ସୌରଭିତ ସୃଷ୍ଟି: ବ୍ରଜସୁନ୍ଦର ଦାସ

ମୁକୁର, ଓଡ଼ିଆଭାଷାରେ ପ୍ରକାଶିତ ଆଦ୍ୟ ସାହିତ୍ୟ ପତ୍ରିକା ମଧ୍ୟରେ ଅନ୍ୟତମ । ଏହା ଏକ ମାସିକ ପତ୍ରିକା ଥିଲା ଏବଂ ଏହାର ପ୍ରକାଶନ ୧୩୧୩ ଉତ୍କଳୀୟ ଵର୍ଷ ବୈଶାଖ ମାସଠାରୁ ଅର୍ଥାତ୍ ଇଂରାଜୀ ୧୯୦୫ ଖ୍ରୀଷ୍ଟାବ୍ଦ ଏପ୍ରିଲ ମାସଠାରୁ ଆରମ୍ଭ ହୋଇଥିଲା । ଏହାର ସମ୍ପାଦକ ଥିଲେ ଵିଶିଷ୍ଟ କଵି ତଥା ଉତ୍କଳ ସମ୍ମିଳନୀର ଏକଦା ସମ୍ପାଦକ ଶ୍ରୀ ବ୍ରଜସୁନ୍ଦର ଦାସ । ମୁକୁର ପତ୍ରିକାଟି ପ୍ରଥମେ ଓଡ଼ିଶା ମିଶନ ପ୍ରେସ କଟକରୁ ମୁଦ୍ରିତ ହେଉଥିଲା | ପରେ ଏହା ନିଜସ୍ୱ ମୁକୁର ପ୍ରେସ କଟକରୁ ପ୍ରକାଶିତ ହେଵାକୁ ଲାଗିଲା । ମୁକୁର ପତ୍ରିକାରେ ଧର୍ମ, ଦର୍ଶନ, ସାମାଜିକ ସଚେତନତା, ସଂସ୍କାରଧର୍ମୀ ପ୍ରବନ୍ଧ ପ୍ରକାଶ ପାଉଥିଲା ।

ଉତ୍କଳମାତାଙ୍କ ଵ୍ଯଥା “ମାଆ ମାଆ ବୋଲି ଡାକୁଛ କି ମୋତେ” କଵିତା ମାଧ୍ୟମରେ କଵି ପ୍ରକାଶ କରିଛନ୍ତି ଓ ମତାନ୍ତରେ ଏହା ସୁପ୍ତ ଓଡ଼ିଆ ଜାତି ପାଇଁ ଏକ ଆହ୍ଵାନ ମୂଳକ ଉଦବୋଧନୀ କଵିତା କହିଲେ ମଧ୍ୟ ଅତ୍ୟୁକ୍ତି ହେଵ ନାହିଁ । ଶ୍ରୀ ବ୍ରଜସୁନ୍ଦର ଦାସଙ୍କ ‘ମାଆ ମାଆ ବୋଲି ଡାକୁଛ କି ମୋତେ’ ଜାତୀୟତାଵାଦୀ କଵିତାଟି ନିମ୍ନରେ ପ୍ରଦତ୍ତ କରାଗଲା …

* ମାଆ ମାଆ ବୋଲି ଡାକୁଛ କି ମୋତେ *

ମାଆ ମାଆ ବୋଲି ଡାକୁଛ କି ମୋତେ
ଆରେ ମୋ ଦୁଃଖପାସୋରା
କାହିଁ ଯାଇଁ ଚେଇଁ ଶୋଇଥିଲ ବାପ
ମୋ ମନ ନୟନ ତାରା ।।

ଦିଏଁ ନୀର କ୍ଷୀର ରୂପେ ମୋ ରୁଧୀର
ଵିଦାରି ହୃଦୟ ଯୋଗାଏଁ ଆହାର
ମୋ ସୁଖ ସମ୍ପଦ କରିଅଛି ଜୂର
ଭୂଲି ଯାଉଅଛ ପରା ।।

ମୁଣ୍ଡ ଗଣ୍ଡି ମୋର ହୋଇ ଖଣ୍ଡ ଖଣ୍ଡ
ମୋ ସୁନା ସଂସାର ହେଲା ଲଣ୍ଡ ଭଣ୍ଡ
ଦେଖୁଥିଵ କିରେ ମା’ର ଏହି ଦଣ୍ଡ
ମୋ ଦିନ—ସରା—ପସରା ।।

ହାତ ଓଠ ଧରି କହୁଛି ରେ ଧନ
ମୋ ଦୁଃଖ ନାଶନେ ବଳା ଏଵେ ମନ
ଛାଡ଼ ହିଂସା ଦ୍ଵେଷ ମାନ ଅଭିମାନ
ମାତା—ଦୁଃଖ—ଶୋକହରା ।।

ମୋ ବାପ ପରାରେ ଜଗତର ପିତା
ଦୁଃଖିନୀ ବୋଲି କି ହେଵି ତାଙ୍କୁ ପିତା
ପୂତ ବଳେ ମୁଁ ତ ହେଵି ଜଗଜ୍ଜିତା
ପୁଏ ପଣ କଲେ ପରା ।।

ଉପସ୍ଥାପନା: ଶିଶିର ସାହୁ ମନୋଜ

Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

1 month ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

2 months ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

2 months ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

3 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

3 months ago