ଲେଖା: ଦେଵ ତ୍ରିପାଠୀ

“ଗଲାଣି କଟି କେତେଶ ସାଲ
ରହିଛି ଏବେ କଥା,
ଜଇଆ ପଛେ ଜୀବନ ଦେଲା
ନୁଆଁଇ ନାହିଁ ମଥା “

ସେ ବଂଶ ପରମ୍ପରାରେ ଥିଲେ ରାଜପୁରୋହିତ, ସେ ମଧ୍ୟ ଥିଲେ ମାନୀ, ମହାଜ୍ଞାନୀ, ନାନା ଶାସ୍ତ୍ରବିଶାରଦ, ଭାଷାବିତ୍, ରାଜନୈତିକ ପରାମର୍ଶଦାତା, ନିପୁଣ ଗୁଣଗ୍ରାହୀ । ତାଙ୍କର ବିଚକ୍ଷଣ ଜ୍ଞାନ ଓ ଧୀଶକ୍ତି ପାଇଁ ତାଙ୍କୁ ନିଜର ମନ୍ତ୍ରୀ ଓ ଉପଦେଷ୍ଟା କରିବାକୁ ଉତ୍କଳର ତତ୍କାଳୀନ ରାଜାମାନେ ସୈାଭାଗ୍ୟ ମନେ କରୁଥିଲେ। ସେ ଥିଲେ ଜୟକୃଷ୍ଣ ରାଜଗୁରୁ ମହାପାତ୍ର ବା ଜୟୀ ରାଜଗୁରୁ

ବ୍ରାହ୍ମଣ ହୋଇ ଥିବା କାରଣରୁ ପାରମ୍ପରିକ ଯୁଦ୍ଧବିଦ୍ୟା ଶିକ୍ଷା ନ କରି ମଧ୍ୟ ଦେଶମାଟିର ସମ୍ମାନ ଓ ସ୍ବାଭିମାନ ପାଇଁ ଜୟୀ ରାଜଗୁରୁ ଶାସ୍ତ୍ର ଛାଡି ହାତରେ ଧରିଥିଲେ ଶସ୍ତ୍ର । ପଣ୍ଡିତରୁ ବନିଯାଇଥିଲେ ଯୋଦ୍ଧା, ସଂଗଠକରୁ ସେ ହୋଇଥିଲେ ଅଗ୍ରଣୀ ସେନାନାୟକ ।

ଉତ୍କଳରେ ରାଜବଂଶର ପ୍ରତିଷ୍ଠା ବଢାଇବା ପାଇଁ ଜୟୀ ରାଜଗୁରୁ ଉଦ୍ୟମକରି ବରୁଣାଇଗଡକୁ ସୁଦୃଢ କରିବାକୁ ଲାଗିଥିଲେ। ପାଇକମାନଙ୍କର ଜାଗରଣ ନିମନ୍ତେ ସମସ୍ତ ପାଇକ ଗ୍ରାମକୁ ପଦବ୍ରଜରେ ଭ୍ରମଣ କରି ସେମାନଙ୍କୁ ଯୁଦ୍ଧ ନିମନ୍ତେ ପ୍ରସ୍ତୁତ କରି ରଖାଇଥିଲେ ଜୟୀ ରାଜଗୁରୁ । ପାଇକମାନଙ୍କ ମଧ୍ୟରେ ଦେଶପାଇଁ ଜାଗରଣ ଭାବନା ସୃଷ୍ଟି କରି ଇଂରେଜମାନଙ୍କ ଅନ୍ୟାୟ ଓ ଅତ୍ୟାଚାର ବିରୁଦ୍ଧରେ ଅସ୍ତ୍ର ଉତ୍ତୋଳନ କରିବା ନିମନ୍ତେ ସେ କରିଥିଲେ ଅବିରତ ସାଧନା। ଅକ୍ଳାନ୍ତ ପରିଶ୍ରମ କରି ପାଇକ ଆଖଡାମାନ ସଂଗଠନ କରି ନିଜେ ମଧ୍ୟ ସମରବିଦ୍ୟା ଶିଖାଇଥିଲେ। ସେ ହିଁ ବନିଥିଲେ ପାଇକ ଜାଗରଣର ମୁଖ୍ୟ ପୁରୋଧା

