ଲେଖା: ଜ୍ୟୋତିପ୍ରକାଶ ସତ୍ୟକାମ ଦାଶ
~ ଭୋଗଦବିନାୟକ ପୀଠ ~
ପ୍ରାଚୀ ଅବବାହିକାରେ କେତେ ଯେ ଦେବଦେବୀ ପୀଠ ରହିଛି ତାର କଳନା ନାହିଁ। ପୁଣ୍ୟତୋୟା ପ୍ରାଚୀ ଯେ ଖାଲି ଗିରିସୂତା ପରାଶକ୍ତି ବା ମହାଦେବ ଅଥବା ମାଧବ ଉପାସନାର କେନ୍ଦ୍ର ନଥିଲା। ଅପିତୁ ଗାଣପତ୍ଯ ଉପାସନାର ମଧ୍ଯ ମହାନ କେନ୍ଦ୍ର ଥିଲା। ଏଥିମଧ୍ୟରୁ ଅନ୍ଯତମ ହେଲା ଭୋଗଦବିନାୟକ ପୀଠ ଯାହା ପୁରୀ ଜିଲ୍ଲା କାକଟପୁର ତହସିଲ ଅନ୍ତର୍ଗତ ନଇଗୁଆଁରେ ଅବସ୍ଥିତ ।
କିମ୍ବଦନ୍ତୀ ଅନୁସାରେ ଭଗବାନ ଭୋଗଦବିନାୟକ ଏଠାକାର ଜଙ୍ଗଲରେ ଆବିର୍ଭାବ ହୋଇ ବିଶ୍ଵାମିତ୍ରଙ୍କୁ ଦର୍ଶନ ଦେଇଥିଲେ । ଏବେବି ଅନତିଦୂରରେ ବିଶ୍ଵାମିତ୍ର ଆଶ୍ରମ ଅବସ୍ଥିତ । ପରେ କାଳକ୍ରମେ ପ୍ରଭୁ କାଠୁରିଆ ମାନଙ୍କ ଦ୍ବାରା ପୂଜାପାଉଥିଲେ। ପରେ ଗଙ୍ଗବଂଶୀ ରାଜା କାମାର୍ଣ୍ଣବ ଦେବ ଏଠାରେ ଦେଉଳ ତୋଳାଇଥିଲେ ଓ ବିନାୟକପୁର ଶାସନ ବସାଇଥିଲେ । ଏହି ରୂପେ ଏଠାରେ ପ୍ରଭୁ ପୂଜା ପାଉଥିଲେ। ବ୍ରିଟିଶ ଶାସନ କାଳରେ ମୂଳ ଭୋଗଦ ବିନାୟକ ଚୋରି ହୋଇଯିବାରୁ ଅଧୁନା ତାଙ୍କର ସିଂହାସନର ହାତୀ ପ୍ରତିମାରେ ଗଣପତିଙ୍କର ପୂଜା କରାଯାଉଛି।
(ଗର୍ଭଗୃହରେ ଥିବା ହସ୍ତୀ ବିଗ୍ରହ ଯାହା ଏବେ
ଭୋଗଦଗଣପତି ରୂପେ ପୂଜାପାଉଛନ୍ତି)
ଏହି ଭୋଗଦବିନାୟକ ମନ୍ଦିରର ପ୍ରସିଦ୍ଧି ବିଷୟରେ ଲେଖକ ଅଜ୍ଞ ଥିଲେ। ମାତ୍ର ବାରାଣାସୀର ଜଣେ ପ୍ରଖ୍ୟାତ ଗାଣପତ୍ଯ ସାଧକଙ୍କର ମୁଖରୁ ଏହି ପୀଠର ମହିମା ଶୁଣି ଜାଣିବାକୁ ଚେଷ୍ଟା କଲେ । ବାରଣାସୀର ସାଧକ ଜଣକ ଗୀତାପ୍ରେସ ଗୋରଖପୁରର “ଶ୍ରୀଗଣେଶ ଅଙ୍କ”ରେ ଉତ୍କଳର ଗଣପତି ମନ୍ଦିର ବିଷୟରେ ମଧ୍ୟରେ ଏହି ଭୋଗଦବିନାୟକ ପୀଠ ନଇଗୁଆଁ ବିଷୟରେ ଅଧିକ ସୂଚନା ପାଇବାକୁ କହିଥିଲେ।
(ଦାକ୍ଷିଣାତ୍ୟର ଶୈଳୀରେ ନିର୍ମିତ ଭୋଗଦ ଗଣପତି,
କଦାଚିତ୍ ଏହିପରି ଉତ୍କଳୀୟ ଶୈଳୀର ବିଗ୍ରହ ଏଠାରେ ଥିଲେ,
ସମୟ ସୁଅରେ ଇତିହାସର କରାଳ ଗର୍ଭରେ ଲୀନ ହୋଇଯାଇଛନ୍ତି)
ବହୁ ଅନୁସନ୍ଧାନ ପରେ ମନ୍ଦିରଟି ଠାବ ହେଲା। ସୂର୍ଯ୍ଯସ୍ନାତ ଏକ ସକାଳରେ ପ୍ରଭୁଙ୍କର ଦର୍ଶନ ମିଳିଲା। ଗ୍ରାମର ସବୁ ପୂଜା, ପର୍ବପର୍ବାଣୀରେ ପ୍ରଭୁ ବିନାୟକଙ୍କୁ ଡକା ହୁଏ। ଭାଦ୍ରମାସ ଶୁକ୍ଳ ଚତୁର୍ଥୀ ସିଦ୍ଧିବିନାୟକ ବ୍ରତ ଓ ମାଘ ଶୁକ୍ଳ ଚତୁର୍ଥୀ ବରଦବିନାୟକ ବ୍ରତ ଦୁଇଟି ଏଠାକାର ମୁଖ୍ଯ ପର୍ବ। ମାଘଶୁକ୍ଳ ଚତୁର୍ଥୀରେ ଏଠାରେ ଯଜ୍ଞ ଅନୁଷ୍ଠିତ ହୁଏ।
ଯଦି ଜନସାଧାରଣ ଚାହାନ୍ତି ତେବେ ଏହି ଭୋଗଦବିନାୟକ ପୀଠର ଉନ୍ନତି ପରିଲକ୍ଷିତ ହେବ।
Spread the love
admin

