ଲେଖା: ଜ୍ୟୋତିପ୍ରକାଶ ସତ୍ୟକାମ ଦାଶ
~ ଭୋଗଦବିନାୟକ ପୀଠ ~
ପ୍ରାଚୀ ଅବବାହିକାରେ କେତେ ଯେ ଦେବଦେବୀ ପୀଠ ରହିଛି ତାର କଳନା ନାହିଁ। ପୁଣ୍ୟତୋୟା ପ୍ରାଚୀ ଯେ ଖାଲି ଗିରିସୂତା ପରାଶକ୍ତି ବା ମହାଦେବ ଅଥବା ମାଧବ ଉପାସନାର କେନ୍ଦ୍ର ନଥିଲା। ଅପିତୁ ଗାଣପତ୍ଯ ଉପାସନାର ମଧ୍ଯ ମହାନ କେନ୍ଦ୍ର ଥିଲା। ଏଥିମଧ୍ୟରୁ ଅନ୍ଯତମ ହେଲା ଭୋଗଦବିନାୟକ ପୀଠ ଯାହା ପୁରୀ ଜିଲ୍ଲା କାକଟପୁର ତହସିଲ ଅନ୍ତର୍ଗତ ନଇଗୁଆଁରେ ଅବସ୍ଥିତ ।
କିମ୍ବଦନ୍ତୀ ଅନୁସାରେ ଭଗବାନ ଭୋଗଦବିନାୟକ ଏଠାକାର ଜଙ୍ଗଲରେ ଆବିର୍ଭାବ ହୋଇ ବିଶ୍ଵାମିତ୍ରଙ୍କୁ ଦର୍ଶନ ଦେଇଥିଲେ । ଏବେବି ଅନତିଦୂରରେ ବିଶ୍ଵାମିତ୍ର ଆଶ୍ରମ ଅବସ୍ଥିତ । ପରେ କାଳକ୍ରମେ ପ୍ରଭୁ କାଠୁରିଆ ମାନଙ୍କ ଦ୍ବାରା ପୂଜାପାଉଥିଲେ। ପରେ ଗଙ୍ଗବଂଶୀ ରାଜା କାମାର୍ଣ୍ଣବ ଦେବ ଏଠାରେ ଦେଉଳ ତୋଳାଇଥିଲେ ଓ ବିନାୟକପୁର ଶାସନ ବସାଇଥିଲେ । ଏହି ରୂପେ ଏଠାରେ ପ୍ରଭୁ ପୂଜା ପାଉଥିଲେ। ବ୍ରିଟିଶ ଶାସନ କାଳରେ ମୂଳ ଭୋଗଦ ବିନାୟକ ଚୋରି ହୋଇଯିବାରୁ ଅଧୁନା ତାଙ୍କର ସିଂହାସନର ହାତୀ ପ୍ରତିମାରେ ଗଣପତିଙ୍କର ପୂଜା କରାଯାଉଛି।
(ଗର୍ଭଗୃହରେ ଥିବା ହସ୍ତୀ ବିଗ୍ରହ ଯାହା ଏବେ
ଭୋଗଦଗଣପତି ରୂପେ ପୂଜାପାଉଛନ୍ତି)
ଏହି ଭୋଗଦବିନାୟକ ମନ୍ଦିରର ପ୍ରସିଦ୍ଧି ବିଷୟରେ ଲେଖକ ଅଜ୍ଞ ଥିଲେ। ମାତ୍ର ବାରାଣାସୀର ଜଣେ ପ୍ରଖ୍ୟାତ ଗାଣପତ୍ଯ ସାଧକଙ୍କର ମୁଖରୁ ଏହି ପୀଠର ମହିମା ଶୁଣି ଜାଣିବାକୁ ଚେଷ୍ଟା କଲେ । ବାରଣାସୀର ସାଧକ ଜଣକ ଗୀତାପ୍ରେସ ଗୋରଖପୁରର “ଶ୍ରୀଗଣେଶ ଅଙ୍କ”ରେ ଉତ୍କଳର ଗଣପତି ମନ୍ଦିର ବିଷୟରେ ମଧ୍ୟରେ ଏହି ଭୋଗଦବିନାୟକ ପୀଠ ନଇଗୁଆଁ ବିଷୟରେ ଅଧିକ ସୂଚନା ପାଇବାକୁ କହିଥିଲେ।
(ଦାକ୍ଷିଣାତ୍ୟର ଶୈଳୀରେ ନିର୍ମିତ ଭୋଗଦ ଗଣପତି,
କଦାଚିତ୍ ଏହିପରି ଉତ୍କଳୀୟ ଶୈଳୀର ବିଗ୍ରହ ଏଠାରେ ଥିଲେ,
ସମୟ ସୁଅରେ ଇତିହାସର କରାଳ ଗର୍ଭରେ ଲୀନ ହୋଇଯାଇଛନ୍ତି)
ବହୁ ଅନୁସନ୍ଧାନ ପରେ ମନ୍ଦିରଟି ଠାବ ହେଲା। ସୂର୍ଯ୍ଯସ୍ନାତ ଏକ ସକାଳରେ ପ୍ରଭୁଙ୍କର ଦର୍ଶନ ମିଳିଲା। ଗ୍ରାମର ସବୁ ପୂଜା, ପର୍ବପର୍ବାଣୀରେ ପ୍ରଭୁ ବିନାୟକଙ୍କୁ ଡକା ହୁଏ। ଭାଦ୍ରମାସ ଶୁକ୍ଳ ଚତୁର୍ଥୀ ସିଦ୍ଧିବିନାୟକ ବ୍ରତ ଓ ମାଘ ଶୁକ୍ଳ ଚତୁର୍ଥୀ ବରଦବିନାୟକ ବ୍ରତ ଦୁଇଟି ଏଠାକାର ମୁଖ୍ଯ ପର୍ବ। ମାଘଶୁକ୍ଳ ଚତୁର୍ଥୀରେ ଏଠାରେ ଯଜ୍ଞ ଅନୁଷ୍ଠିତ ହୁଏ।
ଯଦି ଜନସାଧାରଣ ଚାହାନ୍ତି ତେବେ ଏହି ଭୋଗଦବିନାୟକ ପୀଠର ଉନ୍ନତି ପରିଲକ୍ଷିତ ହେବ।
Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

1 month ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

1 month ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

2 months ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

3 months ago