୧୮୦୩ରେ ଇଂରେଜମାନେ ଓଡ଼ିଶାକୁ ଆଂଶିକ ଅକ୍ତିଆର କରିବା ପରେ ସେମାନଙ୍କ ବଶ୍ୟତା ସ୍ୱୀକାର କରିବାର ଆଦେଶ ତାଙ୍କ ସ୍ୱାଭିମାନକୁ ପ୍ରଚଣ୍ଡ ଆଘାତ ଦେଇଥିଲା । ‘ପଛେ ଜୀବନ ଦେଇ ଦେବା ଇଂରେଜଙ୍କ ଆଗରେ ମୁଣ୍ଡ ନୁଆଁଇବା ନାହିଁ’ ବୋଲି ବିଚାରି ସେ ପ୍ରତ୍ୟେକ ଘରୁ ଜଣକୁ ସୈନିକ କରି ନିଜ ସେନାବାହିନୀରେ ମିଶାଇଲେ ।

ଓଡ଼ିଶାକୁ ବହିର୍ଶତ୍ରୁ ଆକ୍ରମଣରୁ ରକ୍ଷା କରିବାପାଇଁ ସେ ବରୁଣାଇଗଡ଼କୁ କରିଥିଲେ ଶକ୍ତିଶାଳୀ। ପାଇକ ଆଖଡ଼ାମାନଙ୍କରେ ନିଜ ସମର ଶିକ୍ଷା ଦେଉଥିଲେ ଜୟୀ ରାଜଗୁରୁ। ସେ ହିଁ ଇଂରେଜମାନଙ୍କ ବିରୁଦ୍ଧରେ ଆରମ୍ଭ କରିଥିଲେ ପ୍ରଥମ ଗରିଲାଯୁଦ୍ଧ

୧୮୦୪ରେ କଟକରେ ସେ ପ୍ରଥମଥର ଇଂରେଜମାନଙ୍କ ଉପରେ କରିଥିଲେ ପ୍ରଚଣ୍ଡ ଆକ୍ରମଣ। ୧୮୦୪ ଡ଼ିସେମ୍ବରରେ ଖୋରଧା ବରୁଣାଇ ଗଡ଼ରେ ଇଂରେଜବାହିନୀର ୭୦୦୦ ଗୁଳି ଗୋଳାରେ ସୁସଜ୍ଜିତ ସୈନ୍ୟ ସହିତ ଜୟୀ ରାଜଗୁରୁଙ୍କ ନେତୃତ୍ୱରେ କତିପୟ ଖୋରଧା ପାଇକ ସଫଳତାର ସହ ଲଢ଼ି ପ୍ରଦର୍ଶନ କରିଥିଲେ ନିଜ ବୀରତ୍ୱ ଓ ପରାକାଷ୍ଠା । ପ୍ରତିଶୋଧ ପରାୟଣ ବ୍ରିଟିଶ ବାହିନୀ ଖୋରଧାର କିଛି ହୀନ ବିଶ୍ୱାସଘାତକଙ୍କ ସାହାଯ୍ୟରେ ବନ୍ଦୀ କଲେ ଜୟୀ ରାଜଗୁରୁଙ୍କୁ । ଓଡ଼ିଶାର ଶେଷ ସ୍ୱାଧୀନ ଦୁର୍ଗକୁ ଅକ୍ତିଆର କରିନେଲେ ଇଂରେଜମାନେ, ଏକ ମହାନ ଜାତିର ଶୌର୍ଯ୍ୟର ସୂର୍ଯ୍ୟ ହେଲା ଅସ୍ତମିତ, ଭାରତର ଶେଷ ସ୍ବାଧୀନ ରାଜ୍ୟ ହେଲା ପରାଧୀନ, ଇଂରେଜ କବଳିତ

୧୮୦୬ ସାଲ ଡିସେମ୍ବର ୬ ତାରିଖରେ ଜୟୀ ରାଜଗୁରୁଙ୍କୁ ମେଦିନୀପୁରରେ ଅତ୍ୟନ୍ତ ଅମାନୁଷିକ ଭାବେ ହତ୍ୟା କରିଥିଲେ ଇଂରେଜ ସରକାର ।

ପୁରୀ ଜିଲ୍ଲାର ହରେକୃଷ୍ଣପୁର ଶାସନରେ ୧୭୩୯ ମସିହା କାର୍ତ୍ତିକ ମାସ ଅଁଳାନବମୀ ତିଥିରେ ଜନ୍ମିତ ମହାନ ବୀର ଜୟୀ ରାଜଗୁରୁ ଥିଲେ ଭାରତମାଟିର ପ୍ରଥମ ଶହୀଦ

Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

1 month ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

1 month ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

2 months ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

3 months ago