Recent Posts

ମା’ ନାରାୟଣୀ

~ ମା' ନାରାୟଣୀ ~ ଉପସ୍ଥାପନା: ନୟାଗଡ଼ ଇତିହାସ ଖୋର୍ଦ୍ଧା ଗଜପତି ଦ୍ୱିତୀୟ ରାମଚନ୍ଦ୍ର ଦେବଙ୍କ ନିର୍ଦେଶରେ ଆଠଗଡ, ନୟାଗଡ଼,…

2 weeks ago

ପଣ୍ଡିତ ଗୋଦାବରୀଶ ମିଶ୍ର

~ ପଣ୍ଡିତ ଗୋଦାବରୀଶ ମିଶ୍ର ~ ଉପସ୍ଥାପନା: ଅମୃତେଶ ଖଟୁଆ "ତୁଙ୍ଗ ଶିଖରୀ ଚୂଳ କୁଞ୍ଜ କାନନ-ମାଳ ପୁଣ୍ୟ ଜଳଧି-ଜଳ…

3 weeks ago

ଅଖିଳ ମୋହନ ପଟ୍ଟନାୟକ

ଅଖିଳ ମୋହନ ପଟ୍ଟନାୟକ ଉପସ୍ଥାପନା: ଅମୃତେଶ ଖଟୁଆ "ବାସ୍ତବତା କଳ୍ପନା ଠାରୁ ପୃଥକ୍ ରହିକି କେବେ ବି ସମାଜରେ ଦର୍ପଣ…

3 weeks ago

ସର୍ପେଶ୍ୱର ମହାଦେବ

~ ସର୍ପେଶ୍ୱର ମହାଦେବ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଜନଶ୍ରୁତି ଅନୁସାରେ ଓଡ଼ିଶାର ପ୍ରାଚୀନ ଶୈବପୀଠ ଆଠଗଡ଼ ଅନ୍ତର୍ଗତ ବଳରାମପୁର…

1 month ago

ମହାଲକ୍ଷ୍ମୀ

~ ଶ୍ରୀମନ୍ଦିରରେ ମାଆ ମହାଲକ୍ଷ୍ମୀ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମାଆ ମହାଲକ୍ଷ୍ମୀ ହେଉଛନ୍ତି ଧନ, ଐଶ୍ୱର୍ଯ୍ୟର ଦେବୀ l…

1 month ago

ଅଟ୍ଟାଳି ଜଗନ୍ନାଥ

~ ଆଠଗଡ଼ ବିଜେ ମହାପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆଙ୍କ ସ୍ପନ୍ଦନ…

1 month ago