ଲେଖା: ଦେଵ ତ୍ରିପାଠୀ

“ଗଲାଣି କଟି କେତେଶ ସାଲ
ରହିଛି ଏବେ କଥା,
ଜଇଆ ପଛେ ଜୀବନ ଦେଲା
ନୁଆଁଇ ନାହିଁ ମଥା “

ସେ ବଂଶ ପରମ୍ପରାରେ ଥିଲେ ରାଜପୁରୋହିତ, ସେ ମଧ୍ୟ ଥିଲେ ମାନୀ, ମହାଜ୍ଞାନୀ, ନାନା ଶାସ୍ତ୍ରବିଶାରଦ, ଭାଷାବିତ୍, ରାଜନୈତିକ ପରାମର୍ଶଦାତା, ନିପୁଣ ଗୁଣଗ୍ରାହୀ । ତାଙ୍କର ବିଚକ୍ଷଣ ଜ୍ଞାନ ଓ ଧୀଶକ୍ତି ପାଇଁ ତାଙ୍କୁ ନିଜର ମନ୍ତ୍ରୀ ଓ ଉପଦେଷ୍ଟା କରିବାକୁ ଉତ୍କଳର ତତ୍କାଳୀନ ରାଜାମାନେ ସୈାଭାଗ୍ୟ ମନେ କରୁଥିଲେ। ସେ ଥିଲେ ଜୟକୃଷ୍ଣ ରାଜଗୁରୁ ମହାପାତ୍ର ବା ଜୟୀ ରାଜଗୁରୁ।

ବ୍ରାହ୍ମଣ ହୋଇ ଥିବା କାରଣରୁ ପାରମ୍ପରିକ ଯୁଦ୍ଧବିଦ୍ୟା ଶିକ୍ଷା ନ କରି ମଧ୍ୟ ଦେଶମାଟିର ସମ୍ମାନ ଓ ସ୍ବାଭିମାନ ପାଇଁ ଜୟୀ ରାଜଗୁରୁ ଶାସ୍ତ୍ର ଛାଡି ହାତରେ ଧରିଥିଲେ ଶସ୍ତ୍ର । ପଣ୍ଡିତରୁ ବନିଯାଇଥିଲେ ଯୋଦ୍ଧା, ସଂଗଠକରୁ ସେ ହୋଇଥିଲେ ଅଗ୍ରଣୀ ସେନାନାୟକ ।

ଉତ୍କଳରେ ରାଜବଂଶର ପ୍ରତିଷ୍ଠା ବଢାଇବା ପାଇଁ ଜୟୀ ରାଜଗୁରୁ ଉଦ୍ୟମକରି ବରୁଣାଇଗଡକୁ ସୁଦୃଢ କରିବାକୁ ଲାଗିଥିଲେ। ପାଇକମାନଙ୍କର ଜାଗରଣ ନିମନ୍ତେ ସମସ୍ତ ପାଇକ ଗ୍ରାମକୁ ପଦବ୍ରଜରେ ଭ୍ରମଣ କରି ସେମାନଙ୍କୁ ଯୁଦ୍ଧ ନିମନ୍ତେ ପ୍ରସ୍ତୁତ କରି ରଖାଇଥିଲେ ଜୟୀ ରାଜଗୁରୁ । ପାଇକମାନଙ୍କ ମଧ୍ୟରେ ଦେଶପାଇଁ ଜାଗରଣ ଭାବନା ସୃଷ୍ଟି କରି ଇଂରେଜମାନଙ୍କ ଅନ୍ୟାୟ ଓ ଅତ୍ୟାଚାର ବିରୁଦ୍ଧରେ ଅସ୍ତ୍ର ଉତ୍ତୋଳନ କରିବା ନିମନ୍ତେ ସେ କରିଥିଲେ ଅବିରତ ସାଧନା। ଅକ୍ଳାନ୍ତ ପରିଶ୍ରମ କରି ପାଇକ ଆଖଡାମାନ ସଂଗଠନ କରି ନିଜେ ମଧ୍ୟ ସମରବିଦ୍ୟା ଶିଖାଇଥିଲେ। ସେ ହିଁ ବନିଥିଲେ ପାଇକ ଜାଗରଣର ମୁଖ୍ୟ ପୁରୋଧା ।

