ଲେଖା: ଦେଵ ତ୍ରିପାଠୀ
ଆମ ରାଜ୍ୟର ସେ ଏପରି ଜଣେ ବରପୁତ୍ର, ଯିଏ ଭାରତୀୟ ପାର୍ଲ୍ୟାମେଣ୍ଟର ପିତା ରୂପେ ସମ୍ମାନିତ; ଦକ୍ଷ ଇଞ୍ଜିନିୟର ଭାବେ ସେ ଏକଦା ଥିଲେ ବ୍ରିଟିଶ ସରକାର ତଥା ନେହେରୁ ସରକାରଙ୍କ ଏକକ ବୈଷୟିକ ପରାମର୍ଶଦାତା; ଦେଶରକ୍ଷା ବିଭାଗର ପରାମର୍ଶଦାତା ଭାବେ ସେ ଆଣିପାରିଥିଲେ ଅଦ୍ଭୁତପୂର୍ବ ପରିବର୍ତ୍ତନ ।
ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂରେ ସେ ଥିଲେ ତତ୍କାଳୀନ ଭାରତର ୩ଜଣ ପ୍ରସିଦ୍ଧ ଇଞ୍ଜିନିୟରଙ୍କ ମଧ୍ୟରୁ ଜଣେ । ସ୍ବାଧୀନ ଭାରତର ପ୍ରଗତି ଲକ୍ଷ୍ୟରେ ସେ ଆଙ୍କିଥିଲେ ଏକ ସୁଚିନ୍ତିତ ପ୍ରୋଗ୍ରେସିଭ ଇଞ୍ଜିନିୟରିଂ ପ୍ଲାନ୍ । ଦେଶରେ ବୈଦୁତିକ ସରବରାହ ଦିଗରେ ତାଙ୍କର ଥିଲା ଚିରସ୍ମରଣୀୟ ଅବଦାନ ।
ଲଣ୍ଡନ ଟ୍ରାମ୍’ରେ ବରିଷ୍ଠ ଯନ୍ତ୍ରୀର ଅଭିଜ୍ଞତାକୁ ନେଇ ସେ ମଧ୍ୟ ଆଣିଥିଲେ ପରିବର୍ତ୍ତନ ବମ୍ବେ ଟ୍ରାମ୍’ରେ । ସେ ଥିଲେ ଟାଟା ଏବଂ ବିରଳା ପରି ଶିଳ୍ପସଂସ୍ଥାଦ୍ଵୟର ବୈଷୟିକ ପରାମର୍ଶଦାତା
ସମ୍ବଲପୁର ଓ ପୁରୀ ସମେତ ବମ୍ବେ, ରାଜକୋଟ ଓ ଦେଶର କେତେ କେତେ ନଗରୀ ପାଇଁ ବିଦ୍ୟୁତଯୋଗାଣ ଯୋଜନା ଥିଲା ତାଙ୍କରି ଅବଦାନ । ସେ ମଧ୍ୟ ଥିଲେ ଆମ ମାଟିର ପ୍ରଥମ ବିଲାତପଢୁଆ ଇଞ୍ଜିନିୟର ।
ସେ ଇଞ୍ଜିନିୟର ଭୁବନାନନ୍ଦ ଦାସ । ବିଚକ୍ଷଣ ଓ ଆଦର୍ଶ ରାଜନୀତିଜ୍ଞ ଭାବରେ ଦୀର୍ଘ ୩୫ ବର୍ଷ କାଳ ଧରି ପାର୍ଲ୍ୟାମେଣ୍ଟରେ ଓଡିଶାରୁ ସଦସ୍ୟ ଥିଲେ ଏବଂ ବିଭିନ୍ନ କମିଟିର ଅଧ୍ୟକ୍ଷ ଥିଲେ । ସେ ମଧ୍ୟ ପାଇଥିଲେ ଲୋକସଭାର ପ୍ରଥମ ଓଡ଼ିଆ ବାଚସ୍ପତି ପଦ ଅଳଙ୍କୃତ କରିବାର ବିରଳ ସୁଯୋଗ ।
ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ତଥା ସୀମା ସଂକ୍ରାନ୍ତ ବ୍ୟାପାରରେ ତାଙ୍କର ଥିଲା ଗୁରୁତ୍ୱପୂର୍ଣ୍ଣ ଭୂମିକା ।
ଓଡ଼ିଆ ଓ ଇଂରାଜୀ ଭାଷାରେ ପାଣ୍ଡିତ୍ୟ ହାସଲ କରିଥିବା ଏହି ମହାନ ସମାଜସେବୀ ଭୁବନାନନ୍ଦ ଦାସ ସାପ୍ତାହିକ ଇଂରାଜୀ ପତ୍ରିକା ‘ୟଙ୍ଗ୍ ଉତ୍କଳ’ର ପ୍ରକାଶନ କରାଇଥିଲେ, ଏବଂ ଜନଜାଗରଣ କ୍ଷେତ୍ରରେ ଏ ପତ୍ରିକା ଗ୍ରହଣ କରିଥିଲା ଗୁରୁତ୍ୱପୂର୍ଣ୍ଣ ଭୂମିକା ।
ଦୁଃଖର କଥା ଯେ ପୁରୀ ଜିଲ୍ଲାର ଅଖ୍ୟାତପଲ୍ଲୀ କୁରୁଞ୍ଜିପୁର ଶାସନରୁ ଯାଇ ଜାତୀୟସ୍ତରରେ ଖ୍ୟାତିମାନ ହୋଇପାରିଥିବା ଏଇ ସାଧକଜଣଙ୍କୁ ନା ମିଳିଛି ସମ୍ବଲପୁର ଓ ପୁରୀବାସୀଙ୍କ ତରଫରୁ ସମ୍ମାନ ନା ପୁଞ୍ଜିପତି ଟାଟା ବିରଳା ଶିଳ୍ପଗୋଷ୍ଠୀ ତରଫରୁ କିଛି ଆଦର ! ତେବେ ବମ୍ବେ ନଗରୀର ମୁଖ୍ୟ ପ୍ରଶାସନିକ ଦପ୍ତରରେ ଦୀର୍ଘ ସମୟ ଧରି ରଙ୍ଗହୀନ ତୈଳଚିତ୍ରଟିଏ ସ୍ଥାନ ପାଇଆସୁଥିଲା, ଧୂଳିଧୂସରିତ ହୋଇ ।
ତାଙ୍କ ସମ୍ମାନାର୍ଥେ କଟକ ମହାନଗରରେ Bhubanannda Odisha School of Engineering (BOSE) ନାମରେ ବୈଷୟିକ ଶିକ୍ଷାନୁଷ୍ଠାନଟିଏ ସ୍ଥାପନ ହୋଇଛି ଅବଶ୍ୟ ।
Spread the love
admin

View Comments

  • ଏ ଜାତି ତାଙ୍କୁ ସମ୍ମାନୀତ କରିବାରେ ସେତେଟା କରି ନାହିଁ , ଯେତିକି ସମ୍ମାନ ସେ ପାଇବା କଥା । ବୋଷ ( BOSE ) ନାଁ ଟି ଦେଇ ଆମେ ଚୁପ୍ ଚାପ୍ ବସିଗଲେ ?

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

1 month ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

2 months ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

2 months ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

3 months ago