ଲେଖା: ରବୀନ୍ଦ୍ର କୁମାର ରଣା
ଟିକରପଡ଼ା ବନ୍ୟପ୍ରାଣୀ ଅଭୟାରଣ୍ୟ ଭିତରେ ଭୀମଝର ଏକ ସୁନ୍ଦର ଜଳପ୍ରପାତ । ଖରାଦିନେ ଏହାର ପାଣି ଶୁଖିଯାଏ । ଜଳପ୍ରପାତଟି ଛୋଟ ହେଲେ ମଧ୍ୟ ଏହାର ପରିବେଶ ଅତ୍ୟନ୍ତ ମନୋମୁଗ୍ଧକର । ବଣଭୋଜି କରିବା ପାଇଁ ସୁନ୍ଦରସ୍ଥାନଟିଏ ।
ଘଞ୍ଚ ଜଙ୍ଗଲ ଭିତରେ ଅବସ୍ଥିତ ଏହି ସ୍ଥାନକୁ ଯିବା ପାଇଁ ଅନୁଗୁଳରୁ ଟିକରପଡ଼ା ରାସ୍ତାର ପୁରୁଣାକୋଟରୁ ୫କି.ମି. ଦୂର, ଏଠାକୁ ଚାରିଚକିଆ ଯାନରେ ଯାଇହେବ, କିନ୍ତୁ ନରସିଂହପୁରର ପ୍ରଗଳା ପୀଠରୁ ଘଞ୍ଚ ଜଙ୍ଗଲ ଭିତରେ ଏହି ସ୍ଥାନର ଦୂରତା ୧୭କିମି । ଏହି ରାସ୍ତାଟି ଚଳପ୍ରଚଳ ରାସ୍ତା, ଅନ୍ୟ ଜୀବଜନ୍ତୁ ମଧ୍ୟ ରାସ୍ତାରେ ଦୃଶ୍ୟମାନ ହୋଇପାରନ୍ତି । ଏଠାକୁ କେବଳ ଦୁଇ ଚକିଆ ଯାନ ଯାଇ ପାରିବ। ମାଟିରାସ୍ତା, ଯିବା ବାଟରେ ୫୦ ଫୁଟ ଓସାରର ଆଣ୍ଠୁଏ ପାଣି ଥିବା ଏକ ଝରଣାକୁ ବି ଅତିକ୍ରମ କରିବାକୁ ପଡିବ । ଏହି ୧୭ କି.ମି. ମଧ୍ୟରେ ମାତ୍ର ୨ଟି ଛୋଟ ଛୋଟ ଗାଁ । ଏହିଭଳି ଏକ ବିପଦପୂର୍ଣ୍ଣ ରାସ୍ତାରେ ଭୀମଝର ଜଳପ୍ରପାତ ବୁଲିଯିବାକୁ ହେଲେ ବହୁ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ ।
~ ମା' ନାରାୟଣୀ ~ ଉପସ୍ଥାପନା: ନୟାଗଡ଼ ଇତିହାସ ଖୋର୍ଦ୍ଧା ଗଜପତି ଦ୍ୱିତୀୟ ରାମଚନ୍ଦ୍ର ଦେବଙ୍କ ନିର୍ଦେଶରେ ଆଠଗଡ, ନୟାଗଡ଼,…
~ ପଣ୍ଡିତ ଗୋଦାବରୀଶ ମିଶ୍ର ~ ଉପସ୍ଥାପନା: ଅମୃତେଶ ଖଟୁଆ "ତୁଙ୍ଗ ଶିଖରୀ ଚୂଳ କୁଞ୍ଜ କାନନ-ମାଳ ପୁଣ୍ୟ ଜଳଧି-ଜଳ…
ଅଖିଳ ମୋହନ ପଟ୍ଟନାୟକ ଉପସ୍ଥାପନା: ଅମୃତେଶ ଖଟୁଆ "ବାସ୍ତବତା କଳ୍ପନା ଠାରୁ ପୃଥକ୍ ରହିକି କେବେ ବି ସମାଜରେ ଦର୍ପଣ…
~ ସର୍ପେଶ୍ୱର ମହାଦେବ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଜନଶ୍ରୁତି ଅନୁସାରେ ଓଡ଼ିଶାର ପ୍ରାଚୀନ ଶୈବପୀଠ ଆଠଗଡ଼ ଅନ୍ତର୍ଗତ ବଳରାମପୁର…
~ ଶ୍ରୀମନ୍ଦିରରେ ମାଆ ମହାଲକ୍ଷ୍ମୀ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମାଆ ମହାଲକ୍ଷ୍ମୀ ହେଉଛନ୍ତି ଧନ, ଐଶ୍ୱର୍ଯ୍ୟର ଦେବୀ l…
~ ଆଠଗଡ଼ ବିଜେ ମହାପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆଙ୍କ ସ୍ପନ୍ଦନ…