିରି ସାଧାରଣତଃ “ମାଲ୍ୟଵାନ୍ ଗିରି” ନାମରେ ଖ୍ୟାତ ଥିଲା । ପୁରାଣରେ ଏହା ଇଳାବୃତ୍ତ ଓ କେତୁମାଳ ଵର୍ଷର ସୀମାପର୍ଵତ ତଥା ଏହାର ଵିସ୍ତୃତି ନୀଳପର୍ଵତ ଠାରୁ ନିଷଧ ପର୍ଵତ ଯାଏଁ ବୋଲି ଉଲ୍ଲେଖ କରାଯାଇଛି ।

ଓଡ଼ିଶାରେ ମାଲ୍ୟଵନ୍ତଗିରିର ପ୍ରସିଦ୍ଧି ଓ ଶ୍ରେଷ୍ଠତା ହେତୁରୁ ରାଧାନାଥ ରାୟ ତାଙ୍କ ମହାଯାତ୍ରା କାବ୍ୟରେ ଲେଖିଲେ,
“ଗରି-ମାଲ୍ୟଵନ୍ତ-
ଗିରି ମଧ୍ୟ ମଣି” ।

ମାଲ୍ୟଵନ୍ତଗିରିର ପ୍ରଶିଦ୍ଧି ଯୋଗୁଁ ତେଣୁ ତାହାର ନାମ ପରିଵର୍ତ୍ତନରୁ ମାଲକାନଗିରିର ନାମକରଣ ହୋଇଥିବା ଅନେକ ମତ ଦିଅନ୍ତି ।

★ମତଵାଦ ୩:
କେତେକଙ୍କ ମତରେ ଏଠାରେ ଏକ ସମୟରେ ଶାସନ କରୁଥିବା କିରାତରାଜ ମଲ୍ଲିକାର୍ଜୁନଙ୍କର ନାମରୁ ମାଲକାନଗିରିର ନାମକରଣ ହୋଇଛି । ପୁଣି ଆଉ କିଛି ଲୋକ କୁହନ୍ତି, କିରାତରାଜ ମଲ୍ଲିକାର୍ଜୁନଙ୍କୁ ନନ୍ଦପୁରର ରାଜା ପରାସ୍ତ କରି ଏ ଦେଶର ନାମ ମଲ୍ଲିକ-ମର୍ଦ୍ଦନ ଗିରି ରଖିଥିଲେ ଯାହା ପରେ ବଦଳି ମାଲକାନଗିରିର ନାମକରଣ ହୋଇଅଛି ।

© ଶବ୍ଦଭେଦ
Spread the love
admin

Recent Posts

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

6 days ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 weeks ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

3 weeks ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ…

3 weeks ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ଜଣେ ଉପେକ୍ଷିତ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ଗୋଟିଏ କଥା ମନରେ ଉଠେ, ଯେଉଁ…

3 weeks ago

ଛଅଟି କୋକେଇ

ଲେଖା: ନିରଞ୍ଜନ ସାହୁ ଶ୍ରଦ୍ଧେୟ ବାଜି ! ସାଷ୍ଟାଂଗ ଦଣ୍ଡବତ ପ୍ରଣାମ ଘେନିବା ହୁଅ। ନା, ତମେ ଯେ ସାଷ୍ଟାଂଗ…

4 weeks ago