୧୮୦୩ରେ ଇଂରେଜମାନେ ଓଡ଼ିଶାକୁ ଆଂଶିକ ଅକ୍ତିଆର କରିବା ପରେ ସେମାନଙ୍କ ବଶ୍ୟତା ସ୍ୱୀକାର କରିବାର ଆଦେଶ ତାଙ୍କ ସ୍ୱାଭିମାନକୁ ପ୍ରଚଣ୍ଡ ଆଘାତ ଦେଇଥିଲା । ‘ପଛେ ଜୀବନ ଦେଇ ଦେବା ଇଂରେଜଙ୍କ ଆଗରେ ମୁଣ୍ଡ ନୁଆଁଇବା ନାହିଁ’ ବୋଲି ବିଚାରି ସେ ପ୍ରତ୍ୟେକ ଘରୁ ଜଣକୁ ସୈନିକ କରି ନିଜ ସେନାବାହିନୀରେ ମିଶାଇଲେ ।

ଓଡ଼ିଶାକୁ ବହିର୍ଶତ୍ରୁ ଆକ୍ରମଣରୁ ରକ୍ଷା କରିବାପାଇଁ ସେ ବରୁଣାଇଗଡ଼କୁ କରିଥିଲେ ଶକ୍ତିଶାଳୀ। ପାଇକ ଆଖଡ଼ାମାନଙ୍କରେ ନିଜ ସମର ଶିକ୍ଷା ଦେଉଥିଲେ ଜୟୀ ରାଜଗୁରୁ। ସେ ହିଁ ଇଂରେଜମାନଙ୍କ ବିରୁଦ୍ଧରେ ଆରମ୍ଭ କରିଥିଲେ ପ୍ରଥମ ଗରିଲାଯୁଦ୍ଧ ।

୧୮୦୪ରେ କଟକରେ ସେ ପ୍ରଥମଥର ଇଂରେଜମାନଙ୍କ ଉପରେ କରିଥିଲେ ପ୍ରଚଣ୍ଡ ଆକ୍ରମଣ। ୧୮୦୪ ଡ଼ିସେମ୍ବରରେ ଖୋରଧା ବରୁଣାଇ ଗଡ଼ରେ ଇଂରେଜବାହିନୀର ୭୦୦୦ ଗୁଳି ଗୋଳାରେ ସୁସଜ୍ଜିତ ସୈନ୍ୟ ସହିତ ଜୟୀ ରାଜଗୁରୁଙ୍କ ନେତୃତ୍ୱରେ କତିପୟ ଖୋରଧା ପାଇକ ସଫଳତାର ସହ ଲଢ଼ି ପ୍ରଦର୍ଶନ କରିଥିଲେ ନିଜ ବୀରତ୍ୱ ଓ ପରାକାଷ୍ଠା । ପ୍ରତିଶୋଧ ପରାୟଣ ବ୍ରିଟିଶ ବାହିନୀ ଖୋରଧାର କିଛି ହୀନ ବିଶ୍ୱାସଘାତକଙ୍କ ସାହାଯ୍ୟରେ ବନ୍ଦୀ କଲେ ଜୟୀ ରାଜଗୁରୁଙ୍କୁ । ଓଡ଼ିଶାର ଶେଷ ସ୍ୱାଧୀନ ଦୁର୍ଗକୁ ଅକ୍ତିଆର କରିନେଲେ ଇଂରେଜମାନେ, ଏକ ମହାନ ଜାତିର ଶୌର୍ଯ୍ୟର ସୂର୍ଯ୍ୟ ହେଲା ଅସ୍ତମିତ, ଭାରତର ଶେଷ ସ୍ବାଧୀନ ରାଜ୍ୟ ହେଲା ପରାଧୀନ, ଇଂରେଜ କବଳିତ।

୧୮୦୬ ସାଲ ଡିସେମ୍ବର ୬ ତାରିଖରେ ଜୟୀ ରାଜଗୁରୁଙ୍କୁ ମେଦିନୀପୁରରେ ଅତ୍ୟନ୍ତ ଅମାନୁଷିକ ଭାବେ ହତ୍ୟା କରିଥିଲେ ଇଂରେଜ ସରକାର ।

ପୁରୀ ଜିଲ୍ଲାର ହରେକୃଷ୍ଣପୁର ଶାସନରେ ୧୭୩୯ ମସିହା କାର୍ତ୍ତିକ ମାସ ଅଁଳାନବମୀ ତିଥିରେ ଜନ୍ମିତ ମହାନ ବୀର ଜୟୀ ରାଜଗୁରୁ ଥିଲେ ଭାରତମାଟିର ପ୍ରଥମ ଶହୀଦ ।

Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

4 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

4 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago